Posted inଖେଳ

ହିମା ଦାସଙ୍କୁ ସ୍ବର୍ଣ୍ଣ

ନୂଆଦିଲ୍ଲୀ, ୪।୭(ପିଟି)- ଭାରତୀୟ ଷ୍ଟାର ସ୍ପ୍ରିଣ୍ଟର ହିମା ଦାସ ପୋଲାଣ୍ଡରେ ଅନୁଷ୍ଠିତ ପୋଜନାନ ଆଥ୍‌ଲେଟିକ୍ସ ଗ୍ରାଁ ପ୍ରି ଟୁର୍ନାମେଣ୍ଟର ୨୦୦ ମିଟର ଦୌଡ଼ ଇଭେଣ୍ଟରେ ସ୍ବର୍ଣ୍ଣ ପଦକ ଜିତିଛନ୍ତି। ସେ ଦୌଡ଼କୁ ୨୩.୬୫ ସେକେଣ୍ଡରେ ଶେଷ କରିଥିଲେ। ଚଳିତ ବର୍ଷ ଏହା ତାଙ୍କର ପ୍ରଥମ ପ୍ରତିଦ୍ୱନ୍ଦ୍ୱିତାମୂଳକ ରେସ। ଗତ କିଛି ମାସ ହେଲା ଅଣ୍ଟା ଜନିତ ସମସ୍ୟା ଯୋଗୁ ସେ ଟ୍ରାକରୁ ଦୂରେଇ ଥିଲେ। ତାଙ୍କର ଶ୍ରେଷ୍ଠ ଟାଇମିଂ ହେଉଛି ୨୩.୧୦ ସେ, ଯାହାକି ସେ ଗତ ବର୍ଷ ହାସଲ କରିଥିଲେ। ଆଉ ଜଣେ ଭାରତୀୟ ଆଥ୍‌ଲେଟ ଭି.କେ. ବିସ୍ମୟ ୨୩.୭୫ ସେ. ଟାଇମିଂ ସହ ବ୍ରୋଞ୍ଜ ପଦକ ଜିତିଛନ୍ତି। ଭାରତୀୟ ଶଟ୍‌ପୁଟର ତାଜିନ୍ଦର ପାଲ ସିଂ ବ୍ରୋଞ୍ଜ ପଦକ ହାତେଇଛନ୍ତି। ଏସିଆନ୍‌ ଚାମ୍ପିୟନ ତୁର ୧୯.୬୨ ମି. ଦୂରତା ହାସଲ କରି ପୋଡିୟମ୍‌ର ୩ୟ ସ୍ଥାନ ଅଧିକାର କରିଥିଲେ। ସେ ଗତ ବର୍ଷ ଏସିଆନ୍‌ ଗେମ୍ସରେ କ୍ୟାରିୟରର ଶ୍ରେଷ୍ଠ (୨୦.୭୫ ସେ. ) ପ୍ରଦର୍ଶନ କରିଥିଲେ। ୪୦୦ ମି. ଦୌଡ଼ ଇଭେଣ୍ଟରେ ଜାତୀୟ ରେକର୍ଡଧାରୀ ମହମ୍ମଦ ଆନ୍ନସ (୨୦.୭୫ ସେ) ପୁରୁଷ ୨୦୦ ମି. ଦୌଡ଼ରେ ବ୍ରୋଞ୍ଜ ପଦକ ପାଇଥିବାବେଳେ କେ.ଏସ୍‌. ଜୀବନ (୪୭.୨୫ ସେ) ୪୦୦ ମି. ସମାନ ସଫଳତା ହାସଲ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଇଂଲଣ୍ଡ ବିପକ୍ଷ ପ୍ରଥମ ୨ ଟେଷ୍ଟ ପାଇଁ ଭାରତୀୟ ଦଳ ଘୋଷିତ : କୋହଲି, ହାର୍ଦ୍ଦିକ, ଈଶାନ୍ତଙ୍କ ପ୍ରତ୍ୟାବର୍ତ୍ତନ

ନୂଆଦିଲ୍ଲୀ, ୨୦।୧-ଅଷ୍ଟ୍ରେଲିଆର ଗାବା ଗଡ଼ରେ ଟିମ୍‌ ଇଣ୍ଡିଆର ମହାବିଜୟ ପାଳନ ହେଉଥିବାବେଳେ ଇଂଲଣ୍ଡ ବିପକ୍ଷ ଘରୋଇ ଟେଷ୍ଟ ସିରିଜର ପ୍ରଥମ ୨ଟି ମ୍ୟାଚ ପାଇଁ ମଙ୍ଗଳବାର...

ସେରେନା, ହାଲେପ୍‌ ସେମିଫାଇନାଲରେ

ଲଣ୍ଡନ, ୧୦ା୭- ସେରେନା ଓ୍ବିଲିୟମ୍ସ ଓ ସିମୋନା ହାଲେପ୍‌ ଓ୍ବିମ୍ବେଲଡନ ଓପନ ଗ୍ରାଣ୍ଡସ୍ଲାମ ଟେନିସ୍‌ ପ୍ରତିଯୋଗିତାର ସେମିଫାଇନାଲରେ ପ୍ରବେଶ କରିଛନ୍ତି। ମଙ୍ଗଳବାର ଅନୁଷ୍ଠିତ ଏକ ମହିଳା...

ଫନ୍‌ ଫିଟ୍‌ନେସ ଚ୍ୟାଲେଞ୍ଜ

ବେଙ୍ଗାଲୁରୁ, ୨୨।୪ – କରୋନା ଭାଇରସ୍‌ ସଂକ୍ରମଣ ଯୋଗୁ ପ୍ରଭାବିତ ହୋଇଥିବା ଗରିବ ଓ ପ୍ରବାସୀ ଶ୍ରମିକଙ୍କ ପାଇଁ ପାଣ୍ଠି ସଂଗ୍ରହ ଉଦ୍ଦେଶ୍ୟରେ ଭାରତୀୟ ମହିଳା...

ଶିବସୁନ୍ଦରଙ୍କୁ ଓସିଏର ଅଭିନନ୍ଦନ

ଭୁବନେଶ୍ୱର, ୧୯।୫(କ୍ରୀଡ଼ା ପ୍ରତିନିଧି)- ଭାରତୀୟ ମହିଳା କ୍ରିକେଟ ଦଳର ବ୍ୟାଟିଂ କୋଚ୍‌ ମନୋନୀତ ହୋଇଥିବା ଅନ୍ତର୍ଜାତୀୟ ଅଭିଜ୍ଞ ସମ୍ପନ୍ନ ଓପନର ଶିବସୁନ୍ଦର ଦାସଙ୍କୁ ଓଡ଼ିଶା କ୍ରିକେଟ...

ପୂର୍ବତନ ଭାରତୀୟ ଫୁଟ୍‌ବଲରଙ୍କ ପରଲୋକ

କୋଲକାତା,୨୨ା୨ (ପି.ଟି.): ପୂର୍ବତନ ଭାରତୀୟ ଫୁଟ୍‌ବଲର ଅଶୋକ ଚାଟାର୍ଜୀଙ୍କ ପରାଲୋକ ହୋଇଯାଇଛି। ତାଙ୍କୁ ୭୮ବର୍ଷ ହୋଇଥିଲା। ୧୯୬୫ ଏବଂ ୧୯୬୬ରେ ମର୍ଡେକା କପ୍‌ ଜିତିଥିବା ଭାରତୀୟ...

ଚତୁର୍ଥ ଟେଷ୍ଟରେ ଇଂଲଣ୍ଡ ଖେଳାଳି ଓଜନ ହରାଇଥିଲେ: ଷ୍ଟୋକ୍ସ

ଅହମଦାବାଦ,୧୦।୩ (ପି.ଟି.): ଭାରତ ବିପକ୍ଷରେ ଚତୁର୍ଥ ଟେଷ୍ଟ ଖେଳିବା ଅବସରରେ ଇଂଲଣ୍ଡ ଖେଳାଳିମାନେ ଓଜନ ହରାଇଥିଲେ ବୋଲି ଅଲରାଉଣ୍ଡର ବେନ୍‌ ଷ୍ଟୋକ୍ସ କହିଛନ୍ତି। ମ୍ୟାଚ୍‌ ପୂର୍ବରୁ...

ତୀରନ୍ଦାଜୀ ବିଶ୍ୱକପ୍‌ ଷ୍ଟେଜ୍‌-୩: ଭାରତକୁ ଆହୁରି ୩ ସ୍ବର୍ଣ୍ଣ ପଦକ

ପ୍ୟାରିସ,୨୮ା୬ (ପି.ଟି.)-ଦୀପିକା କୁମାରୀଙ୍କ ଚମତ୍କାର ଫର୍ମ ଯୋଗୁ ତୀରନ୍ଦାଜୀ ବିଶ୍ୱକପ୍‌ ଷ୍ଟେଜ୍‌-୩ରେ ଭାରତ ଅଭୂତପୂର୍ବ ସଫଳତା ହାସଲ କରିଛି। ଭାରତୀୟ ତୀରନ୍ଦାଜମାନେ ରବିବାର ଦେଶ ପାଇଁ...

ରାଜ୍ୟପାଳଙ୍କଠାରୁ ଆଶୀର୍ବାଦ ନେଲେ ଦୂତୀ

ଭୁବନେଶ୍ୱର, ୮।୭(କ୍ରୀଡ଼ା ପ୍ରତିନିଧି)- ଟୋକିଓ ଅଲିମ୍ପିକ୍ସର ୧୦୦ ଓ ୨୦୦ ମିଟର ରେସ୍‌ରେ ଭାଗ ନେବାକୁ ଯୋଗ୍ୟ ବିବେଚିତ ହୋଇଥିବା ସ୍ପ୍ରିଣ୍ଟ କୁଇନ ଦୂତୀ ଚାନ୍ଦ...

Advertisement
Ten Cric Info


Archives

Model This Week