Posted inଖେଳ

ୟଜିଏମ୍‌ ଲୁକାଙ୍କୁ ହରାଇଲେ ମହୀତୋଷ

ଭୁବନେଶ୍ୱର, ୧୧ା୮(କ୍ରୀଡ଼ା ପ୍ରତିନିଧି)-
ଇଟାଲିରେ ଚାଲିଥିବା ସ୍ପିଲିମବର୍ଗୋ ଓପନର ଚେସ୍‌ର ମାଷ୍ଟର ବର୍ଗରେ ଓଡ଼ିଶାର ମହୀତୋଷ ଦେଙ୍କୁ ବଡ଼ ସଫଳତା ମିଳିଛି। ୧୯୮୧ ରେଟିଂ ପ୍ରାପ୍ତ ମହୀତୋଷ ଶନିବାର ଅନୁଷ୍ଠିତ ଦ୍ୱିତୀୟ ରାଉଣ୍ଡରେ ଇଟାଲି ଗ୍ରାଣ୍ଡମାଷ୍ଟର ମୋରୋନି ଲୁକା ଜୁନିୟର(୨୫୭୨ ରେଟିଂ)ଙ୍କୁ ହରାଇ ନିଜ ପ୍ରତିଭାର ପରିଚୟ ଦେଇଛନ୍ତି। ଆରମ୍ଭରେ ରକ୍ଷଣାତ୍ମକ ଖେଳିଥିବା ମହୀତୋଷ ମଧ୍ୟଭାଗରେ ସୁଯୋଗ ପାଇ ଆକ୍ରମଣାତ୍ମକଭାବେ ଗୋଟିଚାଳନା କରିଥିଲେ। ଶେଷରେ ସେ ଗ୍ରାଣ୍ଡମାଷ୍ଟରଙ୍କୁ ରୋକିବାରେ ସକ୍ଷମ ହୋଇଥିଲେ। ଓଡ଼ିଶାର ଦ୍ୱିତୀୟ ଗ୍ରାଣ୍ଡମାଷ୍ଟର ସ୍ବୟମ୍ସ ମିଶ୍ରଙ୍କଠାରୁ ପ୍ରଶିକ୍ଷଣପ୍ରାପ୍ତ ମହୀତୋଷ ପ୍ରଥମ ରାଉଣ୍ଡରେ ଇଟାଲି ଫିଡେ ମାଷ୍ଟର କାର୍ନିସେଲି ଭାଲେରିଓଙ୍କ ସହ ମ୍ୟାଚ ଡ୍ର ରଖି ଅଭିଯାନ ଆରମ୍ଭ କରିଥିଲେ। ୨ ରାଉଣ୍ଡ ଶେଷସୁଦ୍ଧା ସେ ୧.୫ ପଏଣ୍ଟ ହାସଲ କରି ୩୭ତମ ସ୍ଥାନରେ ରହିଛନ୍ତି। ଏଥି ସହିତ ସେ ୫୦.୮ ରେଟିଂ ପଏଣ୍ଟର ଫାଇଦା ପାଇଛନ୍ତି। ତୃତୀୟ ରାଉଣ୍ଡରେ ସେ ରୋମାନିଆ ଗ୍ରାଣ୍ଡମାଷ୍ଟର ମିରୋନ ଲୁସିଆନ-କଷ୍ଟିନ(୨୪୯୪)ଙ୍କୁ ଭେଟିବେ। ୯ ରାଉଣ୍ଡ ବିଶିଷ୍ଟ ଏହି ପ୍ରତିଯୋଗିତା ୧୫ ତାରିଖରେ ଶେଷ ହେବ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

କଳିଙ୍ଗ ଷ୍ଟାଡିୟମ ପ୍ରକମ୍ପିତ

ଭୁବନେଶ୍ୱର, ୩୧।୫(କ୍ରୀଡ଼ା ପ୍ରତିନିଧି)-କରୋନା ଯୋଦ୍ଧାଙ୍କ ସମ୍ମାନାର୍ଥେ ଶନିବାର ସନ୍ଧ୍ୟାରେ ‘ବନ୍ଦେ ଉତ୍କଳ ଜନନୀ’ ଗାନରେ କଳିଙ୍ଗ ଷ୍ଟାଡିୟମ ପ୍ରକମ୍ପିତ ହୋଇଛି। ହକି କମ୍ପ୍ଲେକ୍ସରେ ଆୟୋଜିତ କାର୍ଯ୍ୟକ୍ରମରେ...

ସନରାଇଜର୍ସ ହାଇଦ୍ରାବାଦର ଲଗାତର ଚତୁର୍ଥ ବିଜୟ

ମୁମ୍ବାଇ,୧୭।୪: ଆଇପିଏଲ ୨୦୨୨ର ୨୮ ତମ ମ୍ୟାଚରେ ସନରାଇଜର୍ସ ହାଇଦ୍ରାବାଦ ପଞ୍ଜାବ କିଙ୍ଗ୍ସକୁ ପରାସ୍ତ କରିଛି। ଫଳରେ ଚଳିତ ସିଜିନରେ ହାଇଦ୍ରାବଦ ଏହା କ୍ରମାଗତ ଚତୁର୍ଥ...

ସୌରଭ ଗାଙ୍ଗୁଲିଙ୍କ ହାର୍ଟ ସର୍ଜରୀ ସଫଳ

କୋଲକାତା,୩।୧: ବିସିସିଆଇ ଅଧ୍ୟକ୍ଷ ଭାରତୀୟ କ୍ରିକେଟର ସୌରଭ ଗାଙ୍ଗୁଲିଙ୍କୁ ଶନିବାର ହାର୍ଟ ଆଟାକ୍‌ ଆସିଥିଲା। ଚିକିତ୍ସା ପାଇଁ ତାଙ୍କୁ ଉଡ୍‌ଲ୍ୟାଣ୍ଡସ୍‌ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ହସ୍ପିଟାଲରେ...

ଭାରତ-ନ୍ୟୁଜିଲାଣ୍ଡ ଫାଇନାଲ ଲଢ଼େଇ: ଜାଣନ୍ତୁ କେବେ, କେଉଁଠି ଦେଖିବେ ଏହି ହାଇପ୍ରୋଫାଇଲ ମ୍ୟାଚ୍‌

ସାଉଥାମ୍ପଟନ,୧୮।୬: ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ ଫାଇନାଲର ହାଇପ୍ରୋଫାଇଲ ମ୍ୟାଚ୍‌ ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯିବ। ମୁକାବିଲା ଯିଏ ଜିତିବ ସେ ପ୍ରଥମ ଟେଷ୍ଟ ଚାମ୍ପିୟନ ହେବାର ଗୌରବ...

ସଚେତନ କରାଇଲେ ବିରାଟ

ନୂଆଦିଲ୍ଲୀ, ୨୮।୩ – କରୋନା ଭାଇରସ ସଂକ୍ରମଣକୁ ଦୃଷ୍ଟିରେ ରଖି ସରକାର କରିଥିବା ଲକ୍‌ଡାଉନ ନିୟମକୁ ନେଇ ଲୋକମାନେ ଯେପରି ଆଲୋଚନା କରୁଛନ୍ତି ସେଥିରେ ସନ୍ତୁଷ୍ଟ...

ଭେଲୋସିଟି ଦଳରେ ଓଡ଼ିଶାର ସୁଶ୍ରୀ ଦିବ୍ୟଦର୍ଶିନୀ

ନୂଆଦିଲ୍ଲୀ, ୨୬ା୪ (ପି.ଟି.)- ଆସନ୍ତା ମେ ୬ରୁ ୧୧ ପର୍ଯ୍ୟନ୍ତ  ଜୟୁପରସ୍ଥିତ ସଓ୍ବାଇ ମାନସିଂ ଷ୍ଟାଡିୟମରେ ମହିଳା ଟି୨୦ ଚ୍ୟାଲେଞ୍ଜ ସିରିଜ ଖେଳାଯିବ। ଏଥିରେ ଭାଗନେବାକୁ...

ଚାଲିଥିଲା ଭାରତ-ବାଂଲାଦେଶ ମ୍ୟାଚ୍‌, ଅଚାନକ ଷ୍ଟାଡିୟମରେ ଲାଗିଲା ଧୋନୀ..ଧୋନୀ ନାରା ଜାଣନ୍ତୁ କାହିଁକି

ନୂଆଦିଲ୍ଲୀ,୪।୧୧: ମୁଶଫିକର ରହିମଙ୍କ ଲୁଆ ଅର୍ଦ୍ଧଶତକ ବଳରେ ବାଂଲାଦେଶ ପ୍ରଥମ ଟି-୨୦ ମ୍ୟାଚରେ ଭାରତକୁ ୭ ଉଇକେଟରେ ହରାଇ ଐତିହାସିକ ବିଜୟ ହାସଲ କରିଛି। ଭାରତ...

ମେଡିକାଲ ପଢ଼ିବାକୁ ଯାଇ ବନିଗଲେ କ୍ରିକେଟର୍‌; ଏବେ ବିଶ୍ୱରେକର୍ଡର ଅଧିକାରିଣୀ

ନୂଆଦିଲ୍ଲୀ, ୨୫।୮: ନିକଟରେ ଜର୍ମାନୀ ଜାତୀୟ ମହିଳା କ୍ରିକେଟ୍‌ ଦଳର ଅଧିନାୟିକା ଅନୁରାଧା ଡୋଡାବଲ୍ଲାପୁର ଏକ ବିଶ୍ୱ ରେକର୍ଡର ଅଧିକାରିଣୀ ହୋଇଥିଲେ। ଅଷ୍ଟ୍ରେଲିଆ ମହିଳା ଦଳ...

Advertisement
Archives

Model This Week