୧୧୫୭ ପ୍ରବାସୀଙ୍କ ମଧ୍ୟରୁ ୫୮ କରୋନା ନେଗେଟିଭ୍‌

କେନ୍ଦ୍ରାପଡ଼ା ଅଫିସ, ୬ା୫: ଗତ ୪ ତାରିଖରୁ ଅଦ୍ୟାବଧି ୧୧୫୭ ପ୍ରବାସୀ ଜିଲାକୁ ଫେରିଛନ୍ତି। ସେମାନଙ୍କଠାରୁ ସଂଗୃହୀତ ସ୍ବାବ୍‌ ଟେଷ୍ଟିଂ ପରେ ୫୮ ଜଣ କରୋନା ନେଗେଟିଭ୍‌ ବୋଲି ଜିଲା ପ୍ରଶାସନ ବୁଧବାର ଗଣମାଧ୍ୟମକୁ ସୂଚନା ଦେଇଛି। ଜିଲାର ୪ଟି ସ୍ଥାନରେ କରୋନା ଭୂତାଣୁ ନମୁନା ସଂଗ୍ରହ କେନ୍ଦ୍ର ଖୋଲାଯାଇ ସ୍ବାବ୍‌ ସଂଗ୍ରହ ଚାଲିଥିବା ଜିଲାପାଳ ସମର୍ଥ ବର୍ମା ପ୍ରକାଶ କରିଛନ୍ତି ା କେନ୍ଦ୍ରାପଡା ଜିଲାର ଲକ୍ଷାଧିକ ଲୋକ ଫେରିବା ପାଇଁ ନାମ ପଞ୍ଜୀକରଣ କରିଛନ୍ତି। ଏଥିମଧ୍ୟରୁ ୫ ତାରିଖ ସୁଦ୍ଧା ୫୭୧ ଜଣ ଆସିଥିବା ବେଳେ ୬ ତାରିଖ ମଧ୍ୟାହ୍ନ ସୁଦ୍ଧା ୬୨୬ ଜଣ ଆସିଛନ୍ତି। ପଟ୍ଟାମୁଣ୍ଡାଇ ବ୍ଲକକୁ ୨୦୨ଜଣ ଫେରିଥିବାବେଳେ ଗରଦପୁରକୁ ୩୧, ମହାକାଳପଡାକୁ ୨୯୮, ଡେରାବିଶକୁ ୬୯, କେନ୍ଦ୍ରାପଡାକୁ ୧୦୨, ମାର୍ଶାଘାଇକୁ ୧୩୦, ଆଳିକୁ ୩୮, ରାଜନଗରକୁ ୨୧୬ ଓ ରାଜକନିକାକୁ ୯୧ ଜଣ ଆସିଛନ୍ତି। ପଶ୍ଚିମବଙ୍ଗ, ଆନ୍ଧ୍ର, କେରଳ ଓ ସୁରଟରୁ ଆସିଥିବା ଏହି ବ୍ୟକ୍ତିଙ୍କୁ ବ୍ଲକ ଅଞ୍ଚଳର ବିଭିନ୍ନ ସଙ୍ଗରୋଧ ଗୃହରେ ରଖାଯାଇଛି ା ଜିଲାର ୨୪୯ ପଞ୍ଚାୟତରେ କରୋନା ଭୂତାଣୁ ସଂକ୍ରମଣ ରୋକିବା ପାଇଁ ୧୧୧୧ଟି ସଙ୍ଗରୋଧ କେନ୍ଦ୍ର ଖୋଲାଯାଇଥିବା ଏଡିଏମ୍‌ ବସନ୍ତ କୁମାର ରାଉତ ପ୍ରକାଶ କରିଛନ୍ତି। ସେ କହିଛନ୍ତି, ଜିଲାରେ ଥିବା ୧୧୧୧ ସଙ୍ଗରୋଧ ଗୃହରେ ୪୧୬୯୩ଟି ଶଯ୍ୟା ପ୍ରସ୍ତୁତ ହୋଇଛି। ପ୍ରତ୍ୟେକ ପ୍ରବାସୀଙ୍କଠାରୁ ସ୍ବାବ୍‌ ଟେଷ୍ଟିଂ ପାଇଁ ନମୁନା ସଂଗ୍ରହ ସହ ୧୪ ଦିନିଆ ସଙ୍ଗରୋଧ ନିୟମ ପାଳନକୁ ଗୁରୁତ୍ୱ ଦିଆଯାଇଛି। ସେହିପରି ଏଡିଏମ୍‌ଓ ଡା. ମିର୍ଜା ବାବର ବେଗ୍‌ କହିଛନ୍ତି, ଜିଲାରେ ୧୫୦୪ଟି କରୋନା ଭୂତାଣୁ ପରୀକ୍ଷା ପାଇଁ ନମୁନା ସଂଗ୍ରହ ହୋଇଛି। ଇତିମଧ୍ୟରେ ୧୪୪୭ଟି ନମୁନା ପରୀକ୍ଷା କରାଯାଇ ୨ଟି ପଜିଟିଭ ଥିବାବେଳେ ଅନ୍ୟସବୁ ନେଗେଟିଭ୍‌ ଥିବା ଗତ ଏପ୍ରିଲ ୭ ଓ ୧୨ ତାରିଖରେ ଜଣାପଡିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

କୋଭିଡ-୧୯ : ଜୁନ୍‌ ୩୦ ପର୍ଯ୍ୟନ୍ତ ଆଇଟିଟିଏଫ୍‌ ସବୁ ଇଭେଣ୍ଟକୁ ସସ୍‌ପେଣ୍ଡ କଲା

ନୂଆଦିଲ୍ଲୀ,୩୦।୫(ପି.ଟି.): ଅନ୍ତର୍ଜାତୀୟ ଟେବୁଲ ଟେନିସ ଫେଡେରେଶନ (ଆଇଟିଟିଏଫ୍‌) ଜୁନ୍‌ ୩୦ ତାରିଖ ପର୍ଯ୍ୟନ୍ତ ତା’ର ସବୁ ଇଭେଣ୍ଟକୁ ବାତିଲ କରିଛି। କୋଭିଡ-୧୯ ସାରା ବିଶ୍ୱରେ ମହାମାରୀର...

ଖେଳଣା ବନ୍ଧୁକ ଦେଖାଇ ପ୍ରଧାନଶିକ୍ଷୟିତ୍ରୀଙ୍କସୁନାଚେନ ଲୁଟ୍‌

ତିର୍ତ୍ତୋଲ,୧୭ା୯(ଡି.ଏନ.ଏ.): ତିର୍ତ୍ତୋଲ ଥାନା ତରଜଙ୍ଗା ପଞ୍ଚାୟତ ବଫାପୁର ପ୍ରାଥମିକ ବିଦ୍ୟାଳୟରେ ସୋମବାର ପ୍ରଧାନଶିକ୍ଷୟିତ୍ରୀଙ୍କ ସୁନାଚେନ୍‌ ଲୁଟ୍‌ ହୋଇଛି। ପ୍ରଧାନଶିକ୍ଷୟିତ୍ରୀ ସୁଜାତା ମଲ୍ଲିକ ଶ୍ରେଣୀଗୃହରେ ପଢାଉଥିବାବେଳେ ଦୁର୍ବୃତ୍ତ...

୭ କୋଟି ୯୦ ଲକ୍ଷ ଟଙ୍କାର ଜାଲ ନୋଟ ଜବତ: ୩ ଅଟକ

ଭୁବନେଶ୍ୱର,୨।୩(ବ୍ୟୁରୋ): କୋଟି କୋଟି ଟଙ୍କାର ଜାଲ ନୋଟ୍‌ ଜବତ। କାରରେ ଛତିଶଗଡ ଯାଉଥିବା ୭ କୋଟି ୯୦ ଲକ୍ଷ ଟଙ୍କାର ଜାଲ ନୋଟ ସୁଙ୍କି ଆଉଟପୋଷ୍ଟ...

ରଥଯାତ୍ରା ପୂର୍ବରୁ ବ୍ରହ୍ମପୁର-ପୁରୀ ଟ୍ରେନ ଚଳାଚଳ ଦାବି

ବ୍ରହ୍ମପୁର ଅଫିସ୍‌,୧୯।୬: ବିଭିନ୍ନ ଦାବି ନେଇ ସଂସ୍କାରବାଦୀ ଅନୁଷ୍ଠାନ ପକ୍ଷରୁ ରବିବାର ବ୍ରହ୍ମପୁର ରେଳ ଷ୍ଟେଶନରେ ଧାରଣା ଦିଆଯାଇଛି। ଏଥିସହ ସଂଘ ପକ୍ଷରୁ ପୂର୍ବତଟ ରେଳପଥ...

ତିନି ଦିନରେ ରିପୋର୍ଟ ଦେବେ ଆର୍‌ଆଣ୍ଡ୍‌ବି ଅଧୀକ୍ଷଣ ଯନ୍ତ୍ରୀ

କଟକ ଅଫିସ,୧୧ା୩: ଛତ୍ରବଜାରରୁ ମାଲଗୋଦାମକୁ ସଂଯୋଗ କରିବା ପାଇଁ ନିର୍ମାଣାଧୀନ ବ୍ରିଜ ପାର୍ଶ୍ୱ ରାସ୍ତା ଭୁଶୁଡ଼ିବା ଘଟଣାର ୩ଦିନ ମଧ୍ୟରେ ତଦନ୍ତ ରିପୋର୍ଟ ଦେବାକୁ ଆର୍‌ଆଣ୍ଡବି...

କେନ୍ଦୁଝରରେ ୬୫୪ ଶିକ୍ଷକ ପଦବୀ ଖାଲି

କେନ୍ଦୁଝର,୨୦।୧୨(ସ୍ବ.ପ୍ର.)  କେନ୍ଦୁଝର ଜିଲାରେ ଶିକ୍ଷକ ଅଭାବ ଯୋଗୁ ୨୦୮ଟି ସରକାରୀ ବିଦ୍ୟାଳୟରେ ଶିକ୍ଷୟିତ୍ରୀଶିକ୍ଷକ ପଦବୀ ଖାଲି ରହିଛି। ଫଳରେ ଶିକ୍ଷାଦାନ ବାଧାପ୍ରାପ୍ତ ହେଉଛି। ସରକାରୀ ବିଦ୍ୟାଳୟଗୁଡ଼ିକରେ ସଂସ୍କୃତ...

ୟୁଜିସି-ଏନ୍‌ଇଟି ପରୀକ୍ଷା ଘୁଞ୍ଚିଲା

ଭୁବନେଶ୍ୱର, ୨।୧୦(ବ୍ୟୁରୋ):  ନ୍ୟାଶନାଲ ଟେଷ୍ଟିଂ ଏଜେନ୍ସି(ଏନ୍‌ଟିଏ) ଦ୍ୱାରା ପରିଚାଳିତ ୟୁଜିସି-ଏନ୍‌ଇଟି ଡିସେମ୍ବର-୨୦୨୦ ଓ ଜୁନ୍‌-୨୦୨୧ ସେସନ ପରୀକ୍ଷାକୁ ଘୁଞ୍ଚାଇ ଦିଆଯାଇଛି। ପୂର୍ବରୁ ଏହି ପରୀକ୍ଷା ଯଥାକ୍ରମେ...

ପୋଲିସ ଉପରକୁ ଗୁଳି ଚାଳନା ମାମଲା: ଅଭିଯୁକ୍ତଙ୍କୁ ୫ ବର୍ଷ ଜେଲ୍‌, ଜରିମାନା

କଟକ ଅଫିସ,୧୯।୧୨: ୨୦୧୦ ଜୁନ୍‌ ୨୪ ତାରିଖରେ କଟକ ଓଡ଼ିଆ ବଜାର ନିକଟରେ ଏକ ଗଣ୍ଡଗୋଳ ଘଟିଥିଲା। ଖବରପାଇ ଏଏସ୍‌ଆଇ ପ୍ରିୟବ୍ରତ୍ତ ଦାସଙ୍କ ସମେତ ଅନ୍ୟ ପୋଲିସ...

Advertisement
Archives

Model This Week