ବୁଗୁଡ଼ା,୧୩ା୮(ଡି.ଏନ.ଏ.)- ବୁଗୁଡ଼ା ବ୍ଲକ ୨୧ ପଞ୍ଚାୟତରେ କାଳିଆ ଯୋଜନାରେ ୫ ହଜାର ଟଙ୍କା ଲେଖାଏ ୧୫ ହଜାର ୩୯୪ ହିତାଧିକାରୀ ପାଇ ଉପକୃତ ହୋଇଛନ୍ତି। ସେଥିରୁ କେତେକ ଅଯୋଗ୍ୟ ହିତାଧିକାରୀ ଅର୍ଥ ନେଇଥିବା ପ୍ରଶାସନ ପାଖରେ ଅଭିଯୋଗ ହେବା ପରେ ବର୍ତ୍ତମାନ ତାର ତନାଘନା ଆରମ୍ଭ ହୋଇଛି। ବୁଗୁଡ଼ା ବ୍ଲକର ଏ.କରଡ଼ାବାଡ଼ି ପଞ୍ଚାୟତରେ ୧୫୬ ହିତାଧିକାରୀ କାଳିଆ ଯୋଜନାର ଅର୍ଥ ପାଇଥିବା ବେଳେ ଅରଖପୁର ପଞ୍ଚାୟତରେ ୬୦୭, ଅନ୍ତରପଡ଼ା ପଞ୍ଚାୟତରେ ୬୪୪, ବି.କରଡ଼ାବାଡ଼ିରେ ୬୪୦, ବାଲିପଦର ପଞ୍ଚାୟତରେ ୫୧୨, ଭଗବାନପୁର ପଞ୍ଚାୟତରେ ୬୨୪, ଭାମଶିଆଳିରେ ୫୭୭, ବିରଞ୍ଚତ୍ପୁର ପଞ୍ଚାୟତରେ ୧୧୨୩, ଗୌଡ଼ିଆବୋରଦାରେ ୬୩୫, ଗୋଳାବନ୍ଧରେ ୧୩୧୦, ଗୋଲିଆରେ ୮୫୯, କଳମ୍ବରେ ୮୧୪, କରଚୁଲିରେ ୧୧୫୮, କରସିଙ୍ଗିରେ ୬୦୬, ଖୋଳଖାଳିରେ ୧୦୦୬, ମାଣିତରା ପଞ୍ଚାୟତରେ ୧୦୯୪, ପାଙ୍ଗିଡ଼ିରେ ୭୫୭, ସଙ୍କୁରୁରେ ୨୫୪, ମୋଟାବାଡି, ୫୪୨ ଓ ତାକରଡ଼ାରେ ୫୬୭ ଓ ପୋଚାଲୁଣ୍ଡି ପଞ୍ଚାୟତରେ ୯୦୯ ହିତାଧିକାରୀ ଏପରି ମୋଟ ୧୫ ହଜାର ୩୯୪ ହିତାଧିକାରୀ ଅର୍ଥ ପାଇଛନ୍ତି। ବର୍ତ୍ତମାନ ଅଯୋଗ୍ୟ ହିତାଧିକାରୀମାନଙ୍କୁ ଯାଞ୍ଚ କରିବା ପାଇଁ ପ୍ରତି ପଞ୍ଚାୟତରେ ପଞ୍ଚାୟତସ୍ତରୀୟ ଗୋଟିଏ କମିଟି ଗଠନ କରାଯାଇ ଘଟଣାର ତଦନ୍ତ ଚାଲିଥିବା ବେଳେ ଅଗଷ୍ଟ ୧୪ ତାରିଖ ଅର୍ଥାତ୍ ବୁଧବାର ସୁଦ୍ଧା ଅଯୋଗ୍ୟ ହିତାଧିକାରୀମାନେ ଅର୍ଥ ଫେରାଇବାକୁ ପଞ୍ଚାୟତ କାର୍ଯ୍ୟାଳୟରେ ନୋଟିସ ପ୍ରଦାନ କରାଯାଇଛି। ଅଯୋଗ୍ୟ ହିତାଧିକାରୀମାନେ ଅର୍ଥ ନ ଫେରାଇଲେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି।

ଚାଷୀଙ୍କ ଆୟ ତିନି ଗୁଣ ଉପରେ ଜ଼ିଲାପାଳଙ୍କ ଗୁରୁତ୍ୱ
ଛତ୍ରପୁର,୪।୯(ଡି.ଏନ.ଏ.): ଛତ୍ରପୁର ଜିଲାପାଳଙ୍କ ସମ୍ମିଳନୀ କକ୍ଷଠାରେ ଶନିବାର କୃଷି ବିଭାଗର ଜିଲାସ୍ତରୀୟ ସମୀକ୍ଷା ବୈଠକ ଗଞ୍ଜାମ ଜିଲାପାଳ ଦିବ୍ୟଜ୍ୟୋତି ପରିଡ଼ାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି l...

ଶିକ୍ଷୟିତ୍ରୀଙ୍କ ଗହଣା ଲୁଟିନେବା ପରେ ବଳାତ୍କାର ଉଦ୍ୟମ
ଦିଗପହଣ୍ଡି,୧୬ା୮(ଡି.ଏନ.ଏ.)- ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ମହୁଡ଼ା ଅଞ୍ଚଳ ଅପରାଧୀଙ୍କ ଅମରାବତୀ ପାଲଟିଛି। ବୋମା ମାଡ଼, ହତ୍ୟା ଉଦ୍ୟମ, ଲୁଟ, ଛିନ୍ତାଇ ଭଳି ଘଟଣା ସମ୍ପୃକ୍ତ...

ଗଞ୍ଜାମରେ ବ୍ୟାପୁଛି କାମଳ ରୋଗ; ୨୦୧୬ରୁ ୫୪୯ ଆକ୍ରାନ୍ତ
ବ୍ରହ୍ମପୁର ଅଫିସ୍,୨୯ା୭-ଗଞ୍ଜାମ ଜିଲାରେ କାମଳ ରୋଗୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଏହା ମହାମାରୀ ରୂପ ନେଇ ନ ଥିଲେ ମଧ୍ୟ ରୋଗୀଙ୍କ ସଂଖ୍ୟା ବୃଦ୍ଧି ଚିନ୍ତାଜନକ...

ଗୋଟିଏ ଘରୁ ୩ ମୃତଦେହ ଉଦ୍ଧାର: ସ୍ତ୍ରୀ, ଝିଅଙ୍କୁ ହତ୍ୟା ପରେ ସ୍ବାମୀଙ୍କ ଆତ୍ମହତ୍ୟା
ଛତ୍ରପୁର, ୨୬।୨(ଡି.ଏନ୍.ଏ.): ଗଞ୍ଜାମ ଜିଲା ଛତ୍ରପୁର ଥାନା ଅଧୀନ ପାଲିଆ ଛତ୍ରପୁର ମଝି ସାହିରେ ବୁଧବାର ଏକ ଦୁଃଖଦ ଘଟଣା ଘଟିିଛି। ଗୋଟିଏ ଘରୁ ୩...

ଖଣ୍ଡଦେଉଳି ସ୍ବାସ୍ଥ୍ୟକେନ୍ଦ୍ରର ହେବ ଉନ୍ନତୀକରଣ
ଛତ୍ରପୁର,୬ା୨(ଡି.ଏନ୍.ଏ.): ଛତ୍ରପୁର ନିର୍ବାଚନମଣ୍ଡଳୀ ଅଧୀନ ଖଣ୍ଡଦେଉଳି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର (ସିଏଚ୍ସି)ର ଉନ୍ନତୀକରଣ କରାଯିବା ଲାଗି ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ଏ ନେଇ ଜିଲାପାଳଙ୍କ ଅଧ୍ୟକ୍ଷତାରେ...

୪ ଦଫା ଦାବିରେ ଆଶାକର୍ମୀଙ୍କ ଗଣଧାରଣା
ହିଞ୍ଜିଳିକାଟୁ,୩ା୧୨(ଡି.ଏନ୍.ଏ.): ଗଞ୍ଜାମ ଜିଲା ହିଞ୍ଜିଳିକାଟୁ ବ୍ଲକ ଓ ରାଜ୍ୟ ଆଶାକର୍ମୀ ସଂଘ ପକ୍ଷରୁ ଶନିବାର ବିକ୍ଷୋଭ ଓ ଗଣଧାରଣା କରାଯାଇଛି। ଭାରତୀୟ ମଜଦୂର ସଂଘ ଡାକରାରେ...

ଶିକ୍ଷାବିତ୍ ତାରାପ୍ରସାଦ ମହାପାତ୍ରଙ୍କ ପରଲୋକ
ବ୍ରହ୍ମପୁର ଅଫିସ,୨୧।୧: ବରିଷ୍ଠ ଶିକ୍ଷାବିତ୍ ତଥା ସ୍ବର୍ଗତ ପଣ୍ଡିତ ବାଇକୋଳି ମହାପାତ୍ର(ଜ୍ୟୋତିଷ ବିଶାରଦ)ଙ୍କ ପୁତ୍ର ତାରାପ୍ରସାଦ ମହାପାତ୍ରଙ୍କ(୮୫)ର ସୋମବାର ପରଲୋକ ଘଟିଛି। ସ୍ବର୍ଗତ ମହାପାତ୍ର ଖଲ୍ଲିକୋଟର...

ଜାନବିଲି ପ୍ରକଳ୍ପ ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ ଦାବି: ବିକ୍ଷୋଭ ପ୍ରଦର୍ଶନ
ବ୍ରହ୍ମପୁର ଅଫିସ୍,୨୪ା୬: ଅସମ୍ପୂର୍ଣ୍ଣ ଜାନବିଲି ପ୍ରକଳ୍ପକୁ ନେଇ ଏବେ ବ୍ରହ୍ମପୁର ସହରବାସୀଙ୍କ ମଧ୍ୟରେ ଆକ୍ରୋଶ ବଢ଼ିବାରେ ଲାଗିଛି। ତରବରିଆ ଭାବେ ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀ ଏହି...