ହାତ ଚଳୁଥିଲା ପର୍ଯ୍ୟନ୍ତ ଭାତ ମିଳୁଥିବ

କଟକ ଅଫିସ,୨୮।୨: କର୍ମ ହିଁ ମଣିଷକୁ ପରିଚୟ ଦିଏ। ହେଲେ ସମୟ ମଣିଷର କର୍ମ ଓ ପରିଚୟକୁ ବି ବଦଳାଇପାରେ। ସମୟ ବଦଳିବା ସହିତ ମଣିଷ ପାଏ ଭିନ୍ନ ପରିଚୟ। ପ୍ରତିଦିନ ବିଳମ୍ବିତ ରାତିରେ ମଙ୍ଗୁଳିଛକରେ ଚା’ ବିକୁଥିବା ହରିହର ପତିଙ୍କ କାହାଣୀ ବି ସେମିତି। ଚୌଦ୍ୱାର ଅଞ୍ଚଳରେ ଜଣେ ପ୍ରସିଦ୍ଧ ବୁଣାକାର ଭାବେ ପରିଚିତ ହରିହର ଏବେ ରାସ୍ତା କଡରେ ଜୀବନ ନିର୍ବାହ ପାଇଁ ସଂଘର୍ଷ କରୁଛନ୍ତି। ଜଞ୍ଜାଳ ଭିତରେ ଘାଣ୍ଟି ହେଉଥିଲେ ସୁଦ୍ଧା ହାର୍‌ ମାନି ନାହାନ୍ତି…

ରାତି ବଢ଼ିବା ମାତ୍ରେ ମଙ୍ଗୁଳି ଛକରେ ଏକ ଚାଳିଆ ଦୋକାନରେ ଆଲୁଅ ଜଳେ। ଦିନରେ ବଡ଼ ବ୍ୟବସାୟୀଙ୍କ ଭିଡ ଜମୁଥିବାରୁ ରାତିରେ ହିଁ ନିଜର ଏହି ଦୋକାନରେ ଟଙ୍କା ରୋଜଗାର କରିବାକୁ ଆସନ୍ତି ହରିହର। ଭୋର ହେବା ପୂର୍ବରୁ ଦୋକାନ ବନ୍ଦ କରି ଫେରି ଯାଆନ୍ତି। ନାଇଟ୍‌ କୋଚ୍‌ ବସ୍‌, ଭାରୀଯାନ ଗାଡ଼ି ଏହି ଦୋକାନ ସମ୍ମୁଖରେ ଲାଗେ। ୫୮ ବର୍ଷୀୟ ହରିହରଙ୍କ କାନ୍ଧରେ ରହିଛି ପରିବାରର ବୋଝ। ସ୍ଥାନୀୟ ଅଞ୍ଚଳରେ ହରିହର ଜଣେ ଭଲ ଚା ଦୋକାନୀ ବୋଲି ସମସ୍ତେ ଜାଣିଥିଲେ ସୁଦ୍ଧା ତାଙ୍କ ଭିତରେ ଥିବା କାରିଗରୀ କଳାକୁ ଖୁବ୍‌କମ୍‌ ଲୋକ ଚିହ୍ନିଛନ୍ତି।
ଓଡ଼ିଶା ଟେକ୍ସଟାଇଲ ମିଲ୍‌(ଓଟିଏମ୍‌)ରେ ଜଣେ ନିୟମିତ କର୍ମଚାରୀ ଥିଲେ ହରିହର। ବୁଣାକାର ଭାବେ ସେ ଓଟିଏମ୍‌ରେ କାମ କରୁଥିଲେ। ୧୯୯୯ ମସିହାରେ ଓଟିଏମ୍‌ ବନ୍ଦ ହୋଇଗଲା। ହେଲେ ସେତେବେଳକୁ ତାଙ୍କ ଦରମା ଥିଲା ମାସିକ ୩୧୦୦ଟଙ୍କା। ମିଲ୍‌ ବନ୍ଦ ହେବା ପରେ ପରିବାର ପ୍ରତିପୋଷଣ କରିବା ଚିନ୍ତା ତାଙ୍କୁ ମାନସିକ ଭାବେ ଭାରାକ୍ରାନ୍ତ କରିଥିଲା। ଓଟିଏମ୍‌ ପୁଣି ଥରେ ଖୋଲିବ ବୋଲି ନେତାମାନଙ୍କ ପ୍ରତିଶ୍ରୁତିକୁ ଜଗି ବସୁବସୁ ଗୋଟିଏ ବର୍ଷ ପାଣିରେ ପଡ଼ିଲା। ହେଲେ ଓଟିଏମ୍‌ ପୁନର୍ବାର ଚାଲୁ ହେବାର ଆଶା କ୍ଷୀଣ ହେବାରେ ଲାଗିଥିଲା। ପରିବାର ପ୍ରତିପୋଷଣ ଚିନ୍ତା ଏହି କାରିଗରଙ୍କୁ ବନାଇ ଦେଇଥିଲା ଜଣେ ଦିନ ମଜୁରିଆ। କଟକ ସମେତ ବିଭିନ୍ନ ଗଁାକୁ ଯାଇ ମଜୁରିଆ ଭାବେ କାମ କରୁଥିଲେ। ହରିହରଙ୍କ ଗୋଟିଏ ପୁଅ ଓ ଗୋଟିଏ ଝିଅ। ଉଭୟଙ୍କର ବିବାହ ହୋଇ ସାରିଲାଣି। ୭ ବର୍ଷ ହେବ ସେ ମଙ୍ଗୁଳି ଛକରେ ଚା’ ଦୋକାନ କରିଛନ୍ତି। ରାତି ୧୧ଟା ପରେ ସେ ଦୋକାନ ଖୋଲନ୍ତି। ଦିନବେଳା ବଡ ଦୋକାନ ଖୋଲୁଥିବାରୁ ତାଙ୍କର ବ୍ୟବସାୟ ହେବନି ବୋଲି ହରିହରଙ୍କ ଡର ରହିଛି। ଏଣୁ ରାତିରୁ ଭୋର ପର୍ଯ୍ୟନ୍ତ ନିଜର ପସରା ଖୋଲି ବସନ୍ତି। ଗୋଟିଏ ରାତିରେ ୧୫୦ରୁ ୨୦୦ଟଙ୍କା ଲାଭ ହେଉଛି ବୋଲି ସେ କୁହନ୍ତି। ହରିହରଙ୍କର ଗୋଟିଏ କଥା ବେଶ୍‌ ମନକୁ ଛୁଇଁଥିଲା। ସେ କହିଥିଲେ ଯେ, ମଣିଷ ଜନ୍ମ ମିଳିଛି ମାନେ ସଂଘର୍ଷ କରିବାକୁ ବାଧ୍ୟ। ମିଲ୍‌ ବନ୍ଦ ହୋଇଗଲା ବୋଲି ଦୁଃଖ ଲାଗୁଛି। ଅନେକ ବୁଣାକାରଙ୍କ ଜୀବନ ବି ଦୁଃର୍ବିଷହ ହୋଇଯାଇଛି। ହେଲେ ଯେତେଦିନ ପର୍ଯ୍ୟନ୍ତ ମୋର ହାତ ଚଳୁଥିବ ସେତେଦିନ ଯାଏଁ ଦୁଇପ୍ରାଣୀ(ସେ ଓ ତାଙ୍କ ସ୍ତ୍ରୀ)ଙ୍କ ପାଇଁ ଭାତ ଯୋଗାଡ଼ କରିବାରେ ଅସୁବିଧା ହେବନି। ହରିହର ନିଜ କାହାଣୀକୁ ବଖାଣୁଥିବା ବେଳେ ସରକାରଙ୍କ ଉପରେ ଥିବା ଆକ୍ରୋଶ ବେଶ୍‌ ବାରି ହୋଇ ପଡୁଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବେ ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା

କଟକ,୨୫ା୪(କାର୍ତ୍ତିକ ସାହୁ): ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା ତାଙ୍କ ଦିବଙ୍ଗତ ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବା ନିମନ୍ତେ ଅଦାଲତ ଅନୁମତି ଦେଇଛନ୍ତି। ଆସନ୍ତା ୨୯ ଓ ୩୦ ତାରିଖରେ...

ଗରା ଧରି ଜିଲାପାଳଙ୍କୁ ପାଣି ମାଗିଲେ ଜୁଆଙ୍ଗ ଆଦିବାସୀ

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ସରକାର ଆଦିବାସୀ ଓ ଗରିବ ଲୋକଙ୍କ ପାଇଁ ମାଳମାଳ ଯୋଜନା କରି ଅନେକ କୋଟି ଖର୍ଚ୍ଚ କରୁଛନ୍ତି। ମାତ୍ର ଜିଲାର ପୁରାତନ...

୨୦୧୮ ଗୁଳିକାଣ୍ଡ: କୁଖ୍ୟାତ ଅପରାଧୀ ତପୁଙ୍କୁ ୭ ବର୍ଷ କାରାଦଣ୍ଡ

କଟକ,୨୫ା୪ (କାର୍ତ୍ତିକ ସାହୁ): କଟକ ସଦର ଥାନା ଅଞ୍ଚଳରେ ୨୦୧୮ ମସିହା ମାର୍ଚ୍ଚ ୨ ତାରିଖରେ ଦୁଇଗୋଷ୍ଠୀ ମଧ୍ୟରେ ସଂଘଟିତ ଗୁଳିମାଡ଼ ମାମଲାର ରାୟ ଗୁରୁବାର...

ଶିମିଳିପାଳର ୩୧ ପଏଣ୍ଟରେ ଲାଗିଛି ନିଆଁ

ବାରିପଦା,୨୫ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଅଭୟାରଣ୍ୟରେ ପ୍ରତିଦିନ ବନାଗ୍ନି ଦେଖିବାକୁ ମିଳୁଛି। ସବୁଜିମା ଭରା ବିସ୍ତୀର୍ଣ୍ଣ ଅଞ୍ଚଳରେ ନିଆଁ ମାଡ଼ି ଚାଲିଛି। କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ...

ବାପାଙ୍କ ଶୁଦ୍ଧିକ୍ରିୟା ପାଇଁ ଗାଁକୁ ଯାଇଥିଲେ, ଘରେ ବୁଲିଲା କଳାକନା

ବାସୁଦେବପୁର,୨୫ା୪(ନାରାୟଣ ପ୍ରସାଦ ବାରିକ୍‌): ବାପାଙ୍କ ଶୁଦ୍ଧିକ୍ରିୟାକୁ ଯାଇଥିଲେ। ଏପଟେ ଘରେ କଳାକନା ବୁଲାଇ ଦେଲେ ଚୋର। ବାସୁଦେବପୁର ପୌରପାଳିକାର ବିଦ୍ୟୁତ୍‌ ମାର୍ଗରେ ବୁଧବାର ରାତିରେ ଏଭଳି...

ପଦ୍ମ ଧରିବା ପରେ ପ୍ରବୋଧଙ୍କୁ ସ୍ବାଗତ କଲା ଭାଜପା, ମିଳିବ କି’ ଟିକେଟ

ଭୁବନେଶ୍ୱର,୨୫।୪: କଂଗ୍ରେସରୁ ଇସ୍ତଫା ପରେ ଭାଜପାର ସାମିଲ ହୋଇଛନ୍ତି ପୂର୍ବତନ ହକି ତାରକା ପ୍ରବୋଧ ତିର୍କୀ । ଏହି ଅବସରରେ ଭାଜପା ଶୀର୍ଷ ନେତୃତ୍ୱ ଫୁଳତୋଡା...

ମିଶ୍ରଣ ପର୍ବରେ ବିଜେଡି କର୍ମୀଙ୍କୁ ଟାର୍ଗେଟ୍‌ କଲେ କଂଗ୍ରେସ କର୍ମୀ

ମୋରଡ଼ା,୨୫ା୪(ସ୍ମାରକ ମାଜୀ): ଆଗାମୀ ସାଧାରଣ ନିର୍ବାଚନ ପାଇଁ କଂଗ୍ରେସ ବଳ ଗୋଟାଇବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ ଗୁରୁବାର ମୋରଡା ବ୍ଲକ ଅଧୀନ କଲରାଫୁଲିଆସ୍ଥିତ କଂଗ୍ରେସ କାର୍ଯ୍ୟାଳୟରେ...

ପୋଖରୀରେ ଗାଧୋଇବା ବେଳେ ବୁଡ଼ିଗଲେ ଦୁଇ ଭଉଣୀ

ଗୋପ,୨୫ା୪(ଭାରତୀ ଭୂଷଣ): ପୋଖରୀରେ ଗାଧୋଇବା ହେଲା କାଳ। ଦୁଇ ଭଉଣୀ ଗୁରୁବାର ପୋଖରୀରେ ବୁଡ଼ି ମୃତ୍ୟୁବରଣ କରିଛନ୍ତି। ପୁରୀ ଜିଲା ଗୋପ ଥାନା ଡଭାର ଗାଁରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri