୧୨ ବର୍ଷରେ ଗଡ଼ିଛି ୧,୧୦୯ ଖବରଦାତାଙ୍କ ମୁଣ୍ଡ

ଲଣ୍ଡନ, ୨ା୧୧(ପି.ଟି.): ରାଜନୀତି, ଅପରାଧ ଓ ଦୁର୍ନୀତି ସମ୍ପର୍କରେ ରିପୋର୍ଟିଂ କରୁଥିବା ଖବରଦାତାଙ୍କୁ ବିଭିନ୍ନ ସମୟରେ ଆକ୍ରମଣ କରାଯାଉଛି। ରାଜନୈତିକ ବାହୁଛାୟା ତଳେ ରହି ଅପରାଧୀମାନେ ଗୋଟିଏ ପରେ ଗୋଟିଏ ମୁଣ୍ଡ ଗଡ଼ାଇବାକୁ ପଛାଉ ନାହାନ୍ତି। ବିଗତ ୨ ବର୍ଷ ମଧ୍ୟରେ ପ୍ରାୟ ୫୫% ଖବରଦାତାଙ୍କୁ ଅଣବିବାଦୀୟ ସ୍ଥାନରେ ହତ୍ୟା କରାଯାଇଛି। ଅପରାଧୀମାନେ ସେମାନଙ୍କ ଟ୍ରେଣ୍ଡ୍‌ ବଦଳାଉଥିବା ଏଥିରୁ ଅନୁମେୟ। ୨୦୦୬ରୁ ୨୦୧୮ ମଧ୍ୟରେ ବିଶ୍ୱର ୧,୧୦୯ ଖବରଦାତାଙ୍କୁ ହତ୍ୟା କରାଯାଇଛି। ହେଲେ ୯୦% ଅଭିଯୁକ୍ତ ଦୋଷୀ ସାବ୍ୟସ୍ତ ହୋଇ ନ ଥିବା ୟୁନେସ୍କୋ ରିପୋର୍ଟରେ ପ୍ରକାଶ ପାଇଛି। ୨୦୧୪-୧୮ ମଧ୍ୟରେ ଏଭଳି ହତ୍ୟାକାଣ୍ଡ ଘଟଣା ୧୮% ବଢ଼ିଛି। ରିପୋର୍ଟ ମୁତାବକ ଆରବ ରାଷ୍ଟ୍ରଗୁଡ଼ିକରେ ଏହି ହତ୍ୟାକାଣ୍ଡର ମାତ୍ରା ଅଧିକ। ବିଶ୍ୱରେ ହତ୍ୟାର ଶିକାର ହୋଇଥିବା ଖବରଦାତାଙ୍କ ମଧ୍ୟରୁ ୯୩% ସ୍ଥାନୀୟ ଅଞ୍ଚଳର । ଖବରଦାତାଙ୍କୁ କିପରି ସୁରକ୍ଷା ଦିଆଯିବ, ହତ୍ୟାକାରୀଙ୍କୁ ଉଚିତ୍‌ ଦଣ୍ଡ ମିଳିବ, ସେଥିଲାଗି ସଚେତନତା ସୃଷ୍ଟି କରାଯିବା ସହ ଉଚିତ ପଦକ୍ଷେପ ଗ୍ରହଣ କରିବାକୁ ୟୁନେସ୍କୋ ମହାନିର୍ଦ୍ଦେଶକ ଏ. ଆଜୌଲେ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜନବସତି ଉପରେ ତାଲିବାନର ମୋର୍ଟାର ମାଡ଼: ୭ ସାଧାରଣ ଲୋକ ମୃତ

କାବୁଲ,୧୯।୧୧: ଆଫଗାନିସ୍ତାନରେ ତାଲିବାନ ଆତଙ୍କବାଦୀ ସଂଗଠନ ପକ୍ଷରୁ ଜନବସତିକୁ ଟାର୍ଗେଟ୍‌ କରାଯାଇଛି। ତାଲିବାନର ମୋର୍ଟାର ମାଡ଼ରେ ୭ ଜଣ ସାଧାରଣ ଲୋକଙ୍କ ମୃତ୍ୟୁ ଘଟିଥିବାବେଳେ ଜଣେ...

ଭାରତ ବିରୋଧରେ ଛାୟାଯୁଦ୍ଧ ଆରମ୍ଭ କରିଛି ପାକିସ୍ତାନ

ଜେନେଭା,୨୫।୨: ଆତଙ୍କବାଦୀ ସଂଗଠନଗୁଡ଼ିକର ସହାୟତାରେ ପାକିସ୍ତାନ ଭାରତ ବିରୋଧରେ ଛାୟାଯୁଦ୍ଧ ଆରମ୍ଭ କରିଛି। ଜାତିସଂଘ ମାନବାଧିକାର ବଠକରେ ଏଭଳି ଅଭିଯୋଗ କରି ପାକିସ୍ତାନକୁ ଘେରିଛି। ଜାତିସଂଘରେ...

ମହାକାଶ ନୁହେଁ ସମୁଦ୍ରରୁ ଆସୁଛନ୍ତି ଏଲିଅନ୍‌: ଆଇସିଇଆର୍‌…

ଓ୍ବାଶିଂଟନ/ନୂଆଦିଲ୍ଲୀ,୬।୬: ଏଲିଅନ୍‌ ନେଇ ପୃଥିବୀରେ ଚର୍ଚ୍ଚା ଜାରି ରହିଛି। ଅଲିଅନ୍‌ମାନେ ୟୁଏଫ୍‌ଓ ଦ୍ୱାରା ଲଗାତାର ପୃଥିବୀକୁ ଆସୁଥିବା ନେଇ କେତେକ ଖବର ପ୍ରକାଶ ହେଉଥିବା ବେଳେ...

କୋର୍ଟରେ ହାଜର ହେଲେ ସ୍ୟୁ ଚୀ

ନେପିତାଉ, ୨୫ା୫: ମ୍ୟାନମାର ସେନା ଶାସନ ହାତକୁ ନେବାର ପ୍ରାୟ ୪ ମାସ ପରେ ସାମ୍‌ନାକୁ ଆସିଛନ୍ତି ଗଣତନ୍ତ୍ର ସପକ୍ଷବାଦୀ ନେତ୍ରୀ ଅଙ୍ଗ୍‌ ସାନ୍‌ ସ୍ୟୁ...

ତାଲିବାନ ବିରୋଧରେ ମହିଳାଙ୍କ ପ୍ରଦର୍ଶନ, ଭିଡ଼ିଓ ଭାଇରାଲ…

କାବୁଲ,୧୮।୮: ଆଫଗାନିସ୍ତାନରେ ତାଲିବାନ ଭୟ ଯୋଗୁ ଲୋକେ ଭିଟାମାଟି ଛାଡି ପଳାଉଛନ୍ତି। ତେବେ ତାଲିବାନ ଶାସନ ବିରୋଧରେ କିଛି ମହିଳା ଏବେ ରାସ୍ତାକୁ ଓହ୍ଲାଇଛନ୍ତି। ସୋସିଆଲ...

ସମୁଦ୍ର ମଝିରେ ନିଆଁ…

ମେକ୍ସିକୋ ସିଟି,୩।୭: ଲାଟିନ୍‌ ଆମେରିକା ଦେଶ ମେକ୍ସିକୋରେ ସମୁଦ୍ର ମଝିରେ ହଠାତ୍‌ ଭୟଙ୍କର ନିଆଁ ଦେଖିଯାଇଛି। ସମୁଦ୍ର ମଝିରେ ନିଆଁ ଜଳୁଥିବାର ଫଟୋ ଏବଂ ଭିଡ଼ିଓ...

ଟେକ୍ସାସ ଗୁଳିକାଣ୍ଡ: ୨ ମୃତ, ୫ ଆହତ

ସାନ୍‌ ଅନଟୋନିଓ,୨୦।୧: ଆମେରିକାର ସାନ୍‌ ଅନଟୋନିଓରେ ରବିବାର ସନ୍ଧ୍ୟାରେ ହୋଇଥିବା ଗୁଳିକାଣ୍ଡରେ ୨ ଜଣଙ୍କ ମୃତ୍ୟୁ ହେବା ସହ ୫ ଆହତ ହୋଇଥିବା ସୂଚନା ମିଳିଛି।...

ଇରାନ୍‌ ବିରୋଧରେ କଟକଣା ଜାରି କରି ଆମେରିକା ଅପରାଧ କରିଛି: ରୁହାନି

ତେହରାନ,୧୬।୧୦: ଇରାନ୍‌ ବିରୋଧରେ କଟକଣା ଜାରି କରି ଆମେରିକା ଅପରାଧ କରିଛି। ଏନେଇ ଇରାନ୍‌ ରାଷ୍ଟ୍ରପତି ହସନ୍‌ ରୁହାନି କହିଛନ୍ତି। ବିଶ୍ୱ ସ୍ବାସ୍ଥ୍ୟ ସଂଗଠନର କ୍ଷେତ୍ରୀୟ...

Advertisement


Archives

Model This Week