୧୫ ଦିନ ହେଲା ଟ୍ରିଟ୍‌ମେଣ୍ଟ ପ୍ଲାଣ୍ଟ ଟ୍ରାନ୍ସଫର୍ମର ଅଚଳ: ବ୍ରାହ୍ମଣୀରେ ମିଶୁଛି ନର୍ଦ୍ଦମା ପାଣି

ତାଳଚେର,୨୦ା୫(ନି.ପ୍ର.) ତାଳଚେର ସ୍ବେରେଜ ବୋର୍ଡ ୱାଟର ଟ୍ରିଟମେଣ୍ଟ ପ୍ଲାଣ୍ଟର ଟ୍ରାନ୍ସଫର୍ମର ୧୫ ଦିନ ହେଲା ଅଚଳ ହୋଇପଡିଛି। ଫଳରେ ସହରର ସମସ୍ତ ଡ୍ରେନ୍‌ ପାଣି ବିଶୋଧନ ହୋଇ ନ ପାରି ସିଧାସଳଖ ବ୍ରାହ୍ମଣୀ ନଦୀରେ ମିଶୁଛି। ଏହି ଦୂଷିତ ଜଳକୁ ସହରବାସୀ ପାନୀୟଜଳ ଭାବେ ବ୍ୟବହାର କରୁଥିବାରୁ ଆଗାମୀ ଦିନରେ ଜଣ୍ଡିସ ବ୍ୟାପିପାରେ ବୋଲି ସାଧାରଣରେ ଆଶଙ୍କା ପ୍ରକାଶ ପାଇଛି।
ତାଳଚେର ସହର ନିକଟସ୍ଥ ବ୍ରାହ୍ମଣୀ ନଦୀ କୂଳରେ ସ୍ବେରେଜ ବୋର୍ଡ ପକ୍ଷରୁ ୨୦୧୫ ଫେବୃୟାରୀ ୨୨ରେ ୨ ଏମ୍‌ଏଲ୍‌ଡି (ମିଲିୟନ ଲିଟର ପର ଡେ) ବିଶିଷ୍ଟ ୱାଟର ଟ୍ରିଟମେଣ୍ଟ ପ୍ଲାଣ୍ଟର ଶିଳାନ୍ୟାସ ହୋଇଥିଲା। ୧.୬୨ କୋଟି ଟଙ୍କା ବ୍ୟୟରେ ୯ ମାସ ମଧ୍ୟରେ ଏହା ସମ୍ପୂର୍ଣ୍ଣ କରାଯିବାର ଯୋଜନା ରହିଥିଲା। ଏହି ପ୍ଲାଣ୍ଟ ସହରର ନର୍ଦ୍ଦମା ପାଣିକୁ ବିଶୋଧନ କରି ଜଳଯୋଗାଣ କେନ୍ଦ୍ରର ଅଧା କିମି ଦୂରରେ ବ୍ରାହ୍ମଣୀ ନଦୀକୁ ଛାଡିବ ବୋଲି ବ୍ୟବସ୍ଥା କରାଯାଇଥିଲା। କିନ୍ତୁ ୪ବର୍ଷ ବିତିଯାଇଥିଲେ ବି ଏହା ପୂର୍ଣ୍ଣ କାର୍ଯ୍ୟକ୍ଷମ ହୋଇପାରି ନାହିଁ। ଡ୍ରେନ୍‌ ଜଳକୁ ବିଶୋଧନ କରାଯାଇ ପାଇପ୍‌ ଯୋଗେ ଗୋପୀନାଥପୁର ନିକଟରେ ବ୍ରାହ୍ମଣୀ ନଦୀରେ ଛଡାଯିବା ଯୋଜନା ହୋଇଥିଲେ ବି ଉକ୍ତ ଗ୍ରାମବାସୀଙ୍କ ବିରୋଧ ଯୋଗୁ ତାହା ମଧ୍ୟ ସମ୍ଭବ ହୋଇପାରୁ ନାହିଁ। ତଥାପି ଏହି ଟ୍ରିଟମେଣ୍ଟ ପ୍ଲାଣ୍ଟରେ ଡ୍ରେନ୍‌ ଜଳ ବିଶୋଧନ କରାଯାଉଥିବା ବେଳେ ଟ୍ରାନ୍ସଫର୍ମର ପୋଡି ଯିବା ଯୋଗୁ ଆଉ ବିଶୋଧନ କାର୍ଯ୍ୟ ହୋଇପାରୁ ନାହିଁ। ଫଳରେ ଦୂଷିତ ଡ୍ରେନ ଜଳ ବ୍ରାହ୍ମଣୀ ନଦୀ ଜଳଧାର ଦେଇ ଜନସ୍ବାସ୍ଥ୍ୟ ବିଭାଗର ଇନଟେକ ୱେଲକୁ ଯାଉଛି। ସେଠାରୁ ସହରକୁ ପାନୀୟ ଜଳ ଯୋଗାଣ ହେଉଥିବାରୁ ଏହା ପାଣିକୁ ଦୂଷିତ କରୁଛି। ବିଓଡି (ବାୟୋଲୋଜିକାଲ ଅକ୍ସିଜେନ ଡିମାଣ୍ଡ) ବହୁ ପରିମାଣରେ ଅଧିକ ରହୁଛି। ଏହି ଜଳକୁ ସହରର ପ୍ରାୟ ୫୦ ହଜାର ଅଧିବାସୀ ବ୍ୟବହାର କରିଆସୁଛନ୍ତି।
ଏ ସମ୍ପର୍କରେ ବିଭାଗୀୟ ଯନ୍ତ୍ରୀ ଏସ. ମହାନ୍ତି କହିଛନ୍ତି, ଟ୍ରାନ୍ସଫର୍ମର ପୋଡିଯାଇଛି। ତେଣୁ ୱାଟର ଟ୍ରିଟମେଣ୍ଟ ପ୍ଲାଣ୍ଟରେ ଜଳ ବିଶୋଧନ ହୋଇପାରୁ ନାହିଁ। ସେସୁ କର୍ତ୍ତୃପକ୍ଷ ନୂଆ ଟ୍ରାନ୍ସଫର୍ମର ଲଗାଇବା ପରେ ଏହା କାର୍ଯ୍ୟକ୍ଷମ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ସମାଧାନ ହୋଇପାରୁନି ମହାନଦୀ ଜଳ ବିବାଦ: ୧୫ ଜଣିଆ ଟିମ୍‌ର ମହାନଦୀ ଯାତ୍ରା

ଝାରସୁଗୁଡ଼ା ଅଫିସ,୨୦ା୫: ମହାନଦୀ ଜଳ ବିବାଦକୁ ନେଇ ଓଡ଼ିଶା-ଛତିଶଗଡ଼ ଉଭୟ ରାଜ୍ୟ ମଧ୍ୟରେ ଦେଖା ଦେଇଥିବା ବିବାଦ ଅଦ୍ୟାବଧି ସମାଧାନ ହୋଇପାରିନାହିଁ। ଏନେଇ ମହାନଦୀ ବଞ୍ଚାଅ...

ଭବାନୀପାଟଣା ଦ୍ୱିତୀୟ ଟାଉନ ଫୁଟବଲ ଲିଗ୍‌ ଦଶମ ଦିବସ: ମର୍ନିଂ କ୍ଲବ ୨-୦ ଗୋଲରେ ବିଜୟୀ

ଭବାନୀପାଟଣା,୨୫।୯(ଡି.ଏନ.ଏ.)-ଭବାନୀପାଟଣା ଲାଲବାହାଦୁର ଶାସ୍ତ୍ରୀ ଷ୍ଟାଡିୟମ୍‌ଠାରେ କଳାହାଣ୍ଡି କ୍ରୀଡା ସଂସ୍ଥା ଆନୁକୂଲ୍ୟରେ ଭବାନୀପାଟଣା ଦ୍ୱିତୀୟ ଟାଉନ ଫୁଟବଲ ଲିଗ୍‌ ମଙ୍ଗଳବାର ଦଶମ ମ୍ୟାଚ୍‌ ମର୍ନିଂ କ୍ଲବ ବନାମ...

ଉଚ୍ଛେଦକୁ ନେଇ ନୀଳଗିରି ବିଧାୟକ-ତହସିଲଦାର ମୁହାଁମୁହିଁ: ପ୍ରତିବାଦରେ ଅନଶନରେ ବସିଲେ ବିଧାୟକ

ସଜନାଗଡ଼, ୪।୧୦(ଡି.ଏନ୍‌.ଏ): ବାଲେଶ୍ୱର ଜିଲା ନୀଳଗିରି ବିଧାୟକ ସୁକାନ୍ତ ନାୟକ ଓ ତହସିଲଦାର ସୁଶ୍ରୀତା ଟୁଡ଼ୁଙ୍କ ମଧ୍ୟରେ ଶୁକ୍ରବାର ମୁହାଁମୁହିଁ ହୋଇଛି। ତହସିଲ କଚେରି ପରିସରରେ...

୪୮ ଘଣ୍ଟା ପାଇଁ କାହିଁକି ବନ୍ଦ ହେଲା ଭଦ୍ରକ ଜିଲା ମୁଖ୍ୟ ଚିକିତ୍ସାଳୟରେ ଓପିଡ଼ି ସେବା, ଜାଣନ୍ତୁ

ଭଦ୍ରକ ଅଫିସ,୮।୮: ଭଦ୍ରକ ଜିଲା ମୁଖ୍ୟ ଚିକିତ୍ସାଳୟରେ ଓପିଡି ସେବାକୁ ୪୮ ଘଣ୍ଟା ପାଇଁ ବନ୍ଦ କରାଯାଇଛି l ଜଣେ କାର୍ଯ୍ୟରତ ଡାକ୍ତର କୋରୋନା ପଜିଟିଭ୍‌...

ସତୀଗୁଡା ଜଳଭଣ୍ଡାରରେ କମିଛି ପକ୍ଷୀ ସଂଖ୍ୟା:୨୦୧୯ରେ ଥିଲା ୨୧୧୭,ଚଳିତବର୍ଷ ୧୫୮୮

ମାଲକାନଗିରି,୪।୧ (ଡି.ଏନ୍‌.ଏ.)- ମାଲକାନଗିରି ବନଖଣ୍ଡ ମାଲକାନଗିରି ବନାଞ୍ଚଳ ପକ୍ଷରୁ ଶୁକ୍ରବାର ସତୀଗୁଡା ଜଲଭଣ୍ଡାରରେ ପକ୍ଷୀଗଣନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଗତବର୍ଷ ଅପେକ୍ଷା ଚଳିତବର୍ଷ ପକ୍ଷୀସଂଖ୍ୟା କମିଥିବା...

କୁଟୁରା ମାଂସ ଖାଇବା ଆଶାରେ ରହିଗଲା

ଠାକୁରମୁଣ୍ଡା,୪ା୪: ମୟୂରଭଞ୍ଜ ଜିଲା କରଞ୍ଜିଆ ବନଖଣ୍ଡ ଠାକୁରମୁଣ୍ଡା ରେଞ୍ଜ ଅଧୀନ କେନ୍ଦୁମୁଣ୍ଡି ସଂରକ୍ଷିତ ଜଙ୍ଗଲ(୨)ରୁ କୁଟୁରା ଶିକାର ଅଭିଯୋଗରେ ବନ ବିଭାଗ ୬ଜଣ ଶିକାରୀଙ୍କୁ ଗିରଫ...

ବ୍ରାଉନସୁଗାର ମାଫିଆଙ୍କ ସହ ପୋଲିସ ଲିଙ୍କ: ପୂର୍ବତନ ଥାନାଅଧିକାରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ବାଲେଶ୍ୱର ଅଫିସ, ୧।୯: ବାଲେଶ୍ୱର ଜିଲା ଜଳେଶ୍ୱର ଥାନାର ପୂର୍ବତନ ଆଇଆଇସି ଧନେଶ୍ୱର ସାହୁଙ୍କ ବ୍ରାଉନସୁଗର ମାଫିଆଙ୍କ ସହିତ କଥାବାର୍ତ୍ତାକୁ ନେଇ ଏକ ଅଡିଓ ପୂର୍ବରୁ...

ବେଆଇନ ବାଲି ଚାଲାଣ:  ୯ ଟ୍ରାକ୍ଟର ଜବତ, ୯ ଗିରଫ

ଆସିକା,୧୯ା୧୨(ଡି.ଏନ୍‌.ଏ.) -ଆସିକା ଥାନା କୋଟିନଡା ଫାଣ୍ଡି ଅନ୍ତର୍ଗତ ଜୟପୁର-ପଢାଳ ମଧ୍ୟରେ ଋଷିକୁଲ୍ୟା ନଦୀରୁ ବେଆଇନ ଭାବେ ବାଲି ଚାଲାଣ ହେଉଥିବାବେଳେ ପୋଲିସ ୯ଟି ଟ୍ରାକ୍ଟର ଜବତ...

Advertisement
Archives

Model This Week