Posted inଖେଳ

ୟୁରୋପିଆନ୍‌ ଓପନ୍‌ ଚାମ୍ପିୟନ ମୁରେଙ୍କ ମାନ୍ୟତା ବୃଦ୍ଧି

ପ୍ୟାରିସ୍‌, ୨୨।୧୦(ଏଏଫ୍‌ପି)- ବିଶ୍ୱର ପୂର୍ବତନ ଏକ ନମ୍ବର ଖେଳାଳି ଆଣ୍ଡି ମୁରେ ୟୁରୋପିଆନ୍‌ ଓପନ୍‌ ଟାଇଟଲ୍‌ ଜିତିଛନ୍ତି। ଫାଇନାଲରେ ମୁରେ ୩-୬, ୬-୪, ୬-୪ ସେଟ୍‌ରେ ସୁଇଜରଲାଣ୍ଡର ଷ୍ଟାନ ଓ୍ବାରିଙ୍କାଙ୍କୁ ପରାସ୍ତ କରି ଚାମ୍ପିୟନ ହୋଇଛନ୍ତି। ଆଘାତଜନିତ ସମସ୍ୟାରୁ ମୁକୁଳିଥିବା ମୁରେ ୨ ବର୍ଷର ବ୍ୟବଧାନ ପରେ ପ୍ରଥମଥର ଟାଇଟଲ୍‌ ହାସଲ କରିଛନ୍ତି। ଏହି ବିଜୟ ସହ ୩୨ ବର୍ଷୀୟ ମୁରେ ଏଟିପି ମାନ୍ୟତାରେ ମଧ୍ୟ ପ୍ରଭାବ ପକାଇଛନ୍ତି। ସେ ଏକାଥରକେ ୧୧୬ଟି ପାହାଚ ଉପରକୁ ଉଠି ର଼୍ୟାଙ୍କିଙ୍ଗ୍‌ର ୧୨୭ତମ ସ୍ଥାନ ଲାଭ କରିଛନ୍ତି। ବ୍ରିଟେନ୍‌ର ଏହି ପ୍ରଫେସନାଲ ଟେନିସ୍‌ ଖେଳାଳି କ୍ୟାରିୟରରେ ୩ଟି ଗ୍ରାଣ୍ଡସ୍ଲାମ ଟାଇଟଲ୍‌ ଜିତିଥିବାବେଳେ ୪୧ ସପ୍ତାହ ଧରି ବିଶ୍ୱ ମାନ୍ୟତାର ଶୀର୍ଷସ୍ଥାନରେ ରହିଥିଲେ। ତେବେ ୨୦୧୮ ଜୁଲାଇରେ ସେ ବିଶ୍ୱ ମାନ୍ୟତାର ୮୩୯ତମ ସ୍ଥାନକୁ ଖସିଯାଇଥିଲେ। ଅଣ୍ଟା ଅସ୍ତ୍ରୋପଚାରରୁ ସୁସ୍ଥ ହୋଇ ଫେରିବା ପରେ ମୁରେ ଗତ ସେପ୍ଟେମ୍ବରରେ ୫୦୩ତମ ସ୍ଥାନରେ ରହିଥିଲେ। ଏହାପରେ ଗତ ୩ ସପ୍ତାହ ମଧ୍ୟରେ ସେ ସଂଘର୍ଷ କରି ୩୭୬ଟି ସ୍ଥାନ ଉପରକୁ ଉଠିବାରେ ସଫଳ ହୋଇଛନ୍ତି।
ପ୍ରକାଶିତ ଏଟିପି ମାନ୍ୟତାରେ ନୋଭାକ ଜୋକୋଭିଚ୍‌ ୯,୫୪୫ ପଏଣ୍ଟ ସହ ଏକ ନମ୍ବର ସ୍ଥାନରେ ଅପରିବର୍ତ୍ତିତ ରହିଛନ୍ତି। କ୍ୟାରିୟରରେ ୨୭୩ ସପ୍ତାହ ଧରି ସେ ଶୀର୍ଷ ସ୍ଥାନରେ ରହିବାର ସୌଭାଗ୍ୟ ଲାଭ କରିଛନ୍ତି। ରାଫାଲ ନାଡାଲ (୯,୨୨୫), ରୋଜର ଫେଡରର (୬,୯୫୦), ଡାନିଲ ମେଡ୍‌ଭେଡେଭ୍‌ (୫,୯୨୦), ଡୋମିନିକ ଥିଏମ୍‌ (୫,୦୮୫) ଯଥାକ୍ରମେ ୨ୟରୁ ୫ମ ସ୍ଥାନ ମଧ୍ୟରେ ରହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

RCB vs GT IPL Final: ଯଦି ବର୍ଷା ଫାଇନାଲରେ ସାଜେ ଖଳନାୟକ, ତେବେ କିଏ ଚାମ୍ପିୟନ ହେବ? ଜାଣନ୍ତୁ ଅହମଦାବାଦର ପାଣିପାଗ…

ନୂଆଦିଲ୍ଲୀ,୩୧।୫: ୨୦୨୬ ଇଣ୍ଡିଆନ ପ୍ରିମିୟର ଲିଗର ଫାଇନାଲ ପାଇଁ ପର୍ଯ୍ୟାୟ ପ୍ରସ୍ତୁତ। ଆଜି ଅହମଦାବାଦର ନରେନ୍ଦ୍ର ମୋଦି କ୍ରିକେଟ ଷ୍ଟାଡିୟମରେ ଟାଇଟଲ ମୁକାବିଲା ହେବ। ଫାଇନାଲରେ ଡିଫେଣ୍ଡିଂ…

Video: ବୈଭବ ସୂର୍ଯ୍ୟବଂଶୀଙ୍କ ଜଣେ ଭଲ ପ୍ରଶଂସକ ହୋଇଯାଇଛନ୍ତି ସଚିନ ତେନ୍ଦୁଲକର , ତାଙ୍କ ପ୍ରଶଂସାରେ କହିଲେ…

ନୂଆଦିଲ୍ଲୀ,୩୧।୫: ‘ବେବି ବସ’ ଭାବରେ ଶୀଘ୍ର ପ୍ରସିଦ୍ଧି ଲାଭ କରୁଥିବା ବୈଭବ ସୂର୍ଯ୍ୟବଂଶୀ ତାଙ୍କର ବିସ୍ଫୋରକ ଖେଳ ଶୈଳୀ ସହିତ ଏକ ଚାଞ୍ଚଲ୍ୟକର ଘଟଣା ସୃଷ୍ଟି କରିଛନ୍ତି।…

ଦିଲ୍ଲୀରୁ ଘରକୁ ଫେରୁଥିଲେ, ଜାତୀୟ ପାରା ଆଥ୍‌ଲେଟଙ୍କୁ ହତ୍ୟା,:ରକ୍ତ ଜୁଡ଼ୁବୁଡ଼ୁ…

ଗାଜିଆବାଦ, ୩୦।୫: ଉତ୍ତର ପ୍ରଦେଶର ଗାଜିଆବାଦ ଅଞ୍ଚଳରୁ ଏକ ଅଭାବନୀୟ ତଥା ଦୁଃଖଦ ଖବର ସାମ୍ନାକୁ ଆସିଛି। ଜାତୀୟ ସ୍ତରର ପାରା ଖେଳାଳୀ ଚିରାଗ ତ୍ୟାଗୀଙ୍କୁ ନିର୍ମମ…

ଫାଇନାଲରେ ପହଞ୍ଚିଲେ ସାତ୍ତ୍ୱିକ-ଚିରାଗ ଯୋଡ଼ି

ସିଙ୍ଗାପୁର,୩୦ା୫: ଭାରତର ତାରକା ଯୋଡ଼ି ସାତ୍ତ୍ୱିକସାଇରାଜ ରାଙ୍କିରେଡ୍ଡୀ ଓ ଚିରାଗ ଶେଟ୍ଟି ସିଙ୍ଗାପୁର ଓପନ ସୁପର ୭୫୦ ବ୍ୟାଡ୍‌ମିଣ୍ଟନ ଟୁର୍ନାମେଣ୍ଟର ଫାଇନାଲରେ ପ୍ରବେଶ କରିଛନ୍ତି। ଶନିବାର ଅନୁଷ୍ଠିତ…

ରେସଲିଂ ଫେରିବା ଆଶା ଧୂଳିସାତ

ନୂଆଦିଲ୍ଲୀ,୩୦ା୫- ଅଲିମ୍ପିଆନ ଭିନେଶ ଫୋଗତଙ୍କ ପ୍ରତିଦ୍ୱନ୍ଦ୍ୱିତାମୂଳକ ରେସଲିଂକୁ ଫେରିବା ଆଶା ଧୂଳିସାତ ହୋଇଛି। ଶନିବାର ଏସିଆନ ଗେମ୍ସ ଚୟନ ପ୍ରକ୍ରିୟାରେ ୫୩ କେଜି ସେମିଫାଇନାଲରେ ସେ ମୀନାକ୍ଷୀଙ୍କଠାରୁ…

IPL ଇତିହାସରେ ଏମିତି କାରନାମା କରିବାରେ ପ୍ରଥମ ଖେଳାଳି ହେଲେ ଶୁବମନ ଗିଲ

ନୂଆଦିଲ୍ଲୀ,୩୦।୫: ଗୁଜରାଟ ଟାଇଟାନ୍ସ କ୍ୱାଲିଫାୟର ୨ରେ ରାଜସ୍ଥାନ ରୟାଲ୍ସକୁ ୭ ଉଇକେଟରେ ପରାସ୍ତ କରି ଆଇପିଏଲ ୨୦୨୬ ଫାଇନାଲରେ ସ୍ଥାନ ପକ୍କା କରିଛି। କ୍ୱାଲିଫାୟର ୨ ମ୍ୟାଚ୍‌ରେ…

‘ଅଦ୍ଭୁତ ସୂର୍ଯ୍ୟା’! ବୈଭବ ସୂର୍ଯ୍ୟବଂଶୀଙ୍କ ପ୍ରଶଂସାରେ ଶତମୁଖ ଅମିତାଭ ବଚ୍ଚନ; କହିଲେ- ଏହି ବୟସରେ ଆମେ…

ନୂଆଦିଲ୍ଲୀ,୩୦।୫: ଆଇପିଏଲର କ୍ୱାଲିଫାୟର୍‌-୨ରେ ଶୁକ୍ରବାର ରାଜସ୍ଥାନ ରୟାଲ୍ସ (RR) ଗୁଜରାଟ ଟାଇଟନ୍ସ (GT) ହାତରୁ ପରାଜୟର ସମ୍ମୁଖୀନ ହୋଇଛି। ଏହି ପରାଜୟ ସହ ଦଳ ଟୁର୍ନାମେଣ୍ଟରୁ ବାହାରି…

IPLରୁ RR ବିଦାୟ ନେବା ପରେ କାନ୍ଦିଲେ ବୈଭବ ସୂର୍ଯ୍ୟବଂଶୀ; ଭାଇରାଲ ଭିଡିଓ ଦେଖି ପ୍ରଶଂସକଙ୍କ ଆଖିରେ ବି ଲୁହ!

ନୂଆଦିଲ୍ଲୀ,୩୦।୫: ଆଇପିଏଲ ୨୦୨୬ରେ ରାଜସ୍ଥାନ ରୟାଲ୍ସର ସଫଳତାରେ ବୈଭବ ସୂର୍ଯ୍ୟବଂଶୀ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ଏହି ୧୫ ବର୍ଷୀୟ ବ୍ୟାଟସମ୍ୟାନ ଏହି ସିଜିନରେ ଲଗାତାର ଭାବରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri