Posted inଖେଳ

ହେବନାହିଁ ଅଲଷ୍ଟାର ମ୍ୟାଚ୍‌

ମୁମ୍ବାଇ,୨୦।୨- ଆଗାମୀ ଆଇପିଏଲ ପୂର୍ବରୁ ଅଲଷ୍ଟାର ମ୍ୟାଚ୍‌ ଖେଳାଯାଇପାରିବ ନାହିଁ। ଏହି ନିଷ୍ପତ୍ତି ସମ୍ପର୍କରେ ଏପର୍ଯ୍ୟନ୍ତ ବିଧିବଦ୍ଧ ଘୋଷଣା ହୋଇନାହିଁ। କିନ୍ତୁ ଫ୍ରାଞ୍ଚାଇଜମାନେ ଜଣାଇ ଦେଇଛନ୍ତି ମ୍ୟାଚ୍‌ ଅନୁଷ୍ଠିତ ହୋଇପାରିବ ନାହିଁ। ଅତିକମ୍‌ରେ ୨୯ ତାରିଖରୁ ଆରମ୍ଭ ହେଉଥିବା ଆଇପିଏଲ ପୂର୍ବରୁ ନୁହେଁ। କାରଣ ଏସିଆ ଏକାଦଶ ଓ ବିଶ୍ୱ ଏକାଦଶ ମଧ୍ୟରେ ମାର୍ଚ୍ଚ ୨୫ ଓ ୨୬ ତାରିଖରେ ବିଶ୍ୱର ସବୁଠୁ ବଡ଼ କ୍ରିକେଟ ମୋଟେରା ଷ୍ଟାଡିୟମରେ ଖେଳାଯିବାର ଅଛି। ଏଣୁ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ଅଲଷ୍ଟାର ମ୍ୟାଚ୍‌କୁ ବାତିଲ କରିବାକୁ ନିଷ୍ପତ୍ତି ନେଇଛି। ଅଲଷ୍ଟାର ମ୍ୟାଚ୍‌ ସମ୍ପର୍କରେ ନିଷ୍ପତ୍ତି ନେଲାବେଳେ ଫ୍ରାଞ୍ଚାଇଜଙ୍କ ସହ ପରାମର୍ଶ କରାଯାଇ ନ ଥିଲା। ଫ୍ରାଞ୍ଚାଇଜମାନେ ଖେଳାଳି ଛାଡ଼ିବାକୁ ନାରାଜ। ଇଭେଣ୍ଟ ଆରମ୍ଭ ହେବା ପୂର୍ବରୁ ଖେଳାଳି ଆହତହେବାର ସମ୍ଭାବନା ରହିଛି, ଏହା ହେଉଛି ପ୍ରଥମ କାରଣ। ଦ୍ୱିତୀୟତଃ ଫ୍ରାଞ୍ଚାଇଜମାନେ ସିଜନ ପୂର୍ବରୁ ଖେଳାଳିଙ୍କୁ ପ୍ରମୋଟ କାର୍ଯ୍ୟରେ ନିଯୁକ୍ତ କରିବେ। ଏହାବଦ୍‌ ଖେଳାଳିଙ୍କ ପାଇଁ କିଏ ଅର୍ଥ ଦେବ, ସେ ନେଇ ମଧ୍ୟ ପ୍ରଶ୍ନ ରହିଛି। ଭାରତୀୟ ଖେଳାଳିମାନେ ରାଜି ହୋଇପାରନ୍ତି, କିନ୍ତୁ ବିଦେଶୀ ଖେଳାଳି ଟଙ୍କା ଉପରେ ହିଁ ଜୋର ଦେବେ। ଖେଳାଳିଙ୍କ ପାଇଁ ଅର୍ଥ ଖର୍ଚ୍ଚ କରିବା ବିଶ୍ୱର ସବୁଠୁ ଶକ୍ତିଶାଳୀ କ୍ରିକେଟ ବୋର୍ଡ ବିସିସିଆଇ ଲାଗି ବଡ଼ କଥା ନୁହେଁ। କିନ୍ତୁ କିଛି ସ୍ପଷ୍ଟ କରାଯାଇ ନାହିଁ। ବିସିସିଆଇ କିମ୍ବା ଆଇପିଏଲ ଅଲଷ୍ଟାର ମ୍ୟାଚ୍‌ ବିଷୟରେ ମତ ଦେଇନାହାନ୍ତି। ହେଲେ ଫ୍ରାଞ୍ଚାଇଜ ସୂତ୍ରରୁ ବାତିଲ କରାଯିବା ନେଇ ସ୍ପଷ୍ଟ କରିଛନ୍ତି। ବିସିସିଆଇ ନିକଟରେ ଆଇପିଏଲର କାର୍ଯ୍ୟସୂଚୀ ପ୍ରକାଶ କରିଛି। ମାତ୍ର ସେଥିରେ ଅଲଷ୍ଟାର ମ୍ୟାଚ୍‌ ସମ୍ପର୍କରେ କିଛି କୁହାଯାଇ ନାହିଁ। ଲିଗ୍‌ ପର୍ଯ୍ୟାୟ ମାର୍ଚ୍ଚ ୨୯ରୁ ମେ ୧୭ ତାରିଖ ପର୍ଯ୍ୟନ୍ତ ଖେଳାଯିବ। ଫାଇନାଲ ମେ ୨୪ ତାରିଖରେ ଅନୁଷ୍ଠିତ ହେବ। ଉଭୟ ଉଦ୍‌ଘାଟନୀ ଓ ଫାଇନାଲ ମ୍ୟାଚ୍‌ ମୁମ୍ବାଇରେ ଖେଳାଯିବାର ଅଛି।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ନେତାଙ୍କୁ ଟିକେଟ ନ ମିଳିବାରୁ ୧୨ ଘଣ୍ଟା ରାଜପଥ ବନ୍ଦ

ଭୋପାଳ,୧୧ା୭: ମଧ୍ୟପ୍ରଦେଶର ଡାଟିଆ ବିଧାନସଭା ଆସନ ପାଇଁ ଉପନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଥିବା ବେଳେ ଭାଜପା ପକ୍ଷରୁ ଶୁକ୍ରବାର ଆଶୁତୋଷ ତିଓ୍ବାରୀଙ୍କୁ ପ୍ରାର୍ଥୀ ଘୋଷଣା କରାଯାଇଥିଲା। ନିର୍ବାଚନ…

ପାଉଣା ମିଳିଲାନି ବୋଲି ବିଦ୍ୟାଳୟ ରାସ୍ତା ଖୋଳି ନେଇଗଲେ ଠିକାଦାର: ପାଠପଢ଼ା ଠପ୍, ଚାପା ଉତ୍ତେଜନା

ଦିଗପହଣ୍ଡି, ୧୧।୭ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଡ଼ି ଗ୍ରାମ ନୂଆସାହି ସରକାରୀ ପ୍ରାଥମିକ ବିଦ୍ୟାଳୟ ପରିସରରେ ଏକ ଅଭାବନୀୟ ଘଟଣା ଦେଖିବାକୁ…

ଇନିଂସ ଅଗ୍ରଣୀ, ଦୃଢସ୍ଥିତିରେ ଭାରତ

ଲଣ୍ଡନ,୧୧ା୭: କ୍ରାନ୍ତି ଗୌଡ଼ (୫/୩୭)ଙ୍କ ଚମତ୍କାର ବୋଲିଂ ଯୋଗୁ ଲଡ୍ସରେ ଚାଲିଥିବା ଏକ ମାତ୍ର ମହିଳା କ୍ରିକେଟ ଟେଷ୍ଟରେ ଇଂଲଣ୍ଡର ପ୍ରଥମ ଇନିଂସ ସ୍କୋରକୁ ୧୭୦ରନରେ ସୀମିତ…

ରୋଗୀ ସାଜି ଆସିଲେ, ଡାକ୍ତରଙ୍କ ହାତ-ଗୋଡ଼ ବାନ୍ଧି କଳାକନା ବୁଲାଇଲେ: ଧର୍ମଗଡ଼ରେ ସଶସ୍ତ୍ର ଡକାୟତି

ଧର୍ମଗଡ଼,୧୧।୭(ଘାସିରାମ ଜଗତ): କଳାହାଣ୍ଡି ଜିଲା ଧର୍ମଗଡ଼ ସହରର କେନ୍ଦ୍ରସ୍ଥଳରେ ଏକ ଦୁଃସାହସିକ ସଶସ୍ତ୍ର ଡକାୟତି ଘଟଣା ସାମ୍ନାକୁ ଆସିଛି। ଧର୍ମଗଡ଼ ଡାକ୍ତରଖାନାର ସ୍ତ୍ରୀ ଓ ପ୍ରସୂତି ବିଭାଗ…

ଏଟିଏମ୍‌ କାଉଣ୍ଟରରୁ ଟଙ୍କା ଲୁଟ୍‌ କରୁଥିବା ଗ୍ୟାଙ୍ଗର ୪ ଗିରଫ

କେନ୍ଦୁଝର,୧୧ା୭(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଟାଉନ ଥାନା ପୋଲିସ ଶନିବାର ଏଟିଏମ୍‌ କାଉଣ୍ଟରରୁ ଟଙ୍କା ଲୁଟ କରୁଥିବା ୪ ଜଣିଆ ଗ୍ୟାଙ୍ଗଙ୍କୁ ଗିରଫ କରି କୋର୍ଟ…

ଅଣସର ଘରେ ଶ୍ରୀଜୀଉ, ପଟ୍ଟଦିଅଁଙ୍କୁ ପୂଜାର୍ଚ୍ଚନା

କୋରାପୁଟ,୧୧ା୭(ଅମିତାଭ ବେହେରା)-କୋରାପୁଟ ଶାବର ଶ୍ରୀକ୍ଷେତ୍ରରେ ସ୍ନାନ ପୂର୍ଣ୍ଣିମା ପରେ ଶ୍ରୀଜୀଉମାନେ ଅଣସର ଘରେ ବିରାଜମାନ ମନ୍ଦିର ସମ୍ମୁଖରେ ପଟ୍ଟଦିଅଁଙ୍କୁ ନୀତି ଅନୁଯାୟୀ ପୂଜାର୍ଚ୍ଚନା କରାଯାଉଛି। ଅଣସର ଘରେ…

ସ୍ୱାମୀ ବିବେକାନନ୍ଦ ବିଦ୍ୟାମନ୍ଦିରରେ ବନମହୋତ୍ସବ ପାଳିତ : “ଗଛ ବଞ୍ଚିଲେ ଆମେ ବଞ୍ଚିବା”

ଗଞ୍ଜାମ, ୧୧।୭ (ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ରାମଗଡ଼ ପଞ୍ଚାୟତସ୍ଥିତ ସ୍ୱାମୀ ବିବେକାନନ୍ଦ ବିଦ୍ୟାମନ୍ଦିର ପରିସରରେ ଶନିବାର ବନମହୋତ୍ସବ କାର୍ଯ୍ୟକ୍ରମ ଉତ୍ସାହର ସହ ପାଳନ କରାଯାଇଛି।…

ତାର ବାଡ଼ରେ ଫସିଯାଇଥିଲା ଭାଲୁ , ଉଦ୍ଧାର କଲା ବନ ବିଭାଗ

କେସିଙ୍ଗା, ୧୧।୭ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅନ୍ତର୍ଗତ କିନେରକେଲା ଗ୍ରାମରେ ଜଣେ ଚାଷୀଙ୍କ ତାର ବାଡ଼ରେ ଶନିବାର ସକାଳେ ଏକ ଭାଲୁ ଫସିଯାଇଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri