Posted inଖେଳ

ୟୁରୋପିଆନ ପ୍ରତିଯୋଗିତାରୁ ମାଞ୍ଚେଷ୍ଟର ସିଟି ବାସନ୍ଦ

ନିଓନ(ସୁଇଜରଲାଣ୍ଡ),୧୫।୨(ଏଏଫ୍‌ପି)- ମାଞ୍ଚେଷ୍ଟର ସିଟି ଫୁଟବଲ ଦଳକୁ ୟୁରୋପିଆନ ପ୍ରତିଯୋଗିତାରୁ ଆଗାମୀ ୨ ବର୍ଷ ପାଇଁ ବାସନ୍ଦ କରାଯାଇଛି। ଦଳ ଆର୍ଥିକ ଫେୟାର ପ୍ଲେ ନିୟମ ଭଙ୍ଗ କରିଥିବା ୟୁଫା ପକ୍ଷରୁ ଘୋଷଣା କରାଯାଇଛି। ବାସନ୍ଦାଦେଶ ସହ ୩୦ ନିୟୁତ ୟୁରୋ (୩୨.୫ ନିୟୁତ ଡଲାର) ଅର୍ଥ ଦଣ୍ଡରେ ଦଣ୍ଡିତ କରାଯାଇଛି। ସେମାନେ ଏହି ଦଣ୍ଡାଦେଶକୁ କୋର୍ଟ ଅଫ୍‌ ଆର୍ବିଟ୍ରାଶନ ସ୍ପୋଟର୍‌ସ (ସିଏଏସ୍‌)ରେ ଚ୍ୟାଲେଞ୍ଜ କରିବେ। ୟୁଫା ଆଡଜୁଡିକାଟୋରି ଚାମ୍ବର ନିଷ୍ପତ୍ତିରେ ମାଞ୍ଚେଷ୍ଟର ସିଟି ଦୁଃଖିତ। ମାତ୍ର ଚକିତ ନୁହେଁ ବୋଲି କ୍ଲବ ପକ୍ଷରୁ କୁହାଯାଇଛି। ଦଳ ଚଳିତ ସିଜନରେ ଚାମ୍ପିୟନଶିପ ଲିଗ୍‌ରେ ରିୟଲ ମାଡ୍ରିଡ୍‌ ସହ ପ୍ରିକ୍ୱାର୍ଟର ଫାଇନାଲ ମ୍ୟାଚ୍‌ ଖେଳିବ। ଆଡଜୁଡିକାଟୋରି ଚାମ୍ବରର ହସ୍ତଗତ ହୋଇଥିବା ସମସ୍ତ ପ୍ରମାଣରୁ ଜଣାପଡ଼ିଛି ମାଞ୍ଚେଷ୍ଟର ସିଟି ୟୁଫା କ୍ଲବ ଲାଇସେନ୍ସିଂ ଓ ଫାଇନାଲସିଆଲ ଫେୟାର ପ୍ଲେ ନିୟମ ଭଙ୍ଗ କରିଛି। କ୍ଲବ ତଦନ୍ତ ପ୍ରକ୍ରିୟାରେ ମଧ୍ୟ ସାହାଯ୍ୟ କରାଯାଇ ନ ଥିଲା।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ମହିଳା ବିଗ୍‌ ବାସ୍‌ ଲିଗ୍‌: ସିଡ୍‌ନୀ ଥଣ୍ଡରକୁ ଦ୍ୱିତୀୟ ଟାଇଟଲ୍‌

ସିଡନୀ,୨୯।୧୧: ଅଷ୍ଟ୍ରେଲିଆରେ ଅନୁଷ୍ଠିତ ମହିଳା ଟି୨୦ ପ୍ରତିଯୋଗିତା ବିଗ୍‌ ବାସ୍‌ ଲିଗ୍‌ରେ ସିଡ୍‌ନୀ ଥଣ୍ଡର ଏଥର ଚାମ୍ପିୟନ ହୋଇଛି। ଶନିବାର ସ୍ଥାନୀୟ ନର୍ଥ ସିଡ୍‌ନୀ ଓଭାଲ...

ପୁଷ୍ପା ଅବତାରରେ ୟୁଜବେନ୍ଦ୍ର ଚହଲ: କହିଲେ ଫାୟାର ହୁଁ ମେଁ…

ଲକ୍ଷ୍ନୌ,୨୨।୨: ଶ୍ରୀଲଙ୍କା ବିପକ୍ଷ ଟି-୨୦ ସିରିଜ୍‌ ଆରମ୍ଭ ହେବା ପୂର୍ବରୁ ଭାରତୀୟ ଟିମ୍‌ ଉତ୍ତରପ୍ରଦେଶ ରାଜଧାନୀ ଲକ୍ଷ୍ନୌରେ ପହଞ୍ଚିଛି। ଏଠାରେ ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ...

କୋହଲିଙ୍କ ନିଆରା ପ୍ରଶଂସକ, ହାତରେ ଦୀପ ଧରି ଏମିତି ଜାଳିଲେ

ଆଇପିଏଲର ୧୩ ସଂସ୍କରଣର ତୃତୀୟ ମ୍ୟାଚ ଡେଭିଡ ୱାର୍ଣ୍ଣରଙ୍କ ସନରାଇଜର୍ସ ହାଇଦ୍ରାବାଦ ଏବଂ ବିରାଟ କୋହଲିଙ୍କ ଦଳ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ମଧ୍ୟରେ ଖେଳାଯାଇଥିଲା। ଏହି...

ଆଇଏସ୍‌ଏଲ୍‌: ପ୍ରଥମ ବିଜୟ ଲକ୍ଷ୍ୟରେ ଓଡ଼ିଶା, ଜାମଶେଦ୍‌ପୁର

ଭାସ୍କୋ,୨୯।୧୧(ପି.ଟି.): ଇଣ୍ଡିଆନ ସୁପର ଲିଗ୍‌ (ଆଇଏସ୍‌ଏଲ୍‌)ର ସପ୍ତମ ସଂସ୍କରଣରେ ଓଡ଼ିଶା ଏଫ୍‌ ଓ ଜାମ୍‌ଶେଦପୁର ଏଫ୍‌ସି ପରାଜୟରୁ ଅଭିଯାନ ଆରମ୍ଭ କରିଛନ୍ତି। ସ୍ଥାନୀୟ ତିଳକ ମଇଦାନରେ...

ମହାମାରୀ ସତ୍ତ୍ୱେ ବ୍ରାଜିଲ ଚାମ୍ପିୟନଶିପ୍‌ ଆରମ୍ଭ ହେବ

ସାଓ ପାଉଲୋ,୨୬।୬ (ଏପି): କୋଭିଡ୍‌-୧୯ ମହାମାରୀର ଆତଙ୍କ ଜାରି ରହିବା ସତ୍ତ୍ୱେ ଲାଟିନ୍‌ ଆମେରିକାର ଫୁଟବଲ ପାଓ୍ବାରା ହାଉସ୍‌ କୁହାଯାଉଥିବା ବ୍ରାଜିଲରେ ମୁଖ୍ୟ ଚାମ୍ପିୟନଶିପ୍‌ ଆରମ୍ଭ...

ମାଲିଙ୍ଗାଙ୍କ ୟୁ-ଟର୍ନ

କଲମ୍ବୋ, ୨୧।୧୧ (ପି.ଟି.)- ୨୦୨୦ରେ ଅଷ୍ଟ୍ରେଲିଆରେ ଖେଳାଯିବାକୁ ଥିବା ଆଇସିସି ଟି୨୦ ବିଶ୍ୱକପ୍‌ ପରେ କ୍ରିକେଟ୍‌ରୁ ଅବସର ନେବାକୁ ଶ୍ରୀଲଙ୍କା ଦ୍ରୁତ ବୋଲର ଲସିଥ୍‌ ମାଲିଙ୍ଗା...

ପିଲାଦିନେ ଏମିତି ଦେଖାଯାଉଥିଲେ ଭାରତୀୟ କ୍ରିକେଟ ଖେଳାଳି

ଆଜି ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହେରୁ ଜନ୍ମଦିବସ ଖୁବ୍‌ ଧୁମ୍‌ଧାମ୍‌ରେ ପାଳନ କରାଯାଉଛି। ଏହି ଦିନଟିକୁ ସାରା ଦେଶରେ ଶିଶୁ ଦିବସ ଭାବେ...

ସନ୍ୟାସୀ ବେଶରେ ଧୋନୀ, ଏଭଳି ହେଉଛି ଚର୍ଚ୍ଚା…

ନୂଆଦିଲ୍ଲୀ,୧୪।୩: ଭାରତୀୟ କ୍ରିକେଟ ଟିମ୍‌ର ପୂର୍ବ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀ ଏବେ ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌(ଆଇପିଏଲ୍‌)-୧୪ ସିଜନର ପ୍ରସ୍ତୁତିରେ ବ୍ୟସ୍ତ। ନିକଟରେ ଅଧିନାୟକଙ୍କ ଅଭ୍ୟାସ...

Advertisement
Archives

Model This Week