ହାର ମାନିଛି ଶାରୀରିକ ଅକ୍ଷମତା: ପ୍ରସନ୍ନଙ୍କ ମୁଣ୍ଡରେ ପରିବାର ବୋଝ

ବୋଲଗଡ,୬ା୧୧(ଡି.ଏନ.ଏ.)-ଦିବ୍ୟାଙ୍ଗ ଅକ୍ଷମ ନୁହନ୍ତି। ସକ୍ଷମଙ୍କ ଭଳି ରୋଜଗାରକ୍ଷମ ହୋଇ ପରିବାର ପ୍ରତିପୋଷଣ କରିପାରନ୍ତି। ଏହା ପ୍ରତିପାଦିତ କରିଛନ୍ତି ବୋଲଗଡ ବ୍ଲକ ଗର୍ଭଣୀପଡା ଗ୍ରାମର ପ୍ରସନ୍ନ ଜେନା। ଦୃଢ ମନୋବଳ ତଥା ଇଚ୍ଛାଶକ୍ତି ପାଖରେ ହାର ମାନିଛି ଶାରୀରିକ ଅକ୍ଷମତା। ପରିବାରର ବୋଝ ପ୍ରସନ୍ନଙ୍କ ମୁଣ୍ଡରେ। ଗୋଟିଏ ପାନ ଦୋକାନ ଦେଇ ଯାହା କିଛି ରୋଜଗାର କରୁଛନ୍ତି। ସେଥିରେ ତାଙ୍କ ପରିବାର ଚଳୁଛି। ପ୍ରସନ୍ନଙ୍କୁ ବର୍ତ୍ତମାନ ୩୧ବର୍ଷ । ତାଙ୍କୁ ଯେତେବେଳେ ଦୁଇ ବର୍ଷ ବୟସ ହୋଇଥିଲା ସେ ପୋଲିଓରେ ଆକ୍ରାନ୍ତ ହୋଇଥିଲେ । ଚିକିତ୍ସା ସତ୍ତ୍ୱେ ସୁସ୍ଥ ନହେବାରୁ ତାଙ୍କର ୨ଟିଯାକ ଗୋଡ ଅଚଳ ହୋଇଗଲା। ପିତା ମାତାଙ୍କର ସେ ବଡପୁଅ । ତାଙ୍କର ଏଭଳି ଅବସ୍ଥା ଦେଖି ସେମାନେ ସର୍ବଦା ଚିନ୍ତାରେ ରହୁଥିଲେ । ହେଲେ ବେଡି ଉପରେ କୋରଡା ସଦୃଶ ପ୍ରସନ୍ନ ଯେତେବେଳେ ୫ମ ଶ୍ରେଣୀରେ ପାଠ ପଢୁଥିଲେ ସେତେବେଳେ ପିତାଙ୍କର ଦେହାନ୍ତ ହୋଇଗଲା। ଘରେ ମାଆ ଏବଂ ସାନ ଭାଇ । ସମ୍ପତି ବୋଲି ଘର ଡିହ ଖଣ୍ଡକୁ ଛାଡିଦେଲେ ସେମିତି କିଛି ନାହଁି । ଫଳରେ ପ୍ରସନ୍ନଙ୍କ ପାଠ ପଢାରେ ଡୋରିବନ୍ଧା ହୋଇଗଲା। ତେବେ ନିଜ ମନବଳକୁ ଦୃଢ କରି ମାଆଙ୍କୁ ସାହାଯ୍ୟ କରିବା ପାଇଁ ପ୍ରସନ୍ନ ଗୋଟିଏ ପାନ ଦୋକାନ ଦେଇଥିଲେ । ନିଜ ୩ଚକିଆ ସାଇକେଲରେ ବଜାରରୁ ସଉଦା ଆଣି ପାନ ଦୋକାନରେ ବ୍ୟବସାୟ କରୁଛନ୍ତି। ଯାହା କିଛି ରୋଜଗାର ହେଉଛି ସେଥିରେ ପରିବାର ଚଳାଉଛନ୍ତି। ନିଜର ନିତ୍ୟକର୍ମ ପାଇଁ ମଧ୍ୟ ସେ କାହା ଉପରେ ନିର୍ଭର କରନ୍ତି ନାହିଁ । ଗୋଡ ଦୁଇଟି ଅଚଳ ହେଲେ ମଧ୍ୟ କାହା ଉପରେ ବୋଝହୋଇ ବସି ନାହାନ୍ତି। ବରଂ ଅନ୍ୟମାନଙ୍କ ପାଇଁ ସେ ଉଦାହରଣ ପାଲଟି ଯାଇଛନ୍ତି ା ତାଙ୍କ ସମ୍ପର୍କରେ ବୋଲଗଡ ବ୍ଲକ ଏସଏସଓ କାମଦେବ ନାୟକ କୁହନ୍ତି ପ୍ରସନ୍ନଙ୍କୁ ଦିବ୍ୟାଙ୍ଗ ଭତ୍ତା ଦିଆଯାଉଛି । ଡିଆରଆଇ ସ୍କିମରେ ୧୫ହଜାର ଟଙ୍କା ଯୋଗାଇ ଦିଆଯାଇଛି । ଅନ୍ୟାନ୍ୟ ସୁବିଧା ସୁଯୋଗ ତାଙ୍କୁ ଯୋଗାଇ ଦେବାକୁ ପ୍ରଚେଷ୍ଟା କରାଯାଉଛି ।


Enter your email to get our daily news in your inbox.

All Right Reserved By Dharitri.Com

ଏବେ ଅସଲ ଖେଳ: ମମତାଙ୍କ ଦଳରେ ଲାଗିଥିବା ନିଆଁ ସଂସଦରେ ବଦଳାଇଦେବ ସମୀକରଣ, ଖୁସିରେ ଗଦ୍‌ଗଦ୍‌ ହେଲା ଭାଜପା

ନୂଆଦିଲ୍ଲୀ, ୪।୬: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ମମତା ବାନାର୍ଜୀଙ୍କ ଦମନମୂଳକ ପରାଜୟ ପରେ, ତୃଣମୂଳ କଂଗ୍ରେସ (TMC) ଭିତରେ ଅସନ୍ତୋଷ ପତନ ଦ୍ୱାରରେ ପହଞ୍ଚିଛି। ଟିଏମସି ଭିତରେ…

ଫସିଗଲେ ମମତା, ଦଳରେ ବିଦ୍ରୋହ ଭିତରେ ଋତବ୍ରତ ପୁଣି ଖେଲିଲେ ବଡ଼ ଗେମ୍‌, ଆଗକୁ…

କୋଲକାତା,୪।୬: ବଙ୍ଗାଳ ବିଧାନସଭା ନିର୍ୱାଚନରେ ପରାଜୟ ପରେ ଟିଏମସି (TMC) ଏବେ ତା’ର ସବୁଠାରୁ ବଡ଼ ଆଭ୍ୟନ୍ତରୀଣ ସଙ୍କଟ ଦେଇ ଗତି କରୁଛି। ପ୍ରଥମ ଥର ପାଇଁ…

ଆଜି କେରଳ ଛୁଇଁବ ମୌସୁମୀ: ୧୦ ଘଣ୍ଟା ପରେ ଭୟଙ୍କର… IMD ବଡ଼ ଅପଡେଟ୍‌

ନୂଆଦିଲ୍ଲୀ, ୪।୬: IMD ଅନୁଯାୟୀ, ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ନଅ ଦିନ ବିଳମ୍ବରେ ଜୁନ ୪ ତାରିଖରେ କେରଳରେ ପ୍ରବେଶ କରିବ। ବର୍ତ୍ତମାନଠାରୁ ପ୍ରାୟ ୧୦ ଘଣ୍ଟା…

ଜମିରେ ଜୈବିକ ପଦ୍ଧତିରେ ଖତସାର ପ୍ରୟୋଗ ଜରୁରୀ, ଉର୍ବରତା ବଢ଼ିବା ସହ…

ମହାକାଳପଡ଼ା,୪ା୬ (ପ୍ରତାପ ଚନ୍ଦ୍ର ସ୍ବାଇଁ): କୃଷି ଓ କୃଷକର ବିକାଶ ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ବ୍ୟାପକ ଯୋଜନା କାର୍ଯ୍ୟକାରୀ କରୁଛନ୍ତି। କୃଷି ପ୍ରଣାଳୀ ଉପରେ…

ଆଫଗାନିସ୍ତାନ ବିପକ୍ଷ ସିରିଜ୍‌ ପୂର୍ବରୁ ଭାରତୀୟ ଦଳକୁ ଶକ୍ତ ଝଟ୍‌କା: କୋହଲି ବିଦା

ନୂଆଦିଲ୍ଲୀ,୪।୬: ଭାରତ ଏବଂ ଆଫଗାନିସ୍ତାନ ମଧ୍ୟରେ ସିରିଜ ଆରମ୍ଭ ହେବାକୁ ଯାଉଛି। ପ୍ରଥମେ ଜୁନ ୬ରୁ ଏକ ଟେଷ୍ଟ ମ୍ୟାଚ ଖେଳାଯିବ। ଏହା ପରେ ଜୁନ ୧୩ରୁ…

ଓଡ଼ିଶା ମୁହାଁ ‘ସୁପର ଏଲ୍‌ ନିନୋ’, ରାଜ୍ୟରେ ପଡିବ ମରୁଡ଼ି! ଜାଣନ୍ତୁ କ’ଣ କହିଲା ପାଣିପାଗ ବିଭାଗ

ଭୁବନେଶ୍ୱର,୪।୬: ଓଡ଼ିଶାର ପାଣିପାଗକୁ ନେଇ ଆସିଛି ଏକ ଚିନ୍ତାଜନକ ଖବର। ଚଳିତ ବର୍ଷ ପ୍ରଶାନ୍ତ ମହାସାଗରରେ ସୃଷ୍ଟି ହେଉଥିବା ‘ସୁପର ଏଲ ନିନୋ’ (Super El Ni୦o)…

ଶ୍ୱଶୁରଘର ଗାଁ ଚାଷଜମିରେ ଜ୍ୱାଇଁଙ୍କ ମୃତଦେହ, ଅଭିଯୋଗ ଆଣି ମୃତକଙ୍କ ମା’ କହିଲେ ବୋହୂ ତାଙ୍କ…

ଆଳି,୪ା୬(ବନମାଳୀ ସେନାପତି): କେନ୍ଦ୍ରାପଡ଼ା ଜିଲା ଆଳି ଥାନା ଅନ୍ତର୍ଗତ ନାଟରା ଗ୍ରାମର ବାବନ ସେଠୀ(୪୫)ଙ୍କ ମୃତଦେହ ତାଙ୍କ ଶ୍ୱଶୁରଘର ମାନପୁର ଗାଁ ଚାଷଜମିରୁ ଜବତ କରାଯାଇଛି। ତାଙ୍କୁ…

ଶଗଡ଼କୁ ଧକ୍କା ଦେଲା ହାଇଓ୍ବା: ଚାଲିଗଲା ୨ ସାଙ୍ଗଙ୍କ ଜୀବନ, କାନ୍ଦବୋବାଳିରେ ଫାଟିପଡ଼ୁଛି ଗାଁ

ଦିଗପହଣ୍ଡି,୪।୬(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଇକ ଜଗନ୍ନାଥପୁର-ପ୍ରତାପଗିରି ଗ୍ରାମ ଛକ ପୋଖରୀ ନିକଟ ବୁଲାଣି ରାସ୍ତାରେ ଦ୍ରୁତଗତିରେ ଯାଉଥିବା ବାଲି ବୋଝେଇ ହାଇୱା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri