ୟୁକୋ ବ୍ୟାଙ୍କରୁ ଚୋରି ଉଦ୍ୟମ ବିଫଳ: ସାଇଣ୍ଟିଫିକ ଟିମ୍‌ର ତଦନ୍ତ ଆରମ୍ଭ

ବଡବିଲ, ୨୮।୧୦(ସ୍ବ.ପ୍ର.): କେନ୍ଦୁଝର ଜିଲା ବଡବିଲସ୍ଥିତ(ଏସ୍‌ଡିପିଓ) ସବ୍‌ଡିଭିଜନାଲ ପୋଲିସ ଅଫିସରଙ୍କ କାର୍ଯ୍ୟାଳୟ ନିକଟସ୍ଥ ୟୁକୋ ବ୍ୟାଙ୍କରୁ ରବିବାର ରାତିରେ ଦୁର୍ବୃତ୍ତମାନେ ଚୋରି ଉଦ୍ୟମକରି ବିଫଳ ହୋଇଛନ୍ତି।
ପ୍ରକାଶ ଯେ, ବ୍ୟାଙ୍କର ପଛପାଖ ଏକ ଝରକା ଗ୍ରିଲକୁ ଗ୍ୟାସ କଟର ସାହାଯ୍ୟରେ କାଟି ଦୁର୍ବୃତ୍ତମାନେ ଭିତରେ ପଶିଥିଲେ। ବ୍ୟାଙ୍କର ଷ୍ଟ୍ରଙ୍ଗ ରୁମକୁ ଗ୍ୟାସ କଟର ସାହାଯ୍ୟରେ କାଟିବାକୁ ଚେଷ୍ଟା କରି ବିଫଳ ହୋଇଥିବା ଜଣାପଡିଛି। ସୋମବାର ବ୍ୟାଙ୍କ ଖୋଲାଯିବା ପରେ ବ୍ୟାଙ୍କ ଶାଖା ପରିଚାଳକ କ୍ଷୀରୋଦ କୁମାର ବିଶ୍ୱାଳ ଚୋରି ଉଦ୍ୟମ ହୋଇଥିବା ଜାଣିପାରି ପୋଲିସକୁ ଖବର ଦେଇଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା। ତେବେ ପୋଲିସ ଜିଲା ମୁଖ୍ୟାଳୟରୁ ସାଇଣ୍ଟିଫିକ ଟିମ୍‌ ଓ ସନ୍ଧାନୀ କୁକୁର ସହାୟତାରେ ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି। ଘଟଣାସ୍ଥଳରୁ ୪ ଗ୍ୟାସ ସିଲିଣ୍ଡର, ୨ ଗ୍ୟାସ କଟର, ଓ ପାଇପ୍‌ ଜବତ ହୋଇଛି। ସିସିଟିଭି କ୍ୟାମେରରୁ ଅଭିଯୁକ୍ତ ଚିହ୍ନଟ ହେବାପରେ ଘଟଣାର ପର୍ଦ୍ଦାଫାଶ ହେବ ବୋଲି ଥାନା ଆଇଆଇସି ସୁଶାନ୍ତ ଦାଶ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବରଗଡ଼ରୁ ଆଜି ୬୨ ପଜିଟିଭ୍‌ ଚିହ୍ନଟ, ୮୨୦୦ ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା

ବରଗଡ଼ ଅଫିସ,୨୨ା୧୦: ବରଗଡ଼ ଜିଲାରେ କରୋନା ଆକ୍ରାନ୍ତଙ୍କ କମିବାର ନାଁ ନେଉନି। ଗୁରୁବାର ଜିଲାରେ ପୁଣି ୬୨ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ...

ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ୫ ଗୋରୁ ମୃତ

ପବିତ୍ରନଗର,୬।୭(ଡି.ଏନ୍‌.ଏ.): ଅନୁଗୋଳ ଜିଲା କଣିହାଁ ବ୍ଲକ ବିରୁ ପଞ୍ଚାୟତ ବୁଲାଝର ଗ୍ରାମରେ ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ୫ ଗୋରୁଙ୍କ ମୃତ୍ୟୁ ଘଟିଛି। ସମସ୍ତ ଗୋରୁ ଗ୍ରାମର...

୭ ସ୍ବାସ୍ଥ୍ୟକେନ୍ଦ୍ରରେ ୬ ଡାକ୍ତର, ଧାରଣାରେ ବସିଲା ସୂଚନା ଅଧିକାର ଅଭିଯାନ ସଂଘ

ବାଲିଆପାଳ, ୩।୩(ଡି.ଏନ.ଏ./ସ୍ବ.ପ୍ର.)-ବାଲିଆପାଳ ବ୍ଲକରେ ଥିବା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ସମେତ ଅନ୍ୟ ୭ଟି ସ୍ବାସ୍ଥ୍ୟକେନ୍ଦ୍ରରେ ଏବେ ୬ଜଣ ଡାକ୍ତର କାର୍ଯ୍ୟ କରୁଛନ୍ତି। ଅବଶିଷ୍ଟ ୧୪ ଡାକ୍ତରୀ ପଦବୀ...

ପଞ୍ଚଦଶତମ ପାତାଳି ମହୋତ୍ସବ ଉଦ୍‌ଯାପିତ

ଉଲୁଣ୍ଡା, ୨ା୨(ଡି.ଏନ.ଏ.) ସୁବର୍ଣ୍ଣପୁର ଜିଲା ଉଲୁଣ୍ଡା ବ୍ଲକ କୋଟସମଲାଇସ୍ଥିତ ଅନ୍ୟତମ ପର୍ଯ୍ୟଟନସ୍ଥଳୀ ପାତାଳି ଶ୍ରୀକ୍ଷେତ୍ରଠାରେ ଚାଲିଥିବା ପଞ୍ଚଦଶତମ ପାତାଳି ମହୋତ୍ସବ ଶନିବାର ପୂର୍ଣ୍ଣାହୂତି ସହ ସମ୍ପନ୍ନ...

ସାମାଜିକ ଦୂରତ୍ୱରେ ହେଲା ଅକ୍ଷିମୁଠି ଅନୁକୂଳ

ଜହ୍ନାପଙ୍କ, ୨୬।୪ (ଡି.ଏନ.ଏ): ଭାରତୀୟ କିଷାନ ସଂଘ ବୌଦ୍ଧ ପକ୍ଷରୁ ନିରାଡମ୍ବର ଭାବେ ବୌଦ୍ଧ ବ୍ଲକ ଖୁଣ୍ଟବନ୍ଧ ପଞ୍ଚାୟତର ପୋଲାମ ଗ୍ରାମରେ ଅକ୍ଷିମୁଠି ଅନୁକୂଳ ହୋଇଯାଇଛି।...

କୋଟିଏରୁ ଊର୍ଦ୍ଧ୍ୱ ଟଙ୍କାର ଗୁଟ୍‌ଖା ଜବତ: ବାପପୁଅଙ୍କ ସମେତ ୩ ଗିରଫ

ବ୍ରହ୍ମପୁର ଅଫିସ,୫ା୮-ବ୍ରହ୍ମପୁର ସଦର ଥାନା ପୋଲିସ ୨ଟି ବଡ ଧରଣର ଗୁଟ୍‌ଖା କାରଖାନା ଉପରେ ଚଢାଉ କରି କୋଟିଏରୁ ଊର୍ଦ୍ଧ୍ୱ ଟଙ୍କାର ଗୁଟ୍‌ଖା ଜବତ କରିଛି।...

ସାଇକେଲରେ ଯାଉଥିବା ବେଳେ ପିଟିଲା କାର୍‌: ମା’ ମୃତ, ଝିଅ ଗୁରୁତର

ଖୋର୍ଦ୍ଧା ଅଫିସ/ବାଲୁଗାଁ,୨୯।୧୧(ଡି.ଏନ୍‌.ଏ.): ଖୋର୍ଦ୍ଧା ଜିଲା ବାଲୁଗାଁ ଥାନା ସୁବୁଦ୍ଧିପାଟଣାଛକରେ ଶୁକ୍ରବାର ପୂର୍ବାହ୍ନରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ସାଇକେଲରେ ଯାଉଥିବା ସୁବୁଦ୍ଧିପାଟଣାଗ୍ରାମର ମା’ ଏବଂ...

ଦେଶରେ ଅଖଣ୍ଡତା, ସାର୍ବଭୌମକୁ ଅକ୍ଷୁଣ୍ଣ ରଖିବାକୁ ବିଧାୟକଙ୍କ ଆହ୍ବାନ

ପାଟଣା,୧୫।୮(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକସ୍ତରୀୟ ୭୩ତମ ସ୍ବାଧୀନତା ଦିବସ ଗୁରୁବାର ଷ୍ଟାଡିୟମ ସନ୍ନିକଟ ପଡ଼ିଆରେ ଅନୁଷ୍ଠିତ ହୋଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ପାଟଣା...

Play 250+ Trending Games
Archives

Model This Week

Why Dharitri