Posted inଭଦ୍ରକ

ରାସ୍ତାରେ ଜଗି ବସିଛି ବିପଦ

ଆରଡ଼ି, ୧୧।୮ (ଡି.ଏନ.ଏ.)-ଭଦ୍ରକ ଜିଲାର ପ୍ରସିଦ୍ଧ ଶୈବପୀଠ ଆରଡ଼ି ନିକଟ କୁଳେଇପଦାସ୍ଥିତ ୨୦ ନମ୍ବର ଜାତୀୟ ରାଜପଥରେ ବିପଦ ଜଗି ବସିଛି। ଏହି ରାସ୍ତାରେ ବିଦ୍ୟୁତ୍‌ ବିଭାଗ ପକ୍ଷରୁ ଏ.ବି. ସୁଇଚ୍‌ ଲଗାଯାଇଛି। ଶୈବପୀଠ ବ୍ୟତୀତ ଆରଡ଼ି, ନାନ୍ଦପୁର ପଞ୍ଚାୟତର ପ୍ରାୟ ୧୫ ଖଣ୍ଡ ଗଁାରେ ବିଦ୍ୟୁତ୍‌ ବିଭ୍ରାଟ ଘଟିଲେ ଏଠାରେ ଥିବା ସୁଇଚ୍‌ କଟାଯାଇ ସମସ୍ୟାର ସମାଧାନ ପାଇଁ ଉଦ୍ୟମ କରାଯାଏ। ଜାତୀୟ ରାଜପଥର ଗୋଟିଏ ପାର୍ଶ୍ୱରେ ଏହି ସୁଇଚ ଲଗାଯାଇଛି। ରାସ୍ତାର ଅନ୍ୟ ପାର୍ଶ୍ୱରେ ଥିବା ବିଦ୍ୟୁତ୍‌ ଖୁଣ୍ଟ ସହ ୧୧ କେ.ଭି. ତାର ସଂଯୋଗ କରାଯାଇଛି। ରୋଡ କ୍ରସିଂ ନିୟମ ଅନୁଯାୟୀ ହୋଇ ନ ଥିବା କୁହାଯାଉଛି। ନିୟମାନୁସାରେ ରାସ୍ତାର ଗୋଟିଏ ପାର୍ଶ୍ୱରୁ ଅନ୍ୟ ପାର୍ଶ୍ୱକୁ ତାର ଟଣାଗଲେ ଦୁଇପାର୍ଶ୍ୱରେ ସାଧାରଣ ବିଦ୍ୟୁତ୍‌ ଖୁଣ୍ଟଠାରୁ ଅଧିକ ଉଚ୍ଚର ଖୁଣ୍ଟ ପୋତାଯିବ। ଏହାଛଡ଼ା ସେହି ରୋଡ କ୍ରସିଂ ସ୍ଥାନରେ ଟଣାଯାଇଥିବା ବିଦ୍ୟୁତ୍‌ ତାର ତଳେ ଜାଲି ବନ୍ଧାଯିବା କଥା। କୌଣସି ସମୟରେ ଏଠାରେ ୧୧ କେ.ଭି. ତାର ଛିଡ଼ିଗଲେ ବନ୍ଧାଯାଇଥିବା ଜାଲି ଦ୍ୱାରା ବିପଦକୁ ଏଡ଼ାଇ ଦିଆଯାଇ ପାରନ୍ତା। ସମସ୍ତ ନିୟମ ସତ୍ତ୍ୱେ ବିଦ୍ୟୁତ୍‌ ବିଭାଗ ଅଧିକାରୀଙ୍କ ଖାମଖିଆଲି ମନୋବୃତ୍ତି ଯୋଗୁ ଏହି ସ୍ଥାନରେ କୌଣସି ପ୍ରତିକାର ବ୍ୟବସ୍ଥା କରାଯାଉ ନ ଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି।
ଉଲ୍ଲେଖନୀୟ ଯେ, ଉକ୍ତ ସ୍ଥାନରେ ଟଣାଯାଇଥିବା ତାର ତଳେ ଦେଇ ଶହ ଶହ ଗାଡ଼ି ବାବା ଆଖଣ୍ଡଳମଣିଙ୍କ ପୀଠକୁ ଯାତାୟାତ କରୁଛନ୍ତି। ଏହାବ୍ୟତୀତ ସ୍ଥାନୀୟ କୁଳେଇପଦା, ଓଳଗ, ଷାଠିବାଙ୍କୁଡା ଗଁାର ଲୋକଙ୍କ ସହ ଗାଈଗୋରୁ ମଧ୍ୟ ଏହି ରାସ୍ତା ଦେଇ ଯିବାଆସିବା କରନ୍ତି। ଏଠାରେ ପ୍ରତି ମୂହୂର୍ତରେ ବଡ଼ଧରଣର ଅଘଟଣ ଘଟିବାର ଆଶଙ୍କା ଥିଲେ ବି ବିଭାଗୀୟ ଅଧିକାରୀଙ୍କ ବେପରୁଆ ନୀତି ସମସ୍ତଙ୍କୁ ଚକିତ କରିଛି। ଆରଡ଼ିକୁ ବିଭିନ୍ନ ସମୟରେ ଜିଲାର ବିଭିନ୍ନ ବିଭାଗ ପ୍ରଶାସନିକ ଅଧିକାରୀ, ରାଜ୍ୟସ୍ତରୀୟ ପ୍ରଶାସନିକ ଅଧିକାରୀ ଓ ମନ୍ତ୍ରୀ ଆଗମନ କରୁଥିଲେ ମଧ୍ୟ ଏଥିପ୍ରତି କାହାର ନଜର ନାହିଁ। ତୁରନ୍ତ ଏହି ସ୍ଥାନରେ ୧୧ କେଭି ତାର ତଳେ ଜାଲି ବାନ୍ଧିବା ସହ ରାସ୍ତାର ଦୁଇପାର୍ଶ୍ୱରେ ୨ଟି ଉଚ୍ଚ ଖୁଣ୍ଟ ପୋତାଯାଉ ବୋଲି ଆରଡ଼ି ଓ ଏହାର ଆଖପାଖ ଗଁାର ଲୋକେ ଦାବି କରିଛନ୍ତି। ଏ ସମ୍ପର୍କରେ ବିଭାଗୀୟ ଅଧିକାରୀଙ୍କୁ ଯୋଗାଯୋଗ କରାଯାଇଥିଲେ ହେଁ ଅସୁରାଳି ଡିଭିଜନର ଏସ୍‌ଡିଓଙ୍କ ବଦଳି ହୋଇଯାଇଥିବାବେଳେ ତାଙ୍କ ସ୍ଥାନରେ ଅନ୍ୟ କେହି ଯୋଗ ଦେଇ ନ ଥିବାରୁ ମତାମତ ମିଳିପାରି ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଭଣ୍ଡାରିପୋଖରୀରେ ନୂଆ-ପୁରୁଣା

ବନ୍ତ,୧୭।୪ (ହରିନାରାୟଣ ମହାନ୍ତି):ସାଧାରଣ ନିର୍ବାଚନରେ ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବିଧାନସଭା କ୍ଷେତ୍ରରେ ଏଥର ହେବ ନୂଆ-ପୁରୁଣା ଲଢ଼େଇ। ବିଜେଡି ପକ୍ଷରୁ ଭଦ୍ରକ ବିଧାୟକ ସଞ୍ଜୀବ କୁମାର...

ଭଦ୍ରକ ଲୋକ ସଭା କ୍ଷେତ୍ର: ରଣାଙ୍ଗନରେ ଅନନ୍ତ, ଅଭିମନ୍ୟୁ, ମଞ୍ଜୁଲତା

ଭଦ୍ରକ,୧୫ା୪(ସନାତନ ରାଉତ): ଭଦ୍ରକ ଲୋକ ସଭା ଆସନରେ ଭାଜପା ଓ ବିଜେଡି ପୁରୁଣା ପ୍ରାର୍ଥୀଙ୍କୁ ଦୋହରାଇଥିବା ବେଳେ କଂଗ୍ରେସ ଶନିବାର ପୂର୍ବତନ ଏମ୍‌ପି ଅନନ୍ତ ପ୍ରସାଦ...

ଡିଭାଇଡର୍‌ ଉପରେ ଚଢ଼ିଗଲା କାର୍‌, ଚାଲିଗଲା ବାପ-ଝିଅଙ୍କ ଜୀବନ, ୩ ଗୁରୁତର

ଭଦ୍ରକ,୧୪ା୪(ସନାତନ ରାଉତ): ପୁରୀରୁ ଖଡ଼ଗପୁର ଆସୁଥିବା ଏକ କାର୍‌ ରବିବାର ଭାରସାମ୍ୟ ହରାଇ ଡିଭାଇଡର ଉପରେ ଚଢ଼ି ଯିବାରୁ ୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ...

ବ୍ରିଜ୍‌ରୁ ଖସିଲା କଦଳୀ ବୋଝେଇ ଟ୍ରକ୍‌

ଭଦ୍ରକ,୧୨ା୪(ସନାତନ ରାଉତ): ୧୬ ନଂ ଜାତୀୟ ରାଜପଥର ଭଦ୍ରକ ଗେଲପୁର ଓଭର ବ୍ରିଜରୁ ତଳକୁ ଶୁକ୍ରବାର ଖସି ପଡ଼ିଛି କଦଳୀ ବୋଝେଇ ଟ୍ରକ୍‌। ଟ୍ରକର ଆଗ...

ସମୂହ ନମାଜ ପାଠ କଲେ ୭ ହଜାରରୁ ଊର୍ଦ୍ଧ୍ୱ ମୁସଲମାନ ଧର୍ମାବଲମ୍ବୀ

ଭଦ୍ରକ,୧୧ା୪(ସନାତନ ରାଉତ): ଶାନ୍ତି, ମୈତ୍ରୀ, ତ୍ୟାଗ ଓ ସମର୍ପଣର ପର୍ବ ଇଦ୍‌ ଅବସରରେ ଗୁରୁବାର ଭଦ୍ରକ ଇଦ୍‌ଗାହାଠାରେ ୭ ହଜାରରୁ ଊର୍ଦ୍ଧ୍ୱ ମୁସଲମାନ ଧର୍ମାବଲମ୍ବୀ ସମୂହ...

ପୋତିହେଲାଣି ଚୁଡ଼ାମଣି ଘାଟ ମୁହାଣ

ବାସୁଦେବପୁର,୧୧ା୪(ନାରାୟଣ ପ୍ରସାଦ ବାରିକ୍‌)ଚୁଡ଼ାମଣୀ ଘାଟ ପୋଲଠାରୁ ବଙ୍ଗୋପସାଗର ମୁହାଣ ପର୍ଯ୍ୟନ୍ତ ପ୍ରାୟ ୩ କି.ମି.ରୁ ଊର୍ଦ୍ଧ୍ୱ ଅଙ୍କାବଙ୍କା ଗମେଈ ନଦୀ ପୋତି ହୋଇ ପଡ଼ିଲାଣି। ଫଳରେ...

ଗୁଲମକ୍କି ଦଳକୁ ଆସିବା ପରେ ଶକ୍ତିଶାଳୀ ହେଉଛି ବିଜେଡି

ଭୁବନେଶ୍ୱର,୧୦ା୪(ଅନିଲ ଦାସ):ଭଦ୍ରକ ପୌରପାଳିକାର ପୌରାଧ୍ୟକ୍ଷା ଗୁଲମକ୍କି ହବିବଙ୍କ ସମେତ ଶତାଧିକ କର୍ମୀ ମଙ୍ଗଳବାର ଶଙ୍ଖଭବନଠାରେ ପୂର୍ବତନ ମନ୍ତ୍ରୀ ତଥା ଭଦ୍ରକ ଜିଲା ପର୍ଯ୍ୟବେକ୍ଷକ ସଞ୍ଜୟ କୁମାର...

ନିର୍ବାଚନ କାର୍ଯ୍ୟରେ ଅବହେଳା ପାଇଁ ଏଆରଆଇ ନିଲମ୍ବିତ

ଭଦ୍ରକ,୧୦।୪(ସନାତନ ରାଉତ ): ନିର୍ବାଚନ କାର୍ଯ୍ୟରେ ଅବହେଳା ଓ ଉଚ୍ଚ କର୍ତ୍ତୃପକ୍ଷଙ୍କ ଆଦେଶ ଅବମାନନା ପାଇଁ ଭଦ୍ରକ ଜିଲା ବନ୍ତ ତହସିଲର ଅତିରିକ୍ତ ରାଜସ୍ବ ନିରୀକ୍ଷକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri