Posted inଗଜପତି

୧୨ ଗାଁକୁ ଶଟ୍‌ଡାଉନ୍‌ କଲେ ସରପଞ୍ଚ

କାଶୀନଗର,୨୫ା୫(ଡି.ଏନ୍‌.ଏ.): ଗଜପତି ଜିଲା କାଶୀନଗର ବ୍ଲକ୍‌ ଶିଆଳି ପଞ୍ଚାୟତ ଅଧୀନ ମାଣ୍ଟିଗୁଡ଼ା ଗ୍ରାମର ଜଣେ ପଜିଟିଭ୍‌ ଚିହ୍ନଟ ହେବାପରେ ପଞ୍ଚାୟତର ୧୨ ଗାଁକୁ ଶଟ୍‌ଡାଉନ ଘୋଷଣା କରିଛନ୍ତି ସରପଞ୍ଚ। ସରପଞ୍ଚ ଲଳିତା ପାଣି ଜିଲାପାଳ କ୍ଷମତା ପ୍ରୟୋଗକରି ସୋମବାର ଏହି ନିଷ୍ପତ୍ତି ନେଇଛନ୍ତି। ମାଣ୍ଟିଗୁଡ଼ା ଗ୍ରାମଠାରୁ ୩ କିମି ପରିଧିରେ ଥିବା ୧୨ଗ୍ରାମ ମାଣ୍ଟିଗୁଡ଼ା, ଜାଇଗୁଡ଼ା, ରାଗିଡ଼ିସିଂ, ନେରେଡିଗୁଡ଼ା, ରାମଚନ୍ଦ୍ରପୁର, ପି. ହରିପୁର, କାଳିଆସାହୁଗୁଡ଼ା, କୋଲା, ହନୁମନ୍ତଗୁଡ଼ା, ପେଦାମାଡ଼ି, ଚିନାଗୁଡ଼ା ଓ ଚନ୍ଦ୍ରାୟପେଟାକୁ ସୋମବାର ଅପରାହ୍ନ ୩ଟାରୁ ୪୮ ଘଣ୍ଟା ପାଇଁ ଶଟ୍‌ଡାଉନ୍‌ କରାଯାଇଥିବା ସୂଚନା ମିଳିଛି। ଏହି ସମୟରେ ଗ୍ରାମରୁ କେହି ବାହାରକୁ ଯିବା ଏବଂ ବାହାରୁ ଗ୍ରାମକୁ ଆସିବା ଉପରେ କଟକଣା ଜାରି କରାଯାଇଛି। ଶଟ୍‌ଡାଉନ୍‌ ନେଇ ସରପଞ୍ଚ ପାଣି କାଶୀନଗର ବିଡିଓ ଏବଂ ଥାନା ଆଇଆଇସିଙ୍କୁ ଲିଖିତଭାବେ ଅବଗତ କରାଇଛନ୍ତି। ଶଟ୍‌ଡାଉନ୍‌ ସମୟରେ ଅଞ୍ଚଳରେ ସୁରକ୍ଷା ଯୋଗାଇଦେବା ନିମନ୍ତେ ସେ ପୋଲିସକୁ ମଧ୍ୟ ଅନୁରୋଧ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭୟଙ୍କର ଦୁର୍ଘଟଣା; ଟ୍ରକ୍‌-ବାଇକ୍‌ ଧକ୍କାରେ ଆଖିବୁଜିଲେ ଉପେନ୍ଦ୍ର

ପାରଳାଖେମୁଣ୍ଡି, ୭।୧୦ (ଗିରିଧାରୀ ପରିଛା): ଗଜପତି ଜିଲା ଗୋଷାଣି ବ୍ଲକ୍‌ ଅନ୍ତର୍ଗତ ଗୁରାଣ୍ଡା ଥାନା ପାଟିକୋଟା ଗ୍ରାମ ନିକଟରେ ଟ୍ରକ୍‌-ବାଇକ୍‌ ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି…

ବସ୍‌କୁ ଅପେକ୍ଷା କରିଥିବା ଯାତ୍ରୀଙ୍କ ଉପରେ ଚଢ଼ିଗଲା ହାଇୱା, ୩….

ଗଜପତି,୬।୧୦(ଗିରିଧାରୀ ପରିଛା): ଗଜପତି ଜିଲା ରାୟଗଡ଼ ଥାନା ଅନ୍ତର୍ଗତ ବଡ଼ଗାଁ ଛକ ନିକଟରେ ମଙ୍ଗଳବାର ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ବସ୍‌କୁ ଅପେକ୍ଷା କରିଥିବା ଯାତ୍ରୀଙ୍କ ଉପରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?