୧୦୫ ବର୍ଷରେ ଚତୁର୍ଥ ଶ୍ରେଣୀ ପରୀକ୍ଷା ଦେଲେ ଭାଗୀରଥି ଆମ୍ମା

ଥିରୁଭାନନ୍ତପୁରମ୍‌,୨୦।୧୧: ୧୦୫ ବର୍ଷରେ ଚତୁର୍ଥ ଶ୍ରେଣୀ ପରୀକ୍ଷା ଦେଇଛନ୍ତି ଭାଗୀରଥି ଆମ୍ମା। ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ। କେରଳରେ ଘଟିଛି ଏଭଳି ନିଆରା ଘଟଣା। କେରଳ ରାଜ୍ୟ ସାକ୍ଷରତା ମିଶନର ପ୍ରୟାସରେ ଏଭଳି ବିରଳ କାର୍ଯ୍ୟ ସମ୍ଭବ ହୋଇପାରିଛି। ମଙ୍ଗଳବାର ଭାଗୀରଥି ଆମ୍ମା ଚତୁର୍ଥ ଶ୍ରେଣୀ ପରୀକ୍ଷା ଦେବାକୁ ଆସିଥିବାବେଳେ ତାଙ୍କୁ ସ୍କୁଲ ପକ୍ଷରୁ ସମ୍ମାନୀତ କରାଯାଇ ପ୍ରଶ୍ନପତ୍ର ଦିଆଯାଇଥିଲା। ସୂଚନାଯୋଗ୍ୟ, ପିଲାବେଳୁ ଭାଗୀରଥି ଆମ୍ମାଙ୍କୁ ବହୁ ସଂଘର୍ଷ କରିବାକୁ ପଡିଥିଲା। କମ୍‌ ବୟସରେ ମା’ଙ୍କ ମୃତ୍ୟୁ ହୋଇଯିବାରୁ ମାତ୍ର ୮ ବର୍ଷ ବୟସରେ ଭାଇଭଉଣୀଙ୍କ ଦାୟିତ୍ୱ ନେଇଥିଲେ ସେ। ଫଳରେ ନିଜେ ପାଠ ପଢିପାରି ନ ଥିଲେ। ବିବାହ ପରେ ମଧ୍ୟ ତାଙ୍କ ଦୁଃଖ ସରି ନ ଥିଲା। ଆଜକୁ ପ୍ରାୟ ୭୦ ବର୍ଷ ପୂର୍ବରୁ ତାଙ୍କ ସ୍ବାମୀଙ୍କ ମୃତ୍ୟୁ ହୋଇସାରିଛି। ସେ ସମୟରେ ୪ ଝିଅ ଏବଂ ଦୁଇ ପୁଅଙ୍କ ଦାୟିତ୍ୱ ତାଙ୍କ ଉପରେ ପଡିଥିଲା। ବହୁକଷ୍ଟରେ ୬ଟି ସନ୍ତାନଙ୍କ ଲାଳନପାଳନ କରିଥିଲେ। କିନ୍ତୁ ପାଠ ପଢା ନିଶା ଛାଡି ନ ଥିଲେ। ପିଲା ବଡ ହେବା ପରେ ସେ ପୁଣି ପାଠ ପଢିବାକୁ ମନ ବଳାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୩ ଆଫ୍ରିକୀୟ ଦେଶ ଗସ୍ତରେ ରାଷ୍ଟ୍ରପତି କୋବିନ୍ଦ

ନୂଆଦିଲ୍ଲୀ,୨୮।୭: ରାଷ୍ଟ୍ରପତି ରାମନାଥ କୋବିନ୍ଦ ରବିବାର ୩ ଆଫ୍ରିକୀୟ ଦେଶ ଗସ୍ତରେ ବାହାରିଛନ୍ତି। ରାଷ୍ଟ୍ରପତି ବେନିନ୍‌, ଜାମ୍ବିଆ ଏବଂ ଗ୍ୟୁନିଆ ଆଦି ରାଷ୍ଟ୍ର ଗସ୍ତ କରିବାର...

ଟିକ୍‌ଟକ୍‌ ଆପ୍‌ ଭାରତରେ ହେଲା ବ୍ଲକ୍‌: ଗୁଗଲ ନେଲା ପଦକ୍ଷେପ

ନୂଆଦିଲ୍ଲୀ,୧୭।୪: ଏଣିକି ଭାରତରେ ଟିକ୍‌ଟକ୍‌ ଆପ୍‌ ଆଉ ଡାଉନଲୋଡ୍‌ ହେବନାହିଁ। ଗୁଗଲ୍‌ ପକ୍ଷରୁ ଟିକ୍‌ଟକ୍‌ ଭିଡିଓ ଆପକୁ ଭାରତରେ ବ୍ଲକ୍‌ କରାଯାଇଛି। ଏହି ଆପ୍‌ ଦ୍ୱାରା...

ନଦୀକୁ ଖସିଲା ଯାତ୍ରୀବାହୀ ବସ, ୭ ମୃତ…

ରାଞ୍ଚି, ୧୭।୯ : ଝାଡଖଣ୍ଡର ହଜରିବାଗ ଜିଲାର ଟାଟିଜରିଆ ପୋଲିସ ଷ୍ଟେଶନ ଅନ୍ତର୍ଗତ ଥିବା ସଓ୍ବୋନେ ନଦୀ ବ୍ରିଜରୁ ଏକ ଯାତ୍ରୀବାହୀ ବସ ଖସିପଡିଛି। ଏହି...

କ୍ଷମତା ପାଇଁ ଫଳାଫଳ ଘୋଷଣା ପୂର୍ବରୁ ଅଙ୍କକଷା: ୨୦୦୪ ଏବଂ ୨୦୦୯ରେ ଏକ୍‌ଜିଟ୍‌ ପୋଲ୍‌ ହୋଇଥିଲା ଭୁଲ୍‌

ନୂଆଦିଲ୍ଲୀ,୨୨।୫: ଲୋକ ସଭା ନିର୍ବାଚନ ଫଳାଫଳ ମେ ୨୩ରେ ଘୋଷଣା କରାଯିବ। ତେବେ ଏହା ପୂର୍ବରୁ ଏକ୍‌ଜିଟ୍‌ ପୋଲ୍‌ ନେଇ ଆରମ୍ଭ ହୋଇଛି ନାନା କଳ୍ପନା...

ରାମଙ୍କ ପୂର୍ବରୁ ହନୁମାନ ଜୀଙ୍କ ଦର୍ଶନ କରିବେ ମୋଦି

ନୂଆଦିଲ୍ଲୀ,୩।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଗଷ୍ଟ ୫ ତାରିଖରେ ଅଯୋଧ୍ୟାରେ ପହଞ୍ଚି ରାମ ମନ୍ଦିର ନିର୍ମାଣର ଶିଳାନ୍ୟାସ କରିବେ। ରାମଲଲାଙ୍କ ଦର୍ଶନ ପୂର୍ବରୁ ସେ ହନୁମାନଗଢୀ...

ମହାଭାରତ ସତ୍ୟତା ହେବ ପ୍ରମାଣିତ: ୪ ହଜାର ବର୍ଷ ତଳର ଅବଶେଷରୁ ମିଳିବ ତଥ୍ୟ

ନୂଆଦିଲ୍ଲୀ,୧।୫: ମହାଭାରତର ସତ୍ୟତା ପ୍ରମାଣିତ ହେବା ସମ୍ଭାବନା ଦେଖାଦେଇଛି। ବାଗପତ୍‌ର ସିନୌଲି ସ୍ଥିତ ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ସଂସ୍ଥା ଦ୍ୱାରା କରାଯାଇଥିବା ଖନନରୁ କେତେକ ଅବଶେଷ...

ଏୟାର ମାର୍ଶଲ ଆର୍‌. କେ.ଏସ୍‌. ଭଦୋରିୟା ହେଲେ ନୂଆ ବାୟୁସେନା ଅଧ୍ୟକ୍ଷ

ନୂଆଦିଲ୍ଲୀ,୩୦।୯: ଏୟାର ମାର୍ଶଲ ଆର୍‌. କେ.ଏସ୍‌. ଭଦୋରିୟା ନୂଆ ବାୟୁସେନା ଅଧ୍ୟକ୍ଷ ଭାବେ ସୋମବାର ଦାୟିତ୍ୱ ଗ୍ରହଣ କରିଛନ୍ତି। ବି.ଏସ୍‌. ଧନୋଆଙ୍କ ଅବସର ଗ୍ରହଣ ପରେ...

ରାଜ୍ୟ ସଭା ପାଇଁ ନାମାଙ୍କନପତ୍ର ଦାଖଲ କଲେ ମୋଦି: ସମର୍ଥନ ଜଣାଇଲେ ନୀତିଶ

ପାଟନା, ୨।୧୨: ବିହାରର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତଥା ଭାଜପାର ବରିଷ୍ଠ ନେତା ସୁଶୀଲ ମୋଦି ବୁଧବାର ପାଟନାରେ ରାଜ୍ୟ ସଭା ପାଇଁ ନାମାଙ୍କନ ପତ୍ର ଦାଖଲ...

Advertisement
Archives

Model This Week