ହୋମ କ୍ୱାରାଣ୍ଟାଇନ୍‌ରେ ଜିଲାର ୪,୭୭୩ ଜଣ

ଫୁଲବାଣୀ ଅଫିସ, ୨୮ା୩: କରୋନା ସଂକ୍ରମଣକୁ ପ୍ରତିହତ କରିବା ପାଇଁ କନ୍ଧମାଳ ଜିଲା ପ୍ରଶାସନ ପ୍ରୟାସ ଜାରି ରଖିଛି। ସାମାଜିକ ଦୂରତ୍ୱ ବଜାୟ ରଖିବା ପାଇଁ ପୋଲିସ ପ୍ରଶାସନ ମଧ୍ୟ ଜାଗ୍ରତ ଅଛି। ରାଜ୍ୟ ଏବଂ ଜିଲା ବାହାରୁ ଆସିଥିବା ଲୋକଙ୍କ ଉପରେ ନଜର ରଖାଯାଇଛି। ସୂଚନା ଅନୁସାରେ ଏ ପର୍ଯ୍ୟନ୍ତ ମୋଟ ୪,୭୭୭ ଜଣ ବାହାରୁ କନ୍ଧମାଳ ଜିଲାକୁ ଆସିଛନ୍ତି। ସେମାନଙ୍କ ମଧ୍ୟରୁ ୪,୭୭୩ ଜଣଙ୍କୁ ହୋମ କ୍ୱାରାଣ୍ଟାଇନ୍‌ରେ ରହିଥିବା ବେଳେ ଜିଲା ମୁଖ୍ୟ ଚିକିିତ୍ସାଳୟ ଆଇସୋଲେଶନରେ ୪ ଜଣ ଅଛନ୍ତି। ଜିଲାରେ ମୋଟ ୭ଟି ସ୍ଥାନରେ ଯଥା ବାଲିଗୁଡା ଟାଉନହଲ, କଲ୍ୟାଣ ମଣ୍ଡପ, ଜି.ଉଦୟଗିରି ଟାଉନହଲ ଓ କଲ୍ୟାଣ ମଣ୍ଡପ, ଫୁଲବାଣୀ ବସ୍‌ଷ୍ଟାଣ୍ଡ ଓ କଲ୍ୟାଣ ମଣ୍ଡପ, ପିଅନପଡା ପ୍ରାଥମିକ ବିଦ୍ୟାଳୟରେ ଅସ୍ଥାୟୀ ଆଇସୋଲେଶନ ସେଣ୍ଟର ଖୋଲାଯାଇଛି। ସେହିପରି କୋଟଗଡ ସରକାରୀ ଉଚ୍ଚ ବିଦ୍ୟାଳୟ, ଦାରିଙ୍ଗିବାଡି ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ, ରାଇକିଆ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ, ବଡଗାଁ ସରକାରୀ ଉଚ୍ଚ ବିଦ୍ୟାଳୟ, ଶଙ୍କରାଖୋଲ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଓ ଫୁଲବାଣୀ ଅନ୍ବେଶା ହଷ୍ଟେଲ ଏପରି ମୋଟ ୭ ସ୍ଥାନରେ ଅସ୍ଥାୟୀ ଚିକିତ୍ସା ଶିବିର ହୋଇଛି। ଜିଲାର ୭ ପ୍ରବେଶ ପଥକୁ ସିଲ୍‌ କରାଯାଇଛି। ଅହୋରାତ୍ର ପୋଲିସ ପଇଁତରା ବ୍ୟବସ୍ଥା ହୋଇଛି। ଲକ୍‌ଡାଉନ ଅବମାନନା ପାଇଁ ୫୭ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ୧୧ ଗାଡିକୁ ଅଟକ ରଖାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଭୋଟ ପୂର୍ବରୁ ଚାଲିଗଲା ସରପଞ୍ଚ ପ୍ରାର୍ଥୀଙ୍କ ଜୀବନ, ନିର୍ବାଚନ ସ୍ଥଗିତ

ବରଗଡ଼ ଅଫିସ,୧୬।୨ : ବରଗଡ଼ ଜିଲାରେ ଗୋବିନ୍ଦପୁର ପଞ୍ଚାୟତର ସରପଞ୍ଚ ପ୍ରାର୍ଥୀ ବାଲ୍ମିକୀ ପ୍ରଧାନଙ୍କ ମଙ୍ଗଳବାର ବିଳମ୍ବିତ ରାତ୍ରିରେ ହୃଦଘାତରେ ପରଲୋକ ହୋଇଛି। ସେ ମଙ୍ଗଳବାର...

ଷ୍ଟିମ ପାଇପ୍‌ ଫାଟି ଶ୍ରମିକ ଗୁରୁତର ଘଟଣା: ଆଖିବୁଜିଲେ ଶଙ୍କର

ଗଞ୍ଜାମ,୯।୧୦(ଡି.ଏନ୍‌.ଏ.): ଗଞ୍ଜାମ ସହରସ୍ଥିତ ଗ୍ରାସୀମ କମ୍ପାନୀରେ ଗତ ମଙ୍ଗଳବାର ଷ୍ଟିମ୍‌ ପାଇପ୍‌ ଫାଟି ଜଣେ ଇଞ୍ଜିନିୟର ସମେତ ୩ ଜଣ ଗୁରୁତର ହୋଇଥିଲେ। ଏଥିରେ ପୁଇଁତୋଳା...

ସ୍ଥାୟୀ ଜମିପଟ୍ଟା, ଘରଢ଼ିହ ପ୍ରଦାନ ପାଇଁ ଦାବିପତ୍ର

ଯାଜପୁର ଟାଉନ,୨୨।୧୧(ଡିଏନଏ): ଯାଜପୁର ଜିଲା ଧର୍ମଶାଳା ଅଞ୍ଜିରା ଗ୍ରାମର ଗ୍ରାମବାସୀ ଭାରପ୍ରାପ୍ତ ଜିଲାପାଳଙ୍କୁ ଗୁରୁବାର ଭେଟି ସ୍ଥାୟୀ ଜମିପଟ୍ଟା ଓ ଭୂମିହୀନଙ୍କୁ ଘରଢ଼ିହ ଦେବାକୁ ଦାବିପତ୍ର...

ଉଦ୍ଧାର ବନ୍ୟଜନ୍ତୁଙ୍କ ଲାଗି ସାମୟିକ ରହଣିସ୍ଥଳ

ଢେଙ୍କାନାଳ ଅଫିସ, ୪।୬ – ଉଦ୍ଧାର ହୋଇଥିବା ବନ୍ୟଜନ୍ତୁଙ୍କ ସାମୟିକ ରହଣି ଲାଗି ଢେଙ୍କାନାଳ ଜିଲା କପିଳାସ ଅଭୟାରଣ୍ୟରେ ଆରମ୍ଭ ହୋଇଛି ‘ଟେମ୍ପରାରି ଟ୍ରାଞ୍ଜିଟ୍‌ ଫାସିଲିଟିଜ୍‌...

ଜମି ଅଧିଗ୍ରହଣ ପାଇଁ ଏସ୍‌ଆଇଏ ସର୍ଭେ: ଦ୍ୱିତୀୟ ଦିନରେ ୨୦ ପରିବାରର ତଥ୍ୟ ସଂଗ୍ରହ

ପୁରୀ ଅଫିସ, ୧ା୧୦: ଶ୍ରୀମନ୍ଦିର ସୁରକ୍ଷା ଜୋନରୁ ଜମି ଅଧିଗ୍ରହଣ ପାଇଁ ପ୍ରଶାସନ ପକ୍ଷରୁ ଚାଲିଛି ସାମାଜିକ ପ୍ରଭାବ ନିର୍ଦ୍ଧାରଣ (ଏସ୍‌ଆଇଏ) ସର୍ଭେ। ଉପଜିଲାପାଳ ଏବଂ...

ଚାଲିଚାଲି ଘରକୁ ଫେରୁଛନ୍ତି ରାଜ୍ୟ ଭିତର ଶ୍ରମିକ

ଠାକୁରମୁଣ୍ଡା,୭ା୫(ଡି.ଏନ୍‌.ଏ.) : ମୟୂରଭଞ୍ଜ ଜିଲା ଠାକୁରମୁଣ୍ଡା ବ୍ଲକ ଅଞ୍ଚଳରୁ ଯାଇ ରାଜ୍ୟର ବିଭିନ୍ନ ଅଞ୍ଚଳରେ ରହି ଶ୍ରମିକ ଭାବରେ କାମ କରୁଥିବା ଶ୍ରମିକ ଏବେ ଘରମୁହାଁ...

ଦଶମନ୍ତପୁରରେ କାଶୀପୁର ଚିତ୍ର: ବ୍ୟାପୁଛି ଝାଡ଼ାବାନ୍ତି, ଜଣେ ମୃତ

କୋରାପୁଟ,୨୦।୭(ଡି.ଏନ୍‌.ଏ.): ରାୟଗଡ଼ା ଜିଲା କାଶୀପୁରରେ ହଇଜାରେ ୭ ଜଣ ଆଖି ବୁଜିଥିବା ବେଳେ ବକୋରାପୁଟ ଜିଲା ଦଶମନ୍ତପୁର ବ୍ଲକରେ ମଧ୍ୟ ସମାନ ଚିତ୍ରଦେଖିବାକୁ ମିଳିଛି ।...

କୁଆପଥର ବର୍ଷା, ଫସଲ ହାନି

ଛେଣ୍ଡିପଦା,୫ ।୨(ସ୍ବ.ପ୍ର.) ଅନୁଗୋଳ ଜିଲା ଛେଣ୍ଡିପଦା ବ୍ଲକର ବିଭିନ୍ନ ସ୍ଥାନରେ ଶୁକ୍ରବାର ଅପରାହ୍ନ ୩ଟାରେ ଅଦିନିଆ ଝଡ଼ବର୍ଷା ସହ ପ୍ରବଳ କୁଆପଥର ମାଡ଼ ହୋଇଥିଲା। ଫଳରେ...

Advertisement
Archives

Model This Week