୧୧ ଜିଲାରେ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର,୨୨।୬(ବ୍ୟୁରୋ): ରାଜ୍ୟରେ ଦକ୍ଷିଣ-ପଶ୍ଚିମ ମୌସୁମୀ ସକ୍ରିୟ ରହିଛି। ଏଥିସହିତ ଉତ୍ତର ଓଡ଼ିଶା ଓ ଏହାର ଆଖପାଖ ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଫଳରେ ଝାଡ଼ଖଣ୍ଡ, ପଶ୍ଚିମବଙ୍ଗ ଉପରେ ଏକ ଟ୍ରପ ଲାଇନ ରହିଛି। ଏହାର ପ୍ରଭାବରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ସ୍ବଳ୍ପରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି। ତେବେ ଆଭ୍ୟନ୍ତରୀଣ ଓଡ଼ିଶାର କେତେକ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ବିଶେଷ କରି ନୂଆପଡ଼ା, ନବରଙ୍ଗପୁର, ବରଗଡ଼, ବଲାଙ୍ଗୀର, କଳାହାଣ୍ଡି ଜିଲାର କେତେକ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ। ଏଥିସହିତ କନ୍ଧମାଳ, ବୌଦ୍ଧ, ସୋନପୁର, ସମ୍ବଲପୁର, ଝାରସୁଗୁଡ଼ା ଏବଂ ସୁନ୍ଦରଗଡ଼ ଜିଲାର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏ ନେଇ ପାଣିପାଗ ବିଭାଗ ପକ୍ଷରୁ ଅରେଞ୍ଜ ଓ୍ବାର୍ନିଂ ଜାରି କରାଯାଇଛି। ରାଜ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ସକ୍ରିୟ ରହିଥିବାରୁ ବିଭିନ୍ନ ସ୍ଥାନରେ ବର୍ଷା ଲାଗିରହୁଛି। ଆଞ୍ଚଳିକ ପାଣିପାଗ କାର୍ଯ୍ୟାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଗତ ୪୮ ଘଣ୍ଟା ମଧ୍ୟରେ ସୁନ୍ଦରଗଡ଼ରେ ୧୦୮ ମିଲିମିଟର ବର୍ଷା ରେକର୍ଡ କରାଯାଇଥିବା ବେଳେ ଚାନ୍ଦବାଲି ୧୬.୮, ଝାରସୁଗୁଡା ୬୩.୮, ସମ୍ବଲପୁର ୩୮, ହୀରାକୁଦ ୨୧.୪, ଭବାନୀପାଟଣା ୩୯.୬, ବଲାଙ୍ଗୀର ୮.୪, କୋରାପୁଟ ୨୭.୮, ଫୁଲବାଣୀ ୧୩, ଟିଟିଲାଗଡ ୯୭, ଦାରିଙ୍ଗବାଡି ୨୧, ଛତ୍ରପୁର ୨୫, ପାରଳାଖେମୁଣ୍ଡି ୧୩.୨ ଏବଂ ରାୟଗଡ଼ା ଜିଲାରେ ୩୩ ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ତେବେ ଜୁନ୍‌ ପହିଲାରୁ ୨୧ ତାରିଖ ମଧ୍ୟରେ ରାଜ୍ୟରେ ସ୍ବାଭାବିକ ଠାରୁ ୩୬ ପ୍ରତିଶତ ଅଧିକ ବର୍ଷ ରେକର୍ଡ କରାଯାଇଛି। ଏହି ସମୟ ମଧ୍ୟରେ ସ୍ବାଭାବିକ ଭାବେ ୧୨୬.୫ ମିଲିମିଟର ବର୍ଷା ହେବାକୁ ଥିବା ବେଳେ ହୋଇଛି ୧୭୨.୩ ମିଲିମିଟର ।


Enter your email to get our daily news in your inbox.

All Right Reserved By Dharitri.Com

ପରିବାର ଚିନ୍ତାରେ ଅସହାୟ ପଦ୍ମିନୀ

ଛେଣ୍ଡିପଦା,୧୬ା୭(ସ୍ବ.ପ୍ର.) ଅନୁଗୋଳ ଜିଲା ଛେଣ୍ଡିପଦା ଥାନା ସପୋଇନାଳି ଗ୍ରାମର ଅଚ୍ୟୁତାନନ୍ଦ ବାଘ ଗତ ଗୁରୁବାର ବେକରେ ରଶି ଲାଗାଇ ଆତ୍ମହତ୍ୟା କରିବା ପରେ ତାଙ୍କ ପରିବାର...

ଟିକା ପ୍ରାଇସ୍‌ ବିଡିଂ ୯ରେ

ଭୁବନେଶ୍ୱର,୫।୬(ବ୍ୟୁରୋ): ଟିକା ପାଇଁ ଓଡ଼ିଶା ରାଜ୍ୟ ଔଷଧ ନିଗମ (ଓଏସ୍‌ଏମ୍‌ସିଏଲ) ପକ୍ଷରୁ ଡକାଯାଇଥିବା ଗ୍ଲୋବାଲ ଇ-ଟେଣ୍ଡରରେ ୨ ଜଣ ବିଡର ଅଂଶଗ୍ରହଣ କରିଛନ୍ତି। ସେମାନଙ୍କର ବିଡ୍‌କୁ...

ଚୋରକୁ ଧରି ଲୋକେ ପୋଲିସ ଜିମା ଦେଲେ

ସୋନପୁର/ଅମରପାଲି,୧୭।୧୧(ନି.ପ୍ର./ଡି.ଏନ୍‌.ଏ) ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ଥାନା ହିକୁଡି ଫାଣ୍ଡି ସମ୍ମୁଖରୁ ରବିବାର ବିଳମ୍ବିତ ରାତିରେ ସିରିଜ୍‌ ଚୋରି ହୋଇଛି। ଚୋର ଏକକାଳୀନ ୫ଟି ଦୋକାନର ତାଲା...

ପରଲୋକରେ ଅଭିନେତ୍ରୀ ତିଳୋତ୍ତମା ଖୁଣ୍ଟିଆ

ଭୁବନେଶ୍ୱର: ଓଡ଼ିଆ ଧାରାବାହିକ ଓ ଚଳଚ୍ଚିତ୍ରର ଜଣାଶୁଣା ଅଭିନେତ୍ରୀ ତିଳୋତ୍ତମା ଖୁଣ୍ଟିଆଙ୍କର ବୁଧବାର ସନ୍ଧ୍ୟାରେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ୫୭ବର୍ଷ ବୟସରେ ପରଲୋକ ଘଟିଛି।...

ଓଡ଼ିଶାରେ ଭାଜପା ନୂଆ ପ୍ରଭାରୀ

ଭୁବନେଶ୍ବର,୬ା୯(ବ୍ୟୁରୋ):ଭାଜପା ରାଜ୍ୟ ପ୍ରଭାରୀ ସୁନୀଲ ବଂଶଲ ଦାୟିତ୍ୱ ପାଇବା ପରେ ପ୍ରଥମ ଥର ଲାଗି ୨ ଦିନିଆ ଓଡ଼ିଶା ଗସ୍ତରେ ଆସି ସୋମବାର ଭୁବନେଶ୍ୱରରେ ପହଞ୍ଚିଛନ୍ତି।...

ବିଶ୍ୱ ଯୁବ ସମ୍ମିଳନୀରେ ଓଡ଼ିଆ ଝିଅ

ଭୁବନେଶ୍ୱର,୨୮-୮(ବ୍ୟୁରୋ):ଭାରତରେ ପ୍ରଥମଥର ପାଇଁ ଆୟୋଜିତ ହୋଇଥିବା ବିଶ୍ୱ ଯୁବ ସମ୍ମିଳନୀ (ଓ୍ବାର୍ଲଡ ୟୁଥ୍‌ କନ୍‌ଫରେନ୍ସ ଅନ୍‌ କାଇଣ୍ଡ୍‌ନେସ୍‌)ରେ ଏକମାତ୍ର ଓଡ଼ିଆଭାବେ ଯୋଗ ଦେଇଛନ୍ତି ମଡେଲ ତଥା...

ଜଗବନ୍ଧୁଙ୍କ ପାଇଁ ବଢିଲା ଅଡୁଆ: ଆଗୁଆ ଜାମିନ୍‌ ଆବେଦନର ହେବନି ଶୁଣାଣି

କଟକ ଅଫିସ,୨୭।୧୦: ବ୍ଲାକ୍‌ମେଲର ଅର୍ଚ୍ଚନା ନାଗଙ୍କ ସ୍ବାମୀ ଜଗବନ୍ଧୁ ଚାନ୍ଦଙ୍କ ପାଇଁ ବଢିଲା ଅଡୁଆ। ଗିରଫ ପୂର୍ବରୁ ଆଗୁଆ ଜାମିନ୍‌ ଆବେଦନ କରିଥିବା ଜଗବନ୍ଧୁଙ୍କ ଶୁଣାଣି...

ଏନ୍‌ଏସି ହେଲେ ଜଳନ୍ତା ବିକାଶ ବତି

ବଇଣ୍ଡା,୬ା୧୦(ଡି.ଏନ.ଏ.) ଅନୁଗୋଳ ଜିଲା କିଶୋରନଗର ବ୍ଲକର ପ୍ରମୁଖ ବ୍ୟବସାୟିକ ପେଣ୍ଠସ୍ଥଳୀ ବଇଣ୍ଡାକୁ ଏନ୍‌ଏସି (ବିଜ୍ଞପିତ ଅଞ୍ଚଳ ପରିଷଦ) ଘୋଷଣା କରାଯାଉ ନାହିଁ। ଏ ନେଇ ଦୀର୍ଘ...

Advertisement
Archives

Model This Week