ହାତ ଚଳୁଥିଲା ପର୍ଯ୍ୟନ୍ତ ଭାତ ମିଳୁଥିବ

କଟକ ଅଫିସ,୨୮।୨: କର୍ମ ହିଁ ମଣିଷକୁ ପରିଚୟ ଦିଏ। ହେଲେ ସମୟ ମଣିଷର କର୍ମ ଓ ପରିଚୟକୁ ବି ବଦଳାଇପାରେ। ସମୟ ବଦଳିବା ସହିତ ମଣିଷ ପାଏ ଭିନ୍ନ ପରିଚୟ। ପ୍ରତିଦିନ ବିଳମ୍ବିତ ରାତିରେ ମଙ୍ଗୁଳିଛକରେ ଚା’ ବିକୁଥିବା ହରିହର ପତିଙ୍କ କାହାଣୀ ବି ସେମିତି। ଚୌଦ୍ୱାର ଅଞ୍ଚଳରେ ଜଣେ ପ୍ରସିଦ୍ଧ ବୁଣାକାର ଭାବେ ପରିଚିତ ହରିହର ଏବେ ରାସ୍ତା କଡରେ ଜୀବନ ନିର୍ବାହ ପାଇଁ ସଂଘର୍ଷ କରୁଛନ୍ତି। ଜଞ୍ଜାଳ ଭିତରେ ଘାଣ୍ଟି ହେଉଥିଲେ ସୁଦ୍ଧା ହାର୍‌ ମାନି ନାହାନ୍ତି…

ରାତି ବଢ଼ିବା ମାତ୍ରେ ମଙ୍ଗୁଳି ଛକରେ ଏକ ଚାଳିଆ ଦୋକାନରେ ଆଲୁଅ ଜଳେ। ଦିନରେ ବଡ଼ ବ୍ୟବସାୟୀଙ୍କ ଭିଡ ଜମୁଥିବାରୁ ରାତିରେ ହିଁ ନିଜର ଏହି ଦୋକାନରେ ଟଙ୍କା ରୋଜଗାର କରିବାକୁ ଆସନ୍ତି ହରିହର। ଭୋର ହେବା ପୂର୍ବରୁ ଦୋକାନ ବନ୍ଦ କରି ଫେରି ଯାଆନ୍ତି। ନାଇଟ୍‌ କୋଚ୍‌ ବସ୍‌, ଭାରୀଯାନ ଗାଡ଼ି ଏହି ଦୋକାନ ସମ୍ମୁଖରେ ଲାଗେ। ୫୮ ବର୍ଷୀୟ ହରିହରଙ୍କ କାନ୍ଧରେ ରହିଛି ପରିବାରର ବୋଝ। ସ୍ଥାନୀୟ ଅଞ୍ଚଳରେ ହରିହର ଜଣେ ଭଲ ଚା ଦୋକାନୀ ବୋଲି ସମସ୍ତେ ଜାଣିଥିଲେ ସୁଦ୍ଧା ତାଙ୍କ ଭିତରେ ଥିବା କାରିଗରୀ କଳାକୁ ଖୁବ୍‌କମ୍‌ ଲୋକ ଚିହ୍ନିଛନ୍ତି।
ଓଡ଼ିଶା ଟେକ୍ସଟାଇଲ ମିଲ୍‌(ଓଟିଏମ୍‌)ରେ ଜଣେ ନିୟମିତ କର୍ମଚାରୀ ଥିଲେ ହରିହର। ବୁଣାକାର ଭାବେ ସେ ଓଟିଏମ୍‌ରେ କାମ କରୁଥିଲେ। ୧୯୯୯ ମସିହାରେ ଓଟିଏମ୍‌ ବନ୍ଦ ହୋଇଗଲା। ହେଲେ ସେତେବେଳକୁ ତାଙ୍କ ଦରମା ଥିଲା ମାସିକ ୩୧୦୦ଟଙ୍କା। ମିଲ୍‌ ବନ୍ଦ ହେବା ପରେ ପରିବାର ପ୍ରତିପୋଷଣ କରିବା ଚିନ୍ତା ତାଙ୍କୁ ମାନସିକ ଭାବେ ଭାରାକ୍ରାନ୍ତ କରିଥିଲା। ଓଟିଏମ୍‌ ପୁଣି ଥରେ ଖୋଲିବ ବୋଲି ନେତାମାନଙ୍କ ପ୍ରତିଶ୍ରୁତିକୁ ଜଗି ବସୁବସୁ ଗୋଟିଏ ବର୍ଷ ପାଣିରେ ପଡ଼ିଲା। ହେଲେ ଓଟିଏମ୍‌ ପୁନର୍ବାର ଚାଲୁ ହେବାର ଆଶା କ୍ଷୀଣ ହେବାରେ ଲାଗିଥିଲା। ପରିବାର ପ୍ରତିପୋଷଣ ଚିନ୍ତା ଏହି କାରିଗରଙ୍କୁ ବନାଇ ଦେଇଥିଲା ଜଣେ ଦିନ ମଜୁରିଆ। କଟକ ସମେତ ବିଭିନ୍ନ ଗଁାକୁ ଯାଇ ମଜୁରିଆ ଭାବେ କାମ କରୁଥିଲେ। ହରିହରଙ୍କ ଗୋଟିଏ ପୁଅ ଓ ଗୋଟିଏ ଝିଅ। ଉଭୟଙ୍କର ବିବାହ ହୋଇ ସାରିଲାଣି। ୭ ବର୍ଷ ହେବ ସେ ମଙ୍ଗୁଳି ଛକରେ ଚା’ ଦୋକାନ କରିଛନ୍ତି। ରାତି ୧୧ଟା ପରେ ସେ ଦୋକାନ ଖୋଲନ୍ତି। ଦିନବେଳା ବଡ ଦୋକାନ ଖୋଲୁଥିବାରୁ ତାଙ୍କର ବ୍ୟବସାୟ ହେବନି ବୋଲି ହରିହରଙ୍କ ଡର ରହିଛି। ଏଣୁ ରାତିରୁ ଭୋର ପର୍ଯ୍ୟନ୍ତ ନିଜର ପସରା ଖୋଲି ବସନ୍ତି। ଗୋଟିଏ ରାତିରେ ୧୫୦ରୁ ୨୦୦ଟଙ୍କା ଲାଭ ହେଉଛି ବୋଲି ସେ କୁହନ୍ତି। ହରିହରଙ୍କର ଗୋଟିଏ କଥା ବେଶ୍‌ ମନକୁ ଛୁଇଁଥିଲା। ସେ କହିଥିଲେ ଯେ, ମଣିଷ ଜନ୍ମ ମିଳିଛି ମାନେ ସଂଘର୍ଷ କରିବାକୁ ବାଧ୍ୟ। ମିଲ୍‌ ବନ୍ଦ ହୋଇଗଲା ବୋଲି ଦୁଃଖ ଲାଗୁଛି। ଅନେକ ବୁଣାକାରଙ୍କ ଜୀବନ ବି ଦୁଃର୍ବିଷହ ହୋଇଯାଇଛି। ହେଲେ ଯେତେଦିନ ପର୍ଯ୍ୟନ୍ତ ମୋର ହାତ ଚଳୁଥିବ ସେତେଦିନ ଯାଏଁ ଦୁଇପ୍ରାଣୀ(ସେ ଓ ତାଙ୍କ ସ୍ତ୍ରୀ)ଙ୍କ ପାଇଁ ଭାତ ଯୋଗାଡ଼ କରିବାରେ ଅସୁବିଧା ହେବନି। ହରିହର ନିଜ କାହାଣୀକୁ ବଖାଣୁଥିବା ବେଳେ ସରକାରଙ୍କ ଉପରେ ଥିବା ଆକ୍ରୋଶ ବେଶ୍‌ ବାରି ହୋଇ ପଡୁଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଫିଫା ବିଶ୍ୱକପ୍‌ରେ ୨୫ ବର୍ଷୀୟ ଭାରତୀୟ ବଂଶୋଦ୍ଭବ ଖେଳାଳିଙ୍କ ପଦାର୍ପଣ

ମଣ୍ଟେରି,୧୫ା୬: ଭାରତୀୟ ବଂଶୋଦ୍ଭବ ଖେଳାଳି ନିଶାନ ଭେଲୁପିଲେ ଅଷ୍ଟ୍ରେଲିଆ ପାଇଁ ଫିଫା ବିଶ୍ୱକପ୍‌ରେ ପଦାର୍ପଣ କରିଛନ୍ତି। ତାଙ୍କ ପ୍ରତିନିଧିତ୍ୱରେ ଅଷ୍ଟ୍ରେଲିଆ ଗ୍ରୁପ୍‌-ଡି’ ମ୍ୟାଚ୍‌ରେ ଶକ୍ତିଶାଳୀ ତୁର୍କୀକୁ ୨-୦…

ଅନ୍ତିମ ମିନିଟ୍‌ରେ ମ୍ୟାଚ ଜିତିଲା ଆଇଭରି କୋଷ୍ଟ

ଫିଲାଡେଲଫିଆ,୧୫ା୬: ୧୨ ବର୍ଷରେ ପ୍ରଥମ ଥର ପାଇଁ ବିଶ୍ୱକପ୍‌ରେ ଖେଳୁଥିବା ଆଇଭରି କୋଷ୍ଟ ବିଜୟ ସହ ଅଭିଯାନ ଆରମ୍ଭ କରିଛି। ୬୮,୨୭୪ ଦର୍ଶକଙ୍କ ଉପସ୍ଥିତିରେ ଲିଙ୍କନ ଫାଇନାନ୍‌ସିଆଲ…

ଦେବଦେବୀଙ୍କୁ ନିଉତା ଦେଲେ ନୃସିଂହ ଠାକୁର

ସମ୍ବଲପୁର,୧୫ା୬(ବି.ଶଙ୍କର): ନନ୍ଦପଡା ଶ୍ରୀଶ୍ରୀ ବମ ବରାଡ ବାଲୁଙ୍କେଶ୍ୱର ବାବାଙ୍କ ବିବାହର ନିଆରା ପରମ୍ପରା ନୃସିଂହ ନିଉତା (ନିମନ୍ତ୍ରଣ) ସୋମବାର ରାତିରେ ସମ୍ପନ୍ନ ହୋଇଛି। ଜ୍ୟେଷ୍ଠ ମଳମାସର ଅମାବାସ୍ୟା…

ଟ୍ରମ୍ପଙ୍କ କଥା ଶୁଣିଲେନି ନେତାନ୍ୟାହୁ! ଆମେରିକା-ଇରାନ ଚୁକ୍ତିକୁ ଫୁ’ କରି ଲେବାନନ୍ ଉପରେ ଇସ୍ରାଏଲର ଭୟଙ୍କର ଆକ୍ରମଣ

ଓ୍ବାଶିଂଟନ,୧୫।୬: ଇରାନ-ଆମେରିକା ଚୁକ୍ତିନାମା ସମ୍ପର୍କରେ ଉତ୍ସବ ପାଳନ କରୁଥିବା ବେଳେ ଇସ୍ରାଏଲ ଦକ୍ଷିଣ ଲେବାନନରେ ଡ୍ରୋନ ଆକ୍ରମଣ କରିଛି । ରିପୋର୍ଟ ଅନୁଯାୟୀ, ଇସ୍ରାଏଲୀ ସେନା ଦକ୍ଷିଣ ଲେବାନନରେ…

ଦିଗପହଣ୍ଡି ବ୍ଲକରେ ବେନିୟମ ବିବାହ ପଞ୍ଜିକରଣ ଅଭିଯୋଗ, ମାତିଛନ୍ତି ଦଲାଲ

ଦିଗପହଣ୍ଡି,୧୫|୬(ଅଶେଷ ନାଥ ମିଶ୍ର) : ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କାର୍ଯ୍ୟାଳୟରେ ବେନିୟମ ଭାବେ ବିବାହ ପଞ୍ଜିକରଣ କରାଯାଉଥିବା ବେଳେ ପଞ୍ଜିକରଣ ପାଇଁ ଦଲାଲଗିରି ବହୁ ମାତ୍ରାରେ…

ରାସ୍ତା ପାର୍‌ ହେଉଥିବା ବେଳେ ଦ୍ରୁତଗତିରେ ମାଡ଼ି ଆସି ଭାଲୁକୁ ଧକ୍କା ଦେଲା ଗାଡ଼ି, ଆଉ ତା’ପରେ…

କୋକସରା,୧୫।୬(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ବିଜୁ ଏକ୍ସପ୍ରେସ ୱେ ସାନ ପୋଡାଗୁଡ଼ା-ରାଜୀବ କଲୋନୀ ମଝିରେ ଅଜଣା ଗାଡ଼ି ଧକ୍କାରେ ଏକ ଭାଲୁର ମୃତ୍ୟୁ…

ସୈନିକ ସ୍କୁଲ ରାସ୍ତାରେ ଭୟଙ୍କର ସିରିଜ ଦୁର୍ଘଟଣା, ୪ଜଣଙ୍କ ଉପରେ ମାଡ଼ିଗଲା କାର

ଭୁବନେଶ୍ୱର,୧୫।୬: ରାଜଧାନୀ ଭୁବନେଶ୍ୱରସ୍ଥିତ ସୈନିକ ସ୍କୁଲ ରାସ୍ତାରେ ଏକ ଭୟଙ୍କର ସିରିଜ୍‌ ଦୁର୍ଘଟଣା ଘଟିଛି। ସୋମବାର ରାତିରେ ଏକ କାର ଦ୍ରୁତଗତିରେ ମାଡ଼ି ଆସି ଚା’ ପିଉଥିବା…

କାନୀଗୁମା ନିକଟରେ ଦୁଇ ବାଇକ୍‌ ମୁହାଁମୁହିଁ ଧକ୍କା, ଭବାନୀପାଟଣାର ଯୁବକଙ୍କ ମୃତ୍ୟୁ

ଥୁଆମୂଳ ରାମପୁର,୧୫।୬(ଦୁର୍ଗା କୀର୍ତ୍ତି): ଥୁଆମୂଳ ରାମପୁର ଥାନା କାନୀଗୁମା କଫି ନର୍ସରୀ ନିକଟସ୍ଥ ବାଙ୍କ ବୁଲାଣି ରାସ୍ତାରେ ଦୁଇଟି ମୋଟରସାଇକେଲ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri