୧୦୧୨ ଟ୍ରେନ୍‌ରେ ପରିବହନ ହୋଇଛି ଅତ୍ୟାବଶ୍ୟକ ସାମଗ୍ରୀ: ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି ପୂର୍ବତଟ ରେଳପଥ

ଭୁବନେଶ୍ୱର, ୩୦ା୩ (ବ୍ୟୁରୋ) – କରୋନା ଭାଇରସ୍‌ (କୋଭିଡ୍‌-୧୯) ସଂକ୍ରମଣ ରୋକିବାକୁ ସାରା ଦେଶ ଏବେ ୨୧ଦିନ ପାଇଁ ଲକ୍‌ଡାଉନ୍‌। ଏଭଳିସ୍ଥଳେ ଦେଖାଦେଇଥିବା ଖାଦ୍ୟାଭାବ ସମସ୍ୟାକୁ ଦୂର କରିବା ପାଇଁ ରେଳ ମନ୍ତ୍ରଣାଳୟ ପଦକ୍ଷେପ ନେଇଥିବାବେଳେ ପୂର୍ବତଟ ରେଳପଥ ପ୍ରମୁଖ ଭୂମିକା ଗ୍ରହଣ କରିଛି। ଗତ ୮ଦିନ ମଧ୍ୟରେ ଅର୍ଥାତ୍‌ ଲକ୍‌ଡାଉନ୍‌ର ପ୍ରଥମ ଦିନ ୨୨ ତାରିଖରୁ ୨୯ ପର୍ଯ୍ୟନ୍ତ ମୋଟ ୧୦୧୨ ମାଲ୍‌ବାହୀ ଟ୍ରେନ୍‌ରେ ଅତ୍ୟାବଶ୍ୟକ ସାମଗ୍ରୀ ପରିବହନ ହୋଇଛି। ଏଥିମଧ୍ୟରେ ୬୪୯ ଟ୍ରେନ୍‌ କୋଇଲା, ୮ ଟ୍ରେନ୍‌ ଚାଉଳ, ୨୩ ଟ୍ରେନ୍‌ ପେଟ୍ରୋଲିୟମ୍‌ ଉତ୍ପାଦ, ୭ ଟ୍ରେନ୍‌ ସାର ଓ ୩୨୫ ଟ୍ରେନ୍‌ ଅନ୍ୟାନ୍ୟ ଅତ୍ୟାବଶ୍ୟକ ସାମଗ୍ରୀ ପରିବହନରେ ନିୟୋଜିତ ଥିବା ରେଳପଥ ପକ୍ଷରୁ ସୂଚନା ଦିଆଯାଇଛି।
ଏହି ଅତ୍ୟାବଶ୍ୟକ ସାମଗ୍ରୀ ମଧ୍ୟରେ ବିଭିନ୍ନ ଖାଦ୍ୟ ଶସ୍ୟ, ପେଟ୍ରୋଲିୟମ୍‌ ଉତ୍ପାଦ, କୋଇଲା, ଫଳ, ପରିବା, ଦୁଗ୍ଧ, ଜାଳେଣି ତେଲ, ଚିନି ଓ ଲୁଣ ଇତ୍ୟାଦି ଅନ୍ତର୍ଭୁକ୍ତ ରହିଛି। ପୂର୍ବତଟ ରେଳପଥ ବିଭିନ୍ନ ଶକ୍ତି ଉପତ୍ାଦନ କେନ୍ଦ୍ରକୁ କୋଇଲାଯୋଗାଣ ନିୟମିତ ଭାବେ ଜାରି ରଖିଛି। ପୂର୍ବତଟ ରେଳପଥ ପରିସୀମାରୁ ଦେଶର ବିଭିନ୍ନ ସ୍ଥାନକୁ ବିଶେଷକରି ଦକ୍ଷିଣ ଭାରତକୁ ଚାଉଳ ଯୋଗାଣ କରାଯାଉଛି। ହୀରାକୁଦ, ବଲାଙ୍ଗୀର, ବରଗଡ଼ ଓ ଡୁଙ୍ଗୁରିପାଲି ଷ୍ଟେଶନରୁ ଚାଉଳ ଟ୍ରେନ୍‌ରେ ସରେଇ, କଟିହାର, ଟାଟା, କରଯୋରିଗ୍ରାମ, ଟତସିଲ୍‌ୱାଇ, ନାମ୍‌କୋନ, ଜସିଡିହି, ମଧୁପୁର ଓ ଦୁମ୍‌କା ଆଦି ସ୍ଥାନକୁ ଯାଉଛି। ପୂର୍ବତଟ ରେଳପଥ ପରିସୀମାରୁ ୨୮ ତାରିଖ ମଧ୍ୟରେ ୬ଟି ଟ୍ରେନ୍‌ରେ ବିଭିନ୍ନ ସ୍ଥାନକୁ ଚାଉଳ ପହଞ୍ଚାଯାଇଛି। ସେହିପରି ବିଭିନ୍ନ ଶକ୍ତି ଉତ୍ପାଦନ ସ୍ଥଳକୁ ତାଳଚେର, ପାରାଦୀପ, ବିଶାଖାପାଟଣା ଓ ଧାମରାରୁ କୋଇଲା ପରିବହନ କରାଯାଉଛି। ଏହାବ୍ୟତୀତ ବିଭିନ୍ନ ସ୍ଥାନକୁ ଧାନ, ଚିନି, ଜାଳେଣି ତେଲ, ଦୁଗ୍‌ଧଜାତ ଦ୍ରବ୍ୟ ଆଦି ଖାଦ୍ୟଶସ୍ୟ ପହଞ୍ଚାଯାଇଛି।
ଲୋକୋ ପାଇଲଟ, ସହକାରୀ ଲୋକୋ ପାଇଲଟ, ଗାର୍ଡ, ଷ୍ଟେଶନ ମାଷ୍ଟର, ଟୋକନ ପୋର୍ଟର, ଗୁଡ୍‌ସ କ୍ଲର୍କଙ୍କ ସମେତ ସିଗ୍‌ନାଲ, ବିଦ୍ୟୁତ୍‌, ଯାନ୍ତ୍ରିକ, ଇଞ୍ଜିନିୟରିଂ, ସୁରକ୍ଷା ଆଦି କ୍ଷେତ୍ରରେ କାର୍ଯ୍ୟ କରୁଥିବା କର୍ମଚାରୀଙ୍କ ପାଇଁ ଏହି ସଫଳତା ମିଳିଥିବା ରେଳ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ମାଲ୍‌ ବୋଝେଇଠାରୁ ଆରମ୍ଭ କରି ଖଲାସ ପର୍ଯ୍ୟନ୍ତ ପ୍ରତିଟି କ୍ଷେତ୍ରରେ ଶ୍ରମିକ ଓ କର୍ମଚାରୀମାନେ ସାମାଜିକ ଦୂରତ୍ୱକୁ ନିଶ୍ଚିତ କରିଥିବା ସୂଚନା ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଲଗାଣ ବର୍ଷାରେ ବେହାଲ ଝରିଗାଁ: ହଷ୍ଟେଲ ଭିତରେ ୨ ଫୁଟ୍ ପାଣି, ଭୟରେ ରାତି ବିତାଇଲେ ଛାତ୍ର

ଝରିଗାଁ,୨୫।୯(କିଶୋର ଚନ୍ଦ୍ର ମଣ୍ଡଳ): ଲଗାଣ ବର୍ଷା ଯୋଗୁଁ ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ସଦର ମହକୁମାରେ ଅବସ୍ଥିତ ସରକାରୀ ଏକ୍ସ ବୋର୍ଡ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ସ୍ଥିତ…

ଲାଞ୍ଚ ନେଇଥିଲେ ବରିଷ୍ଠ କିରାଣୀ ଗୋବର୍ଦ୍ଧନ, ମିଳିଲା ଏମିତି ଦଣ୍ଡ

ବରଗଡ଼,୨୫।୯(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲା ଭଟଲି ତହସିଲ କାର୍ଯ୍ୟାଳୟର ପୂର୍ବତନ ବରିଷ୍ଠ କିରାଣୀ ତଥା ବରଗଡ଼ ଜିଲାପାଳଙ୍କ କାର୍ଯ୍ୟାଳୟର ରାଜସ୍ବ ବିଭାଗରେ ବରିଷ୍ଠ କିରାଣୀ ଭାବେ କାର୍ଯ୍ୟରତ ଗୋବର୍ଦ୍ଧନ…

ବରଗଡ଼ ଧନୁଯାତ୍ରା: ଉଠିଲା କଂସ କଳାକାର ପରିବର୍ତ୍ତନ ଦାବି

ବରଗଡ଼,୨୫ା୯(ପ୍ରେମାନନ୍ଦ ଖମାରୀ):ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବକୁ ଆଉ ମାତ୍ର ସାଢ଼େ ୩ମାସ ବାକି ରହିଲା। ୨୦୨୭ ଜାନୁଆରୀ ୧୨ରୁ ୨୨ ତାରିଖ ପର୍ଯ୍ୟନ୍ତ ୧୧ଦିନ…

ବନ୍ଦ ହେବ ରାସାୟନିକ ପ୍ରକ୍ର୍ରିୟାକୃତ ପନିର ବିକ୍ରି

ନୂଆଦିଲ୍ଲୀ,୨୫।୯: ଖାଦ୍ୟ ଅପମିଶ୍ରଣ ଏବଂ ଖାଦ୍ୟ ପ୍ୟାକେଟ୍‌ରେ ବିଭ୍ରାନ୍ତିକର ଦାବି କରୁଥିବା କମ୍ପାନୀଗୁଡିକ ଉପରେ କାର୍ଯ୍ୟାନୁଷ୍ଠାନ କଡ଼ାକଡ଼ି କରିବା ଲକ୍ଷ୍ୟରେ ଭାରତୀୟ ଖାଦ୍ୟ ସୁରକ୍ଷା ଏବଂ ମାନକ…

୨ ଦାଦନ ସର୍ଦ୍ଦାରଙ୍କୁ ଉଠାଇନେଲା ଛତିଶଗଡ଼ ପୋଲିସ: ଶ୍ରମିକ ଚାଲାଣ କରି ନିର୍ଯାତନା ଦେବା ଅଭିଯୋଗ

ନୂଆପଡ଼ା,୨୫ା୯ (ମକାରୁ ବେମାଲ):ଉତ୍ତରପ୍ରଦେଶକୁ ଶ୍ରମିକ ଚାଲାଣ କରି ଇଟାଭାଟିରେ ଅଧିକ ସମୟ କାମ କରାଇ ଶାରୀରିକ ଓ ମାନସିକ ନିର୍ଯାତନା ଦେବା ଅଭିଯୋଗରେ ଛତିଶଗଡ଼ ପୋଲିସ ନୂଆପଡ଼ା…

ଗାଁରେ ବୁଲିଲା ମହାବଳ: ଲୋକେ ଭୟଭୀତ

ବାରିପଦା,୨୫ା୯(ନୀଳାଦ୍ରି ବିହାରୀ ଦଣ୍ଡପାଟ):ମୟୂରଭଞ୍ଜ ଜିଲା କରଞ୍ଜିଆ ବନଖଣ୍ଡ ଅଧୀନ ଖପରାଖାଇ ଗଁାରେ ମହାବଳ ବାଘ ଆତଙ୍କ ଦେଖାଦେଇଛି। ୫ଦିନ ଦେଲା ବାଘଟି ଖାଦ୍ୟ ଅନ୍ବେଷଣରେ ଗଁା ଭିତରକୁ…

ସୂର୍ଯ୍ୟନାରାୟଣପୁର ODRP କଲୋନୀରେ ପଶିଲା ଋଷିକୂଲ୍ୟା ନଦୀ ପାଣି: ବନ୍ୟା ପରିସ୍ଥିତି, ଆତଙ୍କ…

ଗଞ୍ଜାମ,୨୪ା୯(ଦିଲୀପ ସାମଲ/ଅନାଥ ତରାଇ): ବାତ୍ୟାଜନିତ ଲଗାଣ ବର୍ଷା ଏବଂ ଋଷିକୂଲ୍ୟା ନଦୀର ଜଳସ୍ତର କ୍ରମାଗତ ଭାବେ ବୃଦ୍ଧି ପାଇବା ଯୋଗୁ ଗଞ୍ଜାମ ବ୍ଲକ୍‌ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର…

କାଲି ୬ ଜିଲାରେ ସ୍କୁଲ ଛୁଟି, ପିଲାଙ୍କ ପାଠପଢ଼ା ନେଇ ଏମିତି କହିଲେ ଗଣଶିକ୍ଷା ମନ୍ତ୍ରୀ

ଭୁବନେଶ୍ୱର,୨୪ା୯(ସୁଚିସ୍ମିତା ସାହୁ): ରାଜ୍ୟରେ ଗଭୀର ଅବପାତ ପ୍ରଭାବରେ ବର୍ଷା ଲାଗି ରହିଛି। ଏନେଇ ପୂର୍ବରୁ ୧୨ ଜିଲାରେ ଶିକ୍ଷାନୁଷ୍ଠାନଗୁଡିକୁ ପ୍ରଶାସନ ପକ୍ଷରୁ ଛୁଟି ଘୋଷଣା କରାଯାଇଥିଲା। ତେବେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?