Posted inଜାତୀୟ

‘ହୁନର ହାଟ’ରେ ବିହାରର ସ୍ବାଦିଷ୍ଟ ବ୍ୟଞ୍ଜନ ‘ଲିଟି-ଚୋଖା’ର ମଜା ନେଲେ ମୋଦି

ନୂଆଦିଲ୍ଲୀ,୧୯।୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରାୟ ସମୟରେ ନିଆରା କାର୍ଯ୍ୟ କରି ସମସ୍ତଙ୍କୁ ଚକିତ କରିଦେଇଥାନ୍ତି। ଯାହାକୁ ନେଇ ପରବର୍ତ୍ତୀ ସମୟରେ ଚର୍ଚ୍ଚାର ବିଷୟ ପାଲଟିଥାଏ। ତେବେ ବୁଧବାର ମଧ୍ୟ କିଛି ଏଭଳି ଘଟିଛି। ବୁଧବାର ଦିଲ୍ଲୀର ଇଣ୍ଡିଆ ଗେଟ୍‌ ନିକଟ ରାଜପଥରେ ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଆୟୋଜିତ ହୋଇଥିବା ହସ୍ତଶିଳ୍ପ ମେଳା ‘ହୁନର ହାଟ’ରେ ହଠାତ୍‌ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପହଞ୍ଚିଥିଲେ। ଏହାପରେ ମୋଦି ବିଭିନ୍ନ ଷ୍ଟଲ ବୁଲି ଦେଖିଥିଲେ। ହସ୍ତଶିଳ୍ପ କାରିଗରମାନଙ୍କ ସହ କଥାବାର୍ତ୍ତା ହୋଇ ସେମାନଙ୍କର ବିଭିନ୍ନ ଅଭାବ ଅସୁବିଧା ବିଷୟରେ ପଚାରି ବୁଝିଥିଲେ। ପରେ ମେଳାରେ ଲାଗିଥିବା ଏକ ଷ୍ଟଲରୁ ବିହାର ପ୍ରସିଦ୍ଧ ଓ ସ୍ବାଦିଷ୍ଟ ବ୍ୟଞ୍ଜନ ଲିଟି-ଚୋଖା ଖାଇଥିଲେ ଏବଂ ମାଟିର ପାତ୍ରରେ ଚା’ ପିଇଥିଲେ।

ବିଶେଷ କଥା ହେଲା ଏଥିପାଇଁ ମୋଦି ନିଜ ପକେଟ୍‌ରୁ ଟଙ୍କା ଦେଇଥିଲେ। ସେଠାରେ ସେ ୫୦ ମିନିଟ ବିତାଇଥିଲେ। ଏହାର କିଛି ଫଟୋକୁ ମୋଦି ସୋସିଆଲ ମିଡିଆରେ ଶେୟାର କରିଥିବା ବେଳେ ଏବେ ଏହା ଭାଇରାଲ ହେବାରେ ଲାଗିଛି। ସୂଚନାଯୋଗ୍ୟ, ମୋଦିଙ୍କ ଏହି ଗସ୍ତ ନେଇ କୌଣସି କାର୍ଯ୍ୟସୂଚୀ ପୂର୍ବରୁ ନିର୍ଦ୍ଧାରିତ ହୋଇ ନ ଥିଲା। ତେବେ ମୋଦିଙ୍କର ଏହି ହଠାତ୍‌ ଗସ୍ତକୁ ଦେଖି ସମସ୍ତେ ଚକିତ ହୋଇପଡ଼ିଥିଲେ। ଏହାପରେ ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରୀ ମୁକ୍ତାର ଆବାସ ନକଭୀ ମଧ୍ୟ ସେଠାରେ ପହଞ୍ଚିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପୁଡୁଚେରୀ ବାଚସ୍ପତିଙ୍କ ଇସ୍ତଫା

ନୂଆଦିଲ୍ଲୀ,୨୮।୨୧: ପୁଡୁଚେରୀ ବିଧାନସଭା ବାଚସ୍ପତି ଭି.ପି ସିଭାକୋଲୁଣ୍ଡୁ ରବିବାର ସ୍ବାସ୍ଥ୍ୟଗତ କାରଣ ଦର୍ଶାଇ ରାଜ୍ୟପାଳଙ୍କୁ ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି। ୨୦୧୬ ବିଧାନସଭା ର୍ନିବାଚନରେ ସିଭାକୋଲୁନ୍ଧୁ...

ପିଓକେରେ ଆକ୍ରମଣ କଲା ଭାରତ

ନୂଆଦିଲ୍ଲୀ,୧୯।୧୧-ଭାରତୀୟ ସେନା ଗୁରୁବାର ପାକିସ୍ତାନ-ଅଧିକୃତ କଶ୍ମୀର (ପିଓକେ)ରେ ‘ପିନ୍‌ପଏଣ୍ଟ ଷ୍ଟ୍ରାଇକ୍‌’ କରିଛି। ନିୟନ୍ତ୍ରଣରେଖା (ଏଲ୍‌ଓସି) ସେପଟେ ଥିବା ଆତଙ୍କବାଦୀମାନଙ୍କୁ ପାକିସ୍ତାନୀ ସେନା ଭାରତକୁ ଅନୁପ୍ରବେଶ କରାଇବା...

ପାର୍ଲାମେଣ୍ଟ ଭବନରେ ଥର୍ମାଲ ସ୍କ୍ରିନିଂ ବ୍ୟବସ୍ଥା

ନୂଆଦିଲ୍ଲୀ,୧୭।୩(ପି.ଟି.):କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ପାର୍ଲାମେଣ୍ଟ ଭବନ ପରିସରକୁ ଆସୁଥିବା ଦର୍ଶକମାନଙ୍କ ପାଇଁ ସୋମବାର ଥର୍ମାଲ ସ୍କ୍ରିନିଂ ବ୍ୟବସ୍ଥା ଗ୍ରହଣ କରାଯାଇଛି। ପାର୍ଲାମେଣ୍ଟ ଭିତରକୁ ଯାଉଥିବା...

ଆଇଟିବିପିର ‘ପେଟ ମୁକ୍ତ-୨୦୨୦’ ଅଭିଯାନ: ଫିଟ୍‌ ରହିବା ପାଇଁ ଅଧିକାରୀ ସ୍ବାମୀଙ୍କ ସହିତ ସ୍ତ୍ରୀ ମଧ୍ୟ କରିବେ ବ୍ୟାୟାମ

ନୂଆଦିଲ୍ଲୀ,୧୫।୬: କରୋନା ସଂକ୍ରମଣ ଯୋଗୁ ଦେଶରେ ଆତଙ୍କ ସୃଷ୍ଟି ହୋଇଛି। ଲକ୍‌ଡାଉନ୍‌-୫ ସହିତ ଅନ୍‌ଲକ୍‌ ଦେଶରେ ଜାରି ରହିଛି। ଏପରିସ୍ଥଳେ ଆଇଟିବିପିର ଅଧିକାରୀଙ୍କୁ ଫିଟ୍‌ ରଖିବା...

ଟିକା ନେବାର ୪୮ ଘଣ୍ଟା ମଧ୍ୟରେ ବିମାନ ଉଡ଼ାଣ ମନା

ନୂଆଦିଲ୍ଲୀ,୯।୩: କରୋନା ଟିକା ନେବାର ୪୮ ଘଣ୍ଟା ମଧ୍ୟରେ ପାଇଲଟଙ୍କୁ ବିମାନ ଉଡ଼ାଣ ମନା କରାଯାଇଛି। ଏନେଇ ମଙ୍ଗଳବାର ବେସାମରିକ ବିମାନ ଚଳାଚଳ ମହାନିର୍ଦ୍ଦେଶାଳୟ ପକ୍ଷରୁ...

ରାବଣରେ ଅଗ୍ନି ସଂଯୋଗ କରିବେ ମୋଦି

ନୂଆଦିଲ୍ଲୀ,୮।୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରଥମ ଥର ପାଇଁ ଲାଲକିଲ୍ଲା ବାହାରେ ଦ୍ୱାରକା ଶ୍ରୀରାମଲିଳା କମିଟିର ମଞ୍ଚରେ ରାବଣ ଦେହରେ ଅଗ୍ନି ସଂଯୋଗ କରିବାର କାର୍ଯ୍ୟକ୍ରମ...

କରୋନା ମୋହର ଲାଗିଥିବାରୁ ଟ୍ରେନରୁ ଦମ୍ପତିଙ୍କୁ ଓହ୍ଲାଇ ଦିଆଗଲା

ନୂଆଦିଲ୍ଲୀ,୨୧।୩: ସିକନ୍ଦରାବାଦରୁ ବେଙ୍ଗାଲୁରୁ-ଦିଲ୍ଲୀ ରାଜଧାନୀ ଏକ୍ସପ୍ରେସରେ ଯାତ୍ରା କରୁଥିବା ଦମ୍ପତିକୁ କରୋନା ଭୟରେ ଓହ୍ଲାଇ ଦେବା ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ଟ୍ରେନରେ ଦମ୍ପତି...

୩ ଭାଜପା ନେତାଙ୍କୁ ହତ୍ୟା କରିଥିବା ଆତଙ୍କବାଦୀ ନିପାତ

ଶ୍ରୀନଗର,୧।୧୧: ଜମ୍ମୁ-କଶ୍ମୀରରେ ପୋଲିସ ଏବଂ ସୁରକ୍ଷା ବାହିନୀ ମିଳିତ ଅପରେସନରେ ହିଜବୁଲ ମୁଜାହିଦ୍ଦିନ ମୁଖ୍ୟ କମାଣ୍ଡର ସୈଫୁଲ୍ଲା ନିହତ ହୋଇଛନ୍ତି। ଜମ୍ମୁକଶ୍ମୀରର ପୋଲିସ ମହାନିର୍ଦ୍ଦେଶକ (ଡିଜିପି)...

Advertisement


Archives

Model This Week