୧୦ ଦିନରେ ନିର୍ମାଣ ହେଲା ୧୦୦୦ ଶଯ୍ୟା ବିଶିଷ୍ଟ ହସ୍ପିଟାଲ

ବେଜିଂ,୩।୨: କରୋନା ଭୁତାଣୁ ସଂକ୍ରମଣ ଯୋଗୁ ଇତିମଧ୍ୟରେ ଚାଇନାରେ ୩୬୧ ଜଣଙ୍କ ମୃତ୍ୟୁ ଘଟିଛି। ସର୍ବାଧିକ ମୃତ୍ୟୁ ଘଟଣା କେନ୍ଦ୍ରୀୟ ଚାଇନାର ହୁବେଇ ପ୍ରଦେଶରେ ଘଟିଛି। ସେହିପରି ୧୬ ହଜାର ୬ଶହରୁ ଅଧିକ ଲୋକ ଏହାଦ୍ୱାରା ସଂକ୍ରମିତ ହୋଇଛନ୍ତି। ଏହାକୁ ଦୃଷ୍ଟିରେ ରଖି ଚାଇନା ସରକାର ବୁହାନ୍‌ ପ୍ରଦେଶରେ ୧୦୦୦ରେ ଶଯ୍ୟା ବିଶିଷ୍ଟ ହସ୍ପିଟାଲ ନିର୍ମାଣ ମାତ୍ର ୧୦ ଦିନରେ ଶେଷ କରିଛନ୍ତି। ଏହାର ନିର୍ମାଣ କାର୍ଯ୍ୟ ଜାନୁୟାରୀ ୨୪ରୁ ଆରମ୍ଭ ହୋଇଥିଲା। ରବିବାର ହସ୍ପିଟାଲ ନିର୍ମାଣ ଶେଷ ହୋଇଛି। ସୋମବାରଠାରୁ ହସ୍ପିଟାଲରେ ଚିକିତ୍ସା କାର୍ଯ୍ୟ ଆରମ୍ଭ ହୋଇଥିବା ସ୍ଥାନୀୟ ପ୍ରଶାସନ ପକ୍ଷରୁ କୁହାଯାଇଛି। ଚାଇନାର ୧୪୦୦ ସୈନ୍ୟ ହସ୍ପିଟାଲର ପରିଚାଳନା କରିବେ। ୬୯ ହଜାର ବର୍ଗଫୁଟ ଅଞ୍ଚଳରେ ହସ୍ପିଟାଲ ନିର୍ମାଣ କରାଯାଇଛି। ସୂଚନାଯୋଗ୍ୟ, ଏହା ପୂର୍ବରୁ ୨୦୦୩ରେ ସ୍ପର୍ସ ଭୁତାଣୁ ସଂକ୍ରମଣଙ୍କ ଚିକିତ୍ସା ପାଇଁ ଚାଇନା ସରକାର ୭ ଦିନ ମଧ୍ୟରେ ବେଜିଂରେ ଏକ ହସ୍ପିଟାଲ ନିର୍ମାଣ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଆଜି ବିଶ୍ୱ ସାମାଜିକ ନ୍ୟାୟ ଦିବସ: ଭେଦଭାବ ପ୍ରଗତିରେ ବାଧକ

ଭେଦଭାବ ସାମାଜିକ ବିଧି ବ୍ୟବସ୍ଥାରେ ମହାମାରୀ ଭଳି। ସଭ୍ୟତାର ବିକାଶ ସହିତ ସମାନ୍ତରାଳ ଭାବେ ଏହା ରହି ଆସିଛି। ଗୋଟିଏ ଗୋଷ୍ଠୀ ସର୍ବଦା ସୁବିଧାବାଦୀ ନୀତି...

ପୋବିଟୋରା ବନ୍ୟପ୍ରାଣୀ ଅଭୟାରଣ୍ୟ: କ’ଣ ଦେଖିବେ, କେବେ ଓ କେମିତି ଯିବେ

ଆସାମର ମୋରିଗାଓଁ ଜିଲା ଅନ୍ତର୍ଗତ ପୋବିଟୋରା ବନ୍ୟପ୍ରାଣୀ ଅଭୟାରଣ୍ୟକୁ କେହି କେହି ପବିଟୋରା ବନ୍ୟପ୍ରାଣୀ ଅଭୟାରଣ୍ୟ ମଧ୍ୟ କହିଥାନ୍ତି। ପ୍ରାୟ ୩୮.୮ ବର୍ଗ କି.ମି. ପର୍ଯ୍ୟନ୍ତ...

ମାଳିରେ ନରସଂହାର: ୧୦୦ମୃତ

ବମାକୋ,୧୧।୬: ଆଫ୍ରିକୀୟ ଦେଶ ମାଳିରେ ନରସଂହାରର ଏକ ବଡ ମାମଲା ସାମ୍ନାକୁ ଆସିଛି। ରାତି ସମୟରେ ଏକ ବିସ୍ଫୋରଣ ଘଟାଇ ଗୋଟିଏ ଗାଁର ପାଖାପାଖି ଶହେ...

ମୋଦିଙ୍କୁ ‘ଟେରିଫିକ୍‌’ ବୋଲି କହିଲେ ବିଶ୍ୱର ଶକ୍ତିଶାଳୀ ଦେଶର ରାଷ୍ଟ୍ରପତି

ଓ୍ବାଶିଂଟନ,୯।୪: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ପ୍ରଶଂସା କରି ‘ଟେରିଫିକ୍‌’ ବୋଲି କହିଛନ୍ତି। ଭାରତ ପକ୍ଷରୁ ଆମେରିକାକୁ ଆଣ୍ଟି ମ୍ୟାଲେରିଆ ଡ୍ରଗ ହାଇଡ୍ରୋକ୍ସିକ୍ଲୋରୋକୁଇନ୍‌...

ୟୁକ୍ରେନ୍‌ର ଶେଷ ଯୁଦ୍ଧଜାହାଜ ଧ୍ୱସ୍ତ କରିଥିବା ଦାବି କଲା ରୁଷିଆ

ମସ୍କୋ,୩୧ା୫: ୟୁକ୍ରେନ୍‌ ନୌସେନାର ଶେଷ ଯୁଦ୍ଧଜାହାଜ ୟୁରି ଓଲେଫାୟାରେଙ୍କୋକୁ ରୁଷିଆ ଧ୍ୱସ୍ତ କରିଦେଇଥିବା ଦାବି କରିଛି। ଗତ ୨୯ରେ ଓଡେସାର ଦକ୍ଷିଣ ଭାଗରେ ଏହି ଯୁଦ୍ଧଜାହାଜ...

କିମ୍‌ଙ୍କ ଯୁକ୍ତି, ଦେଶରେ କରୋନା ବୃଦ୍ଧି ଘଟାଉଛନ୍ତି ଏଲିଅନ୍ସ

ପ୍ୟୋଙ୍ଗ୍‌ୟାଙ୍ଗ୍‌,୨ା୭: ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ୍‌-ଜୋଙ୍ଗ-ଉନ୍‌ ତାଙ୍କର ଅଜବ ନିଷ୍ପତ୍ତି ଏବଂ ବିବୃତ୍ତି ପାଇଁ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ଏବେ କିମ୍‌ କରୋନା ଭାଇରସ୍‌...

ଚିନ୍ତାରେ ପାକିସ୍ତାନ: ବଢୁଛି ଡେଙ୍ଗୁ ରୋଗୀଙ୍କ ସଂଖ୍ୟା

ଇସ୍‌ଲାମାବାଦ,୧୪।୧୦: ପାକିସ୍ତାନରେ ଏବେ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ୫୦ ହଜାର ଅତିକ୍ରମ କରିଥିବା ଜଣାପଡିଛି। ଏହାକୁ ନେଇ ଏବେ ପାକିସ୍ତାନର ଚିନ୍ତା ବଢିଯାଇଛି ବୋଲି କହିଛନ୍ତି...

ଚାଇନାରେ ଓ୍ବାଇଫା ବାତ୍ୟା: ରାସ୍ତାରେ ଖେଳିଲେ ମାଛ

ବେଜିଂ,୪।୮: ଚାଇନାରେ ଓ୍ବାଇଫା ବାତ୍ୟା ଯୋଗୁ ରାସ୍ତା ଘାଟ ପାଣିରେ ଭରି ଯାଇଛି। ଫଳରେ ରାସ୍ତାରେ ବଡ଼ ବଡ଼ ମାଛ ଖେଳୁଥିବା ଦେଖିବାକୁ ମିଳିଛି। ଲୋକେ...

Advertisement
Archives

Model This Week