ହ୍ୟାଣ୍ଡବଲ ଆସୋସିଏଶନର ରୌପ୍ୟଜୟନ୍ତୀ ଉଦ୍‌ଯାପିତ: ଲୁହା ଉତ୍ପାଦନରେ ରାଜ୍ୟ, ଦେଶର ନେତୃତ୍ୱ ନେବ ଯାଜପୁର: କେନ୍ଦ୍ରମନ୍ତ୍ରୀ

ଚଣ୍ଡିଖୋଲ/ଛତିଆ୧୩।୧୦(ଡି.ଏନ.ଏ)- ପୂର୍ବ ଭାରତର ବିକାଶ ହେଲେ ଦେଶର ପ୍ରକୃତ ବିକାଶ ହୋଇପାରିବ। ତେଣୁ ପୂର୍ବ ଭାରତର ବିକାଶ ଉପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସର୍ବାଧିକ ଗୁରୁତ୍ୱ ଦେଉଛନ୍ତି। ପୂର୍ବ ଭାରତର ଗୁରୁତ୍ୱ ବହନ କରୁଥିବା ଓଡ଼ିଶାର ଯାଜପୁର ଜିଲା ଇଷ୍ପାତ, ଖଣି ସହ ସାହିତ୍ୟ ସଂସ୍କୃତି କ୍ଷେତ୍ରରେ ବିଶ୍ୱବାସୀଙ୍କ ଦୃଷ୍ଟି ଆକର୍ଷଣ କରିଛି। ଯାଜପୁର ଜିଲା ଲୁହା ଉତ୍ପାଦନରେ ରାଜ୍ୟ ତଥା ଦେଶର ନେତୃତ୍ୱ ନେବ। ଛତିଆରେ ୩ଦିନ ଧରି ଚାଲିଥିବା ଜିଲା ହ୍ୟାଣ୍ଡବଲ ଆସୋସିଏଶନର ରୌପ୍ୟ ଜୟନ୍ତୀ ଉଦ୍‌ଯାପନୀ ଉତ୍ସବ ଓ ଜାତୀୟ ହ୍ୟାଣ୍ଡବଲ ପ୍ରତିଯୋଗିତାର ପୁରସ୍କାର ବିତରଣୀ ଉତ୍ସବରେ ଶନିବାର ମୁଖ୍ୟଅତିଥିଭାବେ ଯୋଗଦେଇ କେନ୍ଦ୍ର ପେଟ୍ରୋଲିୟମ, ପ୍ରାକୃତିକ ଗ୍ୟାସ ଓ ଇଷ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହା କହିଛନ୍ତି। ଆଗାମୀ ୧୦ ବର୍ଷ ମଧ୍ୟରେ ଯାଜପୁରର କଳିଙ୍ଗନଗରରେ ୩୦ ମିଲିୟନ ମେଟ୍ରିକ ଟନ ଲୁହା ଉତ୍ପାଦନ କରାଯାଇ ବିଶ୍ୱ ବଜାରରେ ଏହି ଜିଲାର ମହତ୍ୱକୁ ବୃଦ୍ଧି କରାଯିବ ବୋଲି କେନ୍ଦ୍ରମନ୍ତ୍ରୀ ପ୍ରଧାନ ପ୍ରକାଶ କରିଥିଲେ। ହ୍ୟାଣ୍ଡବଲ ଆସୋସିଏଶନ ଅଧ୍ୟକ୍ଷ ଅମର ନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଉଦ୍‌ଯାପନୀ ଉତ୍ସବରେ ଅନ୍ୟତମ ଅତିଥିଭାବେ ସାଲେପୁରର ପ୍ରାକ୍ତନ ବିଧ଼ାୟକ ପ୍ରକାଶଚନ୍ଦ୍ର ବେହେରା ଓ ମାହାଙ୍ଗା ବିକାଶ ପରିଷଦ ଅଧ୍ୟକ୍ଷ ଶାରଦା ପ୍ରଧାନ, ପା୍ରାକ୍ତନ ବଡ଼ଚଣା ବ୍ଲକ ଅଧ୍ୟକ୍ଷ ପ୍ରହଲାଦ ନନ୍ଦ, ଯାଜପୁର ଜିଲା ହ୍ୟାଣ୍ଡବଲ ଆସୋସିଏଶନର ସଭାପତି ଅଧ୍ୟାପକ କେଶବ ଚନ୍ଦ୍ର ଦାସ ପ୍ରମୁଖ ଯୋଗ ଦେଇଥିଲେ। ହ୍ୟାଣ୍ଡବଲ ଆସୋସିଏଶନ ସମ୍ପାଦକ ରମେଶ ଚନ୍ଦ୍ର ପୃଷ୍ଟି ସ୍ବାଗତ ଭାଷଣ ଦେଇଥିଲେ। ଏହି ଉତ୍ସବରେ ପ୍ରଥମ କରି ଓଡ଼ିଶାରେ ହ୍ୟାଣ୍ଡବଲ ଖେଳର କୋଚ ଭାବେ ଅଗ୍ରଣୀ ଭୂମିକା ନେଇଥିବା ପଣ୍ଡିଚେରୀର ଏମ୍‌. କାର୍ତ୍ତିକେୟନ, ହିମାଚଳ ପ୍ରଦେଶର କାନା ପରାସର, ଓଡ଼ିଶା ରାଜ୍ୟ କୋଚ ମନୋଜ କୁମାର ଦାସ, ଆନ୍ତର୍ଜାତିକ କବାଡ଼ି ଖେଳାଳି ମନସ୍ବିନୀ ସ୍ବାଇଁ, ଆନ୍ତର୍ଜାତିକ ହ୍ୟାଣ୍ଡବଲ ଖେଳାଳି ବିପ୍ଳବ ବିଶ୍ୱାଳ ପ୍ରମୁଖଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଜାତୀୟ ପ୍ରତିଯୋଗିତାର ମହିଳା ବିଭାଗରେ ଜଗତସିଂହପୁରକୁ ହରାଇ ଆନ୍ଧ୍ରପ୍ରଦେଶ ଚାମ୍ପିୟନ ହୋଇଛି। ସେହିଭଳି ପୁରୁଷ ବିଭାଗରେ କେନ୍ଦୁଝରକୁ ହରାଇ ଝାଡ଼ଖଣ୍ଡ ଚାମ୍ପିୟନ ଟ୍ରଫି ହାସଲ କରିଥିଲା। ଏହି ପ୍ରତିଯୋଗିତାରେ ୪ଟି ରାଜ୍ୟରୁ ୪୦୦ରୁ ଊର୍ଦ୍ଧ୍ୱ ପ୍ରତିଯୋଗୀ ଭାଗ ନେଇଥିଲେ। ୩ଦିନ ଧରି ପୁରୁଷ ବିଭାଗରେ ଗଞ୍ଜାମ, କେନ୍ଦୁଝର, ଯାଜପୁର, ପୁରୀ, ଆନ୍ଧ୍ର ପ୍ରଦେଶ ଓ ବିଶାଖା ପାଟନାର ୮ଟି ଦଳ ଭାଗ ଦେଇଥିଲେ। ସେହିଭଳି ମହିଳା ବିଭାଗରେ ଜଗତସିଂହପୁର, ଯାଜପୁର, କଟକ, କେନ୍ଦୁଝର ଓ ଆନ୍ଧ୍ର ପ୍ରଦେଶର ଖେଳାଳିମାନେ ଭାଗ ନେଇ ୩ଦିନ ଧରି ଖେଳିଥିଲେ। ଶେଷରେ ବିଜୟୀ ଦଳଙ୍କୁ କେନ୍ଦ୍ରମନ୍ତ୍ରୀ ପ୍ରଧାନ ଚାମ୍ପିୟନ ଓ ରନର୍ସ ଅପ୍‌ ଟ୍ରଫି ପ୍ରଦାନ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମିଳିଲା ୩ ସାଙ୍ଗଙ୍କ ମୃତଦେହ

କଟକ ଅଫିସ,୧୨।୪: କଟକ ଯୋବ୍ରା ଆନିକଟରେ ୩ ଯୁବକ ଭାସିଯିବା ଘଟଣାରେ ମଙ୍ଗଳବାର ଆଉ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଅଗ୍ନିଶମ ବାହିନୀ ପକ୍ଷରୁ ଚାଲିଥିବା...

ବିନିକାରେ କାଳବୈଶାଖୀ: ଗଛ ଉପୁଜିଲା, ଛପର ଉଡିଲା

ବିନିକା,୬ା୫(ଡି.ଏନ୍‌.ଏ.)-ସୁବର୍ଣ୍ଣପୁର ଜିଲା ବିନିକାରେ ମଙ୍ଗଳବାର ରାତିରେ କାଳବୈଶାଖୀର ତାଣ୍ଡବ ଦେଖିବାକୁ ମିଳିଥିଲା। ପ୍ରବଳ ଝଡତୋଫାନ, ବର୍ଷା ଓ କୁଆପଥର ମାଡରେ ବ୍ଲକ ଅଞ୍ଚଳଳରେ ବ୍ୟାପକ କ୍ଷୟକ୍ଷତି...

ଲକ୍‌ଡାଉନ୍‌ ପାଇଁ ପଛେଇଯାଇଛି ଅନ୍ଧତ୍ୱ ଦୂରୀକରଣ ଯୋଜନା: ମୋତିଆବିନ୍ଦୁ ରୋଗୀଙ୍କ ସଙ୍କଟ ବଢ଼ିଲା

କଟକ ଅଫିସ, ୧୮ା୫: କରୋନା ଭାଇରସ୍‌ ସଂକ୍ରମଣ ରୋକିବା ଲାଗି ଜାରି ହୋଇଥିବା ଲକ୍‌ଡାଉନ ଯୋଗୁ ଏବେ ସରକାରଙ୍କ ଅନ୍ଧତ୍ୱ ଦୂରୀକରଣ ଯୋଜନା ଅନେକ ଯୋଜନ...

ପୋଲିସର ମନମୁଖୀ ଶାସନକୁ ବିରୋଧ, ବ୍ଲକ କାର୍ଯ୍ୟାଳୟ କର୍ମଚାରୀଙ୍କ ଧାରଣା

ଭଟ୍‌ଲି, ୨।୩(ଡି.ଏନ୍‌.ଏ.): ବରଗଡ଼ ଜିଲା ଭଟ୍‌ଲି ପୋଲିସର ମନମୁଖୀ ଶାସନ ବିରୋଧରେ ସ୍ବର ଉତ୍ତୋଳନ କରିଛନ୍ତି ଭଟଲି ଗୋଷ୍ଠୀ ଉନ୍ନୟନ କାର୍ଯ୍ୟାଳୟର କର୍ମଚାରୀମାନେ। ଏ ନେଇ...

ମମିତା ମୃତ୍ୟୁ ମାମଲା: ଗଜପତିରେ କଂଗ୍ରେସର ହରତାଳ

ପାରଳାଖେମୁଣ୍ଡି,୧୨ା୧୧(ଡି.ଏନ୍‌.ଏ.): ମମିତା ମେହେର ମୃତ୍ୟୁ ମାମଲାରେ କଂଗ୍ରେସର ୬ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି। ତେବେ ଗଜପତି ଜିଲାରେ କଂଗ୍ରେସର ଏହି ହରତାଳ ପ୍ରଭାବ ଶୂନ୍ୟ...

ସରପଞ୍ଚଙ୍କ ବିରୋଧରେ ଅନାସ୍ଥା ପାଇଁ ଦାବିପତ୍ର

କପ୍ତିପଦା,୧ା୧୦(ଡ଼ି.ଏନ୍‌.ଏ)- କପ୍ତିପଦା ବ୍ଲକ ଅଧୀନ ବଡ଼ ଗୁଡୁଗୁଡ଼ିଆ ପଞ୍ଚାୟତର ସରପଞ୍ଚ ଦମୟନ୍ତୀ ହାଁସଦା ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଗତ ପାଇଁ ଦାବି ହୋଇଛି। ସୋମବାର ଉକ୍ତ...

ଖାନ୍‌ନଗରରେ ନିର୍ମାଣ ହେବ ବିଶ୍ୱସ୍ତରୀୟ ‘ନେତାଜୀ ବସ୍‌ ଟର୍ମିନାଲ’: ଭିତ୍ତିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

କଟକ ଅଫିସ,୨୩।୧: ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜୟନ୍ତୀ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଟକ ଖାନ୍‌ନଗର ଅଞ୍ଚଳର ୧୨ ଏକର ପରିମିତ ଜମିରେ ନିର୍ମାଣ...

ଧାରଣାରେ ବସିଲେ ୩ ଶ୍ରମିକ ସଂଗଠନ

ବଅଁରପାଳ,୧୨ା୯(ଡି.ଏନ୍‌.ଏ.): ଆଲୁମିନିୟମ ସଂଘ, ନେପୁ ଏବଂ ନେସ୍‌ ପକ୍ଷରୁ ସୋମବାର ସକାଳ ୭ରୁ ନାଲ୍‌କୋ ପ୍ରଶାସନ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା ଦିଆଯାଇଛି। ୩ଟି ପ୍ରମୁଖ ଶ୍ରମିକ...

Advertisement
Archives

Model This Week