ୟୁନାଇଟେଡ୍‌ ଫୋରମ୍‌ ଅଫ୍‌ ବ୍ୟାଙ୍କ ୟୁନିୟନର ବନ୍ଦ ଡାକରା: କଳାହାଣ୍ଡି ଜିଲାର ସମସ୍ତ ବ୍ୟାଙ୍କ ବନ୍ଦ

ଭବାନୀପାଟଣା,୩୧।୧(ଡି.ଏନ୍‌.ଏ.): ୟୁନାଇଟେଡ୍‌ ଫୋରମ୍‌ ଅଫ୍‌ ବ୍ୟାଙ୍କ ୟୁନିୟନ ପକ୍ଷରୁ ଜାନୁୟାରୀ ୩୧ ଶୁକ୍ରବାର ଓ ଫେବୃୟାରୀ ୧ ଶନିବାର ସମସ୍ତ ବ୍ୟାଙ୍କ ବନ୍ଦ ଡାକରା ଦିଆଯାଇଛି। ସପ୍ତାହକୁ ୫ ଦିନ ବ୍ୟାଙ୍କିଙ୍ଗ୍‌ ବ୍ୟବସ୍ଥା ପ୍ରଚଳନ, ଦରମାର ପୁନଃ ନିର୍ଦ୍ଧାରଣ, ସମାନ କାମକୁ ସମାନ ଦରମା, ଅବସରକାଳୀନ ସହାୟତାରୁ ଆୟକର ବ୍ୟବସ୍ଥାକୁ ବାଦ୍‌ ଦେବା ଆଦି ୧୨ ଦଫା ଦାବିରେ ଫୋରମ ଅଫ୍‌ ବ୍ୟାଙ୍କ ୟୁନିୟନ ପକ୍ଷରୁ ଏହି ଧର୍ମଘଟ ହୋଇଛି। ସକାଳୁ କଳାହାଣ୍ଡି ରିଜିଅନ ଏସ୍‌ବିଆଇ ଅଫିସର ଆସୋସିଏଶନର ସଭାପତି ତ୍ରିନାଥ ସୁନା, ରିଜିଓନାଲ ସେକ୍ରେଟାରି ଏସ୍‌ବିଆଇ ଷ୍ଟାଫ୍‌ ଆସୋସିଏଶନ ଭୁବନେଶ୍ୱର ମଣ୍ଡଳ ନିମାଇଁ ଚରଣ ପାଣି, ରିଜିଓନାଲ ସେକ୍ରେଟାରି ଏସ୍‌ବିଆଇ ଓଏ ଶଶିଭୂଷଣ ପଣ୍ଡା ଓ ଜୋନାଲ ସେକ୍ରେଟାରି ଏସ୍‌ବିଆଇ ଏସ୍‌ଏ କଳାହାଣ୍ଡି ରିଜିଅନ ଶ୍ୟାମ ଥନାପତିଙ୍କ ସହ ବିଭିନ୍ନ ବ୍ୟାଙ୍କ ସଂଗଠନର କର୍ମଚାରୀ ପ୍ରମୁଖ ଭବାନୀପାଟଣା ଏସ୍‌ବିଆଇ ମୁଖ୍ୟ ଶାଖା ସମ୍ମୁଖରେ ଧାରଣାରେ ବସିରହିଥିବା ଦେଖିବାକୁ ମିଳିଛି।
ତେବେ ଆସନ୍ତା ୨ ତାରିଖ ରବିବାର ଛୁଟିଦିନ ପଡ଼ୁଥିବାରୁ ସ୍ବାଭାବିକ ଭାବେ ବ୍ୟାଙ୍କ ବନ୍ଦ ରହିବ। ଲଗାତର ୩ ଦିନ ବ୍ୟାଙ୍କ ଛୁଟି ରହୁଥିବା ବେଳେ ଲୋକେ ସଞ୍ଚୟ ଜମାଖାତାରୁ ଟଙ୍କା ଉଠାଣ ଓ ଜମା କରିବା ନେଇ ହନ୍ତସନ୍ତ ହେବା ଆଲୋଚନାର ବିଷୟ ପାଲଟିଛି।


Enter your email to get our daily news in your inbox.

All Right Reserved By Dharitri.Com

ଗଞ୍ଜାମରେ ଶଟ୍‌ଡାଉନ ପ୍ରଭାବ, ରାସ୍ତାଘାଟ ଜନଶୂନ୍ୟ

ଗଞ୍ଜାମ,୪।୭(ଡି.ଏନ୍‌.ଏ.): ମହାମାରୀ କରୋନା ଭାଇରସ୍‌ ବା କୋଭିଡ-୧୯ ମୁକାବିଲା ନିମନ୍ତେ ସରକାର ଓ ଜିଲା ପ୍ରଶାସନ ପକ୍ଷରୁ ବିଭିନ୍ନ ପଦକ୍ଷେପମୂଳକ କାର୍ଯ୍ୟ ଗ୍ରହଣ କରାଯାଉଛି l...

ପୁରୁଷ ଶୂନ୍ୟ ହୋଇଗଲା ପରିବାର

ରାଜନଗର, ୨୩।୩ (ଡି.ଏନ.ଏ.): ମୃତ୍ୟୁ କେତେବେଳେ ଆସେ କହିବା କଷ୍ଟକର। ସେ ବୁଢା କି ଯୁବକ ଦେଖେ ନାହିଁ। ପରିବାରର ରୋଜଗାରକ୍ଷମ ବ୍ୟକ୍ତିଙ୍କୁ ବି ସେ...

ଗଞ୍ଜାମର ହିଞ୍ଜିଳି ବ୍ଲକ, ୨ ପଞ୍ଚାୟତକୁ ମିଳିଛି ଜାତୀୟ ପୁରସ୍କାର: ଅଭିନନ୍ଦନ ଜଣାଇଲେ ମୁଖ୍ୟମନ୍ତ୍ରୀ

ଛତ୍ରପୁର,୧୯।୬(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ହିଞ୍ଜିଳି ବ୍ଲକ ଏବଂ ଶେରଗଡ଼ ବ୍ଲକର ଅଲାରିଗଡ଼ ଓ ହିଞ୍ଜିଳିବ୍ଲକର ଶାସନଆମ୍ବଗାଁ ଗଞ୍ଚାୟତଜାତୀୟସ୍ତରରେ ପୁରସ୍କୃତ ହୋଇଛି। କେନ୍ଦ୍ର ସରକାରଙ୍କଠାରୁ ଉକ୍ତ ବ୍ଲକ...

ରଣପୁର ବାଳିକା ଉଚ୍ଚ ବିଦ୍ୟାଳୟ: ଭୁଶୁଡିଲା ୬୦ ଫୁଟ୍‌ର ତାଜା ଓ ଲିନ୍‌ଟେଲ; ପ୍ରାର୍ଥନା କ୍ଲାସ ଯୋଗୁ ବର୍ତ୍ତିଲେ ଛାତ୍ରୀ

ରଣପୁର,୮ା୯(ସ୍ବ.ପ୍ର.): ଶନିବାର ଭୋର ସମୟରେ ପ୍ରାର୍ଥନା ହେଉଥିବାବେଳେ ନୟାଗଡ଼ ଜିଲା ରଣପୁର ବାଳିକା ଉଚ୍ଚ ବିଦ୍ୟାଳୟ ଉପର ମହଲାରେ ନିର୍ମାଣାଧୀନ ଗୃହର ୬୦ ଫୁଟ୍‌ର ତାଜା...

ଆଶୀର୍ବାଦ ଗିରଫ ହେବା ପ୍ରସଙ୍ଗ: ରିମାଣ୍ଡରେ ନେବନି ସିବିଆଇ; ପୁଅ ସଞ୍ଜୟ କହିଲେ ‘ଏହା ଷଡ଼ଯନ୍ତ୍ର’

କଟକ ଅଫିସ,୧୯।୯: ଆଗକୁ ଓଡ଼ିଶା କ୍ରିକେଟ୍‌ ଆସୋସିଏଶନ(ଓସିଏ)ର ନିର୍ବାଚନ ଥିବାବେଳେ ଗୁରୁବାର ପୂର୍ବତନ ସମ୍ପାଦକ ଆଶୀର୍ବାଦ ବେହେରାଙ୍କୁ ସିବିଆଇ ଗିରଫ କରିବା ଚର୍ଚ୍ଚାର ବିଷୟ ପାଲଟିଛି।...

ଲକ୍ଷ୍ମୀଦତ୍ତ ହତ୍ୟା ମାମଲା : ୨ ଜଣଙ୍କ ଜାମିନ ଆବେଦନ, ୨୩ରେ ଶୁଣାଣି

ଛତ୍ରପୁର,୪ା୧୦(ଡି.ଏନ.ଏ.): ଛତ୍ରପୁର ଏନ୍‌ଏସିର ତତ୍କାଳୀନ ବିଜେଡି କାଉନ୍‌ସିଲର ଲକ୍ଷ୍ମୀଦତ୍ତ ପ୍ରଧାନଙ୍କୁ ୨୦୧୭ ସେପ୍ଟେମ୍ବର ୧୬ରେ ତାଙ୍କ ଘର ଆଗରେ ଖଣ୍ଡାରେ ହାଣି ହତ୍ୟା କରାଯାଇଥିଲା ା...

ଗଛରେ ରାଖୀ ବାନ୍ଧିଲେ ଛାତ୍ରୀ, ଅତିଥି, ଶିକ୍ଷୟିତ୍ରୀ

ଚନ୍ଦାହାଣ୍ଡି, ୧୫।୮(ଡି.ଏନ୍‌.ଏ.)-ନବରଙ୍ଗପୁର ଜିଲା ଚନ୍ଦାହାଣ୍ଡି ବ୍ଲକ ଯାଦବ ମାଝି ବାଳିକା ବିଦ୍ୟାଳୟରେ ଗୁରୁବାର ସ୍ବାଧୀନତା ଦିବସ ଓ ରକ୍ଷାବନ୍ଧନ ପାଳନ କରାଯାଇଛି। ବିଦ୍ୟାଳୟ ପୂର୍ବତନ ସମ୍ପାଦକ...

ଜାତୀୟକରଣ ବ୍ୟାଙ୍କରେ ରହିବ ମହାପ୍ରଭୁଙ୍କ ଟଙ୍କା

ପୁରୀ ଅଫିସ, ୬ା୨: ଏଣିକି କୌଣସି ଘରୋଇ ବ୍ୟାଙ୍କରେ ଆଉ ରହିବନି ଶ୍ରୀମନ୍ଦିର ପାଣ୍ଠି। ଜାତୀୟକରଣ ବ୍ୟାଙ୍କରେ ରଖାଯିବ ମହାପ୍ରଭୁଙ୍କ ଟଙ୍କା। ଏଥିଲାଗି ଟେଣ୍ଡର ଆହ୍ବାନ...

Advertisement
Archives

Model This Week