ହାସ୍ୟ ଅଭିନେତା ସଲିଲ ମିତ୍ରଙ୍କ ପରଲୋକ

ଭୁବନେଶ୍ୱର ବ୍ୟୁରୋ, ୪।୬: ଜଣାଶୁଣା ହାସ୍ୟ ଅଭିନେତା ସଲିଲ ମିତ୍ରଙ୍କ ସୋମବାର ରାତି ୧୨ଟା୧୫ ମିନିଟରେ ଭୁବନେଶ୍ୱରସ୍ଥିତ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି। ଗତ ମେ ୧୨ରେ ସଲିଲ ମୟୂରଭଞ୍ଜର କରଞ୍ଜିଆ ଯାଉଥିବାବେଳେ କେନ୍ଦୁଝର ଜିଲା ଘଟଗଁା କଲେଜ ଛକ ନିକଟରେ କାର୍‌ ଦୁର୍ଘଟଣାରେ ଗୁରୁତର ହୋଇଥିଲେ। ଦୁର୍ଘଟଣାରେ ତାଙ୍କ ଛାତି ଓ ଗୋଡ଼ରେ ଗଭୀର ଆଘାତ ଲାଗିଥିଲା। ପ୍ରଥମେ ତାଙ୍କୁ ଘଟଗଁା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ପରେ ତାଙ୍କୁ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଥିଲା। ସେବେଠାରୁ ସେ ଚିକିତ୍ସାଧୀନ ଥିଲେ। ତାଙ୍କର ସ୍ତ୍ରୀ ଓ ୨ଝିଅ ଅଛନ୍ତି। ସେ ଟେଲିଭିଜନ ଓ ଚଳଚ୍ଚିତ୍ର ଜଗତରେ ଜଣେ ଲୋକପ୍ରିୟ ହାସ୍ୟ ଅଭିନେତାଭାବେ ସୁନାମ ଅର୍ଜନ କରିଥିଲେ। ନାଟକରୁ ଅଭିନୟ ଜୀବନ ଆରମ୍ଭ କରିଥିବା ଏହି ବିଶିଷ୍ଟ କଳାକାର ୫୦ରୁ ଊର୍ଦ୍ଧ୍ୱ ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି। ତାଙ୍କ ଅଭିନୀତ ପ୍ରଥମ ଓଡ଼ିଆ ଚଳଚ୍ଚିତ୍ର ହେଉଛି ‘ଶାସ୍ତି’। ୧୯୯୯ରେ ଓଡ଼ିଆ ଚଳଚ୍ଚିତ୍ର ‘ପୁଅ ଭାଙ୍ଗି ଦେଲା ସୁନା ସଂସାର’, ୨୦୦୫ରେ ଅର୍ଜୁନ, ୨୦୧୦ରେ ଶୁଭ ବିବାହ, ୨୦୧୧ରେ ହୀରୋ, ବାଳୁଙ୍ଗା ଟୋକା, ୨୦୧୨ରେ କେବେ ତମେ ନାହଁ କେବେ ମୁଁ ନାହିଁ, ତୁ ମୋ ଆରମ୍ଭ ତୁ ମୋ ଶେଷ, ୨୦୧୪ରେ ଗଞ୍ଜା ଲଢ଼େଇ, ୨୦୧୫ରେ ଗପ ହେଲେ ବି ସତ ଓ ୨୦୧୭ରେ ସିଷ୍ଟର ଶ୍ରୀଦେବୀରେ ଅଭିନୟ କରିଥିଲେ। ଫିଲ୍ମ ‘ଲଭ ଷ୍ଟେଶନ’ରେ ତାଙ୍କ ଅଭିନୟ ସର୍ବାଧିକ ଆଦୃତ ହୋଇଥିଲା। ଏଥିସହିତ ସେ ଅନେକ ଓଡ଼ିଆ ଧାରାବାହିକ, ଭଜନ ଓ ଆଧୁନିକ ଆଲ୍‌ବମ ଗୀତରେ ଅଭିନୟର ଯାଦୁ ଦେଖାଇଥିଲେ। ତରଙ୍ଗ ଚ୍ୟାନେଲରେ ପ୍ରସାରିତ କମେଡି ଧାରାବାହିକ ‘ଫୁଲ୍‌ ଗଡ଼ବଡ଼’ରେ ଅଭିନୟ କରି ଦର୍ଶକଙ୍କ ହୃଦୟ ଜିଣି ପାରିଥିଲେ। ପ୍ରସ୍ତୁତି ପଥରେ ଥିବା ଓଡ଼ିଆ ଚଳଚ୍ଚିତ୍ର ‘ମାଲ୍‌ ମହୁ ଜୀବନ ମାଟି’ରେ ସେ ଅଭିନୟ କରୁଥିଲେ। ତାଙ୍କ ବିୟୋରେ ଓଡ଼ିଆ ଫିଲ୍ମ ଦୁନିଆର ବହୁ ବିଶିଷ୍ଟ ବ୍ୟକ୍ତି ଶୋକ ପ୍ରକାଶ କରିଛନ୍ତି। ରିୟଲ ଜୀବନରେ ସେ ଜଣେ ଅତ୍ୟନ୍ତ ସାଧାସିଧା, ମିଷ୍ଟଭାଷୀ ଓ ପରୋପକାରୀ ଭାବେ ବେଶ୍‌ ଜଣାଶୁଣା ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

୨-୧ରେ ସିରିଜ୍‌ ଜିତିଲା ଇଂଲଣ୍ଡ

ଲଡର୍‌ସ,୧୯ା୭: ରୋହିତ ଶର୍ମାଙ୍କ ଶତକ ସତ୍ତ୍ୱେ ରବିବାର ଅନୁଷ୍ଠିତ ତୃତୀୟ ତଥା ଅନ୍ତିମ ଦିନିକିଆ ମ୍ୟାଚ୍‌ରେ ଭାରତ ୨୭ ରନରେ ଇଂଲଣ୍ଡଠାରୁ ପରାସ୍ତ ହୋଇଛି। ଏହି ବିଜୟ…

ଶାନ୍ତି ଚୁକ୍ତିରୁ ଓହରିଲା ଇରାନ, ଏବେ ତୀବ୍ର ହେବ ଲଢ଼େଇ

ଦୁବାଇ,୧୯।୭: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ସାମରିକ ସଂଘର୍ଷ ଦିନକୁ ଦିନ ତୀବ୍ର ହେବାରେ ଲାଗିଛି। ଦୁଇଦେଶ ମଧ୍ୟରେ ଗୋଟିଏ ମାସ ପୂର୍ବରୁ ସ୍ବାକ୍ଷରିତ ହୋଇଥିବା…

ଲର୍ଡସରେ ରୋହିତଙ୍କ ଐତିହାସିକ ଶତକ

ଲଡର୍‌ସ,୧୯ା୭: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ରବିବାର ତୃତୀୟ ତଥା ଅନ୍ତିମ ଦିନିକିଆ ମ୍ୟାଚ୍‌ରେ ରୋହିତ ଶର୍ମା ଐତିହାସିକ ଶତକିୟ ଇନିଂସ ଖେଳିଛନ୍ତି। ରୋହିତ ୧୦୭ ବଲ୍‌…

ବରଗଡ଼ରେ ଦିଲ୍ଲୀ ତାତି: ସୋନମ ୱାଙ୍ଗଚୁକଙ୍କୁ ସମର୍ଥନ କରି ଧର୍ମେନ୍ଦ୍ରଙ୍କ କୁଶ ପୁତ୍ତଳିକା ଦାହ

ବରଗଡ଼,୧୯।୭(ପ୍ରେମାନନ୍ଦ ଖମାରୀ): ଏନଇଇଟି ପରୀକ୍ଷାରେ ବିଭ୍ରାଟ ପ୍ରତିବାଦରେ ଦିଲ୍ଲୀ ଜନ୍ତରମନ୍ତରରେ ଚାଲିଥିବା ଆନ୍ଦୋଳନର ତାତି ବରଗଡ଼ରେ ଅନୁଭୂତ ହୋଇଛି । ରବିବାର ସୋନମ ୱାଙ୍ଗଚୁକଙ୍କ ସମର୍ଥନରେ ବରଗଡ଼…

ସୁପ୍ରିମକୋର୍ଟଙ୍କ ଗୁରୁତ୍ବପୂର୍ଣ୍ଣ ରାୟ, ଅପଶବ୍ଦ କହିବା ଅଶ୍ଳୀଳତା ନୁହେଁ

ନୂଆଦିଲ୍ଲୀ,୧୯ା୭: କାହାକୁ ଗାଳିଗୁଲଜ କରିବା ଓ ଅପଶବ୍ଦ ପ୍ରୟୋଗ ଅସଭ୍ୟ ଏବଂ ଆପତ୍ତିଜନକ ହୋଇଥିଲେ ମଧ୍ୟ ଏହା ଅଶ୍ଳୀଳତା ନୁହେଁ । ଏଭଳି ଆଜି ରାୟ ଦେଇଛନ୍ତି…

ହିରାଧାରବାଟି କେନାଲରେ ପାଣି ଛାଡିଲା ଜଳସେଚନ ବିଭାଗ, ଚାଷୀଙ୍କ ମୁହଁରେ ଫୁଟିଲା ହସ

ଗଞ୍ଜାମ,୧୯ା୭(ବିଦ୍ୟାଧର ସାହୁ ): ଖରିଫ ଚାଷ ପାଇଁ ଜଳସେଚନ ବିଭାଗ ହିରାଧାରବାଟି କେନଲରେ ପାଣି ଛାଡିଥିବା ଦେଖିବାକୁ ମିଳିଛି । ସଂକ୍ରାନ୍ତି ଦିନ ରୀତିନୀତି ଅନୁଯାୟୀ ପୂଜାର୍ଚ୍ଚନା…

ଗୋ ହତ୍ୟା ସହ ମାଂସ ଚାଲାଣ: ୨ ଗିରଫ, ୧୫ ଅଟକ

କୋରାପୁଟ,୧୯।୭(ଅମିତାଭ ବେହେରା): କୋରାପୁଟ ସହରରେ ଗୋ ହତ୍ୟା ସହ ମାଂସ ଚାଲାଣ ହେଉଥିବା ଖବରପାଇ ଟାଉନ ଥାନା ପୋଲିସ ପକ୍ଷରୁ ଚଢ଼ାଉ କରାଯାଇ ୨ ଅଭିଯୁକ୍ତଙ୍କୁ ଗିରଫ…

୬ ମାସ ହେଲା ଅଚଳ ଘୁଟିଗୁଡ଼ା ଜିଓ ଟାୱାର, ତୁରନ୍ତ କାର୍ଯ୍ୟକ୍ଷମ କରିବାକୁ ଗ୍ରାମବାସୀଙ୍କ ଦାବି

ଥୁଆମୂଳ ରାମପୁର,୧୯ା୭(ଦୁର୍ଗା କୀର୍ତ୍ତି): ରାଜ୍ୟ ସରକାର ଦୁର୍ଗମ ଅଞ୍ଚଳରେ ଡିଜିଟାଲ ଯୋଗାଯୋଗର ବିକାଶ ପାଇଁ ବିଭିନ୍ନ ସଂସ୍ଥାକୁ ଅନୁମତି ଦେଉଥିବା ବେଳେ ବାସ୍ତବ କ୍ଷେତ୍ରରେ କମ୍ପାନୀଗୁଡ଼ିକର ଚରମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri