୧୦ ଭାଗ କର୍ମଚାରୀଙ୍କୁ ନେଇ ଚାଲିବ ଅଣଅତ୍ୟାବଶ୍ୟକ କାର୍ଯ୍ୟାଳୟ

ଭୁବନେଶ୍ୱର,୨୪।୩(ବ୍ୟୁରୋ): ସମସ୍ତ ଅଣ-ଅତ୍ୟାବଶକ (ନନ୍‌-ଏସେନ୍‌ସିଆଲ) କେନ୍ଦ୍ର ଯଥା ସରକାରୀ କାର୍ଯ୍ୟାଳୟ, ସାଧାରଣ ଉଦ୍ୟୋଗ, ବ୍ୟାଙ୍କ୍‌ ଓ ବୀମା କାର୍ଯ୍ୟାଳୟ ଆଦି ଶତକଡ଼ା ୧୦ ଭାଗ କର୍ମଚାରୀଙ୍କୁ ନେଇ ଚାଲିବ। ମହାମାରୀ ରୋଗ ଆଇନ-୧୮୯୭ର ଧାରା ୨ ଅନୁସାରେ ରାଜ୍ୟ ସରକାର ଏହି ନିର୍ଦ୍ଦେଶ ଦେଇଛନ୍ତି। ଏଥିନିମନ୍ତେ ସମ୍ପୃକ୍ତ କାର୍ଯ୍ୟାଳୟର ମୁଖ୍ୟ ଅଧିକାରୀ କର୍ମଚାରୀଙ୍କ ନାମ ଉଲ୍ଲେଖପୂର୍ବକ ନିର୍ଦ୍ଧାରିତ ଫର୍ମାଟ୍‌ରେ ସେମାନଙ୍କୁ ଯାତାୟାତ ନିମନ୍ତେ ଅନୁମତି ଦେବେ। ଭେହିକିଲ୍‌ ପାସ୍‌ ଦିଆଯାଇଥିବା ଅଧିକାରୀ ଓ କର୍ମଚାରୀଙ୍କ ତାଲିକା ମଧ୍ୟ କାର୍ଯ୍ୟାଳୟର ମୁଖ୍ୟ ସ୍ଥାନୀୟ ଥାନାକୁ ଜଣାଇବେ ବୋଲି କରୋନା ଭୂତାଣୁ ସଂକ୍ରମଣ ସଚେତନତା କମିଟି ମୁଖ୍ୟ ପ୍ରବକ୍ତା ସୁବ୍ରତୋ ବାଗ୍‌ଚୀ କହିଛନ୍ତି। ସେହିଭଳି ଅନ୍ୟ ବିଭାଗୀୟ କାର୍ଯ୍ୟାଳୟ ଉପରେ କଟକଣା ଲଗାଯାଇଛି। ଅତି ଗୁରୁତ୍ୱପୂର୍ଣ୍ଣ ବିଭାଗଗୁଡ଼ିକ ଶତକଡ଼ା ୫୦ ଭାଗ କର୍ମଚାରୀଙ୍କୁ ନେଇ ଚାଲିବ। କେଉଁ କର୍ମଚାରୀ ଓ ଅଧିକାରୀମାନେ କାର୍ଯ୍ୟାଳୟ ଆସିବେ, ତାହା ସମ୍ପୃକ୍ତ ବିଭାଗର ଶାସନ ସଚିବ ନିର୍ଦ୍ଧାରଣ କରିବେ। ଆଂଶିକ-ଗୁରୁତ୍ୱପୂର୍ଣ୍ଣ ବିଭାଗଗୁଡ଼ିକ ଶାସନ ସଚିବଙ୍କ ନିଷ୍ପତ୍ତି ଅନୁସାରେ ଶତକଡ଼ା ୧୦ ଭାଗ କର୍ମଚାରୀଙ୍କୁ ନେଇ ଚାଲିବ। ନନ୍‌-କ୍ରିଟିକାଲ ବିଭାଗଗୁଡ଼ିକର ଅଧିକାରୀ ଏବଂ କର୍ମଚାରୀମାନେ ସବୁବେଳେ ଫୋନ୍‌ ଯୋଗାଯୋଗରେ ରହିବେ। ଦରକାର ସମୟରେ ତାଙ୍କୁ ତତ୍‌କ୍ଷଣାତ୍‌ କାର୍ଯ୍ୟାଳୟକୁ ଡକାଯିବ ବୋଲି ବାଗ୍‌ଚୀ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବନ୍ଦ ମଦ ଦୋକାନ ଖୋଲି ରାଜସ୍ବ ବଢ଼ାଅ: ଅବକାରୀ ମନ୍ତ୍ରୀ

ଭୁବନେଶ୍ୱର,୨୨।୧୨(ବ୍ୟୁରୋ): ବନ୍ଦ ହୋଇପଡ଼ିଥିବା ମଞ୍ଜୁରୀପ୍ରାପ୍ତ ମଦ ଦୋକାନ ପୁନଃକାର୍ଯ୍ୟକ୍ଷମ କରି ରାଜସ୍ବ ବଢ଼ାଅ। ଭୁବନେଶ୍ୱରରେ ଅବକାରୀ ବିଭାଗର ତ୍ରୟମାସିକ ସମୀକ୍ଷା ବୈଠକରେ ଅବକାରୀ ମନ୍ତ୍ରୀ ନିରଞ୍ଜନ...

ରଜରେ ହରଚଣ୍ଡୀ ହେଲେ କୁମାରୀ ବେଶ

ବ୍ରହ୍ମଗିରି, ୧୫ା୬(ଡି.ଏନ୍‌.ଏ.): ବ୍ରହ୍ମଗିରିର ପ୍ରସିଦ୍ଧ ବାଲି ହରଚଣ୍ଡୀ ପୀଠରେ ପହିଲି ରଜ ଉତ୍ସବ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି। ପହିଲି ରଜରେ ମା’ ହରଚଣ୍ଡୀ କୁମାରୀ ବେଶରେ...

ବନ୍ଦ ହେଲା ରାଜ୍ୟର ସମସ୍ତ ପୋଲିସ ପ୍ରଶିକ୍ଷଣ କେନ୍ଦ୍ର

ଭୁବନେଶ୍ୱର,୨୧ା୩(ବ୍ୟୁରୋ): କୋଭିଡ୍‌-୧୯ ମହାମାରୀରୁ ରକ୍ଷା ପାଇବା ପାଇଁ ସରକାର ଏବଂ ପୋଲିସ ପକ୍ଷରୁ ବିିଭିନ୍ନ ସ୍ଥାନରେ କଟକଣା ଜାରି କରାଯାଇଥିଲା କିନ୍ତୁ ରାଜ୍ୟରେ ଥିବା ପୋଲିସ...

କରୋନା ଛୁଟିକୁ ନେଇ ଚିନ୍ତାରେ ଶିକ୍ଷା ବିଭାଗ: ଦଶମ ପିଲାଙ୍କୁ ମିଳିପାରେ ଅନ୍‌ଲାଇନ ଶିକ୍ଷା

ଭୁବନେଶ୍ୱର,୬ା୪(ବ୍ୟୁରୋ): ବିଶ୍ୱବ୍ୟାପୀ ମହାମାରୀର ରୂପ ନେଇଥିବା କରୋନା ବର୍ତ୍ତମାନ ସବୁକିଛି ଓଲଟପାଲଟ କରିଦେଇଛି। ସାଧାରଣ ଅବସ୍ଥା ଦେଇ କିଛି ଗତି କରୁନାହିଁ। ଏହାକୁ ରୋକିବା ଲାଗି...

ହେବନାହିଁ ୯ମ ଶ୍ରେଣୀ ଇତିହାସ-ଭୂଗୋଳ ପରୀକ୍ଷା

ଭୁବନେଶ୍ୱର,୧୦ା୪(ବ୍ୟୁରୋ): କରୋନାର ପ୍ରଭାବ ପଡ଼ିଛି ରାଜ୍ୟର ଶିକ୍ଷା ବ୍ୟବସ୍ଥା ଉପରେ। ଚଳିତ ୧୪ରେ ଶେଷ ହେବାକୁ ଥିବା ଲକ୍‌ଡାଉନ୍‌ ଅବଧି ୩୦କୁ ବୃଦ୍ଧି ପାଇବା ପରେ...

ରାଜ୍ୟ ସାରା କୋହଲା ପାଗ

ଭୁବନେଶ୍ୱର,୪ା୧(ବ୍ୟୁରୋ): ଝିପି ଝିପି ବର୍ଷା, କୋହଲା ପାଗ ଯୋଗୁ ରାଜ୍ୟରେ ସୃଷ୍ଟି ହୋଇଛି ଏକ ଶୀତୁଆ ପରିବେଶ। ଆଗକୁ ବର୍ଷା ଅଧିକ ନ ଥିଲେ ମଧ୍ୟ...

ସାନଖେମୁଣ୍ଡି ବିଧାନସଭା ନିର୍ବାଚନୀ ମାମଲା:ହାଇକୋର୍ଟଙ୍କ ମୁଖ୍ୟ ଖଣ୍ଡପୀଠକୁ ଗଲା ମାମଲା

କଟକ ଅଫିସ, ୬ା୧୧:ଗଞ୍ଜାମ ଜିଲା ସାନଖେମୁଣ୍ଡି ବିଧାନସଭା ନିର୍ବାଚନୀ ମାମଲାର ଶୁଣାଣି କରିବାକୁ ହାଇକୋର୍ଟ ବିଚାରପତି ବିଶ୍ୱନାଥ ରଥ ଅନିଚ୍ଛା ପ୍ରକାଶ କରିଛନ୍ତି। ମଙ୍ଗଳବାର ଏହି...

‘ଏ ପର୍ଯ୍ୟନ୍ତ ପିପିଲି ପୀଡ଼ିତାଙ୍କୁ ନ୍ୟାୟ ମିଳିନି’

ଭୁବନେଶ୍ୱର, ୩୦।୧୧(ବ୍ୟୁରୋ): ବହୁ ଚର୍ଚ୍ଚିତ ପିପିଲିର ବେବିନା ଗଣବଳାତ୍କାର ଘଟଣାକୁ ସୋମବାର ୧୦ବର୍ଷ ପୂରିଛି। ହେଲେ ଏପର୍ଯ୍ୟନ୍ତ ଅପରାଧୀମାନେ ଦଣ୍ଡ ପାଇନାହାନ୍ତି କି ତଦନ୍ତ କମିଶନ...

Advertisement
Archives

Model This Week