୧୦ ଲକ୍ଷ ଟଙ୍କାର ଫସଲ ନଷ୍ଟ କଲେ ହାତୀପଲ

ଶେରଗଡ଼,୧୦।୨(ଡି.ଏନ.ଏ.): ଗଞ୍ଜାମ ଜିଲା ଶେରଗଡ଼ ବ୍ଲକ ଭୁଷୁଣ୍ଡା ଗ୍ରାମ ନିକଟ ପାକିଡି ପାହାଡ଼ରେ ହାତୀପଲ ୫୦୦ ଭରଣ ଜମିରେ ଲାଗିଥିବା ପନିପରିବା ଫସଲ ନଷ୍ଟ କରିଦେଇଛନ୍ତି। ସୋମବାର ଭୋର ପ୍ରାୟ ୪ଟାରେ ୧୪ଟି ହାତୀ ଜଙ୍ଗଲ ଆଡକୁ ମୁହାଁଇ ଥିଲେ। ଫଳରେ ଆଖପାଖ ୨୦ଖଣ୍ଡ ଗ୍ରାମରେ ଏକ ପ୍ରକାର ଭୟର ବାତାବରଣ ସୃଷ୍ଟି ହୋଇଛି। କେତେବେଳେ ହାତୀପଲ ଗାଁରେ ପଶିଯିବେ ଏହି ଭୟରେ ଲୋକେ ଆତଙ୍କିତ ହୋଇପଡିଛନ୍ତି। ସମ୍ପୃକ୍ତ ଗ୍ରାମର ପ୍ରାୟ ୨୦ ଜଣଙ୍କ ଜମିରେ ଲାଗିଥିବା ଟମାଟୋ, ବାଇଗଣ, ଭେଣ୍ଡି, ବିନ, ଆଖୁ, ମୁଗ, କୋବି, କଖାରୁ ନଷ୍ଟ କରିଛନ୍ତି ହାତୀପଲ। ଆନୁମାନିକ ୧୦ଲକ୍ଷ ଟଙ୍କାର ପନିପରିବା ଫସଲ ନଷ୍ଟ କରିଛନ୍ତି ବୋଲି ଚାଷୀ କୃଷ୍ଣଚନ୍ଦ୍ର ନାୟକ, ସନ୍ୟାସୀ ସ୍ବାଇଁ, ଭଜରାମ ସ୍ବାଇଁ, ପ୍ରଫୁଲ୍ଲ ନାୟକ ଅଭିଯୋଗ କରିଛନ୍ତି। ବନବିଭାଗ ପକ୍ଷରୁ ଫରେଷ୍ଟର ଶୁଭଶ୍ରୀ ସତପଥୀ ନେତୃତ୍ୱରେ ଏକ ଟିମ ଅନୁଧ୍ୟାନ କରି ଫେରିଛନ୍ତି। କ୍ଷତିଗ୍ରସ୍ତ ଚାଷୀଙ୍କୁ ତୁରନ୍ତ ସହାୟତା ପ୍ରଦାନ ପାଇଁ ସାଧାରଣରେ ଦାବି ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଚୋର ସନ୍ଦେହରେ ବ୍ୟାଙ୍କ କର୍ମଚାରୀଙ୍କୁ ଅଟକ ରଖିଲେ ଗ୍ରାମବାସୀ

ଭଞ୍ଜନଗର,୧୨।୩: ଗଞ୍ଜାମ ଜିଲା ତାରସିଂ ଥାନା ଅଞ୍ଚଳରେ ଚୋରି ବଢ଼ିବାରେ ଲାଗିଛି। ଏଭଳି ସ୍ଥିତିରେ ଗୁରୁବାର ରାତିରେ ଗେରେଡ଼ା ନିକଟ ଏକ ସାହିରେ ଜଣେ ବ୍ୟାଙ୍କ...

ଠାକୁର, ଉନ୍ନୟନ କାର୍ଯ୍ୟ ନାଁରେ ଜଙ୍ଗଲ ଲୁଟ୍‌: ପଦା ହେବାରେ ଲାଗିଛି ନୟାଗଡ଼ ବନଖଣ୍ଡ

ନୟାଗଡ଼ ଅଫିସ, ୫ା୨(ଲୋକନାଥ ମିଶ୍ର): ଜଙ୍ଗଲ ଲୁଟିବାର ନୂଆ ତରିକା ଆପଣାଇଛନ୍ତି ଅସାଧୁ ବ୍ୟବସାୟୀ। ଠାକୁର ଓ ଉନ୍ନୟନ କାର୍ଯ୍ୟ ବାହାନାରେ ସେମାନେ ଜଙ୍ଗଲରୁ ଗଛ...

ଫ୍ଲୋରାଇଡଯୁକ୍ତ ପାଣିରେ ବଞ୍ଚୁଛି ଜୀବନ

ତରବୋଡ/ନୂଆପଡା ଅଫିସ, ୧୦।୨ (ଡି.ଏନ.ଏ.): ନୂଆପଡା ଜିଲା ଆଦିବାସୀ ଅଧ୍ୟୁଷିତ ଦର୍ଲିପଡା ଗ୍ରାମପଞ୍ଚାୟତରେ ଗ୍ରୀଷ୍ମ ପୂର୍ବରୁ ପାନୀୟ ଜଳ ସମସ୍ୟା ଉତ୍କଟ ହେବାରେ ଲାଗିଲାଣି। ଗ୍ରାମରେ...

ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କୁ ଦର୍ଶନ କଲେ ମୁଖ୍ୟମନ୍ତ୍ରୀ

ପୁରୀ ଅଫିସ,୮।୨: ପୁରୀ ଶ୍ରୀମନ୍ଦିରରେ ସୋମବାର ଶ୍ରୀଜିଉଙ୍କୁ ଦର୍ଶନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। କରୋନା ମହାମାରୀ ପରେ ମୁଖ୍ୟମନ୍ତ୍ରୀ ପ୍ରଥମ ଥର ପାଇଁ ଶ୍ରୀଜିଉଙ୍କୁ...

ପୁଣି ଅନୁଭବଙ୍କ ନାଁରେ ଏକ ମାମଲା ରୁଜୁ କଲେ ବର୍ଷା

କଟକ ଅଫିସ,୧୦ା୬: ଥମୁନି ବର୍ଷା-ଅନୁଭବଙ୍କ ବିବାଦ। ଅନୁଭବଙ୍କ ନାଁରେ ପୁଣି ଏକ ମାମଲା ରୁଜୁ କରିଛନ୍ତି ବର୍ଷା ପ୍ରିୟଦର୍ଶିନୀ। କଟକ ଏସ୍‌ଡିଜେଏମ୍‌ କୋର୍ଟରେ ସେ ଏହି...

ବଢ଼ିଲା ବାଘ-ମଣିଷ ସୁରକ୍ଷା ଚିନ୍ତା

କେନ୍ଦୁଝର,୧।୩(ସ୍ବ.ପ୍ର.): କେନ୍ଦୁଝର ଜିଲା ଘଟଗଁା ରେଞ୍ଜ ଅଟେଇ ସଂରକ୍ଷିତ ଜଙ୍ଗଲରେ ବାଘ ବୁଲୁଛି। ୩/୪ ବର୍ଷ ବୟସର ଏହା ଏକ ଅଣ୍ଡିିରା ମହାବଳ ବୋଲି ବନ...

ହାତୀ ଉଠାଇ ପାରି ନ ଥିଲା ଶିଳା

ଛେଣ୍ଡିପଦା, ୨୧ା୨(ଡି.ଏନ.ଏ.) – ଅନୁଗୋଳ ଜିଲା ଛେଣ୍ଡିପଦା ଥାନା ଟାଙ୍ଗିର ପଞ୍ଚାୟତ ପୁରୁଣାଗଡସ୍ଥିତ ଶ୍ରୀ ବରାଳ ବାଲୁଙ୍କେଶ୍ୱର ମନ୍ଦିରରେ ପାଳନ ହେବ ପ୍ରସିଦ୍ଧ ଜାଗର ଯାତ୍ରା।...

କାମରେ ଲାଗୁନି ଆବର୍ଜନା ସଂଗ୍ରହ ଭାକ୍ୟୁମ ମେଶିନ

ବ୍ରହ୍ମପୁର ଅଫିସ୍‌,୧୬।୫: ବ୍ରହ୍ମପୁର ମହାନଗର ନିଗମ ପକ୍ଷରୁ ସହରକୁ ସ୍ବଚ୍ଛ ରଖିବା ଲାଗି ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଇଛି। ୨୦୨୨ ସ୍ବଚ୍ଛ ସର୍ବେକ୍ଷେଣ କ୍ଷେତ୍ରରେ ସ୍ବତନ୍ତ୍ର ସ୍ଥାନ...

Advertisement
Archives

Model This Week