Posted inଜାତୀୟ

ୟୁପି ସରକାରଙ୍କ ଅଭିଯୋଗ: ହିଂସା ପଛରେ ପିଏଫ୍‌ଆଇ, ସିମି

ଲକ୍ଷ୍ନୌ,୨୩ା୧୨(ପି.ଟି.): ଉତ୍ତରପ୍ରଦେଶରେ ସିଏଏ ବିରୋଧୀ ହିଂସାତ୍ମକ ଆନ୍ଦୋଳନ ପାଇଁ ରାଜ୍ୟ ସରକାର ବାହାର ଲୋକଙ୍କୁ ଦାୟୀ କରୁଥିବାବେଳେ ଏଥିରେ ମୁସଲମାନ ସଂଗଠନ ପପୁଲାର ଫ୍ରଣ୍ଟ ଅଫ୍‌ ଇଣ୍ଡିଆ (ପିଏଫ୍‌ଆଇ) ଏବଂ ଷ୍ଟୁଡେଣ୍ଟସ୍‌ ଇସ୍‌ଲାମିକ ମୁଭ୍‌ମେଣ୍ଟ ଅଫ୍‌ ଇଣ୍ଡିଆ (ସିମି) ସମ୍ପୃକ୍ତ ଥିବା ରବିବାର କହିଛନ୍ତି। ହିଂସାରେ ସମ୍ପୃକ୍ତ ପଶ୍ଚିମବଙ୍ଗର ୬ ଜଣଙ୍କୁ ଗିରଫ କରାଯାଇଥିଲା। ସେମାନେ ପିଏଫ୍‌ଆଇ ଏବଂ ସିମି ସହ ସମ୍ପୃକ୍ତ ଥିବା ଜଣାପଡିଛି। ହିଂସାରେ ପ୍ରାଣ ହରାଇଥିବା ଲୋକଙ୍କ ପରିବାରକୁ ଭେଟିବା ପାଇଁ ତୃଣମୂଳ କଂଗ୍ରେସର ଏକ ପ୍ରତିନିଧି ଦଳ ଆସିଥିବାବେଳେ ସେମାନଙ୍କୁ ଲକ୍ଷ୍ନୌ ବିମାନବନ୍ଦରରେ ଅଟକ ରଖାଯାଇଛି।
ଅନ୍ୟପକ୍ଷରେ କଂଗ୍ରେସ ସାଧାରଣ ସମ୍ପାଦିକା ପ୍ରିୟଙ୍କା ଗାନ୍ଧୀ ଭଦ୍ରା ବିଜ୍‌ନୋର ଜିଲାକୁ ଯାଇ ବିକ୍ଷୋଭ ହିଂସାରେ ପ୍ରାଣ ହରାଇଥିବା ୨ ଜଣଙ୍କ ପରିବାର ସଦସ୍ୟଙ୍କୁ ଭେଟିଛନ୍ତି। ଗତ ୩ ଦିନ ଧରି ଉତ୍ତରପ୍ରଦେଶର ବିଭିନ୍ନ ସ୍ଥାନରେ ବିକ୍ଷୋଭବେଳେ ହିଂସାକାଣ୍ଡ ଘଟି ୧୬ ଜଣଙ୍କ ମୃତ୍ୟୁ ହୋଇଥିଲା। ରବିବାର ରାଜ୍ୟ ସ୍ଥିତି ଶାନ୍ତିପୂର୍ଣ୍ଣ ରହିଛି। ବିଭିନ୍ନ ଅଞ୍ଚଳରେ କଟକଣା ଜାରି ରହିଥିବାବେଳେ ସୋମବାର ପର୍ଯ୍ୟନ୍ତ ଇଣ୍ଟରନେଟ ସେବାକୁ ବନ୍ଦ ରଖାଯାଇଛି। ରବିବାର ଉପମୁଖ୍ୟମନ୍ତ୍ରୀ ଦିନେଶ ଶର୍ମା ଏକ ଖବରଦାତା ସମ୍ମିଳନୀ ଡାକି ଉତ୍ତରପ୍ରଦେଶ ହିଂସାରେ ବାହାର ଲୋକଙ୍କ ଭୂମିକା ଥିବା କହିଥିଲେ। ପଶ୍ଚିମବଙ୍ଗର ମାଲଦାରୁ ଆସିଥିବା ୬ ଜଣ ହିଂସାକାଣ୍ଡରେ ସାମିଲ ଥିଲେ। ସେମାନେ ବେଆଇନ ଘୋଷିତ ଆତଙ୍କବାଦୀ ସଂଗଠନ ସିମି ସମେତ ପିଏଫ୍‌ଆଇର ସଦସ୍ୟ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Video: ହନୁମାନଙ୍କ ଆଶୀର୍ବାଦ ପାଇବା ପରେ ଇନିଂସ ଆରମ୍ଭ କରିଥିଲେ ବୈଭବ ସୂର୍ଯ୍ୟବଂଶୀ, ହେଲିକପ୍ଟର ସଟ ମାରି ନିଜର ଶକ୍ତି ଦେଖାଇଲେ…

ନୂଆଦିଲ୍ଲୀ,୧୬।୭: ବୈଭବ ସୂର୍ଯ୍ୟବଂଶୀ ଇଂଲଣ୍ଡ ବିପକ୍ଷ ପାଞ୍ଚ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜର ଦ୍ୱିତୀୟ ମ୍ୟାଚରେ ତାଙ୍କର ଅନ୍ତର୍ଜାତୀୟ ଡେବ୍ୟୁ କରିଥିଲେ। ଏହି ସଫଳତା ସହିତ, ୧୫ବର୍ଷୀୟ…

ଗଞ୍ଜାମରେ ରଥଯାତ୍ରା; ମାଉସୀ ମା’ ମନ୍ଦିରରେ ପହଞ୍ଚି ଦର୍ଶନ ଦେଲେ ତିନି ଠାକୁର, କୁନି ଭକ୍ତ କଲେ….

ଗଞ୍ଜାମ,୧୬।୭(ବିଦ୍ୟାଧର ସାହୁ ): ଗଞ୍ଜାମ ସହରରେ ଚଳିତ ବର୍ଷ ରଥଯାତ୍ରା ମହା ଆଡମ୍ବରରେ ପାଳିତ ହୋଇଛି । ବଡ଼ ବଜାର ସ୍ଥିତ ଜଗନ୍ନାଥ ମନ୍ଦିର ପରିଚାଳନା କମିଟି…

ISROର ୧୦୦ ସାଇଣ୍ଟିଷ୍ଟ ଚାକିରି ଛାଡିବା ପରେ ସରକାରଙ୍କ ବଡ଼ କାର୍ଯ୍ୟାନୁଷ୍ଠାନ

ନୂଆଦିଲ୍ଲୀ,୧୬।୭: ଭାରତ ସରକାର ISRO ବୈଜ୍ଞାନିକମାନଙ୍କ ପାଇଁ ଇସ୍ତଫା ଏବଂ ଅକାଳ ଅବସର ସମ୍ପର୍କିତ ନିୟମକୁ କଡ଼ାକଡ଼ି କରିଛନ୍ତି। ଏକ ସରକାରୀ ନିର୍ଦ୍ଦେଶରେ ISROରେ ଗ୍ରୁପ A…

Puri Rath Yatra: ବଡ଼ଦାଣ୍ଡରେ ଗଡ଼ିଲା ରଥ, ଶରଧାବାଲି ଅଭିମୁଖେ ବଡ଼ ଠାକୁରଙ୍କ ତାଳଧ୍ବଜ

ପୁରୀ,୬।୭: ଶ୍ରୀକ୍ଷେତ୍ର ପୁରୀରେ ଆରମ୍ଭ ହୋଇଛି ରଥଟଣା। ବଡ଼ଦାଣ୍ଡରେ ଗଡ଼ିଲା ପ୍ରଭୁ ବଡ଼ ଠାକୁରଙ୍କ ତାଳଧ୍ବଜ ରଥ। ଲକ୍ଷାଧିକ ଭକ୍ତଙ୍କ ଜୟ ଜଗନ୍ନାଥ ଧ୍ୱନିରେ ପ୍ରକମ୍ପିତ ଶ୍ରୀକ୍ଷେତ୍ର।…

ପୁରୁଷୋତ୍ତମପୁରରେ ରଥଯାତ୍ରା: ବର୍ଷାରେ ଭିଜିଲେ କାଳିଆ ସାଆନ୍ତ

ପୁରୁଷୋତ୍ତମପୁର,୧୬ା୭(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଅଞ୍ଚଳରେ ପବିତ୍ର ରଥଯାତ୍ରା ମହାସମାରୋହରେ ପାଳିତ ହୋଇଯାଇଛି। ହେଲେ ଦୀର୍ଘ ୪ ଦିନ ଧରି ଦାଉ ସାଧି ଲାଗିରହିଥିବା ଲଗାଣ…

୨୨କୋଟି ଵ୍ୟୟ ଅଟକଳରେ ନବୀକରଣ ହୋଇଛି କେସିଙ୍ଗା ରେଲୱେ ଷ୍ଟେଶନ, ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ

କେସିଙ୍ଗା,୧୬।୭(ତୁମେଶ୍ୱର ସାହୁ): ସମ୍ବଲପୁର ରେଲୱେ ଡିଭିଜନ ଅଧିନସ୍ଥ କେସିଙ୍ଗା ରେଲୱେ ଷ୍ଟେଶନର ଶୁଭ ଉଦଘାଟନ ଶୁକ୍ରବାର ରେଳ ବିଭାଗ ପକ୍ଷରୁ କରାଯିବ । କେସିଙ୍ଗା ଷ୍ଟେଶନର ନବୀକରଣ…

ବିଶ୍ୱରେ ଚାଇନାର ପ୍ରାଧାନ୍ୟ, ପ୍ରଭାବଶାଳୀ ନେତାଙ୍କ ମଧ୍ୟରେ ଡୋନାଲ୍ଡ ଟ୍ରମ୍ପଙ୍କୁ ପଛରେ ପକାଇଲେ ଜିନପିଙ୍ଗ

ବେଜିଂ,୧୬।୭: ଏକ ସର୍ଭେରେ ଚାଇନା ଆମେରିକା ତୁଳନାରେ ଭଲ ସ୍ଥିତିରେ ଥିବା ଦର୍ଶାଯାଇଛି। ସମ୍ପ୍ରତି, ପିଉ ରିସର୍ଚ୍ଚ ସେଣ୍ଟର 2026 ଆରମ୍ଭରେ ୩୬ଟି ଦେଶରେ ଏକ ସର୍ଭେ…

ଡୋନାଲ୍ଡ ଟ୍ରମ୍ପ ହର୍ମୁଜ ପ୍ରଣାଳୀ ଦେଇ ଯାଉଥିବା ଜାହାଜ ଉପରେ ଟିକସ ଲଗାଇପାରିବେ କି? ଜାଣନ୍ତୁ କ’ଣ କହୁଛି ଅନ୍ତର୍ଜାତୀୟ ଆଇନ

ତେହରାନ,୧୬।୭: ବିଶ୍ୱ ରାଜନୈତିକ ଏବଂ ରଣନୈତିକ ମୋର୍ଚ୍ଚାରେ ଆମେରିକା ଏବଂ ଇରାନ ମଧ୍ୟରେ ହର୍ମୁଜ ପ୍ରଣାଳୀ ପୁଣିଥରେ ସଂଘର୍ଷର ଏକ ପ୍ରମୁଖ କେନ୍ଦ୍ର ପାଲଟିଛି। ଏହି ଗୁରୁତ୍ୱପୂର୍ଣ୍ଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri