ହାର୍‌ ମାନିନାହାନ୍ତି କନକଲତା

ଭଦ୍ରକ ଅଫିସ, ୧୦।୭- ଭଦ୍ରକ ସହର ତଳିର ଏକ ଗଁା ଓକାଳ। ଗଁାରେ ରହିଛି ଏକ ୫ ଫୁଟ ଉଚ୍ଚର ବଖରାଏ ନୂଆଣିଆ ନଡ଼ା ଛପର ଘର। ରାତି ପାହିଲେ ମାଟିକାନ୍ଥ ଓ ଚଟାଣକୁ ଗୋବର ପାଣିରେ ଲିପାପୋଛା କରିଦିଅନ୍ତି କନକଲତା। ସେହି ବଖରାଏ ଘରେ ରୋଷେଇ, ଖିଆପିଆ, ବସାଉଠା କରନ୍ତି ୩ ପ୍ରାଣୀ କୁଟୁମ୍ବ। ପ୍ରତିଦିନ କନକଲତା ଦୀର୍ଘ ୯ ବର୍ଷ ଧରି ରୋଗରେ ପଡ଼ିଥିବା ସ୍ବାମୀ ଓ ମାନସିକ ଭାରସାମ୍ୟ ହରାଇ ଅସୁସ୍ଥ ହୋଇପଡ଼ିଥିବା ପୁଅର ସେବାଯତ୍ନ ନେଇ ପରଘରେ ମୂଲ ଲାଗିବାକୁ ଘରୁ ବାହାରି ଯାଆନ୍ତି। ସନ୍ଧ୍ୟାରେ ମଜୁରୀ ଟଙ୍କାରେ ସ୍ବାମୀ ଓ ପୁଅଙ୍କ ଲାଗି ଔଷଧ କିଣି ଘରକୁ ଫେରନ୍ତି। ସ୍ବାମୀ ଓ ପୁଅଙ୍କ ଜୀବନ ରକ୍ଷା ପାଇଁ କନକଲତା ଏଭଳି ତ୍ୟାଗ ଓ ପରିଶ୍ରମ କରିଚାଲିଥିଲେ ବି ପ୍ରଶାସନଠାରୁ ତାଙ୍କୁ କୌଣସି ସହାୟତା ମିଳୁ ନାହିଁ। ଗରିବ ଲୋକଙ୍କ ପାଇଁ କୋଠାଘର, ଚିକିତ୍ସା ସେବା ସୁବିଧା କନକଲତାଙ୍କ ପରିବାର ପାଇଁ ସାତସପନ ପାଲଟିଛି। ଭଦ୍ରକ ପୌରାଞ୍ଚଳ ୧ ନମ୍ବର ୱାର୍ଡ ଅଧୀନ ଓକାଳ ଗଁାର କନକଲତାଙ୍କ ଭଙ୍ଗା କୁଡ଼ିଆ ଘରର କାରୁଣ୍ୟ ଦାରିଦ୍ର୍ୟ ଦୂରୀକରଣ ଯୋଜନାର ଏକ ଭିନ୍ନ ଚିତ୍ର ବହନ କରୁଛି।
ଲୁହଭିଜା ଆଖିରେ କନକଲତା କହିଛନ୍ତି, ତାଙ୍କ ସ୍ବାମୀ ଦେବେନ୍ଦ୍ର ବେହେରା ପୂର୍ବରୁ ଖଡ଼ଗପୁରରେ ମସଲା ବିକି ପରିବାର ଚଳାଉଥିଲେ। ୨୦୧୦ରେ ଅସୁସ୍ଥ ହୋଇପଡ଼ିଲେ। ବିଭିନ୍ନ ସ୍ଥାନରେ ଚିକିତ୍ସା ପରେ ତାଙ୍କୁ ଟିବି ହୋଇଥିବା ଜଣାପଡ଼ିଥିଲା। ଅର୍ଥାଭାବରୁ ଠିକ୍‌ ଭାବେ ଚିକିତ୍ସା କରାଯାଇ ନ ପାରିବାରୁ ତାଙ୍କ କିଡ୍‌ନୀ ନଷ୍ଟ ହୋଇଗଲା। ସେବେଠାରୁ ଘର ପିଣ୍ଡାରେ ବସି ଦେବେନ୍ଦ୍ର ଦିନ କାଟୁଛନ୍ତି। ତାଙ୍କର ଗୋଟିଏ ବୋଲି ପୁଅ ପରମେଶ୍ୱର। ବାପାଙ୍କ ଚିନ୍ତାରେ ସେ ମାନସିକ ରୋଗୀ ପାଲଟି ଯାଇଛନ୍ତି। କନକଲତାଙ୍କ ପରିବାର ଉପରେ ରୋଗର ଦାଉ ଦୁଃଖର ପାହାଡ଼ ହୋଇ ଲଦି ପଡ଼ିଛି। ପରିସ୍ଥିତି ପାଖରେ ହାର୍‌ ନ ମାନି କନକଲତା ସଂଘର୍ଷ ଜାରି ରଖିଛନ୍ତି। ସବୁବେଳେ ଆର୍ଥତ୍କ ଦୁରବସ୍ଥା ତାଙ୍କ ଚିନ୍ତା ବଢ଼ାଇ ଚାଲିଛି। ଅର୍ଥାଭାବରୁ ଘର ଛପର ପକାଇ ପାରୁନାହାନ୍ତି। ସରକାରଙ୍କ ସହରାଞ୍ଚଳ ଆବାସ ଯୋଜନାରେ ଘର ପାଇବାକୁ ଆବେଦନ କରି ଦୀର୍ଘଦିନ ଧରି ଅପେକ୍ଷାରେ ଦିନ ବିତାଉଛନ୍ତି। ତାଙ୍କ ସ୍ବାମୀ ଓ ପୁଅଙ୍କୁ ମିଳୁଛି ୫ ଶହ ଲେଖାଏ ଦିବ୍ୟାଙ୍ଗ ଭତ୍ତା। କିନ୍ତୁ ଚିକିତ୍ସା ପାଇଁ କୌଣସି ସହାୟତା ମିଳିନାହିଁ। ମାସକୁ ଥରେ ଦେବେନ୍ଦ୍ର କଟକ ଯାଇ ଡାକ୍ତରଙ୍କ ପାଖରେ ସ୍ବାସ୍ଥ୍ୟ ପରୀକ୍ଷା କରି ଫେରୁଛନ୍ତି। ଏଥିପାଇଁ ୫ ଶହ ଟଙ୍କା ଖର୍ଚ୍ଚ ହେଉଛି। ଔଷଧ ଖର୍ଚ୍ଚ ଅଲଗା। ଉଭୟ ସ୍ବାମୀ ଓ ପୁଅ କନକଲତାଙ୍କ ଭରସାରେ ବଞ୍ଚି ରହିଛନ୍ତି। ସ୍ଥାନୀୟ ଲୋକଙ୍କ ସାହାଯ୍ୟ ଏହି ପରିବାର ପାଇଁ ସାହାରା ପାଲଟିଛି। ଜଣେ ସ୍ଥାନୀୟ ଡାକ୍ତର ଏବେ ଦେବେନ୍ଦ୍ରଙ୍କ ଚିକିତ୍ସା କରିବାକୁ ସହାୟତାର ହାତ ବଢାଇଛନ୍ତି। ଏ ସମ୍ପର୍କରେ ଜିଲାପାଳ ଜ୍ଞାନରଞ୍ଜନ ଦାସଙ୍କୁ ପଚାରିବାରୁ କନକଲତାଙ୍କ ପରିବାର ଆବେଦନ କଲେ ସରକାରୀ ସହାୟତା ପ୍ରଦାନ କରାଯିବ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିକ୍ରି ନ ହୋଇ ମଣ୍ଡିରେ ପଡ଼ିଛି ଧାନ, ଏପଟେ ବରଗଡ଼ରୁ ଆନ୍ଧ୍ରକୁ ହେଉଛି ଚାଲାଣ

ବରଗଡ଼,୧୩ା୬(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ରବି ଧାନ ସଂଗ୍ରହ ପ୍ରକ୍ରିୟାକୁ ମାସେ ବିତି ଯାଇଛି। ତେବେ ଜିଲାରେ ଏବେ ମଧ୍ୟ ଧାନ ଉଠାଣ ପ୍ରକ୍ରିୟା ଶୀଥିଳ ଗତିରେ…

ଛତ୍ରପୁର ପୌରପରିଷଦର ଅଧ୍ୟକ୍ଷାଙ୍କ ବିୟୋଗ: ବାସଭବନରେ ପହଞ୍ଚି ପରିବାରବର୍ଗଙ୍କୁ ଭେଟିଲେ ମନ୍ତ୍ରୀ-ବିଧାୟକ

ଛତ୍ରପୁର,୧୩ା୬(ଦିଲ୍ଲୀପ ସାମଲ): ଛତ୍ରପୁର ପୌରପରିଷଦର ଅଧ୍ୟକ୍ଷା ଶର୍ମିଷ୍ଠା ପ୍ରଧାନଙ୍କ ଗତ ବୁଧବାର ଅକାଳରେ ବିୟୋଗ ଘଟିଥିଲା। ଏ ନେଇ ଛତ୍ରପୁର ଓ ଆଖପାଖ ଅଞ୍ଚଳରେ ଶୋକ ଛାୟା…

ଭାରତ ଆଗରେ ୧୯୫ ରନ୍‌ର ଟାର୍ଗେଟ୍; ଡେବ୍ୟୁ ମ୍ୟାଚ୍‌ରେ ଗୁର୍‌ବାଜଙ୍କ ଧୂଆଁଧାର ଇନିଂସ

ଧର୍ମଶାଳା, ୧୩ା୬: ଭାରତ ଓ ଆଫଗାନିସ୍ତାନ ମଧ୍ୟରେ ଶନିବାର ପ୍ରଥମ ଦିନିକିଆ ମ୍ୟାଚ୍‌ ଖେଳାଯାଇଛି। ବର୍ଷା କାରଣରୁ ମ୍ୟାଚ୍‌କୁ ୨୫ ଓଭରରେ ସୀମିତ ରଖାଯାଇଛି। ରହମାନୁଲା ଗୁରବାଜଙ୍କ…

ବିଲରୁ ଅଚିହ୍ନା ମହିଳାଙ୍କ ମୃତଦେହ ଜବତ

ହାଟଡିହୀ/ଆନନ୍ଦପୁର,୧୩ା୬(ଶୁଭକାନ୍ତ ନାୟକ/ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଥାନା ତରତରା ଅଞ୍ଚଳରୁ ଜଣେ ପ୍ରାୟ ୪୫ ବର୍ଷ ବୟସ୍କା ମହିଳାଙ୍କ ମୃତଦେହ ଏକ ବିଲରୁ ଉଦ୍ଧାର…

କୋଟିଆ ନେରିଡିବାଲସାରେ ହାତୀ ଆତଙ୍କ, ଆନ୍ଧ୍ରରୁ ସିୟୁରା ଆଡ଼କୁ ଆସି…

ପଟାଙ୍ଗି,୧୩ା୬(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅନ୍ତର୍ଗତ କୋଟିଆ ପଞ୍ଚାୟତ ସୀମାନ୍ତ ଗ୍ରାମରେ ହାତୀ ଆତଙ୍କରେ ଲୋକେ ଭୟଭୀତ ହୋଇପଡ଼ିଛନ୍ତି। ସୂଚନା ଅନୁଯାୟୀ, ଉକ୍ତ…

ଏହିଦିନ ଟ୍ରମ୍ପଙ୍କୁ ଭେଟିବେ ମୋଦି, ହ଼୍ବାଇଟ ହାଉସର ବଡ଼ ଘୋଷଣା

ଓ଼୍ବାଶିଂଟନ,୧୩।୬: ହ଼୍ବାଇଟ ହାଉସ ଘୋଷଣା କରିଛି ଯେ ଫ୍ରାନ୍ସରେ ଅନୁଷ୍ଠିତ G7 ଶିଖର ସମ୍ମିଳନୀ ଅବସରରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିବେ।…

ଓଲଟିଲା ଜିମ୍ପସନ୍‌ ବୋଝେଇ ହାଇଓ୍ବା, ବିଲ ଭିତରେ ପଡ଼ିଲା ସବୁତକ…

ପାଟଣା,୧୩ା୬(ବୀରକିଶୋର ଦାଶ): କେନ୍ଦୁଝର ଜିଲା ଢେଙ୍କିକୋଟ ପାଟଣା ୨୨୦ ନମ୍ବର ଜାତୀୟ ରାଜପଥ କୁଆପଶି ରାଇସିମିଲ୍‌ ପୋଖରୀ ନିକଟରେ ଶନିବାର ଏକ ଜିମ୍ପସନ ବୋଝେଇ ଓଡି ୨୧ଟି…

ମନଇଛା ଘରଭଡା ବଢାଇପାରିବେ କି ମାଲିକ? ଓଡ଼ିଶାରେ ଭଡାଘର ଏଗ୍ରିମେଣ୍ଟକୁ ନେଇ ବଦଳିଲା ନିୟମ

ଭୁବନେଶ୍ୱର,୧୩ା୬: ରାଜ୍ୟରେ ଘର ଭଡ଼ା ବ୍ୟବସ୍ଥାକୁ ଆଧୁନିକ ଓ ସ୍ୱଚ୍ଛ କରିବା ଲକ୍ଷ୍ୟରେ ରାଜ୍ୟ ସରକାର ‘ଓଡ଼ିଶା ସହରାଞ୍ଚଳ ଭଡ଼ା ନିୟନ୍ତ୍ରଣ ଅଧିନିୟମ, ୨୦୨୬’ର ଚିଠା ପ୍ରକାଶ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri