Posted inଫୁରସତ

୧୦ ହଜାର କୋଠରି ବିଶିଷ୍ଟ ଏହି ହୋଟେଲରେ ଏବେ ପର୍ଯ୍ୟନ୍ତ କେହି ରହି ନାହାନ୍ତି

ଜର୍ମାନୀର ବାଲ୍ଟିକ ସାଗରର ରୁଗେନ ଆଇଲ୍ୟାଣ୍ଡରେ ଏମିତି ଏକ ହୋଟେଲ ରହିଛି ଯେଉଁଠି ପ୍ରାୟ ୮୦ ବର୍ଷ ହେବ କେହି ଅତିଥି ରହି ନାହାନ୍ତି ବୋଲି କୁହାଯାଏ। ଏହି ହୋଟେଲରେ ପ୍ରାୟ ୧୦ ହଜାର କୋଠରି ରହିଛି। ଏହାର ନିର୍ମାଣ ୧୯୩୬-୧୯୩୯ ମଧ୍ୟରେ କରାଯାଇଥିବା କୁହାଯାଏ। ସେ ସମୟରେ ଜର୍ମାନୀରେ ହିଟ୍‌ଲର ଓ ନାଜି ସେନାଙ୍କର ଶାସନ ଥିଲା। ନାଜିମାନେ ଏହି ହୋଟେଲକୁ ଷ୍ଟ୍ରେନ୍ଥ ଥ୍ରୁ ଜୟ କାର୍ଯ୍ୟକ୍ରମ ଆଧାରରେ ନିର୍ମାଣ କରିଥିଲେ ବୋଲି କୁହାଯାଏ। ଏହି ହୋଟେଲର ନିର୍ମାଣ କାର୍ଯ୍ୟରେ ପାଖାପାଖି ୯ ହଜାର ଶ୍ରମିକ ଲାଗିଥିବା କୁହାଯାଏ। ଏହି ହୋଟେଲର ନାଁ ହୋଟେଲ ଦା ପ୍ରୋରା ରଖାଯାଇଛି। ଏହା ଏକ ସ୍ମାରକସ୍ଥଳ ଭଳି ଦେଖାଯାଉଥିବାରୁ ଏହାର ଏପରି ନାମକରଣ କରାଯାଇଥିବା କୁହାଯାଏ। ଏହା ସମୁଦ୍ର ନିକଟରୁ ପାଖାପାଖି ୧୫୦ ମିଟର ଦୂରରେ ନିର୍ମାଣ କରାଯାଇଛି। ଏହାକୁ ୮ ଭାଗରେ ବିଭକ୍ତ କରାଯାଇଛି। ପାଖାପାଖି ୪.୫ କିଲୋମିଟର ଅଞ୍ଚଳରେ ଏହାର ନିର୍ମାଣ କରାଯାଇଛି। ଏଥିରେ ସିନେମା ହଲ୍‌ଠାରୁ ଆରମ୍ଭ କରି ଶୁଇମିଂ ପୁଲ ଓ ଫେଷ୍ଟିଭାଲ ହଲ୍‌ ଭଳି ବିଭିନ୍ନ ପ୍ରକାରର ସୁବିଧା ରହିଛି। ଏବେ ପ୍ରଶ୍ନ ଉଠୁଛି ଯଦି ଏଠାରେ ଏତେ ସବୁ ସୁବିଧା ରହିଛି ତେବେ ଏଠାରେ କେହି ଅତିଥି କାହିଁକି ରହିଲେ ନାହିଁ। କୁହାଯାଏ ଏହି ହୋଟେଲ ନିର୍ମାଣ ଚାଲିଥିବା ସମୟରେ ଅର୍ଥାତ୍‌ ୧୯୩୯ରେ ଦ୍ୱିତୀୟ ବିଶ୍ୱଯୁଦ୍ଧ ଆରମ୍ଭ ହୋଇଥିଲା। ସେତେବେଳେ ଏହି ହୋଟେଲ କାମ ସରି ନ ଥିଲା। ଅନ୍ୟପଟେ ଏହି ହୋଟେଲ ନିର୍ମାଣରେ ନିୟୋଜିତ ଥିବା ଶ୍ରମିକମାନେ ଯୁଦ୍ଧ କାରଖାନାରେ କାମ କରିବାକୁ ଚାଲି ଯାଇଥିଲେ। ୧୯୪୫ରେ ଯୁଦ୍ଧ ତ ସରିଲା। ହେଲେ ସେତେବେଳକୁ ଏହି ହୋଟେଲ ଉପରୁ ସମସ୍ତଙ୍କର ଧ୍ୟାନ ହଟି ଯାଇଥିଲା। ଏବେ ଏହା ନଷ୍ଟ ହେବାରେ ଲାଗିଛି। କୁହାଯାଏ ଯଦି ଏହି ହୋଟେଲ ସମ୍ପୂର୍ଣ୍ଣ ଭାବେ ନିର୍ମାଣ କରାଯାଇ ଥାଆନ୍ତା ତେବେ ଏହା ବିଶ୍ୱର ସବୁଠାରୁ ବଡ ଓ ବିଳାସପୂର୍ଣ୍ଣ ହୋଟେଲ ହୋଇଥାଆନ୍ତା।


Enter your email to get our daily news in your inbox.

All Right Reserved By Dharitri.Com

କରୋନାକୁ ଭୟ ନ କରି ପାଖାପାଖି ୩ ମାସ ମଧ୍ୟରେ ୪୭୦ ମୃତଦେହର ସଂସ୍କାର କରି ସାରିଲେଣି ଏମାନେ

ନୂଆଦିଲ୍ଲୀ,୧୬।୭: କରୋନା ମହାମାରୀ ଏବେ ସାରା ବିଶ୍ୱରେ ଦ୍ରୁତ ଗତିରେ ବଢି ଚାଲିଥିବା ବେଳେ ଏବେ ସବୁଠାରୁ ଚିନ୍ତାର କାରଣ ପାଲଟିଛି କରୋନା ସଂକ୍ରମଣରେ ଯେଉଁମାନଙ୍କର...

ଜୀବନ ସାରା ଲିଭ୍‌ ଇନ୍‌ରେ ରହି ବି ହୋଇ ପାରୁନି ବିବାହ…

ରାଞ୍ଚି: ଝାଡଖଣ୍ଡରେ ପାଖରେ ଟଙ୍କା ନ ଥିବାରୁ ଅନେକ ଜନଜାତି ସମ୍ପ୍ରଦାୟର ଲୋକେ ଏକାଠି ଲିଭ୍‌ ଇନ୍‌ରେ ରହୁଥିଲେ ମଧ୍ୟ ବିବାହ କରି ପାରୁ ନାହାଁନ୍ତି।...

ଭାରତୀୟ ଶିକ୍ଷକଙ୍କ ପ୍ରେମରେ ପଡ଼ିଲେ ଚାଇନା ଛାତ୍ରୀ, ନିଜ ଆଡୁ କଲେ ପ୍ରପୋଜ୍‌…

ନୂଆଦିଲ୍ଲୀ: କଥାରେ ଅଛି ସୀମା ସରହଦ ମାନେନା ପ୍ରେମ। କେତେବେଳେ କିଏ କାହା ପ୍ରେମରେ ପଡ଼ିବ କୁହାଯାଇ ନ ପାରେ। ଏଇ ଯେମିତି ଚାଇନାର ହୋ...

ସେଲିବ୍ରିଟିଙ୍କ ଫ୍ୟାନ୍‌: କିଏ କିଣିଲେ ଜହ୍ନରେ ଜମି ତ କିଏ ଆଣିଥିଲେ ବିବାହ ପ୍ରସ୍ତାବ

ଫ୍ୟାନ୍‌ ସିଏ, ଯେ ନିଜ ପ୍ରିୟ ତାରକାଙ୍କ ଖୁସିରେ ଖୁସି ହୁଅନ୍ତି, ତାଙ୍କ ଦୁଃଖରେ ଦୁଃଖୀ ହୁଅନ୍ତି । ତାଙ୍କୁ ଭଲ ପାଆନ୍ତି ଜୀବନଠୁ ବେଶି...

ଏମିତି ରେଳଷ୍ଟେଶନ, ଯାହାର ନାଁ ଶୁଣିଲେ ହସିହସି ଗଡ଼ିବେ

ଭାରତୀୟ ରେଳବାଇ ଦ୍ୱାରା ଏକ ଷ୍ଟେଶନରୁ ଅନ୍ୟ ଷ୍ଟେଶନକୁ ପ୍ରତିଦିନ ଅନେକ ଯାତ୍ରୀ ଯିବାଆସିବା କରିଥାନ୍ତି। ଭାରତରେ ଲକ୍ଷଲକ୍ଷ ରେଳ ଷ୍ଟେଶନ ରହିଛି, ଯାହାର ନାମ...

ଜନ୍ମଦିନରେ ‘ସିମ୍ବା’ ଗୀତର ତାଳେତାଳେ ନାଚିଲେ ୯୩ ବର୍ଷୀୟା ଏହି ବୃଦ୍ଧା: ହୃଦୟ ଜିଣୁଛି ଭିଡିଓ, ଦେଖନ୍ତୁ..

ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବା ପରେ କୋଲକାତାର ଜଣେ ୯୩ ବର୍ଷୀୟ ବୃଦ୍ଧା ଏବେ ଚର୍ଚ୍ଚାରେ। ସେ ନିଜର ଜନ୍ମଦିନ ଅବସରରେ ଚଳଚ୍ଚିତ୍ର...

ମସ୍ତିଷ୍କ କାର୍ଯ୍ୟଧାରାରେ ବାଧକ ଆଲଜିମର୍ସ

ଆଲଜିମର୍ସ ଏକ ସ୍ନାୟୁଗତ ରୋଗ। ଏଥିଯୋଗୁ ମସ୍ତିଷ୍କର କୋଷ (ସେଲ୍‌) ପ୍ରଭାବିତ ହୋଇଥାଏ, ଫଳରେ ମସ୍ତିଷ୍କର କାର୍ଯ୍ୟଧାରା ବାଧାପ୍ରାପ୍ତ ହୋଇଥାଏ। ତେଣୁ ଏପରି ରୋଗର କାରଣ...

କାଞ୍ଚତ୍ ବିଜୟର ସନ୍ତକ ‘ଗଣେଶ ଖୋଲା’

ଜାତୀୟ ପର୍ଯ୍ୟଟନ ମାନଚିତ୍ରରେ ସ୍ବତନ୍ତ୍ର ପରିଚୟ ହାସଲ କରିଛି ଢେଙ୍କାନାଳ। ଐତିହ୍ୟ, ସଂସ୍କୃତି, ପରମ୍ପରା, ଜୈବ ବିବିଧତାରେ ସମୃଦ୍ଧ ଏହି ଜିଲା ସବୁବେଳେ ପର୍ଯ୍ୟଟକଙ୍କ ପାଇଁ...

Advertisement
Archives

Model This Week