ହିତାଧିକାରୀଙ୍କୁ ମିଳୁନି ପାଇଖାନା ନିର୍ମାଣ କାର୍ଯ୍ୟାଦେଶ

ଖଣ୍ଡପଡ଼ା,୨୬ା୮(ସ୍ବ.ପ୍ର.)- ସ୍ବଚ୍ଛ ଭାରତ ମିଶନ ଅଭିଯାନ ନିମନ୍ତେ କେନ୍ଦ୍ର ସରକାର କୋଟି କୋଟି ଟଙ୍କା ବ୍ୟୟ କରୁଥିଲେ ସୁଦ୍ଧା ବାସ୍ତବରେ ଏହା କେତେଦୂର କାର୍ଯ୍ୟକାରୀ ହୋଇପାରିଛି ସେ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଖଣ୍ଡପଡ଼ା ବ୍ଲକର ସିଂଘାପଡ଼ା ପଞ୍ଚାୟତରେ ଅନେକ ହିତାଧିକାରୀ ଉକ୍ତ ଯୋଜନାରୁ ବଞ୍ଚତ୍ତ ହେବାରୁ ଏହି ଯୋଜନା ଏକ ପ୍ରକାର ପ୍ରହସନ ପାଲଟିଛି ବୋଲି ସାଧାରଣରେ ଅଭିଯୋଗ ହୋଇଛି। ସୂଚନାଯୋଗ୍ୟ, ସ୍ବଚ୍ଛ ଭାରତ ମିଶନ ମାଧ୍ୟମରେ ଗ୍ରାମାଞ୍ଚଳ, ସହାରାଞ୍ଚଳରେ ବସବାସ କରୁଥିବା ଗରିବ ଜନସାଧାରଣଙ୍କୁ ପାଇଖାନା ନିର୍ମାଣ ନିମନ୍ତେ ଅନୁଦାନ ଅର୍ଥ ଯୋଗାଇ ଦିଆଯାଉଛି। ମାତ୍ର ଅନେକ ଯୋଗ୍ୟ ହିତାଧିକାରୀ ଯୋଜନାରୁ ବାଦ୍‌ ପଡିଥିବାରୁ ଅସନ୍ତୋଷ ପ୍ରକାଶ ପାଇଛି। ଲାଞ୍ଚ ନ ଦେଲେ ପାଇଖାନା ନିମର୍ର୍ାଣ ନିମନ୍ତେ କାର୍ଯ୍ୟାଦେଶ ମିଳୁ ନ ଥିବା ଅଭିଯୋଗ ହେଉଛିି। ଏହାର ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ଖଣ୍ଡପଡ଼ା ବ୍ଲକ ଅନ୍ତର୍ଗତ ସିଂଘାପଡା ପଞ୍ଚାୟତସ୍ଥ ଖୁଣ୍ଟବନ୍ଧ, କୁଟୁକୁଣୀ, ବେଡାକି, ରୁପାପଲ୍ଲୀ, ସମ୍ବରବିନ୍ଧା, ବରଗଣ୍ଡ ଆଦିି ଆଦିବାସୀ ଅଧ୍ୟୂଷିତ ଗ୍ରାମଗୁଡିକରେ। ଖୁଣ୍ଟବନ୍ଧ ଦଳିତ ସାହିର ଅନେକ ଗରିବଙ୍କ ଘରେ ପକ୍କା ପାଇଖାନାଟିଏ ନାହିଁ। ତେଣୁ ସେମାନେ ବାଧ୍ୟ ହୋଇ ଘର ପଛପଟେ ଝାଟିମାଟି କାନ୍ଥ କରି ପୁରୁଣା ଲୁଗା ଟାଣି ଯେଭଳି ଦୟନୀୟ ଅବସ୍ଥାରେ ମଳତ୍ୟାଗ କରୁଛନ୍ତି ସେଥିରୁ ଜଣାପଡ଼େ ଯେ ଗରିବଙ୍କ ପାଇଁ ପାଇଖାନା ନିର୍ମାଣ ଯୋଜନାରେ ସ୍ବଚ୍ଛତା କେତେ ରହିିଛି? ପାଇଖାନାଟିଏ ନିର୍ମାଣ ନିମନ୍ତେ ଗରିବ ହିତାଧିକାରୀମାନେ ବାରମ୍ବାର ଏହି ପଞ୍ଚାୟତ କର୍ତ୍ତୃପକ୍ଷଙ୍କ ଦ୍ୱାରସ୍ଥ ହୋଇ ନିରାଶ ହୋଇ ଫେରିଥିବା ଅଭିଯୋଗ କରିଛନ୍ତି। ଏହାପରେ ଖଣ୍ଡପଡ଼ା ବ୍ଲକ ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ କୌଣସି ସୁଫଳ ପାଇ ନ ଥିବା ସେମାନେ କହିିଛନ୍ତି ା ଖଣ୍ଡପଡ଼ା ବିଡିଓ ଗୌରବମୟ ପ୍ରଧାନଙ୍କୁ ଏ ସମ୍ପର୍କରେ ପଚାରିବାରୁ ଏଥିପ୍ରତି ଦୃଷ୍ଟି ଦେବେ ବୋଲି ମତ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ୟୁକ୍ରେନ୍‌-ରୁଷିଆ ଯୁଦ୍ଧ: ୟୁକ୍ରେନ୍‌ର ଡ୍ରୋନ ଆକ୍ରମଣରେ ଜଳିଗଲା ରୁଷିଆର ବଡ଼ ଗୋଦାମ ଘର

ମସ୍କୋ,୧୬ା୮: ରୁଷିଆ ୟୁକ୍ରେନ୍‌ ଉପରେ ଜୋର୍‌ଦାର ଏୟାରଷ୍ଟ୍ରାଇକ୍‌ କରିଥିବା ବେଳେ କିଭ୍‌ ମଧ୍ୟ ଏହାର କଡ଼ା ଜବାବ ଦେଇଛି। ମସ୍କୋ ଅଞ୍ଚଳରେ ୟୁକ୍ରେନ୍‌ ଓଜନଦାର ଡ୍ରୋନ୍‌ ଯୋଗେ…

ଗାଲେ ଟେଷ୍ଟରେ ପଡିକଲଙ୍କ ଦମ୍‌ଦାର ଶତକ, ଭାରତ ୪୬୦/୯

ଗାଲେ, ୧୬ା୮: ଶ୍ରୀଲଙ୍କା ବିପକ୍ଷରେ ଚାଲିଥିବା ପ୍ରଥମ ଟେଷ୍ଟ କ୍ରିକେଟ ମ୍ୟାଚ୍‌ରେ ଭାରତୀୟ ବ୍ୟାଟର ଦମ୍‌ଦାର ପ୍ରଦର୍ଶନ କରିଛନ୍ତି। ବ୍ୟାଟର ଦେବଦତ୍ତ ପଡିକଲଙ୍କ ଶତକ ବଳରେ ଭାରତ…

କେନାଲରେ ଫସି ରହିଥିଲା ବାର୍‌ହା, ଏମିତି ଉଦ୍ଧାର କଲେ ଅଗ୍ନିଶମ କର୍ମଚାରୀ

ଗଞ୍ଜାମ,୧୬।୮(ବିଦ୍ୟାଧର ସାହୁ): ଗଞ୍ଜାମ ସହର ସ୍ଥିତ ପୋତାଗଡ଼ ପାର୍ଶ୍ୱରେ ଥିବା ଋଷୁକୂଲ୍ୟା ନଦୀ ଜଳରେ ବୋଟିଙ୍ଗ ପାଇଁ ନିର୍ମାଣ ହୋଇଥିବା କ୍ଷୁଦ୍ର କେନାଲରେ ଫସି ରହିଥିବା ଏକ…

Ananya Raj Death: ୩୫ ବର୍ଷରେ ଅଭିନେତ୍ରୀ ଅନନ୍ୟା ରାଜଙ୍କ ପରଲୋକ, ମାସେ ପରେ ସାମ୍ନାକୁ ଆସିଲା ଖବର

ମୁମ୍ବାଇ,୧୬।୮: ଅଭିନେତ୍ରୀ ତଥା ସୋସିଆଲ ମିଡିଆ ଷ୍ଟାର ଅନନ୍ୟା ରାଜଙ୍କ ୩୫ ବର୍ଷ ବୟସରେ ଦେହାନ୍ତ ହୋଇଛି । ତାଙ୍କ ମୃତ୍ୟୁର ପ୍ରାୟ ଏକ ମାସ ପରେ…

ଛକରେ କଫସିରପ ବିକ୍ରି ବେଳେ ମାଡିବସିଲା ସୋହେଲା ପୋଲିସ, ୩ ଗିରଫ

ସୋହେଲା,୧୬।୮(ଅଶ୍ୱିନୀ ପାତ୍ର): ବରଗଡ଼ ଜିଲା ସୋହେଲା ପୋଲିସ ଆଜି ବାଉଁସେନମୁରା ଗ୍ରାମ ପଂଚାୟତ ଅନ୍ତର୍ଗତ କେନ୍ଦବାହାଲ ରାସ୍ତାରେ ପେଟ୍ରୋଲିଂ ସମୟରେ ତିନିଜଣ କଫସିରପ ବ୍ୟବସାୟୀଙ୍କୁ ଗିରଫ କରି…

UGC NET 2026: ପରୀକ୍ଷା ନେଇ ବଡ଼ ଖବର: ଏହି ୩ବିଷୟରେ ପୁନଃ ପରୀକ୍ଷା ଦେବେ ଛାତ୍ରୀଛାତ୍ର!

ନୂଆଦିଲ୍ଲୀ,୧୬।୮: UGC-NET ଜୁନ୍ ୨୦୨୬ ପରୀକ୍ଷାକୁ ନେଇ ବଡ଼ ଖବର ସାମ୍ନାକୁ ଆସିଛି । ସୂଚନା ଅନୁସାରେ, ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (NTA) ଇଂରାଜୀ, କମର୍ସ ଏବଂ…

ଅନ୍ଧାରିଆ ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ; ମାଡ଼ିବସିଲା ଝରିଗାଁ ପୋଲିସ, ଜବତ କଲା…

ଝରିଗାଁ,୧୬।୮(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ନିକଟସ୍ଥ ହୁଣ୍ଡାରଧଡକି ଜଙ୍ଗଲ ନିକଟରେ ଜୁଆ ଖେଳ ଚାଲିଥିବା ବେଳେ ରବିବାର ସନ୍ଧ୍ୟାରେ ଝରିଗାଁ ପୋଲିସ ତରଫରୁ ଅତର୍କିତ…

ଖେମୁଣ୍ଡି ଫୁଟବଲ ଟୁର୍ନାମେଣ୍ଟ: ବ୍ରହ୍ମପୁରର ନଟରାଜ ଟିମ୍‌ ଚାମ୍ପିୟନ

ଦିଗପହଣ୍ଡି,୧୬।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଖେମୁଣ୍ଡି ସ୍ପୋର୍ଟିଂ କ୍ଲବ ଏବଂ ଏନଏସି କାର୍ଯ୍ୟାଳୟର ମିଳିତ ଆନୁକୁଲ୍ୟରେ ପବିତ୍ର ସ୍ବାଧୀନତା ଦିବସ ଅବସରରେ ସ୍ଥାନୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri