Advertisement

୧୫ ପରୀକ୍ଷା କେନ୍ଦ୍ରରେ ୧୪୪ ଧାରା ଜାରି

ଢେଙ୍କାନାଳ ଅଫିସ/କାମାକ୍ଷାନଗର,୨୪ା୨: ଢେଙ୍କାନାଳ ଜିଲା କଙ୍କଡାହାଡ ବ୍ଲକ ବିରିବୋଲେଇ ଜନତା ସରକାରୀ ଉଚ୍ଚ ବିଦ୍ୟାଳୟ ସମେତ ଜିଲାର ମୋଟ୍‌ ୧୫ଟି ପରୀକ୍ଷା କେନ୍ଦ୍ରରେ ସୋମବାରଠାରୁ ମାଟ୍ରିକ ପରୀକ୍ଷା ଶେଷହେବା ପର୍ଯ୍ୟନ୍ତ ୧୪୪ ଧାରା ଜାରି କରାଯାଇଛି। କପି ରୋକିବା ପାଇଁ ଜିଲା ଶିକ୍ଷା ବିଭାଗ ପକ୍ଷରୁ ପ୍ରସ୍ତାବ କ୍ରମେ କାମାକ୍ଷାନଗର, ଢେଙ୍କାନାଳ ଓ ହିନ୍ଦୋଳ ଉପଜିଲାପାଳଙ୍କ ପକ୍ଷରୁ ଏହି ଧାରା ଜାରି କରାଯାଇଛି। ଫଳରେ ପରୀକ୍ଷା କେନ୍ଦ୍ରଗୁଡିକରେ ନାଲି ପତାକା ଲଗାଯିବା ସହିତ ପୋଲିସ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯିବ। ଏହି ପରୀକ୍ଷା କେନ୍ଦ୍ରଗୁଡିକ ହେଲା ହିନ୍ଦୋଳ ବ୍ଲକର ଦୁଦୁରକୋଟ ଓ ରାସୋଳ, ଢେଙ୍କାନାଳ ଉପଖଣ୍ଡର ରାଧାଦେଇପୁର ଓ ନୂଆଗଡ ବୋଲି ହିନ୍ଦୋଳ ଉପଜିଲାପାଳ ଉଦୟନାଥ ମହାପାତ୍ର ଓ ଢେଙ୍କାନାଳ ଉପଜିଲାପାଳ ସାଫଲ୍ୟ ମଣ୍ଡିତ ପ୍ରଧାନ ଜଣାଇଛନ୍ତି। ସେହିପରି କାମାକ୍ଷାନଗର ଉପଖଣ୍ଡର ୧୧ଟି ପରୀକ୍ଷା କେନ୍ଦ୍ରରେ ୧୪୪ ଧାରା ଜାରି କରାଯାଇଛି ବୋଲି ଉପଜିଲାପାଳ ବିଷ୍ଣୁପ୍ରସାଦ ଆଚାର୍ଯ୍ୟ ସୂଚନା ଦେଇଛନ୍ତି। କାମାକ୍ଷାନଗର ଉପଖଣ୍ଡର ଏହି କେନ୍ଦ୍ରଗୁଡିକ ହେଲା ସିଦ୍ଧେଶ୍ୱରୀ ବିଦ୍ୟାପୀଠ, କୁସୁମଯୋଡି ହାଇସ୍କୁଲ, ନିଗମାନନ୍ଦ ହାଇସ୍କୁଲ, ମୂଷା ମଲିକ ହାଇସ୍କୁଲ, ଜନପ୍ରଭା ହାଇସ୍କୁଲ, ମଠକରଗୋଳା ହାଇସ୍କୁଲ, ନୂଆ ଭୁବନ ହାଇସ୍କୁଲ, କଙ୍କଡାହାସୋଡା ହାଇସ୍କୁଲ, ରୋଡ ହାଇସ୍କୁଲ ଓ ରଘୁନାଥଜୀଉ ହାଇସ୍କୁଲ ବୋଲି ସୂଚନା ମିଳିଛି। ଏ ସଂକ୍ରାନ୍ତରେ ଜିଲା ଶିକ୍ଷା ଅଧିକାରୀ ନିବେଦିତା ପାଣି କୁହନ୍ତି ଯେ, କଙ୍କଡାହାଡ ବ୍ଲକ ବିରିବୋଲେଇ ହାଇସ୍କୁଲ ପରୀକ୍ଷା କେନ୍ଦ୍ରରେ ସୋମବାରଠାରୁ ୧୪୪ ଧାରା ଲାଗୁ ହେବ। କାମାକ୍ଷାନଗର ଉପଖଣ୍ଡରେ ୧୧ଟି ପରୀକ୍ଷା କେନ୍ଦ୍ରରେ ୧୪୪ ଧାରା ଲାଗୁ ପାଇଁ ଉପଜିଲାପାଳଙ୍କୁ ଜଣାଯାଇଛି। ଏ ସମ୍ପର୍କରେ କାମାକ୍ଷାନଗର ଉପଜିଲାପାଳ ବିଷ୍ଣୁପ୍ରସାଦ ଆଚାର୍ଯ୍ୟ କୁହନ୍ତି, କପିଳାସ ଜାଗରଯାତ୍ରା ପାଇଁ ପୋଲିସ ଫୋର୍ସ ସେଠାରେ ନିୟୋଜିତ ଥିବାରୁ ୧୪୪ଧାରା ଲାଗୁ କରିବା ପାଇଁ ଘୋଷଣା ହୋଇପାରି ନ ଥିଲା ା ବର୍ତ୍ତମାନ କାମାକ୍ଷାନଗର ଏସ୍‌ଡିପିଓଙ୍କୁ ଏ ସମ୍ପର୍କରେ ଘୋଷଣା କରିବା ପାଇଁ ଜଣାଇ ଦିଆଯାଇଛି ା


Enter your email to get our daily news in your inbox.

All Right Reserved By Dharitri.Com

ଲୋକଙ୍କୁ ସଚେତନତା କରାଉଛନ୍ତି ଓଡ଼ିଆ ମହିଳା: ସୁରାଟରେ ବିବାଦ ପରେ ସହାୟତା

ଭଞ୍ଜନଗର,୧୩।୪(ଡି.ଏନ.ଏ)- ସୁରାଟ ଡ଼ାଇମଣ୍ଡନଗର ଅଞ୍ଚଳରେ ବସବାସ କରୁଥିବା ପ୍ରବାସୀ ଶ୍ରମିକମାନେ ଗତ ୧୦ ତାରିଖ ରାତିରେ ବକେୟା ଦରମା ସମେତ ବିଭିନ୍ନ ଦାବିନେଇ ରାଜରାସ୍ତାକୁ ଓହ୍ଲାଇଥିଲେ।...

ମୁଣ୍ଡରେ ଉକୁଣୀ ମରା ଔଷଧ ଲଗାଇ ୫ ଅସୁସ୍ଥ

ଆରଡ଼ି,୧୦ା୬(ଡି.ଏନ୍‌.ଏ.): ମୁଣ୍ଡରେ ଉକୁଣୀ ମରା ଔଷଧ ଲଗାଇ ଗୋଟିଏ ପରିବାରର ୫ଜଣ ଅସୁସ୍ଥ ହୋଇପଡ଼ିଛନ୍ତି। ଏପରି ଘଟଣା ଘଟିଛି ଭଦ୍ରକ ଜିଲା ଆରଡି ଫାଣ୍ଡି ଅନ୍ତର୍ଗତ...

ପଥ ଓଗାଳିଛି ଆର୍‌ଇଟି ସର୍ଭେ

ଯାଜପୁର ଅଫିସ,୧୨।୧: ପୂର୍ବତଟ ରେଳପଥ ଅଧୀନ ଯାଜପୁର-କେନ୍ଦୁଝରରୋଡ ଷ୍ଟେଶନଠାରୁ ଧାମରା ପର୍ଯ୍ୟନ୍ତ ପ୍ରସ୍ତାବିତ ନୂତନ ରେଳଲାଇନ ପ୍ରକଳ୍ପକୁ ଆରଇଟି(ରିକନାନ୍ସ ଇଞ୍ଜିନିୟରିଂ-କମ୍‌-ଟ୍ରାଫିକ) ସର୍ଭେ ରିପୋର୍ଟରେ ସ୍ଥଗିତ ରଖାଯାଇଛି।...

ଭିଡ଼ ବଢ଼ାଇଲା ସଂକ୍ରମଣ ଆଶଙ୍କା

କାମାକ୍ଷାନଗର, ୭।୮(ଡି.ଏନ.ଏ.) – ଶଟ୍‌ଡାଉନ ଉଠିବା ପରେ ଢେଙ୍କାନାଳ ଜିଲା କାମାକ୍ଷାନଗର ସହରରେ ଗୁରୁବାର ଅସମ୍ଭାଳ ଭିଡ଼ ଦେଖିବାକୁ ମିଳିଥିଲା। ଅମାନିଆଙ୍କ ପ୍ରତି କୋହଳ ମନୋଭାବ...

ବଳରାମ ଖଣି ବନ୍ଦକୁ ନେଇ ବଢ଼ୁଛି ବିବାଦ: ଖଣି କର୍ତ୍ତୃପକ୍ଷଙ୍କୁ ଦୋଷ ଦେଲା ଡଅଁରା ଗ୍ରାମ କମିଟି

ତାଳଚେର,୨୬ା୧୦(ନି.ପ୍ର.) – କୋଇଲା ପରିବହନକୁ ନେଇ ତାଳଚେର ବ୍ଲକ ଡଅଁରା ଓ ସୋଲଡା ଗ୍ରାମ ମଧ୍ୟରେ ଥିବା ବିବାଦ ଯୋଗୁ ତାଳଚେରସ୍ଥିତ ବଳରାମ କୋଇଲା ଖଣି...

ଧୋଇଗଲା ରାସ୍ତା: ସିମନବାଡ଼ି-ରାଇକିଆକୁ ଯାତାୟାତ ବାଧାପ୍ରାପ୍ତ

ଦାରିଙ୍ଗବାଡ଼ି,୨୭।୭(ଡି.ଏନ୍‌.ଏ.): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ସିମନବାଡ଼ି ରାଇକିଆ ପୂର୍ତ୍ତ ବିଭାଗର ଗଦଡ଼ିପୋଲ ଧୋଇ ହୋଇଯିବାରୁ ଗର୍ତ୍ତ ସୃଷ୍ଟିହୋଇଛି। ଏ ନେଇ ସିମନବାଡ଼ି-ରାଇକିଆକୁ ଯାତାୟାତ ବାଧାପ୍ରାପ୍ତ...

ଅନୁଗୋଳରେ ସୁସ୍ଥ ହେଲେ ୧୫ କରୋନା ଆକ୍ରାନ୍ତ

ଅନୁଗୋଳ ଅଫିସ,୨୨।୫-ଅନୁଗୋଳ ଜିଲାରେ ଗତକାଲି ସୁଦ୍ଧା ୧୯ ଜଣ କରୋନା ରୋଗୀ ଚିହ୍ନଟ ହୋଇଥିଲେ। ସେମାନଙ୍କ ମଧ୍ୟରୁ ଶୁକ୍ରବାର ୧୫ ଜଣ ସୁସ୍ଥ ହୋଇଥିବା ଜଣାପଡ଼ିଛି।...

ସମୁଦ୍ରରେ ଫସିଥିଲେ ୧୧ ମତ୍ସ୍ୟଜୀବୀ

ପାରାଦୀପ,୧୩ା୯(ସ୍ବ.ପ୍ର.): ଭାରତୀୟ ତଟରକ୍ଷୀ ବାହିନୀ(କୋଷ୍ଟଗାର୍ଡ)ରବିବାର ପଶ୍ଚିମବଙ୍ଗ ହୁଗୁଳି ନଦୀ ସୀମା ସମୁଦ୍ରର ସାଗରଦୀପ ଅଞ୍ଚଳରୁ ୧୧ ଜଣ ମତ୍ସ୍ୟଜୀବୀଙ୍କୁ ଉଦ୍ଧାର କରିଛି। ଏହାପରେ ସେମାନଙ୍କୁ ପଶ୍ଚିମବଙ୍ଗସ୍ଥିତ...

Advertisement
Archives

Model This Week