Posted inଖେଳ

ୟୁଏସ୍‌ ଓପନ୍‌: ଜୋକୋଭିଚ୍‌, ଓସାକଙ୍କୁ ଟପ୍‌ ସିଡ୍‌

ନ୍ୟୁୟର୍କ, ୨୨।୮ (ଏଏଫ୍‌ପି)- ଚଳିତ ବର୍ଷର ଅନ୍ତିମ ତଥା ୪ର୍ଥ ଗ୍ରାଣ୍ଡସ୍ଲାମ ଟେନିସ ପ୍ରତିଯୋଗିତା ୟୁଏସ୍‌ ଓପନ୍‌ ଆସନ୍ତା ସପ୍ତାହରୁ ଆରମ୍ଭ ହେବାକୁ ଯାଉଛି। ଏହି ସମ୍ମାନଜନକ ଟେନିସ ପ୍ରତିଯୋଗିତାର ଏହା ହେବ ୧୩୯ତମ ସଂସ୍କରଣ। ସର୍ବିୟା ତାରକା ନୋଭାକ ଜୋକୋଭିଚ୍‌ ଓ ଜାପାନର ଟିନ୍‌ ଏଜ୍‌ ଖେଳାଳି ନାଓମି ଓସାକା ଯଥାକ୍ରମେ ପୁରୁଷ ଓ ମହିଳା ସିଙ୍ଗଲ୍ସରେ ଟପ୍‌ ସିଡ୍‌ ମାନ୍ୟତା ପାଇଛନ୍ତି। କ୍ୟାରିୟରର ୧୭ତମ ଟାଇଟଲ୍‌ ଜିତିବା ଲକ୍ଷ୍ୟରେ ରହିଥିବା ଜୋକୋଭିଚ୍‌ଙ୍କ ପଛକୁ ସ୍ପାନିଶ୍‌ ତାରକା ରାଫାଲ ନାଡାଲଙ୍କୁ ୨ୟ ସିଡ୍‌ ମାନ୍ୟତା ମିଳିଛି। ବିଶ୍ୱର ପୂର୍ବତନ ଏକ ନମ୍ବର ଖେଳାଳି ରୋଜର ଫେଡରର ତାଲିକାର ୩ୟ ସ୍ଥାନରେ ରହିଛନ୍ତି। ଅପରପକ୍ଷରେ ୨୦୧୮ ରନର୍ସଅପ୍‌ ସେରେନା ଓ୍ବିଲିୟମସନଙ୍କୁ ୮ମ ସିଡ୍‌ ମିଳିଛି। ଗତବର୍ଷ ଏଠାରେ ଅନୁଷ୍ଠିତ ମହିଳା ସିଙ୍ଗଲ୍ସ ଫାଇନାଲରେ ସେରେନାଙ୍କୁ ହରାଇ ଓସାକା କ୍ୟାରିୟରର ପ୍ରଥମ ଗ୍ରାଣ୍ଡସ୍ଲାମ ଟ୍ରଫି ଜିତିଥିଲେ। ଏହାପରେ ଚଳିତ ବର୍ଷ ପ୍ରାରମ୍ଭରେ ସେ ଅଷ୍ଟ୍ରେଲିଆନ୍‌ ଓପନ୍‌ ଟ୍ରଫି କବ୍‌ଜା କରିଥିଲେ। ଫ୍ରେଞ୍ଚ୍‌ ଓପନ୍‌ ବିଜୟିନୀ ଆଶଲେଘ ବାର୍ଟି ଓ ଓ୍ବିମ୍ବେଲଡନ ଚାମ୍ପିୟନ ସିମୋନା ହାଲେପ୍‌ ଯଥାକ୍ରମେ ୨ୟ ଓ ୪ର୍ଥ ସିଡ୍‌ ମାନ୍ୟତା ପାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ସୁପର ଫର୍ମର ରହସ୍ୟ ଖୋଲିଲେ ଧାଓ୍ବନ

ଦୁବାଇ,୨୨।୧୦(ପି.ଟି.): ଦିଲ୍ଲୀ କ୍ୟାପିଟାଲ୍ସ ଅଭିଜ୍ଞ ଓପନର ଶିଖର ଧାଓ୍ବନ ଚଳିତ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ରେ ଜବରଦସ୍ତ ଫର୍ମରେ ରହିଛନ୍ତି। ପ୍ରଥମ ବ୍ୟାଟ୍ସମ୍ୟାନ ଭାବେ ସେ...

ଇଂଲଣ୍ଡ ବିପକ୍ଷ ପ୍ରଥମ ଦୁଇ ଟେଷ୍ଟରୁ ଜାଡେଜା ଆଉଟ୍‌, ଆବଶ୍ୟକ ପଡିଲେ ପେନ୍‌କିଲର ନେଇ ବ୍ୟାଟିଂ କରିବେ

ସିଡ୍‌ନୀ,୧୧।୧(ପି.ଟି.): ଚଳିତ ତୃତୀୟ ଟେଷ୍ଟର ତୃତୀୟ ଦିନରେ ଆହତ ହୋଇଥିବା ଭାରତୀୟ ସିନିୟର ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ଏବେ ଆଗାମୀ ଇଂଲଣ୍ଡ ବିପକ୍ଷ ଘରୋଇ ଟେଷ୍ଟ...

ମଧ୍ୟପ୍ରଦେଶ କ୍ରିକେଟ କୋଚ୍‌ ହେବେ ପଣ୍ଡିତ୍‌

ମୁମ୍ବାଇ, ୨୫ା୩ (ପି.ଟି.): ଭାରତର ସବୁଠାରୁ ସଫଳ ଘରୋଇ କୋଚ୍‌ ବୋଲି କୁହାଯାଉଥିବା ଚନ୍ଦ୍ରକାନ୍ତ ପଣ୍ଡିତ ଆସନ୍ତା ସିଜନରେ ମଧ୍ୟ ପ୍ରଦେଶ କ୍ରିକେଟ କୋଚ୍‌ ଭାବେ...

ପୋଲାର୍ଡଙ୍କ ସହ ସମକକ୍ଷ ହେଲେ ଡି ଭିଲର୍ସ

ଶାରଜା, ୧୩।୧୦: ଏବି ଡି ଭିଲର୍ସ (୭୩ ରନ, ୩୩ ବଲ)ଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ସୋମବାର ଖେଳାଯାଇଥିବା ଆଇପିଏଲ୍‌ର ଏକ ମ୍ୟାଚ୍‌ରେ ରୟାଲ୍‌ ଚ୍ୟାଲେଞ୍ଜର୍ସ...

ସଚିନ ଅବସର ନେବାପରେ ଆଇପିଏଲ୍‌ ଦେଖିବା ଛାଡ଼ିଦେଲେ ଏହି ମହିଳା କ୍ରିକେଟର୍‌

ନୂଆଦିଲ୍ଲୀ, ୨୫।୮: ଭାରତୀୟ ମହିଳା କ୍ରିକେଟ୍‌ ଦଳର ଉଇକେଟ୍‌କିପର ସୁଷମା ବର୍ମା ଆଇପିଏଲ୍‌ ଦଳ ମୁମ୍ବାଇ ଇଣ୍ଡିଆନ୍ସର ଜଣେ ବଡ଼ ପ୍ରଶଂସିକା। କିନ୍ତୁ କିମ୍ବଦନ୍ତୀ ଭାରତୀୟ...

ନର୍ଥ ଇଷ୍ଟ-ଗୋଆ ମ୍ୟାଚ ଡ୍ର

ଭାସ୍କୋ, ୫।୨- ସ୍ଥାନୀୟ ତିଲକ ମଇଦାନରେ ଗୁରୁବାର ଅନୁଷ୍ଠିତ ନର୍ଥ ଇଷ୍ଟ ୟୁନାଇଟେଡ ଓ ଏଫ୍‌ସି ଗୋଆ ମ୍ୟାଚ ୨-୨ରେ ଡ୍ର ରହିଛି। ତୀବ୍ର ସଂଘର୍ଷପୂର୍ଣ୍ଣ...

ଯଶସ୍ବୀ ଜୈଶଓ୍ବାଲଙ୍କୁ ଉପହାରରେ ମିଳିଲା କାର୍‌, ଗ୍ରହଣ କରିବା ପରିବର୍ତ୍ତେ କହିଲେ ଏମିତି, କୋଚ ହେଲେ ଆଶ୍ଚର୍ଯ୍ୟ

ମୁମ୍ବାଇ,୧୩।୨: ଦକ୍ଷିଣ ଆଫ୍ରିକାରେ ଚାଲିଥିବା ଆଇସିସି ଅଣ୍ଡର୍‌-୧୯ ବିଶ୍ୱକପର ଫାଇନାଲରେ ବାଂଲାଦେଶ ଡିଫେଣ୍ଡିଂ ଚାମ୍ପିୟନ ଭାରତକୁ ୩ ଉଇକେଟରେ ହରାଇ ପ୍ରଥମଥର ଟାଇଟଲ ଜିତିଛି। ଯଦିଓ...

ହାର୍ଦ୍ଦିକ ନୁହେଁ, ଉର୍ବଶୀଙ୍କ ସହ ଚାଲିଛି ଅନ୍ୟ କ୍ରିକେଟରଙ୍କ ଚକ୍କର

ଭାରତୀୟ ଦଳର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ପରେ ବଲିଉଡ୍‌ ଅଭିନେତ୍ରୀ ଉର୍ବଶୀ ରୌଟେଲାଙ୍କ ଅନ୍ୟ ଜଣେ କ୍ରିକେଟରଙ୍କ ସହ ଚକ୍କର ଚାଲିଛି। ସେହି କ୍ରିକେଟର ହେଉଛନ୍ତି...

Play 250+ Trending Games
Archives

Model This Week

Why Dharitri