Posted inଖେଳ

ୟୁଏସ୍‌ଏର ଏମ୍‌ଏଲବିରେ ଖେଳିବେ ଭାରତୀୟ ବଂଶୋଦ୍ଭବ କ୍ରିକେଟର

ନୂଆଦିଲ୍ଲୀ,୨୧।୬- ଦୀର୍ଘ ୩୫ ପୂର୍ବେ ୧୬ ବର୍ଷୀୟ କୁଲଦୀପ ପଟେଲ ଉତ୍ତର କାରୋଲିନାରୁ ମାମୁଙ୍କ ରେସ୍ତୋରଁା ଚଳାଇବାରେ ସାହାଯ୍ୟ କରିବାକୁ ମୁମ୍ବାଇ ଆସିଥିଲେ। ଆମେରିକାରେ ରହୁଥିବା ଭାରତୀୟ ବଂଶୋଦ୍ଭବ ଦେଶର ସବୁଠୁ ଲୋକପ୍ରିୟ ଖେଳ ବେସବଲରେ କ୍ୟାରିୟର କରିବାକୁ ଇଚ୍ଛୁକ ନ ଥିଲେ। ହେଲେ ସେ ଜଣେ ଆମେରିକାର ଅନ୍ତର୍ଜାତୀୟ କ୍ରିକେଟର ଭାବେ କ୍ୟାରିୟରର ଅନ୍ତ କରିଥିଲେ। ସେ ଏବେ ହଷ୍ଟନଠାରେ ହୋଟେଲ ବ୍ୟବସାୟୀ କରୁଛନ୍ତି। ତାଙ୍କର ୨୨ ବର୍ଷୀୟ ପୁଅ କରନ ପଟେଲ ଆମେରିକାର ମେଜର ଲିଗ୍‌ ବେସବଲ (ଏମ୍‌ବିଏଲ)ରେ ଖେଳିବାକୁ ଯାଉଛନ୍ତି। ଏପର୍ଯ୍ୟନ୍ତ ଏହି ଲୋକପ୍ରିୟ ବେସବଲ ଲିଗ୍‌ରେ କୌଣସି ଭାରତୀୟ କଦାପି ସ୍ଥାନ ପାଇ ନାହାନ୍ତି। କରନ ପ୍ରଥମ ଭାରତୀୟ ବଂଶୋଦ୍ଭବ ଭାବେ ଏହି ସମ୍ମାନଜନକ ଲିଗ୍‌ରେ ଖେଳିବାକୁ ସୁଯୋଗ ପାଇଛନ୍ତି। ତାଙ୍କୁ ଦୁଇ ସପ୍ତାହ ତଳେ ସିକାଗୋ ହ୍ବାଇଟ୍‌ ସକ୍ସ ଦଳରେ ନେଇଛି। ଭାରତୀୟ ସମୁଦାୟ ପାଇଁ ଏହା ସ୍ବତନ୍ତ୍ର ବୋଲି କରନ କହିଛନ୍ତି। ସାଧାରଣତଃ ଏଠାରେ ଭାରତୀୟ ମାବାପା ପିଲାଙ୍କୁ ଏକଡେମିକି କ୍ୟାରିୟର କିମ୍ବା କେବଳ କ୍ରିକେଟ ଖେଳିବା ପାଇଁ ଅନୁମତି ଦିଅନ୍ତି। ସୂଚନାଥାଉ କି, କରନ କ୍ରିକେଟରେ ମଧ୍ୟ ଜଣେ ଦକ୍ଷ ଖେଳାଳି। ସେ ୨୦୧୫ରେ ୧୯ ବର୍ଷରୁ କମ୍‌ ଆମେରିକା ଦଳ ପାଇଁ ଖେଳିଥିଲେ। ପରେ ପେସ୍‌ ଅଲରାଉଣ୍ଡର ବେସବଲରେ କ୍ୟାରିୟର କରିବାକୁ ନିଷ୍ପତ୍ତି ନେଇଥିଲେ। ଉଲ୍ଲେଖଥାଉ କି, ୨୦୦୮ରେ ରିଙ୍କୁ ସିଂ ଓ ଦୀନେଶ ପଟେଲ ପ୍ରଥମ ଭାରତୀୟ ଖେଳାଳି ଭାବେ ଏମ୍‌ଏଲବି ସହ ଜଡ଼ିତ ହୋଇଥିଲେ। ସେମାନେ ଏକ ଟ୍ୟାଲେଣ୍ଟ ହଣ୍ଟ ପ୍ରୋଗ୍ରାମ ଜରିଆରେ ଏମ୍‌ଏଲବି ଲିଗ୍‌ ସହ ଟ୍ରେନିଂ କରିବାକୁ ସୁଯୋଗ ପାଇଥିଲେ। କିନ୍ତୁ ଦୁଇ ଜଣ ବେସବଲରେ କ୍ୟାରିୟର କରିପାରି ନ ଥିଲେ। ରିଙ୍କୁ ଏବେ ଓ୍ବାଲର୍‌ଡ ରେସଲିଂ ଏଣ୍ଟରଟେନମେଣ୍ଟ (ଡବ୍ଲ୍ୟୁଡବ୍ଲ୍ୟୁଇ)ରେ ପେସାଦାର ରେସଲର ଭାବେ କାର୍ଯ୍ୟରତ।


Enter your email to get our daily news in your inbox.

All Right Reserved By Dharitri.Com

ପୋଡ଼ମାପେଟା ବେଳାଭୂମି ଅବକ୍ଷୟ, ଭୟରେ ଅଞ୍ଚଳବାସୀ

ଗଞ୍ଜାମ,୨୨ା୮(ବିଦ୍ୟାଧର ସାହୁ): ଦିନକୁ ଦିନ ଅଶାନ୍ତ ହୋଇ ପଡୁଛି ସମୁଦ୍ର। ଉଚ୍ଚ ଲହଡି ଯୋଗୁ କୂଳ ଖାଉଥିବା ବେଳେ ଭୟରେ ସମୁଦ୍ର ତଟବର୍ତ୍ତୀ ଅଞ୍ଚଳ। ଗଞ୍ଜାମ ଜିଲାର…

ପୁଣି ଭାଇରାଲ ହେଲେ ରାନୁ ମଣ୍ଡଳ, ଏହି ରୋମାଣ୍ଟିକ୍‌ ଗୀତ ଗାଇ…

କୋଲକାତା,୨୨ା୮: ଯେତେବେଳେ ଆମେ ଷ୍ଟ୍ରିଟ୍‌ ଗାୟିକା/ଗାୟକଙ୍କ କଥା ଭାବୁ ପ୍ରଥମେ ରାନୁ ମଣ୍ଡଳଙ୍କ ନାଁ ମନେ ପଡ଼େ। ଜଣେ ଷ୍ଟ୍ରିଟ୍‌ ଗାୟିକା ହେବା ସହିତ ସେ ଜଣେ…

ସାପ ନେଲା ଚାଷୀଙ୍କ ଜୀବନ

ପାତ୍ରପୁର,୨୨ା୮(ଉମା ଚରଣ ନେପାକ): ଜରଡ଼ା ଥାନା ଆମପୁର ପଞ୍ଚାୟତ ମହାଦେଈପୁର ଗ୍ରାମରେ ସାପ କାମୁଡ଼ାରେ ଜଣେ ଚାଷୀଙ୍କ ମୃତ୍ୟୁ ଘଟିଛି। ସେ ହେଲେ ବାସୁଦେବ ପ୍ରଧାନ(୬୪)। ଶନିବାର…

ଘରେ ବସି ସ୍କୁଲ ପ୍ରୋଜେକ୍ଟ କରୁଥିଲେ ଛାତ୍ର, ମାରିଲା କରେଣ୍ଟ…

ଖଲ୍ଲିକୋଟ,୨୨।୮( ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ବ୍ଲକ ଅଧୀନ କୈରାସି ଗ୍ରାମରେ ଶନିବାର ଏକ ଦୁଃଖଦ ଘଟଣା ଘଟିଛି। ବିଦ୍ୟୁତ୍‌ କରେଣ୍ଟ ଲାଗି ଜଣେ…

ଲଘୁଚାପ ଛଡାଇ ନେଇଛି ମତ୍ସ୍ୟଜୀବୀଙ୍କ ଜୀବିକା

ଛତ୍ରପୁର, ୨୨ା୮ (ଦ୍ୱାରକା ପଟ୍ଟନାୟକ/ଦିଲୀପ ସାମଲ): ବଙ୍ଗୋପସାଗରରେ ସୃଷ୍ଟି ହେଉଛି ତୁହାକୁ ତୁହା ଲଘୁଚାପ। ଏଥିପାଇଁ ସମୁଦ୍ର ଅଶାନ୍ତ ରହିଛି। ମତ୍ସ୍ୟଜୀବୀଙ୍କ ସୁରକ୍ଷା ପାଇଁ ଆଞ୍ଚଳିକ ପାଣିପାଗ…

ପୋଲିସର ନିଶାମୁକ୍ତ ଅଭିଯାନକୁ ନେଇ ବଢ଼ିଲା ଚର୍ଚ୍ଚା

କୋକସରା,୨୨ା୮(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ଥାନା ପକ୍ଷରୁ ଗତ କିଛିଦିନ ହେଲା ନିଶା ମୁକ୍ତ ଅଭିଯାନ ଆରମ୍ଭ ହୋଇଛି। ଅଞ୍ଚଳର ବିଭିନ୍ନ ସ୍କୁଲ, କଲେଜ…

ବନ୍ଧୁକ ଦେଖାଇ ଗହଣା ବ୍ୟବସାୟୀଙ୍କଠାରୁ ଦୁର୍ବୃତ୍ତ ଲୁଟିନେଲେ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର, ବାଇକ୍‌ ଛାଡ଼ି…

ମୋରଡ଼ା,୨୨ା୮(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡା ଥାନା ଅଞ୍ଚଳରେ ବନ୍ଧୁକ ମୁନରେ ଜଣେ ଗହଣା ବ୍ୟବସାୟୀଙ୍କୁ ଲୁଟ୍‌ ହୋଇଛି। ସୂଚନା ଅନୁଯାୟୀ, ଶୁଳିଆପଦା ଥାନା ଅଧୀନ କୋଷ୍ଠା…

ସ୍ବାୟତ୍ତ ଶାସନ ଦିବସ ପାଳନ ନେଇ ପ୍ରସ୍ତୁତି ଚୂଡ଼ାନ୍ତ

ଦିଗପହଣ୍ଡି,୨୨।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନ୍‌ଏସି ପକ୍ଷରୁ ଅଗଷ୍ଟ ୩୧ରେ ପାଳନ ହେବାକୁ ଥିବା ସ୍ବାୟତ୍ତ ଶାସନ ଦିବସ ପାଳନ ଉପଲକ୍ଷେ ଏକ ପ୍ରସ୍ତୁତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri