Posted inଖେଳ

ହାରିଲା ଭାରତୀୟ ଜୁନିୟର ମହିଳା ହକି ଦଳ

ବାରନୋଭିଚି(ବେଲାରୁସ),୧୦।୬(ପି.ଟି.)- ଭାରତୀୟ ଜୁନିୟର ମହିଳା ହକି ଦଳ ୧-୪ ଗୋଲରେ ବେଲାରୁଷ୍‌ ସିନିୟର ଦଳଠାରୁ ହାରିଯାଇଛି। ୨୧ ବର୍ଷରୁ କମ୍‌ ଅନ୍ତର୍ଜାତୀୟ ଚତୁଃରାଷ୍ଟ୍ରୀୟ ଟୁର୍ନାମେଣ୍ଟ ଜିତିଥିବା ଭାରତୀୟ ଦଳ ସମ୍ପୂର୍ଣ୍ଣ ଆତ୍ମବିଶ୍ୱାସ ସହ ପଡ଼ିଆକୁ ଓହ୍ଲାଇଥିଲା। ମ୍ୟାଚ୍‌ର ପ୍ରଥମ ମିନିଟ୍‌ରେ ଟିମ୍‌ ଇଣ୍ଡିଆକୁ ପେନାଲ୍ଟି କର୍ନର ମିଳିଥିଲା। ଗଗନଦୀପ କୌର କୌଣସି ତ୍ରୁଟି ନ କରି ଏହାକୁ ଗୋଲରେ ପରିଣତ କରିଥିଲେ। ଫଳରେ ଭାରତ ୧-୦ ଗୋଲରେ ଅଗ୍ରଣୀ ହାସଲ କରିଥିଲା। କିନ୍ତୁ ପରେ ଭାରତୀୟ ଦଳ ସ୍ଥିତିକୁ ବଜାୟ ରଖିବାରେ ବିଫଳ ହୋଇଥିଲା। ବେଲାରୁଷ୍‌ ପକ୍ଷରୁ ସ୍ବିତଲାନା ବାହୁଶେଭିଚ, କ୍ରିଷ୍ଟିନା ପାପ୍କୋଭା ଓ ୟୁଲିଆ ମିଖେଚ୍ୟ ଗୋଲ ଦେଇଥିଲେ। ଭାରତୀୟ ଦଳ ଗୋଲ ପରିଶୋଧ କରିବାକୁ ବହୁ ଉଦ୍ୟମ କରିଥିଲା ହେଲେ ସଫଳତା ମିଳି ନ ଥିଲା।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

୧୧ ବର୍ଷ ତଳେ ପାକିସ୍ତାନରେ ଶ୍ରୀଲଙ୍କା କ୍ରିକେଟ ଦଳ ଉପରେ ହୋଇଥିଲା ଆତଙ୍କବାଦୀ ଆକ୍ରମଣ

ଇସଲାମାବାଦ୍‌,୩।୩: ପାକିସ୍ତାନକୁ ଯାଇଥିବା ଶ୍ରୀଲଙ୍କା କ୍ରିକେଟ ଦଳ ଉପରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ଘଟଣାକୁ ଇତିମଧ୍ୟରେ ୧୧ ବର୍ଷ ବିତିଛି। ୨୦୦୯ ମାର୍ଚ୍ଚ ୩ରେ ଲାହୋରସ୍ଥିତ...

ଟିମ୍‌ ଇଣ୍ଡିଆ ଖେଳାଳି କେହି କାହାକୁ ଭେଟି ପାରିବେ ନାହିଁ

ସାଉଥାମ୍ପଟନ,୪।୬ : ନ୍ୟୁଜିଲାଣ୍ଡ ବିପକ୍ଷ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ ଫାଇନାଲ ମ୍ୟାଚ୍‌ ପାଇଁ ସାଉଥାମ୍ପଟନର ଏଜେସ ବାଉଲଠାରେ ପହଞ୍ଚିଛି ଟିମ୍‌ ଇଣ୍ଡିଆ। ଖେଳାଳିମାନଙ୍କୁ ଏବେ ହାର୍ଡ...

ପାକିସ୍ତାନ ଖେଳାଳିଙ୍କୁ ଦେବାକୁ ପଡ଼ିବ ଫିଟ୍‌ନେସ ଟେଷ୍ଟ

ଲାହୋର,୩।୧(ପି.ଟି.)- ପାକିସ୍ତାନର କେନ୍ଦ୍ରୀୟ ଚୁକ୍ତିରେ ସାମିଲ ଥିବା ବାବର ଆଜାମ, ସର୍ଫରାଜ ଅହମ୍ମଦ, ଶାହିନ ଆଫ୍ରିଦୀଙ୍କ ଭଳି ଖେଳାଳି ଆସନ୍ତା ୬ ଓ ୭ ତାରିଖରେ...

ଫଗ୍‌ନିନିଙ୍କୁ କ୍ୟାରିୟରର ଶ୍ରେଷ୍ଠ ର଼୍ୟାଙ୍କିଙ୍ଗ

ପ୍ୟାରିସ, ୨୩ା୪ (ଏଏଫ୍‌ପି)-ସୋମବାର ଏଟିପି ର଼୍ୟାଙ୍କିଙ୍ଗ ତାଲିକା ପ୍ରକାଶ ପାଇଛି। ଏଥିରେ ଇଟାଲୀର ୩୧ ବର୍ଷୀୟା ଫାବିଓ ଫଗ୍‌ନିନି ତାଙ୍କ କ୍ୟାରିୟର ଶ୍ରେଷ୍ଠ ୧୨ଶ ସ୍ଥାନ...

ଡ୍ରିମ୍ସକୁ ଘରୋଇ ଗ୍ରାଉଣ୍ଡ କରିବ ସିକିମ

କଟକ ଅଫିସ,୧୭|୫- ଆସନ୍ତା କ୍ରିକେଟ ସିଜନରେ ଡ୍ରମ୍ସକୁ ଘରୋଇ ଗ୍ରାଉଣ୍ଡ ଭାବେ ବ୍ୟବହାର କରିବ ସିକିମ। ଏଠାରେ କୋଚିଂ କ୍ୟାମ୍ପ କରିବା ସହ ମ୍ୟାଚ ଖେଳିବ।...

ମନୋହରଙ୍କ ସ୍ଥାନରେ ଗାଙ୍ଗୁଲି ଉପଯୁକ୍ତ

ଜୋହାନ୍ସବର୍ଗ, ୨୨ା୫ (ପି.ଟି.)-ଆଇସିସି ଚେୟାରମ୍ୟାନ ଶଶାଙ୍କ ମନୋହରଙ୍କ କାର୍ଯ୍ୟକାଳ ଚଳିତ ମାସରେ ଶେଷ ହେଉଥିବାବେଳେ ତାଙ୍କର ପରବର୍ତ୍ତୀ ଉତ୍ତରାଧିକାରୀ ପାଇଁ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ)...

ପଞ୍ଜାବ ମାଲିକାଣୀଙ୍କ କୋଳରେ ଏହି ଶିଶୁଟି କିଏ

ଦୁବାଇ,୪।୧୦:ଆଇପିଏଲ ୨୦୨୧ରେ ପଞ୍ଜାବ କିଙ୍ଗସ ଏବଂ କୋଲକାତା ନାଇଟ ରାଇଡର୍ସ ମଧ୍ୟରେ ଦୁବାଇ ଇଣ୍ଟରନ୍ୟାସନାଲ ଷ୍ଟାଡିୟମରେ ୧ ଅକ୍ଟୋବର ସାରେ ଏକ ରୋମାଞ୍ଚକର ମ୍ୟାଚ ଖେଳାଯାଇଥିଲା।...

ପିଏସ୍‌ଜି ସହ ଚୁକ୍ତି ବଢ଼ାଇଲେ ଫର୍‌ମିଗା

ପ୍ୟାରିସ୍‌,୭।୫(ଏଏଫ୍‌ପି): ବ୍ରାଜିଲର ଅଭିଜ୍ଞ ମହିଳା ଫୁଟବଲର ଫର୍‌ମିଗା ଜଣାଶୁଣା କ୍ଲବ ପ୍ୟାରିସ ସେଣ୍ଟ ଜର୍ମାନ (ପିଏସ୍‌ଜି) ସହିତ ତାଙ୍କର ଚୁକ୍ତି ବୃଦ୍ଧି କରିଛନ୍ତି। ୪୨ ବର୍ଷୀୟା...

Advertisement
Archives

Model This Week