୧୦ ସୁଦ୍ଧା କମିବ ପିଆଜ ଦର

ଭୁବନେଶ୍ୱର, ୨୬ା୧୧(ବ୍ୟୁରୋ): ଆସନ୍ତା ଡିସେମ୍ବର ୧୦ରୁ ପିଆଜ ଦର କମିବା ସମ୍ଭାବନା ରହିଛି। କାରଣ ଇଜିପ୍ଟରୁ ସରକାର ପ୍ରାୟ ୧ ଲକ୍ଷ ୨୦ ହଜାର ଟନ୍‌ ପିଆଜ ଆମଦାନୀ କରିଛନ୍ତି। ଏହା ରବିବାର ଦେଶରେ ପହଞ୍ଚତ୍ ସାରିଛି। ଖୁବ୍‌ଶୀଘ୍ର ସାରା ଦେଶର ବଜାରରେ ଏହା ମିଳିବ। ସେହିପରି ନାସିକରୁ ଓଡ଼ିଶାକୁ ଆସନ୍ତା ୧୦ତାରିଖରୁ ନୂଆ ଅମଳ ପିଆଜ ଆସିବା ସମ୍ଭାବନା ରହିଛି। ଦୁଇ ସ୍ଥାନର ପିଆଜ ଉପଲବ୍ଧ ହେଲେ କିଲୋଗ୍ରାମ ପିଛା ଶହେ ଟଙ୍କା ଛୁଇଁଥିବା ଦର ପ୍ରାୟ ୪୦ଟଙ୍କା ହୋଇପାରେ ବୋଲି ଓଡ଼ିଶା ବ୍ୟବସାୟୀ ମହାସଂଘ ସାଧାରଣ ସମ୍ପାଦକ ସୁଧାକର ପଣ୍ଡା କହିଛନ୍ତି।
ରାଜ୍ୟରେ ପିଆଜର ସ୍ଥିତି କିପରି ଅଛି, କେବେ ସୁଦ୍ଧା ଦର ନିୟନ୍ତ୍ରଣକୁ ଆସିବ ତାହା ଜାଣିବା ପାଇଁ ସୋମବାର ରାଜ୍ୟ ସରକାରଙ୍କ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ବ୍ୟବସାୟୀ ସଂଘ ସହିତ ଆଲୋଚନା କରିଥିଲା। ଆଲୋଚନା ପରେ ସୁଧାକର ପଣ୍ଡା କହିଥିଲେ ଯେ, ବର୍ତ୍ତମାନ ରାଜ୍ୟରେ ଯଥେଷ୍ଟ ପରିମାଣର ପିଆଜ ଗଚ୍ଛିତ ଅଛି। କାରଣ ଉଚ୍ଚା ଦର ଯୋଗୁ ପିଆଜ ବିକ୍ରି କମ୍‌ ହେଉଛି। ଅନ୍ୟପକ୍ଷରେ ନାସିକ୍‌ରୁ ଆସନ୍ତା ଦୁଇ ତିନି ଦିନ ଭିତରେ ନୂଆ ଅମଳ ପିଆଜ ଅନ୍ୟତ୍ର ପଠାଯିବ। ତାହା ଓଡ଼ିଶା ଆସିବା ପାଇଁ ପ୍ରାୟ ୮/୧୦ ଦିନ ଲାଗିବ। ତେଣୁ ଆମେ ଆଶା ରଖିଛୁ ଆସନ୍ତା ୧୦ତାରିଖ ସୁଦ୍ଧା ପିଆଜ କିଲୋଗ୍ରାମ ପିଛା ୪୦ଟଙ୍କାରେ ପହଞ୍ଚତ୍ ଯାଇପାରେ। ସେହିପରି ଇଜିପ୍ଟରୁ ପିଆଜ ଆସିବା ଓ ଅଧିକ ଆସିବା ସମ୍ଭାବନା ଥିବା କାରଣରୁ ରବିବାର ଅପେକ୍ଷା ସୋମବାର ପିଆଜର ହୋଲ୍‌ସେଲ୍‌ ପ୍ରାଇସ୍‌ ୫୦୦ ଟଙ୍କା କମ୍‌ ରହିଛି। ଆସନ୍ତା ୧୦-୧୫ ଦିନ ଭିତରେ ନିଶ୍ଚିତ ଭାବେ ଏକ ଯୁକ୍ତିଯୁକ୍ତ ମୂଲ୍ୟ ଉପରେ ପିଆଜ ମିଳିବା ଆଶା ରହିଥିବା ପଣ୍ଡା କହିଛନ୍ତି।
ସୂଚନାଯୋଗ୍ୟ, ଗତମାସର ଅନିୟମିତ ବର୍ଷା ଫଳରେ ଦେଶରେ ପିଆଜ ଉତ୍ପାଦନ ପ୍ରଭାବିତ ହୋଇଥିଲା। ତେଣୁ ବଜାରରେ ଏହାର ଅଭାବ ସୃଷ୍ଟି ହୋଇଥିଲା। ବେଙ୍ଗାଲୁରୁ, ମହାରାଷ୍ଟ୍ରର ନାସିକ, ଆନ୍ଧ୍ରପ୍ରଦେଶର କର୍ନୁଲରୁ ଓଡ଼ିଶାକୁ ମୁଖ୍ୟତଃ ପିଆଜ ଆସିଥାଏ। କିନ୍ତୁ ଅନିୟମିତ ବର୍ଷା ପିଆଜ ଉତ୍ପାଦନକୁ ଗୁରୁତର ଭାବେ କମାଇ ଦେଇଛି। ଅନ୍ୟପଟେ ଡିସେମ୍ବର ପ୍ରଥମ ସପ୍ତାହରେ ଦେଶରେ ନୂଆ ପିଆଜ ଅମଳ ହୋଇଯିବ। ଫଳରେ ଆଉ ପିଆଜର ଅଭାବ ରହିବ ନାହିଁ ବୋଲି ଆଶା କରାଯାଉଛି। ଗତ କିଛି ଦିନ ହେଲା ରାଜ୍ୟର ବିଭିନ୍ନ ସହରରେ ପିଆଜ ଦର କିଲୋଗ୍ରାମ ପିଛା ୯୦ରୁ ଅଧିକ ରହିଛି। ଫଳରେ ସାଧାରଣ ଖାଉଟି ହନ୍ତସନ୍ତ ହେଉଛନ୍ତି। ଓଡ଼ିଶାରେ ଦୈନିକ ପ୍ରାୟ ୬ଶହରୁ ୭ଶହ ଟନ୍‌ ଅର୍ଥାତ୍‌ ୬ଲକ୍ଷରୁ ୭ ଲକ୍ଷ କିଲୋଗ୍ରାମ ଯାଏ ପିଆଜ ବିକ୍ରି ହୋଇଥାଏ। କିନ୍ତୁ ଦର ଅଧିକ ରହିଥିବାରୁ ମାତ୍ର ୨ଲକ୍ଷରୁ ଅଢ଼େଇ ଲକ୍ଷ କିଲୋଗ୍ରାମ ଯାଏ ପିଆଜ ବିକ୍ରି ହେଉଛି ବୋଲି ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ନିଟ୍‌ ପ୍ରଶ୍ନପତ୍ର ଲିକ୍‌ ନେଇ ପ୍ରତିବାଦ, ବ୍ଲକ୍‌ କାର୍ଯ୍ୟାଳୟ ସମ୍ମୁଖରେ ଛାତ୍ରୀଛାତ୍ର ଏକାଠି ହୋଇ…

କେସିଙ୍ଗା,୨୩ା୭(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗାସ୍ଥିତ କେସିଙ୍ଗା ୟୁଥ ଆସୋସିଏଶନର ସଭାପତି ଶମ୍ଭୁ ବିଶିଙ୍କ ନେତୃତ୍ୱରେ ନିଟ୍‌ ପରୀକ୍ଷାରେ ପ୍ରଶ୍ନପତ୍ର ଲିକ୍‌ ଘଟଣାକୁ ନେଇ ୪ଦଫା ଦାବିପତ୍ର,…

Dharmendra Pradhan Love Story: ରାଜନୀତି ପଛରେ ଲୁଚିଥିବା ପ୍ରେମ କାହାଣୀ! ମଞ୍ଚରୁ ଆରମ୍ଭ ହୋଇଥିଲା….

ନୂଆଦିଲ୍ଲୀ,୨୩।୭: କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସମ୍ପ୍ରତି ଜାତୀୟ ରାଜନୀତିରେ ଚର୍ଚ୍ଚାର ବିଷୟ ସାଜିଛନ୍ତି । ତାଙ୍କ ରାଜନୈତିକ ଯାତ୍ରା ସହିତ, ତାଙ୍କ ବ୍ୟକ୍ତିଗତ ଜୀବନର…

ମୋତେ ଚୁମ୍ବନ ଦେଇ… କରଣଙ୍କ ନାଁରେ ଗମ୍ଭୀର ଅଭିଯୋଗ ଆଣିଲେ ଅଭିନେତ୍ରୀ

ଟିଭି ଅଭିନେତ୍ରୀ ସାନଭି ତଲୱାର ଅଭିନେତା କରଣ କୁନ୍ଦ୍ରାଙ୍କ ବିରୋଧରେ ଗମ୍ଭୀର ଅଭିଯୋଗ ଆଣିଛନ୍ତି। ‘ୟେ କହାନ ଆ ଗୟେ ହମ’ ଟିଭି ଶୋ’ର ଶୁଟିଂ ସମୟରେ…

ଆରମ୍ଭ ହେବ ଯୁକ୍ତ ୨ ପାଠପଢ଼ା: ନୂଆ ଛାତ୍ରୀଛାତ୍ରଙ୍କୁ ସରକାରଙ୍କ ନୀତି ନିୟମ ଉପରେ ସଚେତନ କରାଇ…

ଭଞ୍ଜନଗର,୨୩ା୭(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟରେ ଯୁକ୍ତ ୨ ପ୍ରଥମ ବର୍ଷ ଛାତ୍ରୀଛାତ୍ରଙ୍କ ନିମନ୍ତେ ପ୍ରବେଶ ଉତ୍ସବ ଗୁରୁବାର ଅନୁଷ୍ଠିତ…

ବିଲ ଭିତରକୁ ଓଲଟିଲା ବସ୍‌, ଭିତରେ ଥିଲେ ୫୦ ଯାତ୍ରୀ, ଆର୍ତ୍ତ ଚିତ୍କାର ଶୁଣି…

ନବରଙ୍ଗପୁର,୨୩ା୭(ସଦାଶିବ ପ୍ରହରାଜ): ୫୦ ଯାତ୍ରୀ ଥିବା ଏକ ବସ୍‌ ଗୁରୁବାର ଭାରସାମ୍ୟ ହରାଇ ରାସ୍ତାକଡ଼ରେ ଥିବା ବିଲ ମଧ୍ୟକୁ ଓଲଟି ପଡ଼ିଛି। ଫଳରେ ୧୫ରୁ ଅଧିକ ଯାତ୍ରୀ…

ଘୋଷଣା କରୁ କରୁ ସକ୍ରିୟ ହୋଇଉଠିଲେ କେନ୍ଦ୍ର ସରକାର: ଏହି ୪ ରାଜ୍ୟରେ ହେବ…

ନୂଆଦିଲ୍ଲୀ,୨୩।୭: ନିଟ୍‌ ପ୍ରଶ୍ନପତ୍ର ଜାଲିଆତି ବା ଲିକ୍‌ ମାମଲାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପକ୍ଷରୁ ଫାଷ୍ଟ ଟ୍ରାକ୍‌ କୋର୍ଟ ଗଠନ କରିବାର ଘୋଷଣା କରାଯିବା ପରେ କେନ୍ଦ୍ର…

ସରକାରୀ ଔଷଧ ଗୋଦାମ ପାର୍ଶ୍ଵରେ ପଡ଼ିଛି କୁଢ଼ କୁଢ଼ ଔଷଧ, ଏକ୍ସପାୟାରି…

ମୋହନା,୨୩।୭(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଗୋଦାମ ଗୃହ ପାର୍ଶ୍ୱରେ ଥିବା ସରକାରୀ ପରିତ୍ୟକ୍ତ ଘର ଓ ବାହାରେ କୁଢ଼ କୁଢ଼ ଔଷଧ…

୪୦ ଘଣ୍ଟା ପର୍ଯ୍ୟନ୍ତ ବନ୍ଦ ହୋଇଗଲା ହୃଦ୍‌ସ୍ପନ୍ଦନ, ପରେ ଘଟିଲା ଏମିତି, ଡାକ୍ତର ହେଲେ ଆଶ୍ଚର୍ଯ୍ୟ…

କିଛି ସେକେଣ୍ଡ କିମ୍ବା ମିନିଟ୍‌ ପାଇଁ ନୁହେଁ, ୪୦ ଘଣ୍ଟାରୁ ଅଧିକ ସମୟ ଧରି ଜଣେ ବ୍ୟକ୍ତିଙ୍କ ହୃଦ୍‌ସ୍ପନ୍ଦନ ବନ୍ଦ ହୋଇଗଲା। ତା’ ପରେ ଯାହା ଘଟିଲା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri