୧୦ବର୍ଷ ପରେ…

ଶ୍ରୀଲଙ୍କା ସୁନ୍ଦରୀ ଜ୍ୟାକଲିନ୍‌ ଫର୍ନାଡିସ୍‌ଙ୍କ ଖୁସି କହିଲେ ନ ସରେ। ଦୀର୍ଘ ୧୦ ବର୍ଷର ପ୍ରତୀକ୍ଷା ଶେଷ ହୋଇଛି। ଏବେ ତାଙ୍କ ହାତରେ ଦୁଇଟି ଅଫର। ଆଉ ଫିଲ୍ମ ଦୁଇଟି ସାଇନ୍‌ କରିବା ପରେ ତାଙ୍କର ପାଦ ଆଉ ତଳେ ଲାଗୁନି। କଥା କ’ଣ କି ଜନ୍‌ ଆବ୍ରାହମଙ୍କ ‘ଆଟାକ୍‌’ ଏବଂ ସଲମାନ ଖଁ।ଙ୍କ ‘କିକ୍‌-୨’ରେ ସେ ନାୟିକା ଭାବରେ ଅବତୀର୍ଣ୍ଣ ହେବାକୁ ଯାଉଛନ୍ତି। କେବଳ ସେତିିକି ନୁହେଁ, ପଓ୍ବନ କଲ୍ୟାଣ ଅଭିନୟ କରିବାକୁ ଯାଉଥିବା ଏକ ଅନ୍‌ଟାଇଲଡ୍‌ ତେଲୁଗୁ ସିନେମାରେ ତାଙ୍କୁ ମଧ୍ୟ ଦେଖିବାକୁ ମିଳିବ। ଏ ସମ୍ପର୍କରେ ଜ୍ୟାକଲିନ୍‌ କହନ୍ତି, ”ଏହି ଅଫରଗୁଡ଼ିକ ମୋ କ୍ୟାରିୟରକୁ ଆଗକୁ ଆଗେଇ ନେବାରେ ସାହାଯ୍ୟ କରିବ ବୋଲି ଆଶା ରଖିଛି। ବିଶେଷଭାବରେ ସଲମାନଙ୍କ ସହ ‘କିକ୍‌-୨’ରେ ଆକ୍ଟିଂ କରିବି ବୋଲି କେବେ ଚିନ୍ତା କରି ନ ଥିଲି। ଏଣିକି ମୁଁ ନିଜ କ୍ୟାରିୟରକୁ ନେଇ ନିଶ୍ଚୟ ସଚେତନ ରହିବି। କାରଣ ଦୀର୍ଘ ୧୦ବର୍ଷ ଗ୍ୟାପ୍‌ ପରେ ମୋତେ ପୁଣି ଥରେ ବଲିଉଡ୍‌ରେ ଅଭିନୟ କରିବାର ସୁଯୋଗ ମିଳିଛି।“ ତେବେ ଏହି ଫିଲ୍ମଗୁଡ଼ିକ ଜ୍ୟାକ୍‌ଲିନ୍‌ଙ୍କ କ୍ୟାରିୟର ପାଇଁ କେତେ ଶୁଭପ୍ରଦ ସାବ୍ୟସ୍ତ ହେଉଛି ତାହା ଦେଖିବାକୁ ବାକି ରହିଲା।


Enter your email to get our daily news in your inbox.

All Right Reserved By Dharitri.Com

ହଓ୍ବା ହଓ୍ବାଇ ଗର୍ଲଙ୍କ ବିଷୟରେ କିଛି ଅଜଣା କଥା

ବଲିଉଡ୍‌ର ହଓ୍ବା ହଓ୍ବାଇ ଗର୍ଲ ଶ୍ରୀଦେବୀ। ଅନେକ ସଫଳ ଚରିତ୍ର ତଥା ସୁପରହିଟ୍‌ ଫିଲ୍ମରେ କାମ କରିଥିବା ଏହି ଅଭିନେତ୍ରୀଙ୍କ ଜୀବନ କୌଣସି ଚଳଚ୍ଚିତ୍ରର କାହାଣୀଠାରୁ...

ଚାକିରି ଖୋଜୁଛନ୍ତି ଅମିତାଭ ବଚ୍ଚନ, ପ୍ରଶଂସକ ହେଲେ ଆଶ୍ଚର୍ଯ୍ୟ: ଜାଣନ୍ତୁ କାହିଁକି

କରୋନାରେ ଘରୁ ବାହାରି କାମ କରିବା ସମସ୍ତଙ୍କ ପକ୍ଷେ ଅତ୍ୟନ୍ତ କଷ୍ଟକର ହୋଇପଡିଛି। ସତର୍କତା ତ ଅବଲମ୍ବନ କରାଯାଉଛି, କିନ୍ତୁ ମନରେ ବସିଥିବା ଭୟକୁ ଦୂର...

ଜନ୍‌ ଆବ୍ରାହମଙ୍କଠାରୁ ଦୁଇ ଗୁଣା ଆଗକୁ ବଢିଗଲେ ଅକ୍ଷୟ

ମୁମ୍ବାଇ: ସ୍ବାଧୀନତା ଦିବସରେ ଖିଲାଡି ବୟ ଅକ୍ଷୟ କୁମାରଙ୍କ ଅଭିନୀତ ଫିଲ୍ମ ‘ମିଶନ ମଙ୍ଗଲ’ ରିଲିଜ୍‌ ହୋଇଥିବା ବେଳେ ଏହାକୁ ଟକ୍କର ଦେବାକୁ ଆସିଥିଲା ଜନ୍‌...

ହସ୍ପିଟାଲରେ ଋଷି କପୁର, ଦେଖିବାକୁ ଗଲେ ରଣବୀର-ଆଲିଆ

ବଲିଉଡ ଅଭିନେତା ଋଷି କପୁର ଦିଲ୍ଲୀର ଏକ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ଏକ ବିବାହ କାର୍ଯ୍ୟକ୍ରମରେ ଯୋଗଦେବା ସମୟରେ ହଠାତ୍‌ ତାଙ୍କ ସ୍ବାସ୍ଥବସ୍ଥା ଖରାପ ହେବାକୁ...

ଲକ୍‌ଡାଉନ୍‌ରେ ଘରେ ବସି ବୋର୍‌ ହେଲେଣି ସୋନମ

ବଲିଉଡ୍‌ ଅଭିନେତ୍ରୀ ସୋନମ କପୁର ସୋସିଆଲ ମିଡିଆ ଇନ୍‌ଷ୍ଟ୍ରାଗ୍ରାମ୍‌ରେ ସବୁବେଳେ ସକ୍ରିୟ। ପ୍ରତିଦିନ ସେ କିଛି ନା କିଛି ଫଟୋ ଶେୟାର କରିଥାନ୍ତି। ଏବେ କିନ୍ତୁ...

ଫଟୋଗ୍ରାଫରଙ୍କ ଉପରେ ରାଗିଲେ ତୈମୁର

ମୁମ୍ବାଇ: ଷ୍ଟାର କିଡ୍‌ ଭାବେ ଶୈଫିନାଙ୍କ ପୁଅ ତୈମୁର ଅଲ୍ଲି ଖାଁ ବଲିଉଡ୍‌ଠାରୁ ସୋସିଆଲ ମିଡିଆ ପର୍ଯ୍ୟନ୍ତ ସବୁଠି ବେଶ୍‌ ପରିଚିତ। କାରଣ ହେଉଛି ତାଙ୍କର...

ଏନ୍‌ଆର୍‌ସିରୁ ଧ୍ୟାନ ହଟାଇବାକୁ ବଳାତ୍କାର, ଏନ୍‌କାଉଣ୍ଟର, ପିଆଜ ମାରାତ୍ମକ ଯୋଜନା: ବିଶାଲ

ମୁମ୍ବାଇ,୯।୧୨: ବଲିଉଡ୍‌ ସିଙ୍ଗର ତଥା ମ୍ୟୁଜିକ କମ୍ପୋଜର ବିଶାଲ ଦଦଲାନି କିଛି ନା କିଛି ବିବାଦୀୟ ବୟାନ ପାଇଁ ଅନେକ ସମୟରେ ଆସିଥାଆନ୍ତି ଚର୍ଚ୍ଚାକୁ। ଏବେ...

କରୋନା ଭୟରେ ଶୁଟିଂ ବନ୍ଦକଲେ ସଲମାନ

ସାରା ବିଶ୍ୱ ଏବେ କରୋନା ଭାଇରସକୁ ନେଇ ଚିନ୍ତାରେ। ବଲିଉଡ୍‌ ଇଣ୍ଡଷ୍ଟ୍ରିରେ ମଧ୍ୟ ଏହାର ପ୍ରଭାବ ଦେଖିବାକୁ ମିଳିଛି। ଅନେକ କଳାକାର ଅନ୍ୟ ସ୍ଥାନକୁ ଯିବା...

Coronavirus Update


Archives

Model This Week

Why Dharitri