Posted inଖେଳ

ହିମା ଦାସଙ୍କୁ ସ୍ବର୍ଣ୍ଣ

ନୂଆଦିଲ୍ଲୀ, ୧୮।୮ (ପି.ଟି.)- ଚେକ୍‌ ରିପବ୍ଲିକରେ ଅନୁଷ୍ଠିତ ଆଥ୍‌ଲେଟିକି ମିଟିଙ୍କ ରିଟର୍‌ ଇଭେଣ୍ଟରେ ଶ୍ରେଷ୍ଠ ଭାରତୀୟ ସ୍ପ୍ରିଣ୍ଟର ହିମା ଦାସ ଓ ମହମ୍ମଦ ଆନସ ଯଥାକ୍ରମେ ୩୦୦ ମିଟର ମହିଳା ଓ ପୁରୁଷ ବିଭାଗରେ ସ୍ବର୍ଣ୍ଣ ପଦକ ଜିତିଛନ୍ତି। ଜୁଲାଇ ୨ ପରଠାରୁ ୟୁରୋପିଆନ୍‌ ରେସ୍‌ରେ ହିମାଙ୍କ ଏହା ୬ଷ୍ଠ ସ୍ବର୍ଣ୍ଣ ପଦକ ଥିଲା। ଶେଷଥର ପାଇଁ ଆସାମର ଏହି ମହିଳା ଧାବିକା ଜୁଲାଇ ୨୦ରେ ଚେକ୍‌ ରିପବ୍ଲିକର ନୋଭେ ମେଷ୍ଟୋଠାରେ ଅନୁଷ୍ଠିତ ଇଭେଣ୍ଟର ୪୦୦ ମିଟର ରେସ୍‌ରେ ପୋଡିୟମ ଶୀର୍ଷ ସ୍ଥାନ ହାସଲ କରି ସ୍ବର୍ଣ୍ଣ ପଦକ ଜିତିଥିଲେ। ଅପରପକ୍ଷରେ ପୁରୁଷ ୩୦୦ ମିଟର୍‌ ରେସ୍‌କୁ ୩୨.୪୧ ସେକେଣ୍ଡରେ ଶେଷ କରି ଆନସ ପ୍ରଥମ ସ୍ଥାନ ହାସଲ କରିଥିଲେ। ଏହି ଖୁସି ଖବରକୁ ଆନସ ଟୁଇଟ୍‌ ଜରିଆରେ ଉଲ୍ଲେଖ କରିଛନ୍ତି। ଜାତୀୟ ରେକର୍ଡର ଅଧିକାରୀ ଆନସ୍‌ ପୂର୍ବରୁ ଦୋହାରେ ହେବାକୁ ଥିବା ବିଶ୍ୱ ଚାମ୍ପିୟନଶିପ୍‌ ଇଭେଣ୍ଟକୁ ଯୋଗ୍ୟତା ଅର୍ଜନ କରିସାରିଛନ୍ତି। ଆସନ୍ତା ସେପ୍ଟେମ୍ବର-ଅକ୍ଟୋବରରେ ଏହି ସମ୍ମାନଜନକ ପ୍ରତିଯୋଗିତା ଅନୁଷ୍ଠିତ ହେବ। ତେବେ ହିମା ଦାସ ବର୍ତ୍ତମାନ ସୁଦ୍ଧା ଏହି ପ୍ରତିଯୋଗିତାକୁ ଯୋଗ୍ୟତା ହାସଲ କରିବାରେ ସମର୍ଥ ହୋଇପାରି ନାହାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

୧୦ ଓଭରରେ ୧୦ ମେଡେନ୍‌ ୨ ଉଇକେଟ୍‌ ନେଇ ଚହଳ ସୃଷ୍ଟି କଲେ ଏହି ବୋଲର୍‌

ଲଣ୍ଡନ,୬।୯: ଦିନିକିଆ କ୍ରିକେଟରେ ଏପରି କିଛି ଘଟଣା ଘଟିଛି, ଯାହା ଶୁଣି ଯେ କେହି ଆଶ୍ଚର୍ଯ୍ୟ ହୋଇଯିବେ। ଜଣେ ବୋଲର ୧୦ ଓଭରରେ ଗୋଟିଏ ବି...

କେକେଆର୍‌ ପାଇଁ ବିଜୟ ଲକ୍ଷ୍ୟ ୧୭୭ …

ମୁମ୍ବାଇ, ୭।୫: ଆଇପିଏଲ୍‌ ସିଜିନ୍‌ର ୧୫ତମ ସଂସ୍କରଣର ୫୩ ତମ ମ୍ୟାଚ୍‌ରେ ଶନିବାର କୋଲକାତା ନାଇଟ୍‌ ରାଇଡର୍ସ୍‌(କେକେଆର) ଲକ୍ଷ୍ନୌ ସୁପର ଜ୍ୟାଣ୍ଟସ୍‌(ଏଲ୍‌ଏସ୍‌ଜି) ବିପକ୍ଷରେ ଟସ ଜିତି...

୬ ସାଥିୟଁ ଦାନ କଲେ ୧ଲକ୍ଷ

ଚେନ୍ନାଇ, ୧୫ା୫ (ପି.ଟି.)-କୋଭିଡ୍‌ ମହାମାରୀ ବିରୋଧରେ ଲଢ଼େଇ ପାଇଁ ଭାରତୀୟ ଟେବୁଲ ଟେନିସ ଖେଳାଳି ଜି. ସାଥିୟାଁ ତାମିଲନାଡୁ ମୁଖ୍ୟମନ୍ତ୍ରୀଙ୍କ ପବ୍ଲିକ ରିଲିଫ୍‌ ପାଣ୍ଠିକୁ ୧ଲକ୍ଷ...

କୋଭିଡ୍‌-୧୯: ଶ୍ରୀଲଙ୍କା କ୍ରିକେଟ ଦେବ ୨୫ ନିୟୁତ ଟଙ୍କା

କଲମ୍ବୋ, ୨୪ା୩ (ପି.ଟି.)- କୋଭିଡ୍‌ -୧୯ ବିରୋଧରେ ଚାଲିଥିବା ଲଢେଇରେ ଶ୍ରୀଲଙ୍କା କ୍ରିକେଟ (ଏସଏଲ୍‌ସି) ସୋମବାର ସରକାରଙ୍କୁ ୨୫ ନିୟୁତ ଟଙ୍କା (ଶ୍ରୀଲଙ୍କା ମୁଦ୍ରାରେ) ଦାନ...

ପାକିସ୍ତାନର କୋଚ୍‌ ହେବାକୁ କାହିଁକି ଚାହୁଁନାହାନ୍ତି? ଏହି କ୍ରିକେଟର କହିଲେ ‘ମୁଁ ମୁର୍ଖ ନୁହେଁ’

ଲାହୋର,୨୯।୫: ସର୍ବଦା ପାକିସ୍ତାନ କ୍ରିକେଟ ଟିମ୍‌ର କୋଚ୍‌ ପଦକୁ ନେଇ ବିବାଦ ଲାଗି ରହିଥାଏ। ସ୍ବଦେଶୀ କୋଚ୍‌ ହୁଅନ୍ତୁ ଅବା ବିଦେଶୀ, ସମସ୍ତଙ୍କୁ ନେଇ ବିବାଦ...

ଫେରୋ ଜିତିଲେ ପାଲ୍‌ରେମୋ ଓପନ

ପାଲେରମୋ, ୧୧ା୮(ଏପି)-ଫ୍ରାନ୍ସର ଫିଓନା ଫେରୋ ପାଲ୍‌ରମୋ ଲେଡିଜ୍‌ ଓପନ୍‌ ଟେନିସ୍‌ ଚାମ୍ପିୟନ ହୋଇଛନ୍ତି। ସେ ଫାଇନାଲରେ ଚତୁର୍ଥ ସିଡ୍‌ ଇସ୍ତୋନିଆର ଆନେଟ୍‌ କୋଣ୍ଟାଭିଟ୍‌କୁ ପରାସ୍ତ କରି...

ଆଉ ୬ ରାଜ୍ୟରେ ଖେଲୋ ଇଣ୍ଡିଆ ଷ୍ଟେଟ୍‌ ସେଣ୍ଟର ଅଫ୍‌ ଏକ୍ସିଲେନ୍ସ ପ୍ରତିଷ୍ଠା ହେବ

ନୂଆଦିଲ୍ଲୀ,୧୬।୯(ପି.ଟି.): ଯୁବ କ୍ରୀଡ଼ା ପ୍ରତିଭାର ବିକାଶ ପାଇଁ କେନ୍ଦ୍ର କ୍ରୀଡ଼ା ମନ୍ତ୍ରଣାଳୟ ଆଉ ୬ଟି ରାଜ୍ୟରେ ଖେଲୋ ଇଣ୍ଡିଆ ସେଣ୍ଟର ଅଫ୍‌ ଏକ୍ସିଲେନ୍ସ (କେଆଇଏସ୍‌ସିଇ) ପ୍ରତିଷ୍ଠା...

ହକି ପ୍ରୋ ଲିଗ୍‌: ଭାରତର ଜର୍ମାନୀ, ବ୍ରିଟେନ ବିପକ୍ଷ ମ୍ୟାଚ ସ୍ଥଗିତ

ଲାଉସାନେ, ୨୦। ୩ – କୋଭିଡ-୧୯ ସଂକ୍ରମଣ ଯୋଗୁ ବର୍ତ୍ତମାନ ସୁଦ୍ଧା ବିଶ୍ୱରେ ୯୦୦୦ରୁ ଊର୍ଦ୍ଧ୍ୱ ବ୍ୟକ୍ତି ପ୍ରାଣ ହରାଇଛନ୍ତି। ସାମ୍ପ୍ରତିକ ସ୍ଥିତିକୁ ଦୃଷ୍ଟିରେ ରଖି...

Advertisement
Archives

Model This Week