Posted inଖେଳ

ଦିଲ୍ଲୀ ଡାଇନାମସ ହୋଇପାରେ ‘ଓଡ଼ିଶା ଏଫ୍‌ସି’

ଭୁବନେଶ୍ୱର, ୧୧।୮(କ୍ରୀଡ଼ା ପ୍ରତିନିଧି)

ଓଡ଼ିଶାରେ ଫୁଟବଲ ଖେଳ ଓ ଖେଳାଳିଙ୍କ ବିକାଶ ପାଇଁ ବାଟ ଫିଟୁଛି। କଳିଙ୍ଗ ଷ୍ଟାଡିୟମରେ ଗତ କିଛିବର୍ଷ ମଧ୍ୟରେ ଇଣ୍ଡିଆନ ସୁପର ଲିଗ୍‌ (୨୦୧୭-୧୮), ଆଇ-ଲିଗ୍‌(୨୦୧୮-୧୯), ଇଣ୍ଡିଆନ ସୁପର କପ୍‌(୨୦୧୮) ଆଦି ଜାତୀୟ ସ୍ତରୀୟ ଟୁର୍ନାମେଣ୍ଟ ଆୟୋଜିତ ହୋଇ ସାରିଛି। ଏଠାରେ ମହିଳା ଗୋଲ୍ଡ କପ୍‌ (୨୦୧୯ ଫେବୃୟାରୀ ୯-୧୫) ଅନ୍ତର୍ଜାତୀୟ ଟୁର୍ନାମେଣ୍ଟ ଆୟୋଜନ ହୋଇ ସାରିଥିବାବେଳେ ୨୦୨୦ରେ ୧୭ ବର୍ଷରୁ କମ୍‌ ମହିଳା ଫିଫା ବିଶ୍ୱକପ (ସେପ୍ଟେମ୍ବର ୨୧ରୁ ଅକ୍ଟୋବର ୪) ଆୟୋଜନ ହେବା କାର୍ଯ୍ୟକ୍ରମ ରହିଛି। ଉନ୍ନତମାନର ଭିତ୍ତିଭୂମି ଉପଲବ୍ଧ ଯୋଗୁ ଏପରି ଟୁର୍ନାମେଣ୍ଟର ମ୍ୟାଚ ଗୁଡ଼ିକ ଆୟୋଜନ ସମ୍ଭବ ହୋଇପାରିଛି। ଆଇ-ଲିଗ୍‌ର ଅନ୍ୟତମ ଦଳ ଇଣ୍ଡିଆନ ଆରୋଜର ହୋମ୍‌ ଭେନ୍ୟୁ ଭାବେ କଳିଙ୍ଗ ଷ୍ଟାଡିୟମ ବ୍ୟବହାର ହେଉଛି। ଇଣ୍ଡିଆନ ଆରୋଜ ଭାରତୀୟ ଦଳର ଯୁବ ଖେଳାଳି (୧୯ ବର୍ଷରୁ କମ୍‌)ଙ୍କୁ ନେଇ ଗଠିତ। କୌଣସି ଜାତୀୟ ଦଳ ଆଇ-ଲିଗ୍‌ରେ ଖେଳିବା ନିୟମ ନ ଥିବାରୁ ଏହାର ନାମ ପରିବର୍ତ୍ତନ କରାଯାଇ ଅଭିଜ୍ଞତା ହାସଲ ପାଇଁ ଏହି ଯୁବ ଦଳକୁ ସୁଯୋଗ ଦିଆଯାଇଛି। ଏହା ଏକ ଜାତୀୟ ଦଳ ହୋଇଥିବାରୁ ସମସ୍ତ ଔପଚାରିକତା ପୂରଣ କରି ଏଥିରେ ସ୍ଥାନ ପାଇବା ଓଡ଼ିଶା ଖେଳାଳିଙ୍କ ପକ୍ଷରେ ସମ୍ଭବ ହୋଇନାହିଁ। ଏବେ କିନ୍ତୁ ଓଡ଼ିଶା ଫୁଟବଲ ଖେଳାଳିଙ୍କ ପାଇଁ ଆସିଛି ଖୁସି ଖବର। ଇଣ୍ଡିଆନ ସୁପର ଲିଗ୍‌(ଆଇଏସଏଲ)ର ଅନ୍ୟତମ ପ୍ରତିଷ୍ଠିତ ଦଳ ଦିଲ୍ଲୀ ଡାଇନାମସ କଳିଙ୍ଗ ଷ୍ଟାଡିୟମକୁ ହୋମ୍‌ ଭେନ୍ୟୁ କରିବା ଏକପ୍ରକାର ନିଶ୍ଚିତ ହୋଇଛି। ଏଥିପାଇଁ କେବଳ ବୁଝାମଣାପତ୍ର ସ୍ବାକ୍ଷର ହେବା ବାକି ରହିଛି। କାଗଜପତ୍ରରେ କାମ ଆଗକୁ ବଢ଼ିଥିବାବେଳେ କେବଳ ମୁଖ୍ୟମନ୍ତ୍ରୀଙ୍କ ମୋହର ବାଜିବା ଅପେକ୍ଷାରେ ରହିଛି। ସବୁକିଛି ଠିକ୍‌ ରହିଲେ ଆଗାମୀ ଆଇଏସଏଲ ସିଜନ ପୂର୍ବରୁ ଦିଲ୍ଲୀ ଡାଇନାମସ ଦଳର ନାମ ‘ଓଡ଼ିଶା ଏଫସି’ରେ ପରିଣତ ହେବା ସମ୍ଭାବନା ରହିଛି।
ମିଳିଥିବା ସୂଚନା ଅନୁସାରେ ଦୁଇଥର ଆଇଏସଏଲ ସେମିଫାଇନାଲିଷ୍ଟ ଡାଇନାମସ ପ୍ରାରମ୍ଭିକ ପର୍ଯ୍ୟାୟରେ ଆର୍ଥିକ କାରଣରୁ ନିଜର ବେସ୍‌ ବଦଳାଇବାପାଇଁ ନିଷ୍ପତ୍ତି ନେଇଥିଲା। ବେସ୍‌ ବଦଳାଇଲେ ଅପେକ୍ଷାକୃତ ଖର୍ଚ୍ଚ କମ୍‌ ହେବ ବୋଲି ଏହି ଫ୍ରାଞ୍ଚାଇଜ୍‌ ଦଳର ଅନୁଭବ ହୋଇଥିଲା। ଏହି ଦଳ ଦିଲ୍ଲୀର ଅନ୍ୟ ଭେନ୍ୟୁ ଉପରେ ମଧ୍ୟ ନଜର ପକାଇଥିଲା। ମାତ୍ର ଓଡ଼ିଶା ସରକାରଙ୍କ ସହ ଆଲୋଚନା ପରେ ନିଷ୍ପତ୍ତି ବଦଳାଇଥିଲା। ତେବେ ଚୁକ୍ତି ଅନୁସାରେ ଦଳର ନାମ ପରିବର୍ତ୍ତନ କଲେ ଯାଇ ଏହା ସମ୍ଭବ ବୋଲି ସ୍ପଷ୍ଟ କରାଯାଇଥିଲା। ବର୍ତ୍ତମାନ ଓଡ଼ିଶାର କୌଣସି କ୍ଲବ ଏହି ଲିଗ୍‌ରେ ଅଂଶଗ୍ରହଣ କରୁ ନାହାନ୍ତି। ଚୁକ୍ତିନାମାରେ ସ୍ବାକ୍ଷର ହୋଇଗଲେ ଏବେ ଓଡ଼ିଶା ଭିତ୍ତିକ ଏକ କ୍ଲବ ଆଇଏସଏଲରେ ଭାଗ ନେଇପାରିବ। କଳିଙ୍ଗ ଷ୍ଟାଡିୟମ ଏବେ ଫୁଟବଲ ପାଇଁ ବେଶ୍‌ ଲୋକପ୍ରିୟତା ଅର୍ଜନ କରିଛି। ଏଠାରେ ଅଲ୍‌ଇଣ୍ଡିଆ ଫୁଟବଲ ଫେଡେରେଶନ (ଏଆଇଏଫଏଫ)ର ଅନେକ ଇଭେଣ୍ଟ ଆୟୋଜନ ହୋଇ ସାରିଛି।
କଥାବାର୍ତ୍ତା ଆଗକୁ ବଢ଼ି ସାରିଥିବାରୁ ଦିଲ୍ଲୀ ଡାଇନାମସ ପରିବର୍ତ୍ତିତ ନାମକୁ ନେଇ ଆଇଏସଏଲର ୬ଷ୍ଠ ସିଜନରେ ସମସ୍ତ ଘରୋଇ ମ୍ୟାଚ କଳିଙ୍ଗ ଷ୍ଟାଡିୟମରେ ଖେଳିବା ଏକପ୍ରକାର ନିଶ୍ଚିତ ହୋଇଛି। ଗତ ସିଜନରେ ଏହି ଦଳ ନୈରାଶ୍ୟଜନକ ପ୍ରଦର୍ଶନ କରି ୮ମ ସ୍ଥାନରେ ସନ୍ତୁଷ୍ଟ ହୋଇଥିଲା। ଓଡ଼ିଆ ଖେଳାଳି ଶୁଭମ ଷଡ଼ଙ୍ଗୀ ଏବେ ଏହି ଦଳରୁ ପ୍ରତିନିଧିତ୍ୱ କରୁଛନ୍ତି। ସବୁକିଛି ଠିକ୍‌ ରହିଲେ ରାଜ୍ୟର ଆଉ ଜଣେ ଦୁଇଜଣ ଖେଳାଳି ଏହି କ୍ଲବ ପକ୍ଷରୁ ପ୍ରତିନିଧିତ୍ୱ କରିବାର ସୁଯୋଗ ପାଇପାରନ୍ତି ବୋଲି କ୍ରୀଡ଼ା ବିଭାଗର ଜଣେ ଅଧିକାରୀ କହିଛନ୍ତି। ଏମଓୟୁ ସ୍ବାକ୍ଷର ହୋଇଗଲେ ଦିଲ୍ଲୀ ଡାଇନାମସର ନାମ ପରିବର୍ତ୍ତନ ହୋଇଯିବ। ଏଥିରେ ଏଣିକି ଏକ ଓଡ଼ିଶା ବ୍ରାଣ୍ଡ ରହିବ। ଓଡ଼ିଶା ସରକାର ହୋମ୍‌ ଭେନ୍ୟୁ ପାଇଁ ଏହି ଦଳକୁ ପଡ଼ିଆ ଯୋଗାଇଦେବେ। ପ୍ରତିବଦଳରେ ଡାଇନାମସ ଓଡ଼ିଶା ଫୁଟବଲକୁ ଡେଭଲପ୍‌ କରାଇବ। ଏବେ ଯେପରି ୟୁଥ୍‌ ଟିମ୍‌ରେ ସେମାନେ ଦିଲ୍ଲୀର ଅଧିକ ପିଲା ନେଉଛନ୍ତି ସେପରି ଆଗାମୀ ଦିନରେ ଓଡ଼ିଶା ପିଲାଙ୍କୁ ସୁଯୋଗ ଦେବେ। କଳିଙ୍ଗ ଷ୍ଟାଡିୟମରେ ଥିବା ହାଇପରଫରମାନ୍ସ ସେଣ୍ଟରକୁ ବେଙ୍ଗାଲୁରୁ ଏଫସି ନେବାର ଥିଲା। ମାତ୍ର ଏବେ ତାହାକୁ ଦିଲ୍ଲୀ ଦଳ ନେବ। ଦ୍ୱିତୀୟ ଡିଭିଜନ ଆଇ-ଲିଗ୍‌ ରିଜର୍ଭ ଟିମ୍‌ରେ ଓଡ଼ିଶା ପିଲାଙ୍କୁ ଅଧିକ ସୁଯୋଗ ଦିଆଯିବ। ୟୁଥ୍‌ ଟିମ୍‌ରେ ଓଡ଼ିଶା ପିଲାଙ୍କୁ ସୁଯୋଗ ମିଳିବା ଶତ ପ୍ରତିଶତ ନିଶ୍ଚିତ ବୋଲି ସେ କହିଛନ୍ତି।
ଓଡ଼ିଶା ପିଲାମାନଙ୍କୁ ଅନ୍ତର୍ଜାତୀୟ ସ୍ତରର କରିବା ପାଇଁ ୫-୭ ବର୍ଷ ସମୟ ଲାଗିବ। ସେଥିପାଇଁ ନ୍ୟାଶନାଲ ୟୁଥ୍‌ ଟିମ୍‌କୁ ପାଖରେ ରଖା ଯାଇଛି। ଆମ ପିଲାମାନେ ନ୍ୟାଶନାଲ ଟିମ୍‌ ସହିତ ମ୍ୟାଚ ଖେଳି ପାରିବେ। ସେ କୋଚ୍‌ମାନେ ଆମ ପିଲାଙ୍କ ପ୍ରତିଭାକୁ ଦେଖି ପାରିବେ। ରାଜ୍ୟରେ ଫୁଟବଲକୁ ଲୋକପ୍ରିୟ କରିବା ପାଇଁ ସରକାର ସମସ୍ତ ଉଦ୍ୟମ କରୁଛନ୍ତି। ଆମ ପିଲାମାନେ ଯଦି ଜାତୀୟ ଜୁନିୟର ସ୍ତରରେ କିମ୍ବା ଆଇଏସଏଲ ସ୍ତରରେ ଖେଳି ପାରିବେ ତେବେ ସ୍ବାଭାବିକଭାବେ ଅନ୍ୟ ପିଲା ଏବଂ ସେମାନଙ୍କ ଅଭିଭାବକମାନେ ଆକୃଷ୍ଟ ହେବେ। ଫୁଟବଲ ଏକ ଡିସିଶନ ମେକିଂ ଗେମ୍‌। ଏଥିରେ ଶିକ୍ଷିତ ପିଲା ନିହାତି ଆବଶ୍ୟକ। ଯେଉଁ ଦଳରେ ଯେତେ ଶିକ୍ଷିତ ପିଲା ଅଛନ୍ତି ସେ ଦଳ ସେତେ ଉନ୍ନତ। ଏହା ପରୀକ୍ଷା ହୋଇ ସାରିଛି।
ଏବେ ଦିଲ୍ଲୀ ଡାଇନାମସ ଆସିଲା। ଆଗାମୀ ଦିନରେ ୫-୬ଟି ଜିଲାରେ ଫୁଟବଲ ସ୍କୁଲ ହେବାର ଯୋଜନା ରହିଛି। ସେଠାରେ ଏଜୁକେଶନ ସହ ପିଲାଙ୍କୁ ଫୁଟବଲ ଶିକ୍ଷା ଦିଆଯିବ। ୬ରୁ ୧୨ ବର୍ଷ ପିଲାଙ୍କୁ ନେଇ ଏହି ସ୍କୁଲ ଆରମ୍ଭ ହେବ। ୧୫ରୁ ୧୬ ବର୍ଷ ବିଭାଗ ମଧ୍ୟ ରହିବ। ଏଥିରେ ବାହାରୁ କୋଚ୍‌ ଆସି ପ୍ରଶିକ୍ଷଣ ଦେବେ। ଏହାପରେ ଏକାଡେମୀ ଗଠନ କରାଯିବ ଏବଂ ପ୍ରତିଭା ସମ୍ପନ୍ନ ପିଲାମାନଙ୍କୁ ଏକାଡେମୀରେ ରଖାଯାଇ ପ୍ରଶିକ୍ଷଣ ଦିଆଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଆଜିଠାରୁ ଭାରତ-ଶ୍ରୀଲଙ୍କା ଟେଷ୍ଟ ସିରିଜ: ଜାଣନ୍ତୁ କେତେବେଳେ କେଉଁଠି ଦେଖିପାରିରେ ମ୍ୟାଚ୍‌

ଗାଲେ, ୧୫ା୮:ଭାରତ ଓ ଘରୋଇ ଶ୍ରୀଲଙ୍କା ମଧ୍ୟରେ ଦୁଇ ମ୍ୟାଚ୍‌ ବିଶିଷ୍ଟ କ୍ରିକେଟ ଟେଷ୍ଟ ସିରିଜ ଶନିବାରଠାରୁ ଆରମ୍ଭ ହେବ। ଗାଲେ ପ୍ରଥମ ମ୍ୟାଚ ଖେଳାଯିବ। ଉଭୟ…

ଗମ୍ଭୀର-ଅଗରକରଙ୍କ BOSS ହେବେ VVS ଲକ୍ଷ୍ମଣ! ପ୍ରଥମ ଥର ଭାରତୀୟ କ୍ରିକେଟରେ ବଡ଼ ପରିବର୍ତ୍ତନ…

ନୂଆଦିଲ୍ଲୀ,୧୪।୮ : ଆଗାମୀ ଦିନରେ ଭାରତୀୟ କ୍ରିକେଟ୍‌ରେ ଏକ ବଡ଼ଧରଣର ପରିବର୍ତ୍ତନ ଦେଖିବାକୁ ମିଳିବ। ଏଯାବତ୍‌ ବୋର୍ଡର କ୍ରିକେଟ୍‌ ସମ୍ବନ୍ଧୀୟ ସମସ୍ତ ବଡ଼ ନିଷ୍ପତ୍ତି ସଭାପତି ଏବଂ…

ଭିଭିଏସ ଲକ୍ଷ୍ମଣଙ୍କୁ ଗୌତମ ଗମ୍ଭୀରଙ୍କ ଠାରୁ ମଧ୍ୟ ଉଚ୍ଚ ପଦବୀ ପ୍ରଦାନ କରିବ ବିସିସିଆଇ, ଜାଣନ୍ତୁ କ’ଣ ଏହି…

ନୂଆଦିଲ୍ଲୀ,୧୪।୮: ବିସିସିଆଇ ପୂର୍ବତନ ଷ୍ଟାଇଲିସ ଭାରତୀୟ ବ୍ୟାଟ୍ସମ୍ୟାନ ଏବଂ ସେଣ୍ଟର ଅଫ ଏକ୍ସିଲେନ୍ସ (COE)ର ବର୍ତ୍ତମାନର ମୁଖ୍ୟ – ଭିଭିଏସ ଲକ୍ଷ୍ମଣଙ୍କୁ କ୍ରିକେଟ ନିର୍ଦ୍ଦେଶକ ଭାବରେ ନିଯୁକ୍ତ…

MIର ହେଡ କୋଚ ହେବେ ରୋହିତ ଶର୍ମା! ଆଉ ବିରାଟ…ହଇଚଇ ସୃଷ୍ଟି କଲା ଅଶ୍ୱିନଙ୍କ ଭବିଷ୍ୟବାଣୀ

ନୂଆଦିଲ୍ଲୀ, ୧୪।୮: ରୋହିତ ଶର୍ମା ଏବଂ ବିରାଟ କୋହଲି ନିଜ ଦିନିକିଆ କ୍ରିକେଟ କ୍ୟାରିୟରର ଶେଷ ପର୍ଯ୍ୟାୟରେ ପହଞ୍ଚିଛନ୍ତି। ୨୦୨୭ ବିଶ୍ୱକପ ଖେଳିବା ପରେ ଉଭୟ ଅବସର…

ଭାରତୀୟ ଖେଲାଳିଙ୍କୁ ଅଲ୍ଟିମେଟମ ଦେଲେ ଗମ୍ଭୀର: ଶେଷ ସୁଯୋଗ…

ଗାଲେ,୧୪।୮:୧୫ ଅଗଷ୍ଟରୁ ଆରମ୍ଭ ହେଉଥିବା ଶ୍ରୀଲଙ୍କା ବିପକ୍ଷ ଟେଷ୍ଟ ସିରିଜ ପାଇଁ ପ୍ଲେଇଂ ଇଲେଭେନ ସମ୍ପର୍କରେ ଭାରତୀୟ ଦଳ ମଧ୍ୟରେ ବିଚାର ବିମର୍ଶ ଚାଲିଛି। ଅଧିନାୟକ ଶୁବମନ…

ଖେଳାଳିଙ୍କ ଝଗଡ଼ାରେ କ୍ରିକେଟ କୋଚ୍‌ଙ୍କ ମୃତ୍ୟୁ: ଖେଳିଗଲା ଶୋକର ଛାୟା

କଲମ୍ବୋ,୧୪ା୮(ପିଟି): ଶ୍ରୀଲଙ୍କାର ପୂର୍ବତନ ଅଧିନାୟକ କୁଶାଲ ମେଣ୍ଡିସଙ୍କୁ ପିଲାଦିନେ ମେଣ୍ଟର କରିଥିବା ୬୨ ବର୍ଷୀୟ କୋଚ୍‌ ସୁମିତ ଫର୍ନାଣ୍ଡୋ ଏକ ସ୍କୁଲ ମ୍ୟାଚ୍‌ ବେଳେ ଖେଳାଳିଙ୍କ ଝଗଡ଼ାରେ…

ଗାଲେ ଟେଷ୍ଟ ପୂର୍ବରୁ କୋଚ୍‌ଙ୍କ ବଡ଼ ବୟାନ, ଏହି ୩ ସ୍ପିନର ଦଳରେ ହୋଇପାରନ୍ତି ସାମିଲ

ଗାଲେ,୧୩ା୮: ଶନିବାରଠାରୁ ଶ୍ରୀଲଙ୍କା ବିପକ୍ଷରେ ଖେଳାଯିବାକୁ ଥିବା ପ୍ରଥମ ଟେଷ୍ଟ କ୍ରିକେଟ ମ୍ୟାଚ୍‌ ଲାଗି ଭାରତୀୟ ଦଳରେ ୩ ବାମହାତୀ ସ୍ପିନରଙ୍କୁ ସାମିଲ କରାଯାଇପାରେ। ଏ ନେଇ…

କାହିଁକି ଭାଜପାରେ ସାମିଲ ହେଲେ ହରଭଜନ? ନିଜେ କହିଲେ ଏହା ପଛ ବଡ଼ କାରଣ

ନୂଆଦିଲ୍ଲୀ,୧୩।୮: ହରଭଜନ ସିଂହ ଅଭିଯୋଗ କରିଛନ୍ତି ଯେ ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ରୀଡ଼ାକୁ ପ୍ରୋତ୍ସାହନ ଦେବାରେ କୌଣସି ଆଗ୍ରହ ଦେଖାଇ ନଥିଲେ ଏବଂ ତାଙ୍କୁ କେବେ ନିଯୁକ୍ତି ମଧ୍ୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri