Posted inଖେଳ

ୟୁଏନ୍‌- ଡବ୍ଲ୍ୟୁଏଚ୍‌ଓ ଅଭିଯାନରେ ଯୋଗଦେବେ ମୋହନ ବାଗାନ, ଇଷ୍ଟବେଙ୍ଗଲ

ନ୍ୟୁୟର୍କ, ୮।୪(ପି.ଟି.)- କରୋନା ଭାଇରସ ମହାମାରୀର ରୂପ ନେଇଥିବା ବେଳେ ଲୋକମାନଙ୍କୁ ଘରେ ରହି ସୁରକ୍ଷିତ ରହିବାକୁ ଆହ୍ବାନ ଦିଆଯାଉଛି। ୟୁନାଇଟେଡ ନେଶନ (ୟୁଏନ୍‌) ବା ଜାତିସଂଘ ଓ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚ୍‌ଓ) କରୋନା ଭାଇରସ ମୁକାବିଲା ପାଇଁ ଲୋକମାନଙ୍କୁ ସକ୍ରିୟ ରହିବା ନେଇ ଅଭିଯାନ ଆରମ୍ଭ କରିଛି। ଏବେ ଏହି ଅଭିଯାନରେ ସାମିଲ ହୋଇଛନ୍ତି ଭାରତର ଦୁଇ ପ୍ରମୁଖ ଫୁଟବଲ କ୍ଲବ ମୋହନ ବାଗାନ ଓ ଇଷ୍ଟ ବେଙ୍ଗଲ। ୟୁଏନ୍‌ ଓ ଡବ୍ଲ୍ୟୁଏଚ୍‌ଓ ‘ବି ଆକ୍ଟିଭ’ ଅଭିଯାନରେ ବିଶ୍ୱର ବିଭିନ୍ନ କ୍ଲବ ମଧ୍ୟ ଏହି ଅଭିଯାନରେ ସାମିଲ ହୋଇଛନ୍ତି। ୟୁଏନ୍‌ ଇଣ୍ଟରନ୍ୟାଶନାଲ ଡେ ଅଫ୍‌ ସ୍ପୋଟର୍‌ସ ଫର ଡେଭେଲପମେଣ୍ଟ ଆଣ୍ଡ ପିସ୍‌ ଟୁ ବି ହେଲ୍‌ଦି ଆଟ୍‌ ହୋମରେ ଏହି ଅଭିଯାନ ଆରମ୍ଭ କରାଯାଇଛି।
ବିଶ୍ୱ ଫୁଟବଲର ସର୍ବୋଚ୍ଚ ପ୍ରଶାସନିକ ସଂସ୍ଥା ଫିଫା ସମେତ ରିୟଲ ମାଡ୍ରିଡ ଏଫ୍‌ସି, ଏଫ୍‌ସି ବାର୍ସିଲୋନା, ଲିଭରପୁଲ ଏଫ୍‌ସି ଭଳି ବଡ଼ବଡ଼ କ୍ଲବ ମଧ୍ୟ ଫୁଟବଲ୍‌ ପ୍ରଶଂସକଙ୍କୁ ସବୁ ପ୍ରତିଯୋଗିତାମୂଳକ ତିକ୍ତତା ଭୁଲି ଏକାଠି ହେବାକୁ ଆହ୍ବାନ ଦେଇଛନ୍ତି। କରୋନ ଭାଇରସକୁ ହରାଇବାକୁ ହେଲେ ସମସ୍ତଙ୍କୁ ସକ୍ରିୟ ରହିବାକୁ ହେବ ବୋଲି କୁହାଯାଇଛି।
ଅଗାମୀ ଦିନରେ ଏହି ଅଭିଯାନରେ ଅନ୍ୟ କ୍ଲବଗୁଡିକ ଯଥା, କ୍ଲବ ଆମେରିକା, ସିଡି ଗୁଆଡାଲାଜାରା, ବେଜିଂ ଗୁଆନ୍‌ ଏଫ୍‌ସି, ଶାଙ୍ଘାଇ ଶେନହୁଆ ଏଫ୍‌ସି, ମୋହନ ବାଗାନ ଏସି, ଇଷ୍ଟ ବେଙ୍ଗଲ ଏଫ୍‌ସି, ମେଲବୋର୍ନ ସିଟି ଏଫ୍‌ସି, ସିଡ୍‌ନୀ ଏଫ୍‌ସି, ଅକଲାଣ୍ଡ ସିଟି ଏଫ୍‌ସି, ଟିମ୍‌ ଓ୍ବେଲିଂଟନ ଏଫ୍‌ସି, ସିଏ ରିଭର ପ୍ଲେଟ, ଅଲିମ୍ପିକ୍‌ ଡି ମାର୍ସେଇଲେ, ଟିପି ମାଜେମ୍ବେ, ସିଆର ଫ୍ଲାମିଙ୍ଗୋ ଓ ଏସ୍‌ଇ ପାଲମେରିଆସ ମଧ୍ୟ ଏହି ଅଭିଯାନରେ ସାମିଲ ହେବେ। ସୁସ୍ଥ ଥିବା ସମସ୍ତ ବ୍ୟକ୍ତିଙ୍କୁ ଦିନରେ ଅତିକମ୍‌ରେ ୩୦ ମିନିଟ୍‌ ଓ ପିଲାମାନଙ୍କୁ ୬୦ ମିନିଟି ଶାରୀରିକ କାର୍ଯ୍ୟକଳାପ କରିବାକୁ ପ୍ରସ୍ତାବ ଦେଇଛି। ଫିଫା ଅଧ୍ୟକ୍ଷ ଜିଆନି ଇନ୍‌ଫାଣ୍ଟିନୋ ମଧ୍ୟ ଏହି ଅଭିଯାନ ବେଶ୍‌ ଗୁରୁତ୍ୱ ଦେଇଛନ୍ତି। ଏଥିରେ ଫୁଟବଲ ସହିତ ଜଡିତ ଥିବା ସମସ୍ତ ବ୍ୟକ୍ତି ତଥା ଅନୁଷ୍ଠାନକୁ ସାମିଲ ହେବାକୁ ସେ ଆହ୍ବାନ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଫିଫା ବିଶ୍ୱକପ୍‌: ରାତି ସାଢ଼େ ୩ ଯାଏ ଖୋଲା ରହିବ ହୋଟେଲ, ରେଷ୍ଟୁରାଣ୍ଟ

ବେଙ୍ଗାଲୁରୁ, ୧୫ା୭: ଚଳିତ ଫିଫା ବିଶ୍ୱକପ୍‌କୁ ଦୃଷ୍ଟିରେ ରଖି କର୍ନାଟକ ସରକାର ବେଙ୍ଗାଲୁରୁରେ ଥିବା ସମସ୍ତ ହୋଟେଲ ଓ ରେଷ୍ଟୁରାଣ୍ଟକୁ ରାତି ୩ଟା ୩୦ ପର୍ଯ୍ୟନ୍ତ ଖୋଲା…

ମ୍ୟାଚ ଜିତିବା ପରେ ଶୁବମନଙ୍କ ପାଇଁ କୋହଲି କଲେ ଏମିତି କିଛି, ଜିତିନେଲେ ସମସ୍ତଙ୍କ ମନ; ଭାଇରାଲ ଭିଡିଓ ଦେଖିଲେ…

ବର୍ମିଂହାମ,୧୫।୭: ଇଂଲଣ୍ଡ ବିପକ୍ଷ ପ୍ରଥମ ଦିନିକିଆ ମ୍ୟାଚରେ ଭାରତୀୟ ଦଳର ଚମତ୍କାର ବିଜୟ ପରେ, ପୂର୍ବତନ ଅଧିନାୟକ ବିରାଟ କୋହଲିଙ୍କ ଏକ ସୁନ୍ଦର ଭିଡିଓ ସୋସିଆଲ ମିଡିଆରେ…

ଇଂଲଣ୍ଡରୁ ପରାସ୍ତ କରିବା ପରେ ବଡ଼ କଥା କହିଲେ ଶୁବମନ ଗିଲ୍‌

ବର୍ମିଂହାମ,୧୫।୭: ପ୍ରଥମ ଦିନିକିଆରେ ଇଂଲଣ୍ଡ ବିପକ୍ଷରେ ୬ ଉଇକେଟରେ ବିଜୟ ହାସଲ କରିଛି। ଭାରତୀୟ ଅଧିନାୟକ ଶୁବମନ ଗିଲ ମଧ୍ୟକ୍ରମ ବ୍ୟାଟସମ୍ୟାନମାନଙ୍କୁ ପ୍ରଶଂସା କରି କହିଛନ୍ତି, ଚାପ…

ଶେଷରେ ବିଜୟ ସ୍ବାଦ ଚାଖିଲା ଭାରତ: ଇଂଲଣ୍ଡକୁ କଲା ଧରାଶାୟୀ

ବର୍ମିଂହାମ୍‌,୧୫ା୭: ଚଳିତ ଇଂଲଣ୍ଡ ଟୁର୍‌ରେ ଲଗାତର ୪ ପରାଜୟ ପରେ ମଙ୍ଗଳବାର ଭାରତୀୟ ଦଳ ତା’ର ପ୍ରଥମ ବିଜୟ ସ୍ବାଦ ଚାଖିଛି। ଅକ୍ଷର ପଟେଲଙ୍କ ଅଲ୍‌ରାଉଣ୍ଡ ପ୍ରଦର୍ଶନ…

ଫିଫା ବିଶ୍ୱକପ୍‌: ୧୬ ବର୍ଷର ବ୍ୟବଧାନ ପରେ ଫାଇନାଲରେ ସ୍ପେନ୍‌

ଆର୍ଲିଂଟନ,୧୫ା୭:୨୦୧୦ ସଂସ୍କରଣ ଚାମ୍ପିୟନ ସ୍ପେନ ୧୬ ବର୍ଷର ବ୍ୟବଧାନ ପରେ ଫାଇନାଲରେ ପ୍ରବେଶ କରିଛି। ମଙ୍ଗଳବାର ଚଳିତ ଫିଫା ବିଶ୍ୱକପ୍‌ର ପ୍ରଥମ ସେମିଫାଇନାଲରେ ସ୍ପେନ ୨-୦ ଗୋଲରେ…

ସେମିଫାଇନାଲରେ ଡାର୍କ ବ୍ଲ୍ୟୁ ଜର୍ସି ପିନ୍ଧିବାକୁ ଫିଫାକୁ କାହିଁକି ଅନୁରୋଧ କଲା ଆର୍ଜେଣ୍ଟିନା, ଜାଣନ୍ତୁ…

ମାୟାମି,୧୪ା୭: ଚଳିତ ଫିଫା ବିଶ୍ୱକପ୍‌ରେ ବୁଧବାର ଦ୍ୱିତୀୟ ସେମିଫାଇନାଲରେ ଡିଫେଣ୍ଡିଂ ଚାମ୍ପିୟନ ଆର୍ଜେଣ୍ଟିନା ଓ ଇଂଲଣ୍ଡ ପରସ୍ପରକୁ ଭେଟିବାକୁ ଯାଉଛନ୍ତି। ଏହି ହାଇ ପ୍ରୋଫାଇଲ ମୁକାବିଲା ପାଇଁ…

ଟସ୍‌ ଜିତିଲା ଇଂଲଣ୍ଡ: ଭାରତୀୟ ଦଳରେ ବଡ଼ ପରିବର୍ତ୍ତନ

ବର୍ମିଂହାମ,୧୪।୭: ବର୍ମିଂହାମର ଏଜବାଷ୍ଟନରେ ଖେଳାଯାଉଥିବା ପ୍ରଥମ ଦିନିକିଆରେ ଇଂଲଣ୍ଡ ଅଧିନାୟକ ହ୍ୟାରି ବ୍ରୁକ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଫଳରେ ଟିମ ଇଣ୍ଡିଆ…

ଟିମ ଇଣ୍ଡିଆରେ ଫାଟ! ପରସ୍ପର ସହିତ କଥା ହେଉନାହାଁନ୍ତି ଗୌତମ ଗମ୍ଭୀର-ବିରାଟ କୋହଲି? ଜାଣନ୍ତୁ ଏହାର କାରଣ

ନୂଆଦିଲ୍ଲୀ,୧୪।୭: ଭାରତୀୟ କ୍ରିକେଟ ଦଳ ଆଜି ଇଂଲଣ୍ଡ ବିପକ୍ଷରେ ତିନି ମ୍ୟାଚ ବିଶିଷ୍ଟ ଏକଦିବସୀୟ ସିରିଜ ଆରମ୍ଭ କରିବାକୁ ଯାଉଛି। ତଥାପି, ଏହି ମ୍ୟାଚ ପୂର୍ବରୁ ଟିମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri