୧୫ ଦିନ ହେଲା ବିଏସ୍‌ଏନ୍‌ଏଲ୍‌ ସେବା ଠପ୍‌

ତାଳଚେର,୨୦ା୫(ନି.ପ୍ର.)- ତାଳଚେର ବ୍ଲକ କଳମଛୁଇଁ ପଞ୍ଚାୟତରେ ବିଏସ୍‌ଏନ୍‌ଏଲ୍‌ ସେବା ୧୫ ଦିନ ହେଲା ଠପ୍‌ ହୋଇଯାଇଛି। ଜିଓ କମ୍ପାନୀ ନିଜ ନେଟୱର୍କ ସୁଦୃଢ କରିବା ପାଇଁ ୪ଜି କେବୁଲ ନିଜ ଟାୱାରଗୁଡିକ ସହ ସଂଯୋଗ କରୁଛି। ରାସ୍ତା କଡରେ ଗାତ ଖୋଳି ମେଶିନ୍‌ ସାହାଯ୍ୟରେ ବୋରିଂ କରି କେବୁଲ ବିଛାଇବା କାମ କରୁଛି। ଫଳରେ ପୂର୍ବରୁ ବିଏସ୍‌ଏନ୍‌ଏଲ୍‌ ପକ୍ଷରୁ ବିଛାଯାଇଥିବା କେବୁଲ ନଷ୍ଟ ହୋଇଯାଇଛି ବୋଲି ଉପଭୋକ୍ତାମାନେ ଅଭିଯୋଗ କରିଛନ୍ତି। ବର୍ତ୍ତମାନ ସୁଦ୍ଧା କଳମଛୁଇଁ ଗ୍ରାମର ପ୍ରାୟ ଦୁଇ କିଲୋମିଟରରୁ ଅଧିକ ଲମ୍ବର ବିଏସ୍‌ଏନ୍‌ଏଲ୍‌ କେବୁଲ ନଷ୍ଟ ହୋଇଯାଇଥିବା ଜଣାପଡିଛି। ଏହାଦ୍ୱାରା ପଚାଶରୁ ଊର୍ଦ୍ଧ୍ୱ ଗ୍ରାହକଙ୍କ ଟେଲିଫୋନ ଲାଇନ ବିଛିନ୍ନ ହୋଇଥିବା ବେଳେ ଇଣ୍ଟରନେଟ ସେବା ବାଧାପ୍ରାପ୍ତ ହୋଇଛି। କଳମଛୁଇଁ ପଞ୍ଚାୟତ ଅନ୍ତର୍ଗତ ଦୁଇଟି ବ୍ୟାଙ୍କ ସହ ଥାନା, କଲେଜ, ହାଇସ୍କୁଲ ତଥା ବିଭିନ୍ନ ବ୍ୟବସାୟିକ ଅନୁଷ୍ଠାନଗୁଡିକ ଇଣ୍ଟରନେଟ୍‌ ସେବା ପାଇବାରୁ ବଞ୍ଚିତ ହୋଇଛନ୍ତି। ବ୍ୟାଙ୍କ ଗୁଡିକର ଲିଙ୍କ ନ ଥିବାରୁ ଗ୍ରାହକମାନେ ଆର୍ଥିକ ଦେଣନେଣ କରି ନ ପାରି ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଜିଓ କମ୍ପାନୀର ଏଭଳି ମନମୁଖୀ କାର୍ଯ୍ୟ ବିରୋଧରେ ବହୁ ଉପଭୋକ୍ତା ଅସନ୍ତୁଷ୍ଟ ହୋଇ ସ୍ଥାନୀୟ ବିଏସ୍‌ଏନ୍‌ଏଲ୍‌ ଅଫିସରେ ଅଭିଯୋଗ କଲେ ମଧ୍ୟ ସୁଫଳ ମିଳୁ ନାହିଁ। ବିଏସ୍‌ଏନ୍‌ଏଲ୍‌ ପକ୍ଷରୁ ଜିଓ ବିରୋଧରେ ସ୍ଥାନୀୟ ଫାଣ୍ଡିରେ ଲିଖିତ ଅଭିଯୋଗ ହୋଇଥିଲେ ମଧ୍ୟ ଅଦ୍ୟାବଧି କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ। ତୁରନ୍ତ କେବୁଲ ସଂଯୋଗ କରି ବିଏସ୍‌ଏନ୍‌ଏଲ୍‌ ସେବା ଯୋଗାଇ ଦେବାକୁ ଉପଭୋକ୍ତାମାନଙ୍କ ପକ୍ଷରୁ ଦାବି ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଡିଏସ୍‌ପି ସ୍ତରରେ ଅଦଳବଦଳ

କଟକ ଅଫିସ,୨୫।୮: ଓଡ଼ିଶା ପୋଲିସର ଡିଏସ୍‌ପି ସ୍ତରରେ ସୋମବାର ବଡ଼ ଧରଣର ଅଦଳବଦଳ ହୋଇଛି। ଭୁବନେଶ୍ୱରସ୍ଥିତ ବିଜୁ ପଟ୍ଟନାୟକ ରାଜ୍ୟ ପୋଲିସ ଏକାଡେମୀ (ବିପିଏସ୍‌ପିଏ)ରେ ତାଲିମ୍‌ ପରେ...

ପଡିଆରେ ପଢ଼ୁଛନ୍ତି ଛାତ୍ରୀଛାତ୍ର

ଆନନ୍ଦପୁର/କଣ୍ଟିପାଳ,୨୦।୫ (ସ୍ବ.ପ୍ର./ଡି.ଏନ୍‌.ଏ.) ୫ଟି ଯୋଜନାରେ ବିଦ୍ୟାଳୟର ନୂତନ ରୂପରେଖ ଦିଆଯାଉଛି। ସରକାରୀ ବିଦ୍ୟାଳୟ ପ୍ରତି ଛାତ୍ରଛାତ୍ରୀମାନଙ୍କୁ ଆକୃଷ୍ଟ କରିବାକୁ ବିଦ୍ୟାଳୟକୁ ଏକ ଶୈକ୍ଷିକ ବାତାବରଣ ଦେବାକୁ...

ପୁରୁଷୋତ୍ତମପୁରରେ ତହସିଲଦାର ଭାବେ ଯୋଗ ଦଲେ ନିତିଶ କୁମାର ତ୍ରିପାଠୀ

ପୁରୁଷୋତ୍ତମପୁର,୨୧।୧୧(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ତହସିଲରେ ନୂତନ ତହସିଲଦାର ଭାବେ ନିତିଶ କୁମାର ତ୍ରିପାଠୀ ଶନିବାର କାର୍ଯ୍ୟରେ ଯୋଗଦେଇଛନ୍ତି। ପୂର୍ବରୁ ସେ କନ୍ଧମାଳ ଜିଲା ଦାରିଙ୍ଗବାଡି...

ଅତ୍ୟାବଶ୍ୟକ ସାମଗ୍ରୀ ବଣ୍ଟନରେ ଅବ୍ୟବସ୍ଥା

ଢେଙ୍କାନାଳ ଅଫିସ, ୧।୫ – କରୋନା ସଙ୍କଟ ସମୟରେ ଢେଙ୍କାନାଳ ଜିଲାରେ ରାଶନ ସାମଗ୍ରୀ ବଣ୍ଟନରେ ବ୍ୟାପକ ଅବ୍ୟବସ୍ଥା ହେଉଥିବା ଭାଜପା ପକ୍ଷରୁ ଅଭିଯୋଗ କରାଯାଇଛି।...

୩ ବର୍ଷ ହେଲା ଶଯ୍ୟାରେ ସନ୍ତୋଷ

ହିନ୍ଦୋଳ, ୨୮।୭(ଡି.ଏନ୍‌.ଏ.) – ସାଇକେଲରେ କାମକୁ ଯାଉଥିବାବେଳେ ଭାରସାମ୍ୟ ହରାଇ କାଦୁଅ ରାସ୍ତାରେ କଚାଡ଼ି ହୋଇ ପଡ଼ିଲେ। ଅଣ୍ଟାରେ ଲାଗିଥିବା ଆଘାତ ଶରୀରକୁ ଅଚଳ କରିଦେଲା।...

ଶ୍ରୀମନ୍ଦିରରେ ଦୋଳପୂର୍ଣ୍ଣିମା: ମହାପ୍ରଭୁଙ୍କ ରାଜ ରାଜେଶ୍ୱର ବେଶ ଦର୍ଶନ କଲେ ଲକ୍ଷାଧିକ ଭକ୍ତ

ପୁରୀ ଅଫିସ,୯।୩: ଶ୍ରୀମନ୍ଦିରରେ ପବିତ୍ର ଦୋଳପୂର୍ଣ୍ଣମା ନୀତି ପାଳିତ ହୋଇଛି। ଦୋଳପୂର୍ଣ୍ଣିମା ଅବସରରେ ମହାପ୍ରଭୁଙ୍କ ରାଜ ରାଜେଶ୍ୱର ବା ସୁନାବେଶ ଅନୁଷ୍ଠିତ ହୋଇଛି। ଫାଲଗୁନ ଶୁକ୍ଳ...

କଥା ଦେଇ ପ୍ରତିଶ୍ରୁତି ପୂରଣ କଲେ ସରପଞ୍ଚ

ଦଶମନ୍ତପୁର,୧୫ା୧୧ (ଡି.ଏନ୍‌.ଏ.): ଅନେକେ ଅଛନ୍ତି ନିର୍ବାଚନ ସମୟରେ ଜନସାଧାରଣଙ୍କୁ ପ୍ରତିଶ୍ରୁତି ଦେଇ ରଖନ୍ତି ନାହିଁ। ମାତ୍ର ଏଭଳି କିଛି କମ ରାଜନେତା ଅଛନ୍ତି ଯେଉଁମାନେ ପ୍ରତିଶ୍ରୁତି...

ପିଡିଏସ ସାମଗ୍ରୀ ଆଣିବାକୁ ଯାଇ ଅଂଶୁଘାତର ଶିକାର

ଖଡ଼ିଆଳ,୧୯।୫(ଡି.ଏନ.ଏ.): ନୂଆପଡା ଜିଲା ଖଡ଼ିଆଳ ବ୍ଲକ ଅନ୍ତର୍ଗତ ରାଣୀମୁଣ୍ଡା ପଞ୍ଚାୟତ ମହୁଲକୋଟ ଗ୍ରାମର ଜଣେ ବୃଦ୍ଧା ପିଡିଏସ ସାମଗ୍ରୀ ଆଣିବାକୁ ଯାଇ କୋଟାମାଲଠାରେ ଅଂଶୁଘାତର ଶିକାର...

Advertisement
Archives

Model This Week