Posted inଖେଳ

ୟୁରୋପିଆନ୍‌ ଓପନ୍‌ ଚାମ୍ପିୟନ ମୁରେଙ୍କ ମାନ୍ୟତା ବୃଦ୍ଧି

ପ୍ୟାରିସ୍‌, ୨୨।୧୦(ଏଏଫ୍‌ପି)- ବିଶ୍ୱର ପୂର୍ବତନ ଏକ ନମ୍ବର ଖେଳାଳି ଆଣ୍ଡି ମୁରେ ୟୁରୋପିଆନ୍‌ ଓପନ୍‌ ଟାଇଟଲ୍‌ ଜିତିଛନ୍ତି। ଫାଇନାଲରେ ମୁରେ ୩-୬, ୬-୪, ୬-୪ ସେଟ୍‌ରେ ସୁଇଜରଲାଣ୍ଡର ଷ୍ଟାନ ଓ୍ବାରିଙ୍କାଙ୍କୁ ପରାସ୍ତ କରି ଚାମ୍ପିୟନ ହୋଇଛନ୍ତି। ଆଘାତଜନିତ ସମସ୍ୟାରୁ ମୁକୁଳିଥିବା ମୁରେ ୨ ବର୍ଷର ବ୍ୟବଧାନ ପରେ ପ୍ରଥମଥର ଟାଇଟଲ୍‌ ହାସଲ କରିଛନ୍ତି। ଏହି ବିଜୟ ସହ ୩୨ ବର୍ଷୀୟ ମୁରେ ଏଟିପି ମାନ୍ୟତାରେ ମଧ୍ୟ ପ୍ରଭାବ ପକାଇଛନ୍ତି। ସେ ଏକାଥରକେ ୧୧୬ଟି ପାହାଚ ଉପରକୁ ଉଠି ର଼୍ୟାଙ୍କିଙ୍ଗ୍‌ର ୧୨୭ତମ ସ୍ଥାନ ଲାଭ କରିଛନ୍ତି। ବ୍ରିଟେନ୍‌ର ଏହି ପ୍ରଫେସନାଲ ଟେନିସ୍‌ ଖେଳାଳି କ୍ୟାରିୟରରେ ୩ଟି ଗ୍ରାଣ୍ଡସ୍ଲାମ ଟାଇଟଲ୍‌ ଜିତିଥିବାବେଳେ ୪୧ ସପ୍ତାହ ଧରି ବିଶ୍ୱ ମାନ୍ୟତାର ଶୀର୍ଷସ୍ଥାନରେ ରହିଥିଲେ। ତେବେ ୨୦୧୮ ଜୁଲାଇରେ ସେ ବିଶ୍ୱ ମାନ୍ୟତାର ୮୩୯ତମ ସ୍ଥାନକୁ ଖସିଯାଇଥିଲେ। ଅଣ୍ଟା ଅସ୍ତ୍ରୋପଚାରରୁ ସୁସ୍ଥ ହୋଇ ଫେରିବା ପରେ ମୁରେ ଗତ ସେପ୍ଟେମ୍ବରରେ ୫୦୩ତମ ସ୍ଥାନରେ ରହିଥିଲେ। ଏହାପରେ ଗତ ୩ ସପ୍ତାହ ମଧ୍ୟରେ ସେ ସଂଘର୍ଷ କରି ୩୭୬ଟି ସ୍ଥାନ ଉପରକୁ ଉଠିବାରେ ସଫଳ ହୋଇଛନ୍ତି।
ପ୍ରକାଶିତ ଏଟିପି ମାନ୍ୟତାରେ ନୋଭାକ ଜୋକୋଭିଚ୍‌ ୯,୫୪୫ ପଏଣ୍ଟ ସହ ଏକ ନମ୍ବର ସ୍ଥାନରେ ଅପରିବର୍ତ୍ତିତ ରହିଛନ୍ତି। କ୍ୟାରିୟରରେ ୨୭୩ ସପ୍ତାହ ଧରି ସେ ଶୀର୍ଷ ସ୍ଥାନରେ ରହିବାର ସୌଭାଗ୍ୟ ଲାଭ କରିଛନ୍ତି। ରାଫାଲ ନାଡାଲ (୯,୨୨୫), ରୋଜର ଫେଡରର (୬,୯୫୦), ଡାନିଲ ମେଡ୍‌ଭେଡେଭ୍‌ (୫,୯୨୦), ଡୋମିନିକ ଥିଏମ୍‌ (୫,୦୮୫) ଯଥାକ୍ରମେ ୨ୟରୁ ୫ମ ସ୍ଥାନ ମଧ୍ୟରେ ରହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଇଣ୍ଡିଜ ଗସ୍ତରୁ ବାଦ୍‌ ପଡ଼ିପାରନ୍ତି କୋହଲି, ବୁମରା

ନୂଆଦିଲ୍ଲୀ,୧୨।୭- ଭାରତୀୟ ଅଧିନାୟକ ବିରାଟ କୋହଲି ଓ ପେସର ଯଶପ୍ରୀତ ବୁମରାଙ୍କୁ ସମ୍ଭବତଃ ସମ୍ପୂର୍ଣ୍ଣ ଓ୍ବେଷ୍ଟଇଣ୍ଡିଜ ଗସ୍ତରୁ ବିଶ୍ରାମ ଦିଆଯାଇପାରେ। ଅଗଷ୍ଟ ୩ ତାରିଖଠାରୁ ଆରମ୍ଭ...

ଓସାକା, ରୋଜର୍ସ କ୍ୱାର୍ଟର ଫାଇନାଲରେ

ନ୍ୟୁୟର୍କ, ୮।୯(ଏପି): ଜାପାନର ନାଓମି ଓସାକା ଚଳିତ ୟୁଏସ ଓପନ ଗ୍ରାଣ୍ଡସ୍ଲାମ ମହିଳା ସିଙ୍ଗଲ୍ସ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି। ପ୍ରି-କ୍ୱାର୍ଟରରେ ସେ ଆନେଟ କୋଣ୍ଟାଭେଟଙ୍କୁ...

ଶୋଇକି ଉଠିଲା ବେଳକୁ ବେଶୀ ଯନ୍ତ୍ରଣା ଦେଉଛି ବିଶ୍ୱକପ୍‌ ପରାଜୟ:କୋହଲି

ନୂଆଦିଲ୍ଲୀ, ୨୫।୭: ଆଇସିସି ବିଶ୍ୱକପ୍‌ ସରିବାର ପାଖାପାଖି ମାସେ ହୋଇଯାଇଥିଲେ ମଧ୍ୟ ସେମିଫାଇନାଲରେ ଭାରତୀୟ ଦଳର ପରାଜୟ ଦର୍ଶକଙ୍କ ମନରୁ ଲିଭିନାହିଁ। କେବଳ ଦର୍ଶକ ନୁହଁନ୍ତି,...

ଦଳରେ ଦୁଇ ଖେଳାଳିଙ୍କୁ ନେବା ଲାଗି ହାଇକୋର୍ଟଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ, ୨୫ା୨(ପି.ଟି.): ଇରାନରେ ହେବାକୁଥିବା ବିଶ୍ୱ ଜୁନିୟର କବାଡ଼ି ଚାମ୍ପିୟନଶିପ୍‌ (ବାଳକ)ରେ ଭାରତ ତରଫରୁ ଅଂଶଗ୍ରହଣ କରିବା ଲାଗି ଦୁଇଜଣ ସ୍ବଳ୍ପ ବୟସ୍କ ଖେଳାଳିଙ୍କୁ ଅନୁମତି...

ଆଜି ଯାଏ ହୋଇଥିବା ମ୍ୟାଚ୍‌ରେ ମୁମ୍ବାଇ ରହିଛି ଆଗରେ: ଆଇପିଏଲ୍‌ ଇତିହାସରେ ରହିଛି ଏଭଳି ରେକର୍ଡ

ନୂଆଦିଲ୍ଲୀ,୯।୪: ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ୍‌)ର ୧୪ ସିଜିନର ପ୍ରଥମ ମ୍ୟାଚ୍‌ ଶୁକ୍ରବାର ଖେଳାଯିବ। ଏଥିରେ ରୋହିତ ଶର୍ମାଙ୍କ ମୁମ୍ବାଇ ଇଣ୍ଡିଆନ୍ସ ବିରାଟ କୋହଲିଙ୍କ ରୟାଲ ଚ୍ୟାଲେଞ୍ଜର୍ସ...

ସୀମିତ ଓଭରରେ ସଫଳ ନ ହେଲେ ଭାରତ ୪-୦ରେ ଟେଷ୍ଟ ସିରିଜ ହାରିବ: କ୍ଲାର୍କ

ସିଡ୍‌ନୀ,୨୫।୧୧(ପି.ଟି.): ଅଷ୍ଟ୍ରେଲିଆରୁ ଭାରତ ଫେରିବା ପୂର୍ବରୁ ଅଧିନାକୟ ବିରାଟ କୋହଲିଙ୍କୁ ଦିନିକିଆ ଓ ଟି୨୦ ସିରିଜରେ ଦୃଷ୍ଟାନ୍ତମୂଳକ ପ୍ରଦର୍ଶନ ସହ ଉତ୍କୃଷ୍ଟ ନେତୃତ୍ୱ ପ୍ରତିପାଦନ କରିବାକୁ...

ତ୍ରି-ରାଷ୍ଟ୍ରୀୟ ଟି୨୦: ଆଫଗାନିସ୍ତାନକୁ ଜିତାଇଲେ ନବି

ଢାକା, ୧୫।୯- ସ୍ଥାନୀୟ ଶେର୍‌ ଇ ବାଂଲା ନ୍ୟାଶନାଲ ଷ୍ଟାଡିୟମରେ ରବିବାର ଅନୁଷ୍ଠିତ ତ୍ରି-ରାଷ୍ଟ୍ରୀୟ ଟି୨୦ ସିରିଜର ଏକ ମ୍ୟାଚ୍‌ରେ ଆଫଗାନିସ୍ତାନ ୨୫ ରନରେ ଘରୋଇ...

କରୋନା ଆତଙ୍କ: ଇଂଲଣ୍ଡ ଗସ୍ତରୁ ଓହରିଲେ ଆମୀର, ସୋହେଲ

ଲାହୋର,୧୨।୬: ସାରା ବିଶ୍ୱ ଏବେ କରୋନ ଭାଇରସ୍‌ ସହ ଲଢୁଛି। ତେବେ ପାକିସ୍ତାନ ତା’ର ଇଂଲଣ୍ଡ ଗସ୍ତ ପାଇଁ ପ୍ରସ୍ତୁତି ଜାରି ରଖିଛି। ତେବେ ଏହି...

Advertisement
Archives

Model This Week