Posted inଖେଳ

ୟୁରୋ ଟି୨୦ ସ୍ଲାମ୍‌ ପାଇଁ ଆଫ୍ରିଦୀ ଆଇକନ ଖେଳାଳି

ମୁମ୍ବାଇ, ୨୨ା୫ (ପି.ଟି.)-ପୂର୍ବତନ ପାକିସ୍ତାନ ଅଧିନାୟକ ଶାହିଦ ଆଫ୍ରିଦୀ ୟୁରୋ ଟି୨୦ ସ୍ଲାମ୍‌ରେ ଆଇକନ ଖେଳାଳି ଭାବେ ଯୋଗ ଦେଇଛନ୍ତି। ଅନ୍ୟପକ୍ଷରେ ୬ ଜଣ ମାର୍କି ଖେଳାଳିଙ୍କ ମଧ୍ୟରେ ଦକ୍ଷିଣ ଆଫ୍ରିକାର ଟି୨୦ ଉପଅଧିନାୟକ ଜେ.ପି. ଡୁମିନୀ ତାଙ୍କ ଟିମମେଟ୍‌ ଇମ୍ରାନ ତାହିର ସ୍ଥାନ ପାଇଛନ୍ତି। ଆୟର୍ଲାଣ୍ଡ, ସ୍କଟଲାଣ୍ଡ ଓ ନେଦରଲାଣ୍ଡ୍ସରେ ୩ ସପ୍ତାହ ଧରି ହେବାକୁଥିବା ଏହି ଟୁର୍ନାମେଣ୍ଟ ଅଗଷ୍ଟ ୩୦ରୁ ସେପ୍ଟେମ୍ବର ୨୨ ପର୍ଯ୍ୟନ୍ତ ହେବ। ଆଫ୍ରିଦୀଙ୍କ ବ୍ୟତୀତ ଆଇକନ୍‌ ଖେଳାଳି ତାଲିକାରେ ଯେଉଁମାନେ ସ୍ଥାନ ପାଇଛନ୍ତି, ସେମାନେ ହେଲେ ଶେନ୍‌ ଓ୍ବାଟସନ (ଅଷ୍ଟ୍ରେଲିଆ), ବ୍ରେଣ୍ଡନ ମ୍ୟାକ୍‌କୁଲମ (ନ୍ୟୁଜିଲାଣ୍ଡ) ଏବଂ ରଶିଦ ଖାଁ। ମାର୍କି ଖେଳାଳି ତାଲିକାରେ ଖ୍ରିସ୍‌ ଲିନ୍‌ (ଅଷ୍ଟ୍ରେଲିଆ), ବାବର ଆଜାମ (ପାକିସ୍ତାନ) ଏବଂ ଲ୍ୟୁକ୍‌ ରୋଞ୍ଚତ୍ (ନ୍ୟୁଜଲାଣ୍ଡ) ସାମିଲ ହୋଇଛନ୍ତି। ଅବଶିଷ୍ଟ ୨ଆଇକନ ଖେଳାଳି ଏବଂ ଜଣେ ମାର୍କି ଖେଳାଳିଙ୍କ ନାମ ଖୁବ୍‌ ଶୀଘ୍ର ଘୋଷଣା ହେବ। ପ୍ରତିଯୋଗିତାରେ ଭାଗ ନେଉଥିବା ୬ଟି ଫ୍ରାଞ୍ଚାଇଜ୍‌ ହେଲେ ନେଦରଲାଣ୍ଡ୍ସରୁ ଆମଷ୍ଟାରଡାମ୍‌ କିଙ୍ଗ୍ସ ଓ ରୋଷ୍ଟରଡାମ୍‌ ରାଇନୋଜ୍‌, ସ୍କଟଲାଣ୍ଡରୁ ଗ୍ଲାସେ୍‌ଗୋ ଜିଆଣ୍ଟ୍ସ ଓ ଏଡିନବର୍ଗ ରକ୍ସ ଏବଂ ଆୟର୍ଲାଣ୍ଡରୁ ଡବଲିନ୍‌ ଚିଫ୍ସ ଓ ବେଲ୍‌ଫାଷ୍ଟ ଟାଇଟାନ୍ସ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଡବଲ୍ୟୁଟିଏ ର଼୍ୟାଙ୍କିଙ୍ଗ୍‌ :ବାର୍ଟିଙ୍କ ନିକଟତର ହେଲେ ପ୍ଲିସ୍‌କୋଭା

ପ୍ୟାରିସ, ୧୭ | ୯(ଏଏଫପି)- ସୋମବାର ପ୍ରକାଶିତ ଡବଲ୍ୟୁଟିଏ(ଓମେନ୍ସ ଟେନିସ ଆସୋସିଏଶନ) ର଼୍ୟାଙ୍କିଙ୍ଗ୍‌ରେ ଆଶ୍‌ଲେ ବାର୍ଟିଙ୍କ ନିକଟତର ହୋଇଛନ୍ତି କାରୋଲିନା ପ୍ଲିସ୍‌କୋଭା। ଅଷ୍ଟ୍ରେଲିଆର ବାର୍ଟି ଶୀର୍ଷସ୍ଥାନ...

ଟିମ୍‌ ଇଣ୍ଡିଆରୁ ବାଦ୍‌ ପଡ଼ିବା ପରେ ଖେଳିଲେ ୯୧ ରନ୍‌ର ପାଳି

ଅହମ୍ମଦାବାଦ,୨୦।୨: ଭାରତୀୟ ବ୍ୟାଟର ଚେତେଶ୍ୱର ପୂଜାରା ଚଳିତ ରଣଜୀ ଟ୍ରଫିରେ ମୁମ୍ବାଇ ବିପକ୍ଷ ମ୍ୟାଚ୍‌ରେ ଖେଳିଛନ୍ତି ୯୧ ରନ୍‌ର ପାଳି। ତାହା ପୁଣି ୮୩ ବଲରେ,...

୧୦ ଓଭରରେ ଆସିଲା ପ୍ରଥମ ଚୌକା

ଆଡିଲେଡ,୧୭।୧୨: ଭାରତ-ଅଷ୍ଟ୍ରେଲିଆ ଚାରି ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଆଜିଠାରୁ ଆରମ୍ଭ ହୋଇଛି। ପ୍ରଥମ ମ୍ୟାଚ ଆଡିଲେଡରେ ଖେଳା ଯାଉଥିବା ବେଳେ ପ୍ରଥମ ଓଭରରେ ଭାରତକୁ...

ଭାରତୀୟ ପେସରଙ୍କ ନାମରେ ପ୍ରଥମ ସେସନ

ସାଉଥାମ୍ପଟନ,୨୨।୬: ଚଳିତ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ ଫାଇନାଲର ୫ମ ଦିନରେ ପ୍ରଥମ ସେସନ ସମ୍ପୂର୍ଣ୍ଣ ରୂପେ ଭାରତୀୟ ପେସରଙ୍କ ନାମରେ ରହିଛି। ଖେଳ ଆରମ୍ଭ ହେବାର...

ଅମ୍ପାୟର ଟଏଲେଟ୍‌କୁ ନ ଛାଡ଼ିବାରୁ ପ୍ୟାଣ୍ଟରେ ପରିସ୍ରା ଧମକ ଦେଲେ ଖେଳାଳି

ମେଲବୋର୍ନ, ୯ା୨- ଆରମ୍ଭରୁ ହିଁ ବିବାଦ ଘେରରେ ଥିବା ଟେନିସ ଗ୍ରାଣ୍ଡସ୍ଲାମ ଟୁର୍ନାମେଣ୍ଟ ଅଷ୍ଟ୍ରେଲିଆନ ଓପନରେ ମଙ୍ଗଳବାର ଏକ ଅଜବ ଘଟଣା ଦେଖିବାକୁ ମିଳିଛି। ଏକ...

ଏଫ୍‌ସି ଗୋଆ ସହ ଆହୁରି ୨ବର୍ଷ ରହିବେ ବେଡିଆ

ପଣଜୀ, ୯ା୬ (ପି.ଟି.)-ଇଣ୍ଡିଆନ ସୁପର ଲିଗ୍‌ (ଆଇଏସ୍‌ଏଲ୍‌) ଫ୍ରାଞ୍ଚାଇଜ୍‌ ଏଫ୍‌ସି ଗୋଆ ଏଡୁ ବେଡିଆଙ୍କ ସହ ଚୁକ୍ତି ନବୀକରଣ କରିଛି। ଫଳରେ ଏହି ସ୍ପେନ୍‌ ଫୁଟ୍‌ବଲର...

ଇଣ୍ଡିଆନ ସୁପର ଲିଗ୍‌: ମୁମ୍ବାଇର କ୍ରମାଗତ ଚତୁର୍ଥ ବିଜୟ

ବାମ୍ବୋଲିମ,୧୦।୧୨(ପି.ଟି.): ହାଇପ୍ରୋଫାଇଲ ଇଣ୍ଡିଆନ ସୁପର ଲିଗ୍‌ (ଆଇଏସ୍‌ଏଲ୍‌)ରେ ମୁମ୍ବାଇ ସିଟି ଏଫ୍‌ସି ତା’ର ପତିଆରା ଜାରି ରଖିଛି। ବୁଧବାର ଅନୁଷ୍ଠିତ ମ୍ୟାଚରେ ମୁମ୍ବାଇ ସିଟି ଏଫ୍‌ସି...

ଉପେକ୍ଷିତ ଖେଳାଳିଙ୍କୁ ଶାସ୍ତ୍ରୀଙ୍କ ସାନ୍ତ୍ୱନା

ଦୁବାଇ,୧୮।୪(ପି.ଟି.)- ଭାରତୀୟ ବିଶ୍ୱକପ୍‌ ଦଳ ଚୟନ ନେଇ ପୂର୍ବତନ ଅଲରାଉଣ୍ଡର ତଥା କୋଚ୍‌ ରବି ଶାସ୍ତ୍ରୀ ମୁହଁ ଖେଲିଛନ୍ତି। ବିଶ୍ୱକପ୍‌ ପାଇଁ ଏକ ୧୫ ବଦଳରେ...

Advertisement
Archives

Model This Week