Posted inଜାତୀୟ

ହୋଟେଲ ହେବ ଲୋକପାଳଙ୍କ କାର୍ଯ୍ୟାଳୟ

ନୂଆଦିଲ୍ଲୀ,୨୩ା୪: ଭାରତର ପ୍ରଥମ ଲୋକପାଳଙ୍କ କାର୍ଯ୍ୟାଳୟ ଦିଲ୍ଲୀର ଏକ ବିଳାସପୂର୍ଣ୍ଣ ପଞ୍ଚତାରକା ହୋଟେଲରେ ଆରମ୍ଭ ହେବ। ଏହି ହୋଟେଲ ପରିସରରେ ଲୋକପାଳ ଅଧ୍ୟକ୍ଷ ଓ ତାଙ୍କର ୮ଜଣିଆ ସଦସ୍ୟ ଓ ସହଯୋଗୀମାନଙ୍କୁ ରହିବା ଲାଗି ସୁବିଧା ଯୋଗାଇ ଦିଆଯିବ ବୋଲି ଅଧିକାରୀଙ୍କ ସୂତ୍ରରୁ ପ୍ରକାଶ। ଦିଲ୍ଲୀର ଚାଣକ୍ୟପୁରୀସ୍ଥିତ ହୋଟେଲ ‘ଦ ଅଶୋକ’ରେ ଲୋକପାଳଙ୍କ କାର୍ଯ୍ୟାଳୟ କିଛିଦିନ ଚାଲିବ। ଗତ ମାର୍ଚ୍ଚ ୨୩ ତାରିଖରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଭାରତର ପ୍ରଥମ ଲୋକପାଳ ଅଧ୍ୟକ୍ଷଭାବେ ଜଷ୍ଟିସ ପିନାକୀ ଚନ୍ଦ୍ର ଘୋଷଙ୍କୁ ଶପଥ ପାଠ କରାଇଥିଲେ। ପରେ ମାର୍ଚ୍ଚ ୨୭ ତାରିଖରେ ଜଷ୍ଟିସ ଘୋଷ ଲୋକପାଳର ଅନ୍ୟ ୮ ସଦସ୍ୟଙ୍କୁ ଶପଥ ପାଠ କରାଇଥିଲେ। ବିଭିନ୍ନ ହାଇକୋର୍ଟର ପୂର୍ବତନ ମୁଖ୍ୟ ବିଚାରପତି ଜଷ୍ଟିସ ଡି. ବି. ଭୋସଲେ, ପି. କେ . ମହାନ୍ତି, ଅଭିଳାଷା କୁମାରୀ, ଏ. କେ. ତ୍ରିପାଠୀ ପ୍ରମୁଖ ଲୋକପାଳର ନ୍ୟାୟିକ ସଦସ୍ୟଭାବେ ଶପଥ ଗ୍ରହଣ କରିଥିଲେ। ଅନ୍ୟ ସଦସ୍ୟଙ୍କ ମଧ୍ୟରେ ଅର୍ଚ୍ଚନା ରାମସୁନ୍ଦରମ, ଦୀନେଶ କୁମାର ଜୈନ, ଇନ୍ଦ୍ରଜିତ ପ୍ରସାଦ ଗୌତମ ଲୋକପାଳ ସଦସ୍ୟଭାବେ ଶପଥ ଗ୍ରହଣ କରିଥିଲେ। ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ଗଠିତ ଉଚ୍ଚସ୍ତରୀୟ ଚୟନ କମିଟି ଲୋକପାଳ ଅଧ୍ୟକ୍ଷ ଓ ଏହାର ସଦସ୍ୟମାନଙ୍କୁ ସ୍ବୀକୃତି ପ୍ରଦାନ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପୋରବନ୍ଦର, ଦ୍ୱାରକାରେ ‘ବାୟୁ’ ତାଣ୍ଡବ ରଚିବା ଆଶଙ୍କା !

ଅହମ୍ମଦାବାଦ୍‌ ୧୩।୬: ଆରବ ସାଗରରେ ଲଘୁଚାପ ଯୋଗୁ ସୃଷ୍ଟି ହୋଇଥିବା ବାତ୍ୟା ବାୟୁ ଗୁଜରାଟ ଉପକୂଳରେ ଲାଣ୍ଡଫଲ କରିବନି ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ...

ବିଦେଶ ଯାତ୍ରା କରୁଥିବା ଲୋକଙ୍କ ପାଇଁ ଖୁସି ଖବର

ନୂଆଦିଲ୍ଲୀ,୨୯।୮: ଭାରତରୁ ବିଦେଶ ଯାତ୍ରା କରୁଥିବା ଲୋକଙ୍କ ପାଇଁ ଏକ ଖୁସି ଖବର ଅଛି। ଯାତ୍ରୀମାନଙ୍କୁ ଆଉ କରୋନା ଟେଷ୍ଟ ରିପୋର୍ଟ ପାଇଁ କଠିନ ପରିଶ୍ରମ...

ଗୁରୁ ନାନକଙ୍କ ବାଣୀ ସମାଜରେ ଶାନ୍ତି ଓ ମୈତ୍ରୀ ଭାବନା ସୃଷ୍ଟି କରୁ: ରାଷ୍ଟ୍ରପତି

ନୂଆଦିଲ୍ଲୀ,୧୨।୧୧: ଗୁରୁ ନାନକ ଦେବଙ୍କ ୫୫୦ତମ ଜୟନ୍ତୀ ଅବସରରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଗୁରୁ ନାନକଙ୍କ ବାଣୀ ସମାଜରେ ଶାନ୍ତି ଓ...

ଆମେ ଅଣ୍ଟି ଛୁରି ହୋଇ ତଣ୍ଟି କାଟିନୁ, ବିଦ୍ରୋହୀ ବିଧାୟକଙ୍କ ମନ୍ତବ୍ୟ…

ପଣଜୀ, ୩୦।୬ : ମହାରାଷ୍ଟ୍ର ରାଜନୈତିକ ସଙ୍କଟରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ପଦରୁ ଇସ୍ତଫା ଦେଇ ସାରିଛନ୍ତି। ରାଜ୍ୟରେ ଭାଜପା ସରକାର ଗଠନ ପାଇଁ...

ଅର୍ଥନୀତିରେ ବିପର୍ଯ୍ୟୟ ଆଣିପାରେ ଦୁର୍ବଳ ମୌସୁମୀ

ନୂଆଦିଲ୍ଲୀ,୨୦।୬(ପି.ଟି.): ଦେଶରେ ପ୍ରଚଣ୍ଡ ଗ୍ରୀଷ୍ମଲହର ପରେ ମୌସୁମୀ ଆସିଥିଲେ ହେଁ ଏହା ଅତ୍ୟନ୍ତ ଧିମା ଗତିରେ ଅଗ୍ରସର ହେଉଛି। ମୌସୁମୀ ଦୁର୍ବଳ ରହିଲେ ଭାରତର କୃଷିଭିତ୍ତିକ...

ଦାଉଦ ଇବ୍ରାହିମ୍‌ଙ୍କ ସମ୍ପତ୍ତି ନିଲାମ

ନୂଆଦିଲ୍ଲୀ,୧୦।୧୧: ଅଣ୍ଡର ଓ୍ବାଲର୍‌ଡ ଡନ୍‌ ଦାଉଦ୍‌ ଇବ୍ରାହିମ୍‌ଙ୍କର ସମ୍ପତ୍ତି ନିଲାମ ହୋଇଛି। ଦିଲ୍ଲୀର ଦୁଇ ଆଇନଜୀବୀଙ୍କୁ ଦାଉଦ୍‌ଙ୍କର ୬ ସମ୍ପତ୍ତି ମିଳିଛି। ସେଥିମଧ୍ୟରୁ ଆଇନଜୀବୀ ଅଜୟ...

ଛାତ୍ର ସଂସଦ ସଭାପତିଙ୍କୁ ଚାପୁଡା ମାରିଲେ କଲେଜ ଅଧ୍ୟକ୍ଷ,ଏହାର ଜବାବରେ ଛାତ୍ର ଜଣଙ୍କ ଏମିତି କଲେ

ଆଜମେର,୨୪।୯:ରାଜସ୍ଥାନର ଆଜମେରସ୍ଥିତ ଦୟାନନ୍ଦ କଲେଜରେ ଏକ ଅଭାବନୀୟ ଘଟଣା ଘଟିଛି। ନବନିର୍ବାଚିତ ଛାତ୍ର ସଂସଦ ସଭାପତିଙ୍କୁ ଚାପୁଡା ମାରିଛନ୍ତି କଲେଜ ଅଧ୍ୟକ୍ଷ। ଏହାର ଜବାବରେ ଛାତ୍ର...

ରାଜଭବନ ପାଲଟିଛି କରୋନା ହଟସ୍ପଟ୍‌: ୮୪ କର୍ମଚାରୀ ଆକ୍ରାନ୍ତ

ଚେନ୍ନାଇ,୨୩।୭: ତାମିଲନାଡୁରେ ରାଜ୍ୟପାଳଙ୍କ ବାସଭବନରେ କରୋନା ସଂକ୍ରମଣ ଏବେ ଆତଙ୍କ ସୃଷ୍ଟି କରିଛି। ଚେନ୍ନାଇରେ ଥିବା ରାଜଭବନ କରୋନା ହଟସ୍ପଟ୍‌ ପାଲଟିଛି। ଏଠାରେ ଥିବା ୧୪୭...

Advertisement
Archives

Model This Week