୧୦ ଲକ୍ଷ ଟଙ୍କାର ଗୁଟ୍‌ଖା ଜବତ

ବ୍ରହ୍ମପୁର ଅଫିସ,୯ା୮- ବଡବଜାର ପୋଲିସ ଗୁରୁବାର ପାଣିଗ୍ରାହୀ ପେଣ୍ଠରେ ଥିବା ଏକ ଗୁଟ୍‌ଖା କାରଖାନାରେ ଚଢାଉ କରି ବିପୁଳ ପରିମାଣର ଗୁଟ୍‌ଖା ଜବତ କରିଛି। ଜଣେ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି ା ସେ ହେଲେ କାରଖରାନାର କର୍ମଚାରୀ ପାଣିଗ୍ରାହୀପେଣ୍ଠର ହରିହର ଦାସ। ତାଙ୍କୁ ଶୁକ୍ରବାର କୋର୍ଟ ଚାଲାଣ କରାଯିବ ବୋଲି ଥାନା ଅଧିକାରୀ ପ୍ରଶାନ୍ତ କୁମାର ଭୂପତି କହିଛନ୍ତି। ମାଲିକ ରାମଚନ୍ଦ୍ର ସାହୁ ଫେରାର ହୋଇଯାଇଛନ୍ତି । ଗୁରୁବାର ଉକ୍ତ ଗୁଟ୍‌ଖା କାରଖାନାରେ ଚଢାଉ ବେଳେ ସେଠାରୁ ପୋଲିସ ୧୦୫ ବସ୍ତା ଗୁଟ୍‌ଖା, ୨ ମେଶିନ ଓ ଗୁଟ୍‌ଖା ପ୍ରସ୍ତୁତି ସରଞ୍ଜାମ ଜବତ କରିଛି। ଉକ୍ତ ୧୦୫ ବସ୍ତା ଗୁଟ୍‌ଖା ବିକ୍ରି କରିବା ପାଇଁ ସେଠାରେ ମହଜୁଦ ଥିଲା ବୋଲି ପୋଲିସ କହିଛି। ଏହା ବ୍ୟତୀତ ଉକ୍ତ କାରଖାନାରେ ୧୦ ପ୍ରକାର ଗୁଟ୍‌ଖା ପ୍ରସ୍ତୁତ ହେଉଥିବା ନେଇ ପୋଲିସ ସୂଚନା ଦେଇଛି। ଜବତ ଗୁଟ୍‌ଖାର ମୂଲ୍ୟ ୧୦ ଲକ୍ଷ ଟଙ୍କା ହେବ ବୋଲି ପୋଲିସ କହିଛି। କାରଖାନା ମାଲିକ ରାମଚନ୍ଦ୍ର ସାହୁ ଚଢାଉ ବେଳେ ସେଠାରୁ ଖସି ପଳାଇଯାଇଥିବା ପୋଲିସ ସୂଚନା ଦେଇଛି। ଏନେଇ ନଂ.୧୭୬/୧୯ରେ ଏକ ମାମଲା ରୁଜୁ ହୋଇଥିବା ବେଳେ ମାଲିକ ରାମଚନ୍ଦ୍ରଙ୍କୁ ଧରିବା ପାଇଁ ପୋଲିସ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରଖିଛି।


Enter your email to get our daily news in your inbox.

All Right Reserved By Dharitri.Com

ଗୁଣପୁରରେ ପହଞ୍ଚିଲେ ୩୨ କେରଳଫେରନ୍ତା: ୨ ଜଣଙ୍କୁ ଜ୍ୱର

  ଗୁଣପୁର,୩ା୫(ଡି.ଏନ୍‌.ଏ.): କେରଳରୁ ୩୨ ଜଣ ଶ୍ରମିକ ରବିବାର ରାୟଗଡ଼ା ଜିଲାର ଗୁଣପୁର ଅଞ୍ଚଳକୁ ଫେରିଛନ୍ତି। ସେମାନଙ୍କ ମଧ୍ୟରେ ନବରଙ୍ଗପୁର ଜିଲା କୋଷାଗୁମୁଡ଼ା ଅଞ୍ଚଳର ୬...

ବ୍ରାହ୍ମଣୀରେ ଡଙ୍ଗା ବୁଡି ୪ ନିଖୋଜ ଘଟଣା ଜଣଙ୍କ ମୃତଦେହ ଉଦ୍ଧାର

ପରଜଙ୍ଗ, ୯।୯ (ଡି.ଏନ.ଏ)- ଢେଙ୍କାନାଳ ଜିଲା ପରଜଙ୍ଗ ତହସିଲ ରୋଡ୍‌ ପଞ୍ଚାୟତ କୁନ୍ଦନଦେଈପୁର ଗ୍ରାମ ନିକଟ ବ୍ରାହ୍ମଣୀ ନଦୀରେ ଶନିବାର ଡଙ୍ଗାବୁଡ଼ି ଘଟଣାରେ ଜଣଙ୍କ ମୃତଦେହ...

ଜାଲ ବୁଣି ସମୟ କାଟୁଛନ୍ତି ସମାରୁ

ସମ୍ବଲପୁର,୨୨ା୪(ବ୍ୟୁରୋ)-ମହାମାରୀ କରୋନା ମୁକାବିଲା ପାଇଁ ସରକାର ଲକ୍‌ଡାଉନ ଘୋଷଣା କରିଛନ୍ତି । ଏପ୍ରିଲ ୨୦ରୁ କଟକଣା କିଛିମାତ୍ରାରେ କୋହଳ କରାଯାଇଛି । ଲକ୍‌ଡାଉନର ସୁଯୋଗ ନେଇ...

ବଇଁଆ ବନାପୁର କ୍ୱାରାଣ୍ଟାଇନରେ କୋଲକାତା ଫେରନ୍ତାଙ୍କ ମୃତ୍ୟୁ

ଭଣ୍ଡାରିପୋଖରୀ,୧୯।୫(ଡି.ଏନ୍‌.ଏ.): ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକ ବଇଁଆ ବନାପୁର ପଞ୍ଚାୟତ ଅସ୍ଥାୟୀ ସ୍ବାସ୍ଥ୍ୟକେନ୍ଦ୍ରରେ ସୋମବାର ଜଣେ କୋଲକାତା ଫେରନ୍ତା ବୃଦ୍ଧଙ୍କ ମୃତ୍ୟୁ ଘଟିଛି। ସେ ହେଲେ...

ଡାକ୍ତରଙ୍କୁ ପୋଲିସର ମାଡ଼ ଘଟଣା: ଦୃଢ଼ କାର୍ଯ୍ୟନୁଷ୍ଠାନ ଦାବିକଲା ଓଏମ୍‌ଏସ

କେନ୍ଦ୍ରାପଡ଼ା ଅଫିସ,୧୪ା୮: ଓଡ଼ିଶା ମେଡିକାଲ ସର୍ଭିସେସ ଆସୋସିଏଶନ (ଓଏମ୍‌ଏସ୍‌) ପକ୍ଷରୁ କେନ୍ଦ୍ରାପଡ଼ା ଜିଲା ଟାଉନ ଥାନା ପୋଲିସ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଶୁକ୍ରବାର ଦାବି...

‘ସୁସ୍ଥ ଜୀବନ ଲାଗି ତମାଖୁ ବର୍ଜନ କର’

ବାଲେଶ୍ୱର ଅଫିସ, ୧ା୬-ବାଲେଶ୍ୱର ଫକୀରମୋହନ କନିଷ୍ଠ ମହାବିଦ୍ୟାଳୟ ପରିସରରେ ବିଶ୍ୱ ତମାଖୁ ବର୍ଜନ ଦିବସ ଜାତୀୟ ସେବା ଯୋଜନା ତରଫରୁ ଶୁକ୍ରବାର ପାଳିତ ହୋଇଯାଇଛି। ମହାବିଦ୍ୟାଳୟ...

‘କରୋନା’ ପାଇଁ ଘଟଗାଁ ତାରିଣୀ ମନ୍ଦିରରେ କଟକଣା

କେନ୍ଦୁଝର, ୧୯ା୩(ଡି.ଏନ.ଏ.)-କରୋନା ପାଇଁ ଘଟଗାଁ ମା’ ତାରିଣୀ ମନ୍ଦିରରେ କଟକଣା ଜାରି କରାଯାଇଛି। ବୁଧବାର ଦିନ ଜିଲାପାଳ ଆଶିଷ ଠାକରେଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ...

ଲୁଣ କଳାବଜାର ଉପରେ ଚଢାଉ କଲେ ତହସିଲଦାର ଗୋଟିଏ ଦୋକାନ ସିଲ୍‌,ମାଲିକ ଥାନାରେ ଅଟକ

କାଲିମେଳା,୨୧ା୫(ଡି.ଏନ.ଏ.)-ମାଲାକନଗିରି ଜିଲାର ବିଭିନ୍ନ ସ୍ଥାନରେ ଲୁଣ କଳାବଜାର ହେଉଥିବା ଅଭିଯୋଗ ହୋଇଛି। ଲୁଣ ଏକ ଅତ୍ୟାବଶ୍ୟକୀୟ ସାମଗ୍ରୀ ହୋଇଥିବାରୁ ଗୁରୁବାର କାଲିମେଳାରେ ତହସିଲଦାର ଆଲୋକ କୁମାର...

Coronavirus Update

Archives

Model This Week

Why Dharitri