Posted inଖେଳ

୧୩୧ ବଲ ବୋଲିଂ କରି ଇଂଲଣ୍ଡକୁ କୌଣସି ରନ୍‌ କରିବାର ସୁଯୋଗ ବି ଦେଇ ନ ଥିଲେ ବାପୁ ନାଦକର୍ଣ୍ଣୀ

ଚେନ୍ନାଇ,୧୨।୧: ଟେଷ୍ଟ୍‌ କ୍ରିକେଟରେ ଜଣେ କଞ୍ଜୁସ୍‌ ବୋଲର ଭାବେ ବାପୁ ନାଦକର୍ଣ୍ଣୀଙ୍କ ନାମରେ ରେକର୍ଡ ରହିଛି। ୫୬ ବର୍ଷ ତଳେ ଜାନୁୟାରୀ ୧୨ରେ ନାଦକର୍ଣ୍ଣୀ ଏକ ବିରଳ ରେକର୍ଡ କରିଥିଲେ। ସେ ଇଂଲଣ୍ଡ ବିପକ୍ଷରେ ୧୩୧ ବଲ ବୋଲିଂ କରି କୌଣସି ରନ୍‌ କରିବାର ସୁଯୋଗ ଦେଇ ନ ଥିଲେ। ୧୯୬୪ରେ ମାଡ୍ରାସ୍‌ର ନେହେରୁ ଷ୍ଟାଡ଼ିୟମ୍‌ରେ ଖେଳାଯାଉଥିବା ଏହି ଟେଷ୍ଟମ୍ୟାଚ୍‌ରେ ଇଂଲଣ୍ଡ ଦଳ ରନ୍‌ ପାଇଁ ସଂଗ୍ରାମ ଜାରି ରଖିଥିବା ଦେଖିବାକୁ ମିଳିଥିଲା। ବାମହାତୀ ସ୍ପିନର ନାଦକର୍ଣ୍ଣୀ ୩୨ ଓଭର ବୋଲିଂ କରିଥିଲେ। ସେଥି ମଧ୍ୟରେ ୨୭ ଓଭର ମେଡ଼େନ୍‌ ଥିଲା। ସେଥିମଧ୍ୟରୁ ୨୧ ଓଭର ଲଗାତାର ମେଡ଼େନ୍‌ ରହିଥିଲା। ସେ ଇଂଲଣ୍ଡକୁ ମାତ୍ର ୫ ରନ୍‌ କରିବାର ସୁଯୋଗ ଦେଇଥିଲେ। ତେବେ ସେ କୌଣସି ଓ୍ବିକେଟ ନେଇ ନ ଥିଲେ। ସେ ୪୧ ଟେଷ୍ଟ ମ୍ୟାଚ୍‌ ଖେଳି ୯୧୬୫ ବଲ ବୋଲିଂ କରି ୨୫୫୯ ରନ୍‌ ଦେଇଛନ୍ତି। ଏହା ସହିତ ସେ ୮୮ ଓ୍ବିକେଟ ନେଇଛନ୍ତି। ସେ ମୋଟି ୧୪୧୪ ରନ୍‌ ସଂଗ୍ରହ କରିଛନ୍ତି। ୧୯୬୩-୬୪ସିରିଜ୍‌ରେ କାନପୁରର ନାବାଦ୍‌ଠାରେ ଇଂଲଣ୍ଡ ବିପକ୍ଷରେ ଅପରାଜିତ ୧୨୨ ରନ୍‌ ସଂଗ୍ରହ କରି ଭାରତକୁ ବିଜୟୀ କରାଇଥିଲେ। ସୂଚନାଯୋଗ୍ୟ, ବାପୁ ନାଦକର୍ଣ୍ଣୀ ୧୯୩୩ ଏପ୍ରିଲ୍‌ ୪ରେ ନାସିକ୍‌ଠାରେ ଜନ୍ମଗ୍ରହଣ କରିଥିଲେ। ଆସନ୍ତା ଏପ୍ରିଲ୍‌ରେ ସେ ନିଜର ୮୭ ତମ ଜନ୍ମଦିନ ପାଳନ କରିବେ।


Enter your email to get our daily news in your inbox.

All Right Reserved By Dharitri.Com

ହଙ୍ଗେରୀ ନିର୍ବାଚନ ଫଳାଫଳ, କିଏ ହେବେ ନୂଆ ପ୍ରଧାନମନ୍ତ୍ରୀ ଜାଣନ୍ତୁ…

ବୁଦାପେଷ୍ଟ,୧୩ା୪: ୧୬ ବର୍ଷ ଧରି କ୍ଷମତାରେ ରହିଥିବା ହଙ୍ଗେରୀ ପ୍ରଧାନମନ୍ତ୍ରୀ ଭିକ୍ଟର ଓର୍ବାନ୍‌ ରବିବାର ଅନୁଷ୍ଠିତ ନିର୍ବାଚନରେ ପରାଜିତ ହୋଇଛନ୍ତି। ହଙ୍ଗେରୀୟ ଭୋଟର ତାଙ୍କ ଏକଚ୍ଛତ୍ରବାଦ ନୀତି…

ଦାଦନ ଖଟିବାକୁ ଯାଇଥିଲେ, ଫେରିଲା ଯୁବତୀଙ୍କ ମୃତଦେହ

ମୋହନା୧୩।୪(ମନ୍ମଥ ମିଶ୍ର): ଚାନ୍ଦା ଆଦାୟ କରି ମୁମ୍ବାଇରୁ ଆସିଲା ମୃତଦେହ। ଏଭଳି ଏକ ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି ଗଜପତି ଜିଲା ମୋହନା ବ୍ଲକ ଦମାଦୁଆ…

ସାଙ୍ଗମାନଙ୍କ ସହିତ ଯାତ୍ରା ଦେଖି ଯାଇଥିଲେ, ଶବ ହୋଇ ଫେରିଲେ… ପରିବାର ଲୋକେ ଆଣିଲେ ସାଂଘାତିକ ଅଭିଯୋଗ

ଲୋଇସିଂହା,୧୩।୪(ସୁଶାନ୍ତ ବାରିକ): ସାଙ୍ଗମାନଙ୍କ ସହିତ ଯାତ୍ରା ଦେଖିଯିବା ହେଲା କାଳ। ଶୁକ୍ରବାର ରାତିରେ ବଲାଙ୍ଗୀର ଜିଲା ଲୋଇସିଂହା ଥାନା କୁଟେନପାଲି ନିକଟରେ ଏକ ଅଜଣା ଗାଡି ଧକ୍କାରେ…

ଗୋଡ଼ ମଧ୍ୟରେ ଲୁଚାଇ ନେଇଗଲେ ୭ ଲକ୍ଷ ଟଙ୍କାର ଶାଢ଼ି, ସିସିଟିଭିରେ କଏଦ ଲୁଟ୍‌ର କୌଶଳ…

ଅନୁଗୋଳ,୧୩।୪(ଜ୍ୟୋତିରଞ୍ଜନ ସାହୁ): ଅନୁଗୋଳ ସହର ଅମଲାପଡ଼ା ଅଞ୍ଚଳରେ ଥିବା ବୟନିକା ଶୋ’ରୁମ୍‌ରୁ ଏକ ବଡ଼ ଧରଣର ଚୋରି ହୋଇଛି। ଗ୍ରାହକ ବେଶରେ ଆସିଥିବା ୭ ଜଣ ମହିଳା…

ଅଂଶୁଘାତରେ ଚାଲିଗଲା ବ୍ୟକ୍ତିଙ୍କ ଜୀବନ

ଗୁଣୁପୁର, ୧୩।୪(ସଂକେତ ପାତ୍ର): ଖରାଦିନ ଆରମ୍ଭ ସହିତ ଅଂଶୁଘାତ ଜନିତ ପ୍ରଥମ ମୃତ୍ୟୁ ଘଟଣା ସାମ୍ନାକୁ ଆସିଛି। ରାୟଗଡା ଜିଲା ଗୁଣୁପୁର ଥାନା ଅନ୍ତର୍ଗତ ଜଗନ୍ନାଥପୁର ପଞ୍ଚାୟତର…

ଅନୁସୂଚିତ ଜାତି ମୋର୍ଚ୍ଚା ଜିଲା ସଭାପତି ଭାବେ ନିଯୁକ୍ତ ହେଲେ ବିକ୍ରମ ତାଣ୍ଡି, ରାଜ୍ୟ ସଭାପତିଙ୍କୁ ଜଣାଇଲେ କୃତଜ୍ଞତା

ବଲାଙ୍ଗୀର ,୧୩।୪(ସୁନୀଲ କୁମାର ମହାନ୍ତି): ଅନୁସୂଚିତ ଜାତି ମୋର୍ଚ୍ଚା ବଲାଙ୍ଗୀର ଜିଲା ସଭାପତି ଭାବରେ ଦଳର ବରିଷ୍ଠ କାର୍ଯ୍ୟକର୍ତ୍ତା ବିକ୍ରମ ତାଣ୍ଡିଙ୍କୁ ମନୋନୀତ କରାଯାଇଛି। ଏନେଇ ବିକ୍ରମ…

ମାଟି ତଳେ ଲୁଚାଇ ରଖିଥିଲେ ୨କୋଟି ଟଙ୍କାର ଗଞ୍ଜେଇ, ଧରିଲା ପୋଲିସ

ମୋହନା,୧୩।୪(ମନ୍ମଥ ମିଶ୍ର): ଜଙ୍ଗଲରେ ଲୁଚାଇ ରଖାଯାଇଥିବା ବିପୁଳ ପରିମାଣର ଗଞ୍ଜେଇ ଜବତ କରିଛି ରା.ଉଦୟଗିରି ପୋଲିସ। ବିଶେଷ ସୂତ୍ରରୁ ଖବର ପାଇ ସୋମବାର ରା. ଉଦୟଗିରି ଏସ୍‌ଡ଼ିପିଓ…

ଚାଷୀଙ୍କ ଧାରଣାକୁ ପୂରିଲା ୩୫ଦିନ: ଏବେ ନ୍ୟାୟିକ ସହଯୋଗ କରିବ ଜିଲା ଓକିଲ ସଂଘ

ବରଗଡ଼,୧୩।୪(ପ୍ରେମାନନ୍ଦ ଖମାରୀ): ରବିଧାନ ଅମଳ ଆଉମାତ୍ର ୨ସପ୍ତାହ ପରେ ଆରମ୍ଭ ହୋଇଯିବ। ହେଲେ ଏପର୍ଯ୍ୟନ୍ତ ବରଗଡ଼ ଜିଲାର ଅନେକ ଚାଷୀ ଗତ ଖରିଫରେ ଅମଳ ହୋଇଥିବା ଧାନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri