‘ହାଥୀ ମେରେ ସାଥୀ’ରେ ନଜରକୁ ଆସିବେ ରାଣା ଦଗ୍ଗୁବତୀ, ଶେୟାର କଲେ ନୂଆ ପୋଷ୍ଟର

ବମ୍ବେ: ବ୍ଲକବଷ୍ଟର ଚଳଚ୍ଚିତ୍ର ‘ବାହୁବଲୀ’ରେ ଭଲ୍ଲାଲଦେବ ଚରିତ୍ରରେ ନଜରକୁ ଆସି ବାହାବାଃ ସାଉଁଟିଥିଲେ ଅଭିନେତା ରାଣା ଦଗ୍ଗୁବତୀ। ଫିଲ୍ମରେ ତାଙ୍କ ଚରିତ୍ରଠାରୁ ଆରମ୍ଭ କରି ଟ୍ରାନ୍ସଫର୍ମେଶନ ଚର୍ଚ୍ଚାରେ ରହିଥିଲା। ଏବେ ସେମିତି କିଛି ହୋଇଛି। ଆଗାମୀ ଫିଲ୍ମ ‘ହାଥୀ ମେରେ ସାଥୀ’ରେ ରାଣା ବନଦେବ ଭୂମିକାରେ ଅଭିନୟ କରୁଛନ୍ତି। ଫିଲ୍ମରେ ରାଣାଙ୍କ ରହିଛି ପ୍ରମୁଖ ଭୂମିକା। ଫିଲ୍ମ ଲାଗି ଅନେକ କଷ୍ଟ କରୁଛନ୍ତି ସେ। ତାଙ୍କ ଚରିତ୍ରଟି ଜଙ୍ଗଲରେ ରହୁଥିବା ଜଣେ ବ୍ୟକ୍ତିର ଚରିତ୍ର। ଏଥିଲାଗି ସେ ପୁଣିଥରେ ନିଜର ଓଜନ ବଢ଼ାଇଛନ୍ତି। ଏହାର ଏକ ଫଟୋ ସେ ନିଜ ଇନ୍‌ଷ୍ଟାଗ୍ରାମରେ ଶେୟାର କରିଛନ୍ତି। ଫଟୋରେ ରାଣାଙ୍କୁ ଏକ ଚିତାବାଘ ଓ ହାତୀ ସହ ଦେଖିବାକୁ ମିଳୁଛି। ଫଟୋଟିକୁ ଶେୟାର କରି ସେ ଲେଖିଛନ୍ତି, ଏବେ ବିପଦରେ ଜଙ୍ଗଲ। ହେଲେ ଯେଉଁ ଲୋକ ଏହାକୁ ଘର ବୋଲି ଭାବନ୍ତି, ସେ ସଚେତନ ଅଛନ୍ତି ଏବଂ ପ୍ର୍ରସ୍ତୁତ ମଧ୍ୟ। ଜଙ୍ଗଲକୁ ବଞ୍ଚାଇବାର ସବୁଠାରୁ ବଡ଼ ଲଢ଼େଇର ସାକ୍ଷୀ ହୁଅନ୍ତୁ।

 

ଫିଲ୍ମ ‘ହାଥୀ ମେରେ ସାଥୀ’ କାଜିରଙ୍ଗା ଜାତୀୟ ଅଭୟାରଣ୍ୟରେ ହାତୀମାନଙ୍କୁ ହୋଇଥିବା ଅତ୍ୟାଚାର ଉପରେ ପର୍ଯ୍ୟବଶିତ। ଏହା ହିନ୍ଦୀ ସହ ତାମିଲ ଓ ତେଲୁଗୁ ଭାଷାରେ ରିଲିଜ୍‌ ହେବ। ଚଳିତବର୍ଷ ଏପ୍ରିଲ ୨ ତାରିଖରେ ଏହା ପରଦାକୁ ଆସିବ। ଫିଲ୍ମରେ ଅନ୍ୟମାନଙ୍କ ମଧ୍ୟରେ ଅଭିନେତା ପୁଲକିତ ସମ୍ରାଟ୍‌ ନଜରକୁ ଆସିବେ। ତାଙ୍କ ବ୍ୟତୀତ ଜୋୟା ହୁସେନ, ଶ୍ରିୟା ପିଲଙ୍ଗାଓ୍ବକର ମଧ୍ୟ ଅଛନ୍ତି। ଭାରତ ସହ କେରଳ, ମହାବଳେଶ୍ୱର ଏବଂ ବମ୍ବେରେ ଏହାର ଶୁଟିଂ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

କରୋନାରୁ ସୁସ୍ଥ ହେବା ପରେ ପ୍ରଥମଥର ଏକାଠି ନଜର ଆସିଲେ ମଲାଇକା-ଅର୍ଜୁନ

ମୁମ୍ବାଇ: କିଛିଦିନ ପୂର୍ବେ ବଲିଉଡ୍ ନାୟକ ଅର୍ଜୁନ କପୁର କରୋନାରେ ପୀଡ଼ିତ ହୋଇଥିବା କଥା ସୋସିଆଲ ମିଡିଆ ମାଧ୍ୟମରେ ଜଣାଇଥିଲେ । ଆଉ ଏହାର କିଛିଦିନ...

ସ୍ବାମୀଙ୍କ ଠାରୁ ଅଲଗା ରହିବା ପାଇଁ ନିଷ୍ପତ୍ତି ନେଲେ ଦିୟା

ବି ଟାଉନ୍‌ ଅଭିନେତ୍ରୀ ଦିୟା ମିର୍ଜା ବିବାହର ୫ ବର୍ଷ ପରେ ସ୍ବାମୀ ସାହିଲ ସାହିଲ ସାଂଘାଙ୍କଠାରୁ ଅଲଗା ରହିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ଦୁଇଜଣଙ୍କ...

ଗୋଡ଼ରେ ଅମିତାଭଙ୍କ ପେଣ୍ଟିଂ କଲେ ଦିବ୍ୟାଙ୍ଗ: ଇମୋଶନାଲ ହେଲେ ବିଗ୍‌ ବି

ମୁମ୍ବାଇ: ବଲିଉଡ୍‌ ଶେହନେସା ଅମିତାଭ ବଚ୍ଚନ ସବୁବେଳେ କିଛି ନା କିଛି କାରଣ ପାଇଁ ରହିଥାଆନ୍ତି ଚର୍ଚ୍ଚାରେ। ସୋସିଆଲ ମିଡିଆରେ ଆକ୍ଟିଭ ରହୁଥିବା ଅମିତାଭ ଅନେକ...

ଗୁଲ୍‌ ପନାଗ ଗୁପ୍ତ ରଖିଥିଲେ ଏସବୁ କଥା: ୬ ମାସ ପରେ ପଡ଼ିଥିଲା ଧରା…

ମୁମ୍ବାଇ, ୩।୧: ମିସ୍‌ ୟୁନିଭର୍ସରୁ ବଲିଉଡ୍‌ ଅଭିନେତ୍ରୀ ପାଲଟି ଥିବା  ଗୁଲ୍‌ ପନାଗ‌ ରବିବାର ୪୧ ବର୍ଷରେ ପଦାର୍ପଣ କରିଛନ୍ତି। ସେ ୧୯୭୯ ଜାନୁୟାରୀ ୩ରେ...

ସାରାଙ୍କୁ କେବେ ଉପଦେଶ ଦିଅନ୍ତି ନାହିଁ ଶୈଫ

ମୁମ୍ବାଇ: ବଲିଉଡ୍‌ ଷ୍ଟାର କିଡ୍‌ ତଥା ନବାଗତା ନାୟିକା ସାରା ଅଲ୍ଲି ଖାଁ ଏବେ ଜଣେ ଚର୍ଚ୍ଚିତ ଚେହେରା। ପିତାଙ୍କଠାରୁ ଅଲଗା ହେବା ପରେ ଏବେ...

ସୁଶାନ୍ତ ମାନସିକ ଅବସାଦରେ ଥିବା ଜାଣି ନ ଥିଲି: ପିତା କେ କେ ସିଂ

ମୁମ୍ବାଇ,୧୭।୬: ବଲିଉଡ ହିରୋ ସୁଶାନ୍ତ ସିଂହଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି। ତେବେ ସେ କାହିଁକି ଆତ୍ମହତ୍ୟା କଲେ ତାହା ଏବେ ପ୍ରଶ୍ନବାଚୀ ହୋଇ ରହିଛି। ମାନସିକ...

ପ୍ରେମିକାଙ୍କୁ ଆତ୍ମହତ୍ୟା ଧମକ ଦେଇ ବିବାହ କରିଥିଲେ ଏହି ପ୍ରସିଦ୍ଧ ଅଭିନେତା

କମେଡି କିଙ୍ଗ ମେହମୁଦ ୧୯୩୩ ସେପ୍ଟେମ୍ବର ୨୯ରେ ମୁମ୍ବାଇରେ ଜନ୍ମଗ୍ରହଣ କରିଥିଲେ। ଆଜି ତାଙ୍କର ଜନ୍ମ ବାର୍ଷିକୀ। ଭିନ୍ନ ଶୈଳୀ, ହାସ୍ୟ ଏବଂ କମେଡିରେ ସେ...

ଏହି ପ୍ରସିଦ୍ଧ ଅଭିନେତାଙ୍କ ତୃତୀୟ ସ୍ତ୍ରୀଙ୍କୁ ବିବାହ କରିଥିଲେ ମିଥୁନ ଚକ୍ରବର୍ତ୍ତୀ

ବିଗତ ଦିନର ଅଭିନେତ୍ରୀ ଯୋଗିତା ବାଲିଙ୍କର ଏକ ସ୍ବଳ୍ପ ଚଳଚ୍ଚିତ୍ର କ୍ୟାରିୟର ହୋଇଥାଇପାରେ କିନ୍ତୁ ଫିଲ୍ମ ଇଣ୍ଡଷ୍ଟ୍ରିରେ ବଡ କଳାକାରଙ୍କ ସହ ସେ କାମ କରିଥିଲେ।...

Play 250+ Trending Games
Archives

Model This Week

Why Dharitri