୧କୋଟି ଖର୍ଚ୍ଚ ପରେ ବି ମିଳିଲାନି ପିଇବା ପାଣି

ଖଇରା,୧୯।୯(ଡି.ଏନ.ଏ.)-ବାଲେଶ୍ୱର ଜିଲା ଖଇରା ବ୍ଲକ ଅଧୀନ ସରସତିଆ ପାନୀୟ ଜଳ ପ୍ରକଳ୍ପ କାର୍ଯ୍ୟକ୍ଷମ ହେବାର ଅଳ୍ପ ଦିନ ପରେ ଏହା ଅଚଳ ହୋଇପଡିଛି। ବାରମ୍ବାର ଦାବି ସତ୍ତ୍ୱେ ଏହାର କରାମତି କରାଯାଉ ନ ଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ବିଭାଗୀୟ ଅଧିକାରୀମାନେ ଉଦାସୀନ ରହୁଥିବାରୁ କୋଟିଏ ଟଙ୍କାର ପ୍ରକଳ୍ପ କୌଣସି କାମରେ ଆସୁ ନ ଥିବାରୁ ଲୋକେ ପୂର୍ବଭଳି ଜଳକଷ୍ଟର ଶିକାର ହେଉଛନ୍ତି।
ଏ ସମ୍ପର୍କରେ ସ୍ଥାନୀୟ ଗ୍ରାମବାସୀ ଅଭିଯୋଗ କରି କହିଛନ୍ତି ଯେ, ପିଇବା ପାଣି ଟୋପାଏ ପାଇଁ ଗ୍ରାମର ୫ଶହରୁ ଊର୍ଦ୍ଧ୍ୱ ଲୋକ ୫ବର୍ଷ ହେଲା ଚାତକ ପରି ଚାହିଁ ରହିଛନ୍ତି ା ତୁରନ୍ତ ପାନୀୟ ଜଳ ପ୍ରକଳ୍ପକୁ କାର୍ଯ୍ୟକ୍ଷମ କରା ନ ଗଲେ ସେମାନେ ରାଜରାସ୍ତାକୁ ଓହ୍ଳାଇବେ ବୋଲି ଗ୍ରାମର କମଳାକାନ୍ତ ରଣା,ପ୍ରଶାନ୍ତ ସାହୁ, ରମାକାନ୍ତ ବେହେରା,ଅକ୍ଷୟ ସାହୁ,ନରେନ୍ଦ୍ର ସାହୁ,ବାବାଜୀ ସାହୁ ପ୍ରମୁଖ ଚେତାବନୀ ଦେଇଛନ୍ତି। ଅନ୍ୟପକ୍ଷେ ପ୍ରକଳ୍ପ ଅଚଳ ହେବା ଘଟଣାର ତଦନ୍ତ କରି ସମ୍ପୃକ୍ତ ଠିକା ସଂସ୍ଥା ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଉ ବୋଲି ସେମାନେ ଦାବି କରିଛନ୍ତି।
ଉଲ୍ଲେଖନୀୟ ଯେ, ୨୦୧୫-୧୬ ମସିହାରେ ସରସ୍ବତିଆ ସମେତ ସାହାପୁର ବାରିକସାହି ଗ୍ରାମର ହାରାହାରି ୨ଶହ ପରିବାରକୁ ଶୁଦ୍ଧ ପାନୀୟ ଜଳ ଯୋଗାଣ ଲାଗି ୧କୋଟି ୧୧ଲକ୍ଷ ଟଙ୍କା ବ୍ୟୟରେ ସରସତିଆ ଗ୍ରାମରେ ଏହି ପ୍ରକଳ୍ପ କରାଯାଇଥିଲା ା ଏଥିରେ ୧ଲକ୍ଷ ଲିଟର ପାଣି ସଂରକ୍ଷଣ ଲାଗି ଟାଙ୍କି ନିର୍ମାଣ ନିର୍ମାଣ ଆରମ୍ଭ କରାଯାଇଥିଲା। ଗ୍ରାମବାସୀ ଜଳକଷ୍ଟରୁ ରକ୍ଷା ପାଇବେ ବୋଲି ଆଶା ବାନ୍ଧିଥିଲେ। ପ୍ରକଳ୍ପ ନିର୍ମାଣ କାମ ବିଳମ୍ବିତ ହୋଇ ୨ବର୍ଷରୁ ଅଧିକ ସମୟ ଲାଗିବାରୁ ଗ୍ରାମବାସୀ ଅସନ୍ତୋଷ ପ୍ରକାଶ କରି କିଛି ଦିନପାଇଁ କାର୍ଯ୍ୟବନ୍ଦ ରଖିଥିଲେ ା ପରେ ଯନ୍ତ୍ରୀମାନଙ୍କ ହସ୍ତକ୍ଷେପରେ ଠିକାଦାର ତୁରନ୍ତ କାର୍ଯ୍ୟସାରିବାର ପ୍ରତିଶ୍ରୁତି ଦେବାରୁ କାର୍ଯ୍ୟ ଆରମ୍ଭ ହୋଇଥିଲା ା ପ୍ରକଳ୍ପ କାର୍ଯ୍ୟକ୍ଷମ ହେବାର ୧ମାସ ନ ପୂରୁଣୁ ପାଇପ ଫାଟି ନଷ୍ଟ ହେବା ସହ ପ୍ରକଳ୍ପ ମେଶିନ ଅକାମୀ ହୋଇ ପଡିଥିଲା। ସାଧାରଣ ନିର୍ବାଚନ ପୂର୍ବରୁ ଗ୍ରାମବାସୀ ଭୋଟ ବର୍ଜନପାଇଁ ଚେତାବନୀ ଦେବାରୁ ଭୋଟ ଶେଷ ହେବାଯାଏଁ ଠିକଠାକ ପାଣି ଆସିଥିଲା । ମାତ୍ର ୧୦ଦିନ ଯାଇନି ପ୍ରକଳ୍ପ ପୁଣି ଅଚଳ ହୋଇ ପଡିିଲା ା ସେବେଠାରୁ ପାଇପ ପାଣି ମିଳିବା ଆଶା ଦିନକୁ ଦିନ ମଉଳିବାରେ ଲାଗିଛି ା ପ୍ରକଳ୍ପ କାର୍ଯ୍ୟ ସରିବାର ଅବଧି ଠାରୁ ୫ବର୍ଷ ଯାଏଁ ମରାମତି କାମ ଠିକା ସଂସ୍ଥା ଦ୍ୱାରା କରାଯିବାର ନିୟମ ଥିଲେ ମଧ୍ୟ ଏଠି କାହାରି ଦେଖାଦର୍ଶନ ମିଳୁ ନ ଥିବା ଗ୍ରାମର ପ୍ରଶାନ୍ତ ସାହୁ ଅଭିଯୋଗ କରିଛନ୍ତି ା ଠିକାସଂସ୍ଥା ଉପରେ ପ୍ରଶାସନର କୌଣସି ନିୟନ୍ତ୍ରଣ ରହୁ ନ ଥିବା କମଳାକାନ୍ତ ରଣା କହିଛନ୍ତି ା ଏ ସମ୍ପର୍କରେ ଗ୍ରାମ୍ୟ ପାନୀୟ ଜଳ ପରିମଳ ବିଭାଗର ସହକାରୀ ଯନ୍ତ୍ରୀ ରୌପ୍ୟ ରଞ୍ଜନ ବେହେରାଙ୍କୁ ପଚାରିବାରୁ ଘଯଣା ଅନୁଧ୍ୟାନ କରି ସମ୍ପୃକ୍ତ ଠିକା ସଂସ୍ଥା ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ା


Enter your email to get our daily news in your inbox.

All Right Reserved By Dharitri.Com

ହାତିଆଗଣ୍ଡ ଅଙ୍ଗନୱାଡି କେନ୍ଦ୍ରରେ ତାଲା

ରେମୁଣା, ୨୬।୭(ଡି.ଏନ.ଏ.)-ବାଲେଶ୍ୱର ଜିଲା ରେମୁଣା ବ୍ଲକ ପତ୍ରିପାଳ ପଞ୍ଚାୟତ ହାତିଆଗଣ୍ଡ ଅଙ୍ଗନୱାଡ଼ି କେନ୍ଦ୍ରରେ ବର୍ଷେ ହେବ ତାଲା ଝୁଲୁଛି। କୋମଳମତି ଶିଶୁଙ୍କୁ ବାରଣ୍ଡାରେ ପାଠପଢା ଯାଉଥିଲେ...

ମଦମୃତ୍ୟୁକୁ ମାସେ ପୂରିନି: ଅବାଧରେ ଚାଲିଛି ଚୋରାମଦ କାରବାର

ଭଦ୍ରକ ଅଫିସ, ୨୭।୫ – ନିର୍ବାଚନ ସମୟରେ ଭଦ୍ରକ ଜିଲାରେ ମଦମୃତ୍ୟୁ ଘଟଣା ସାରା ରାଜ୍ୟରେ ଚଳହ ସୃଷ୍ଟି କରିଥିଲା। ବିଷାକ୍ତ ମଦପିଇ ପୀରହାଟ ଓ...

ନାଗପୁରରେ ଓଡ଼ିଆ ଯବାନଙ୍କ ଆତ୍ମହତ୍ୟା: ତଦନ୍ତ ଦାବି କଲେ ପରିବାର ଲୋକେ

ବାଲିଆପାଳ, ୭।୨(ସ୍ବ.ପ୍ର.)-ନାଗପୁରରେ ସୈନ୍ୟ ବିଭାଗରେ ତାଲିମ ନେଉଥିବା ବସ୍ତା ବ୍ଲକ ବେଗୁନିଆ ଗ୍ରାମର ରାମଚନ୍ଦ୍ର ନାମକ ଯବାନ ଗଛରେ ଫାଶୀ ଲଗାଇ ଆମତ୍ହତ୍ୟା କରିଛନ୍ତ। ତାଙ୍କ...

ଜୁଏଲାରି ମାଲିକଙ୍କ ଘରେ ପଶିଲେ ଦୁର୍ବୃତ୍ତ: ୧୦ ରାଉଣ୍ଡ ଗୁଳି ଚାଳନା, ୩ ଗୁରୁତର ୩ ଆହତ

ବାହାନଗା, ୨।୬(ଡି.ଏନ.ଏ.): ବାଲେଶ୍ୱର ଜିଲା ବାହାନଗା ବ୍ଲକ ସାଉଡୁ ଗ୍ରାମର ଜଣେ ଜୁଏଲାରି ମାଲିକଙ୍କ ଘରୁ ଚୋରି ହୋଇଛି। ୬ ଜଣ ଦୁର୍ବୃତ୍ତ ଘର ଭିତରେ...

୮୫ ହଜାର ଲୁଟ୍‌ ଘଟଣା: ଜେଲ୍‌ ଗଲେ ଅଭିଯୁକ୍ତ

ରୂପ୍‌ସା, ୨୫।୧୦(ଡି.ଏନ.ଏ.)-ବାଲେଶ୍ୱର ସଦର ବ୍ଲକ ବାହାବଳପୁର ସାମୁଦ୍ରିକ ଥାନା ଅଧୀନ ଦୁବୁଲାଗଡ଼ି ଗ୍ରାମର ଜଣେ ଭୁଟୁଭୁଟି ମାଲିକ ଅଜାମିଲ ବେରାଙ୍କ ମୁହାଣସ୍ଥିତ ଗୋଦାମ ଓ ଅଫିସ୍‌...

ଖରାରେ ସିଝୁଛି ପାଲଟପୁର

ଆରଡ଼ି, ୨୧।୫(ଡି.ଏନ.ଏ.) – ଜାରି ରହିଛି ତାତି। ଅସହ୍ୟ ଗୁଳୁଗୁଳିରେ ଆଉଟୁପାଉଟୁ ହେଉଛନ୍ତି ଲୋକେ। ଖରା ସାଙ୍ଗକୁ ଗୁଳୁଗୁଳି ଲୋକଙ୍କୁ ଅସ୍ତବ୍ୟସ୍ତ କରିପକାଉଛି। ଲୋକେ ଘରେ...

ଖାଇବାକୁ ମିଳୁନି, ଋଣ ଅସୁଲ ପାଇଁ ବଢୁଛି ଚାପ : ବିଧାୟକଙ୍କୁ ଅଭିଯୋଗ କଲେ ଏସଏଚ୍‌ଜି ମହିଳା

ସଜନାଗଡ଼, ୧୩।୬(ଡି.ଏନ.ଏ.)-ସରକାର ବିଭିନ୍ନ ଫାଇନାନ୍ସ କମ୍ପାନୀଗୁଡ଼ିକ ଋଣ ଅସୁଲ କରିବା ଉପରେ ରୋକ ଲଗାଇଛନ୍ତି। ହେଲେ ମାଇକ୍ରୋଫାଇନାନ୍ସ କମ୍ପାନୀଗୁଡ଼ିକ ନିର୍ଦ୍ଦେଶ ପାଳନ ନ କରି ଏସ୍‌ଏଚ୍‌ଜି...

ପଶ୍ଚିମବଙ୍ଗରୁ ଫେରୁଥିବା ବେଳେ ବାଟରୁ ନିଖୋଜ

ସିମୁଳିଆ, ୨୬ା୧୨(ଡି.ଏନ୍‌.ଏ.)-ବାଲେଶ୍ୱର ଜିଲା ସିମୁଳିଆ ବ୍ଲକ ବାଟି ଅଞ୍ଚଳର ସଞ୍ଜୟ ଖୁଣ୍ଟିଆ(୨୭) ନାମକ ଯୁବକ ଗତ ଶନିବାର ପଶ୍ଚିମବଙ୍ଗରୁ ଘରକୁ ଫେରୁଥିବାବେଳେ ବାଟରୁ ନିଖୋଜ ହୋଇଯାଇଛନ୍ତି।...

Advertisement
Archives

Model This Week