୧୦୦ କୋଟି ତ ପଛ କଥା, ୧୦୦ ଟଙ୍କାର ପ୍ରମାଣ ଦେଲେ ରାଜନୀତି ଛାଡ଼ିଦେବି: ମହାରଥୀ

ଭୁବନେଶ୍ୱର,୨୬।୧୧(ବ୍ୟୁରୋ): ପୂର୍ବତନ ମନ୍ତ୍ରୀ ତଥା ପିପିଲି ବିଧାୟକ ପ୍ରଦୀପ ମହାରଥୀ ୧୦୦ କୋଟି ଟଙ୍କାରୁ ଊର୍ଦ୍ଧ୍ୱ ମୂଲ୍ୟର ସରକାରୀ ଜମିକୁ ହଡ଼ପ କରିଥିବା ଭାଜପା ଅଭିଯୋଗ କରିବାକୁ ନେଇ ମନ୍ତ୍ରୀ ମଙ୍ଗଳବାର ପ୍ରତିକ୍ରିୟା ରଖିଛନ୍ତି। ସେ ଏହାକୁ ଖଣ୍ଡନ କରିବା ସହ କହିଛନ୍ତି, ୧୦୦ କୋଟି ତ ପଛ କଥା ୧୦୦ ଟଙ୍କାର ପ୍ରମାଣ ଦେଲେ ରାଜନୀତି ଛାଡ଼ିଦେବି। ଏପରିକି ପ୍ରମାଣ ଦେଲେ ଆଉ ବିଧାନସଭା ଆସିବି ନାହିଁ ବୋଲି ବିଧାୟକ ମହାରଥୀ କହିଛନ୍ତି।

ସୂଚନାଯୋଗ୍ୟ, ଭାଜପା ପକ୍ଷରୁ ରାଜ୍ୟ କାର୍ଯ୍ୟାଳୟଠାରେ ସୋମବାର ଖବରଦାତା ସମ୍ମିଳନୀ କରାଯାଇ ପ୍ରଦୀପଙ୍କ ବିରୋଧରେ ଏଭଳି ଅଭିଯୋଗ ଅଣାଯାଇଥିଲା। ସେ ନିଜ ଫାର୍ମହାଉସ୍‌ରେ ସରକାରୀ ଜମିକୁ ମିଶାଇ ଭୋଗ ଦଖଲ କରୁଛନ୍ତି। ଏନେଇ ପୂର୍ବତନ ବିଧାୟକ ଯୁଧିଷ୍ଠିର ସାମନ୍ତରାୟ ମାମଲା ନଂ ୭୬୭୧/୧୫ ଓଡ଼ିଶା ହାଇକୋର୍ଟରେ ମାମଲା କରିଥିଲେ। ମାନ୍ୟବର ହାଇକୋର୍ଟ ଦରଖାସ୍ତକାରୀ ଏନେଇ ଜିଲାପାଳଙ୍କ ନିକଟରେ ଦରଖାସ୍ତ କରିବେ ଏବଂ ଜିଲାପାଳ ଦୁଇ ମାସ ଭିତରେ ନିଷ୍ପତ୍ତି ନେବେ ବୋଲି ନିର୍ଦ୍ଦେଶ ଦେଇଥିଲେ। ହେଲେ ଏଯାବତ ଜିଲାପାଳ କୌଣସି ନିଷ୍ପତ୍ତି ନେଇ ନାହାନ୍ତି। ଏପରିକି ପରବର୍ତ୍ତୀ ସମୟରେ ମହାରଥୀଙ୍କ ସହ ସାମନ୍ତରାୟଙ୍କୁ ଏକାଠି ଦେଖିବାକୁ ମିଳିିଥିଲା। ଉଭୟଙ୍କ ବିରୋଧରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ନିଆଯାଉ ବୋଲି ଭାଜପା ପକ୍ଷରୁ କୁହାଯାଇଥିଲା। ତେବେ ଏହାକୁ ଯୁଧିଷ୍ଠୀର ପୁରୁଣା ଅଭିଯୋଗ କହି ଏଡ଼ାଇ ଯାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସ୍କୁଲ୍‌ ଫି’ ଛାଡ଼ ପ୍ରସଙ୍ଗ: ସୁପ୍ରିମକୋର୍ଟଙ୍କ ରାୟ ମାନିବାକୁ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର,୪ା୬(ବ୍ୟୁରୋ): କରୋନା କାଳରେ ଘରୋଇ ସ୍କୁଲର ଛାତ୍ରୀଛାତ୍ରଙ୍କ ଫି’ ଛାଡ଼କୁ ନେଇ ସୁପ୍ରିମ୍‌କୋର୍ଟଙ୍କ ରାୟକୁ ଆଧାର କରି ରାଜ୍ୟ ସରକାର ଗୁରୁବାର ଏକ ବିଜ୍ଞପ୍ତି ପ୍ରକାଶ...

ଶ୍ରୀମନ୍ଦିର ରତ୍ନଅଳଙ୍କାର ଗଣନା ହେଉନି

ପୁରୀ ଅଫିସ,୩୧।୧: ଶ୍ରୀମନ୍ଦିର ଭିତରଭଣ୍ଡାର ଚାବି ପ୍ରସଙ୍ଗ ନେଇ ଚର୍ଚ୍ଚା ଜୋର ଧରିଥିବାବେଳେ ରତ୍ନ ଅଳଙ୍କାର ଗଣନା ନ ହେବା ନେଇ ପ୍ରଶ୍ନ ଉଠିଛି। ୨୦୧୮ରେ...

ଧଉଳି ଶାନ୍ତିସ୍ତୂପରେ ଗଛକଟାକୁ ନେଇ ଅସନ୍ତୋଷ

ଭୁବନେଶ୍ୱର(ବ୍ୟୁରୋ)/ପୁରୁଣା ଭୁବନେଶ୍ୱର,(ଡି.ଏନ୍‌.ଏ)୨୬ା୧୦: ରାଜଧାନୀରେ ଗଛକଟାକୁ ନେଇ ପୁଣି ବିବାଦ ଛିଡ଼ାହୋଇଛି। ପର୍ଯ୍ୟଟନସ୍ଥଳୀ ଶାନ୍ତିସ୍ତୂପ ଧଉଳି ଆସନ୍ତା ୨୮ତାରିଖରେ ଏହାର ସୁବର୍ଣ୍ଣ ଜୟନ୍ତ୍ରୀ ପାଳନ କରିବାକୁ ଯାଉଛି।...

ସାହା ହେଲା ମା’ ହାତୀ

ଢେଙ୍କାନାଳ ଅଫିସ,୬ା୧୦ ଗଁ। ପାଖ ଦେଇ ଜଙ୍ଗଲକୁ ଯିବାବେଳେ ଏକ କଂକ୍ରିଟ୍‌ ନାଳ ମଧ୍ୟରେ ଖସି ପଡ଼ିଥିଲା ଛୁଆ ହାତୀ। ଦଳରେ ଥିବା ସାଥୀମାନେ ଆଗକୁ...

୩୩୦୮.୬୯ କୋଟି କୋଭିଡ୍‌ ଋଣ ମଞ୍ଜୁର

ଭୁବନେଶ୍ୱର,୩।୪(ବ୍ୟୁରୋ): କୋଭିଡ୍‌ ମହାମାରୀ ସମୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ଅଣୁ, କ୍ଷୁଦ୍ର ଏବଂ ମଧ୍ୟମ (ଏମ୍‌ଏସ୍‌ଏମ୍‌ଇ) ଉଦ୍ୟୋଗକୁ ଚଳଚଞ୍ଚଳ କରିବାକୁ ନିଆଯାଇଥିବା ପଦକ୍ଷେପ ସ୍ବରୂପ...

ଆଜି ଭୁବନେଶ୍ୱରରୁ ଜୟପୁରକୁ ଉଡ଼ିବ ବିମାନ

ଭୁବନେଶ୍ୱର/କୋରାପୁଟ,୩୧ା୧୦(ବ୍ୟୁରୋ/ନି.ପ୍ର.):କୋରାପୁଟ ଜିଲାବାସୀଙ୍କ ଦୀର୍ଘଦିନ ପ୍ରତୀକ୍ଷାର ଅନ୍ତ ହେବାକୁ ଯାଉଛି। ସୋମବାର ଭୁବନେଶ୍ୱରରୁ ଦକ୍ଷିଣ ଓଡ଼ିଶାର ପ୍ରମୁଖ ସହର ଜୟପୁର ବିମାନବନ୍ଦରକୁ ନିୟମିତ ବିମାନ ଉଡ଼ାଣ ଆରମ୍ଭ...

ବିଷାକ୍ତ ଫଳ ଖାଇ ୪ ନାବାଳକ ଅସୁସ୍ଥ

ବାସୁଦେବପୁର,୨ା୬(ଡି.ଏନ୍‌.ଏ.): ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ଚୂଡ଼ାମଣି ଗ୍ରାମରେ ବିଷାକ୍ତ ଫଳ ଖାଇ ଗୁରୁବାର ରାତିରେ ୪ ନାବାଳକ ଅସୁସ୍ଥ ହୋଇପଡ଼ିଥିଲେ। ସୂଚନାନୁଯାୟୀ, ଗୁରୁବାର ଅପରାହ୍ନରେ...

ଗଞ୍ଜାମରେ ସୁରଟ ଫେରନ୍ତାଙ୍କୁ ବିରୋଧ: ଟେକାପଥର ମାଡ଼, ପୋଲିସର ଲାଠି ଚାଳନା

ଛତ୍ରପୁର,୮।୫(ଡି.ଏନ.ଏ.)-ଗଞ୍ଜାମ ଜିଲା ଛତ୍ରପୁର ବ୍ଲକ ଆର୍ଯ୍ୟପଲ୍ଲୀ ପଞ୍ଚାୟତର କ୍ୱାରାଣ୍ଟାଇନ୍‌ ସେଣ୍ଟରରେ ଗୁରୁବାର ରାତିରେ ସୁରଟ ଫେରନ୍ତାଙ୍କୁ ରଖିବାକୁ ସ୍ଥାନୀୟ ଲୋକେ ବିରୋଧ କରିଛନ୍ତି। ଏପରିକି ପୋଲିସ...

Advertisement
Archives

Model This Week