ହାତୀ ଆକ୍ରମଣରେ ଯୁବକ ଗୁରୁତର

ସଜନାଗଡ଼, ୨୯।୮(ଡି.ଏନ.ଏ.)-ବାଲେଶ୍ୱର ଜିଲା ନୀଳଗିରି ଉପଖଣ୍ଡରେ ଥିବା କୁଲଡ଼ିହା ଅଭୟାରଣ୍ୟରେ ହାତୀଙ୍କ ଉପତ୍ାତ ଦିନକୁ ଦିନ ବଢ଼ି ଚାଲିଛି। କେତେବେଳେ ଚାଷଜମିର କ୍ଷତି କରୁଛନ୍ତି ତ, କେତେବେଳେ ବାଡ଼ି ଘରେ ପଶି କଦଳୀ ଗଛ, ବାଉଁଶବୁଦାରେ ଖାଇବା ସହ ଅନ୍ଧାର ରାତିର ସୁଯୋଗ ନେଇ ଘର ଭାଙ୍ଗୁଛନ୍ତି।
ସଜନାଗଡ଼ ପଞ୍ଚାୟତ ବାଣ୍ଠିଆପଡ଼ା ଗ୍ରାମର ଖୁଦିରାମ ସିଂ(୨୨) ଗୁରୁବାର ପୂର୍ବାହ୍ନରେ ଛେଳି ଚରାଇବା ପାଇଁ କୁଲଡ଼ିହା ପାଦଦେଶର ହୁଡ଼ିସାହି ଅଞ୍ଚଳକୁ ଯାଇଥିଲେ। ସେ ମଧ୍ୟାହ୍ନ ୧୨ଟା ବେଳେ ଫେରୁଥିବା ବେଳେ ଏକ ଦନ୍ତାହାତୀ ସହ ମୁହାଁମୁହଁି ହୋଇଥିଲେ। ହାତୀଦାଉରୁ ବଞ୍ଚତ୍ବା ପାଇଁ ଜୀବନ ବିକଳରେ ସେ ଦୌଡ଼ି ଆସୁଥିବା ବେଳେ ଏକ ଖାଲରେ ପଡ଼ିଯାଇଥିଲେ। ଖାଲରେ ଥିବା ଏକ ବଡ଼ ଖୁଞ୍ଚା ତାଙ୍କ ପେଟରେ ପଶି ଯାଇଥିଲା। ଖାଲରେ ଖୁଦିରାମ ପଡ଼ିଯିବାର ଦେଖି ହାତୀଟି ଫେରିଯାଇଥିଲା। ପରେ ତାଙ୍କ ଚିତ୍କାର ଶୁଣି ପାଖ ଗ୍ରାମବାସୀ ପରିବାର ପାଖରେ ପହଞ୍ଚାଇଥିବା ବେଳେ ପରିବାର ଲୋକ ପ୍ରଥମେ ନୀଳଗିରି ମେଡ଼ିକାଲକୁ ଆଣିଥିଲେ। ଡାକ୍ତର ପ୍ରାଥମିକ ଚିକିତ୍ସା କରାଇବା ପରେ ପରିସ୍ଥିତି ଜଟିଳ ହେବାରୁ ତାଙ୍କୁ ବାଲେଶ୍ୱର ଜିଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଥିଲା। ସେ ଏବେ ଜିଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସାରତ ଅଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆଜିଠାରୁ ଆରମ୍ଭ ହେବ ଜନଗଣନା; ଆଧାର ଠାରୁ ବ୍ୟାଙ୍କିଙ୍ଗ ପର୍ଯ୍ୟନ୍ତ ପଚରାଯିବ ୪୦ ପ୍ରଶ୍ନ

ନୂଆଦିଲ୍ଲୀ,୧୭।୮: ଆଜିଠାରୁ ଅର୍ଥାତ ସୋମବାରଠାରୁ ଭାରତର 2027 ଜନଗଣନାର ଏକ ଗୁରୁତ୍ୱପୂର୍ଣ୍ଣ ପର୍ଯ୍ୟାୟ ଆରମ୍ଭ ହେବାକୁ ଯାଉଛି। ସୋମବାର ‘ସ୍ବ-ଗଣନା’ ସହିତ ଆରମ୍ଭ ହେବ – ଯେଉଁଠାରେ…

ଦୁଇ ଝିଅଙ୍କୁ ଭାତରେ ବିଷ ଦେଇ ନିଜେ ପିଇଦେଲେ ମା’, ଆଉ ତା’ ପରେ…

ପୁରୀ,୧୭ା୮(ଅଜିତ କୁମାର ମହାନ୍ତି): ପୁରୀ ମେରାଇନ ଥାନା ଅନ୍ତର୍ଗତ ସମଗରା ଅଞ୍ଚଳରେ ଏକ ହୃଦୟ ବିଦାରକ ଘଟଣା ଘଟିଛି। ଦୁଇ କୁନି ଝିଅଙ୍କୁ ଖାଦ୍ୟରେ ପୋକମରା ବିଷ…

ହୋଟେଲରେ ଭୟଙ୍କର ଅଗ୍ନିକାଣ୍ଡ; ୫ ମୃତ

କୋଲକାତା,୧୭।୮: ପଶ୍ଚିମବଙ୍ଗର ତାରାପୀଠର ଏକ ହୋଟେଲରେ ସୋମବାର ସକାଳେ ଏକ ଭୟଙ୍କର ଅଗ୍ନିକାଣ୍ଡ ଘଟି ଆତଙ୍କ ସୃଷ୍ଟି ହୋଇଥିଲା। ରିପୋର୍ଟ ଅନୁଯାୟୀ, ନିଆଁରେ ପୋଡ଼ିଯିବାରୁ ଅତି କମରେ…

ଆଜି ଶ୍ରୀମନ୍ଦିରରେ ସର୍ବସାଧାରଣ ଦର୍ଶନ ବନ୍ଦ, ୪ ଘଣ୍ଟା ପରେ ମହାପ୍ରଭୁ…

ପୁରୀ,୧୭ା୮(ଅଜିତ୍‌ କୁମାର ମହାନ୍ତି): ଶ୍ରାବଣ ଶୁକ୍ଳପକ୍ଷ ପଞ୍ଚମୀ ତିଥି ସୋମବାର ଅବସରରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଖସାପଡ଼ା ନୀତି ଅନୁଷ୍ଠିତ ହେବ। ମହାପ୍ରଭୁଙ୍କ ଶ୍ରୀଅଙ୍ଗଲାଗି ସେବକ ଦଇତାପତିମାନେ ଏହି…

ଏଇ ଭାରତରେ

ଭାରତରେ ମଧ୍ୟାହ୍ନଭୋଜନର ପୌଷ୍ଟିକ ଦିଗକୁ ନେଇ ବହୁସମୟରେ ପ୍ରଶ୍ନ ଉଠୁଛି। ଏଥିପାଇଁ ପ୍ରାୟ ସବୁ ସ୍କୁଲରେ ଶିକ୍ଷକମାନେ ଚିନ୍ତାରେ ପଡ଼ୁଛନ୍ତି। ହେଲେ ନାଗାଲାଣ୍ଡ କୋହିମା ଜିଲାର ବିଶ୍ୱେମାର୍‌…

ସୁଖ ପରିଭାଷା

ଡାକ୍ତରୀ ପଢ଼ିବାକୁ ମନା କରିବା ଦ୍ବାରା ମା’ବାପାଙ୍କର ସ୍ବପ୍ନକୁ ଧୂଳିସାତ କରିଦେଇଥିଲେ ମଧ୍ୟ ନିଜ ପସନ୍ଦରେ ଫିଜିକ୍ସ ଅନର୍ସ ରଖି ପଢ଼ିବାର ସୁଯୋଗ ହାସଲ କରିପାରିଥିବାରୁ ବାପୁନ…

କଲରାରେ ଭରି ରହିଛି ଏସବୁ ଉପକାରୀ ଗୁଣ…

ଆମ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ଠିକ୍‌ ରହିବା ନିହାତି ଦରକାର। ନ ହେଲେ ଆମେ ରୋଗ ଦ୍ୱାରା ଆକ୍ରାନ୍ତ ହେବାର ଆଶଙ୍କା ଅଧିକ ରହିଛି। ତେବେ…

ଘରେ ଶୋଇଥିବାବେଳେ ଭୁଶୁଡ଼ିଲା କାନ୍ଥ, ଚାଲିଗଲା ଆଈ-ନାତିଙ୍କ ଜୀବନ, ଶବ୍ଦ ଶୁଣି…

ଜଳେଶ୍ୱର,୧୭ା୮(ନବୀନ ସାହୁ): ବାଲେଶ୍ୱର ଜିଲା ଜଳେଶ୍ୱର ବ୍ଲକ ଅନ୍ତର୍ଗତ ନେତୁଆ ପଞ୍ଚାୟତର କପାସଦା ଗ୍ରାମରେ ଏକ ଅତ୍ୟନ୍ତ ଦୁଃଖଦ ଘଟଣା ଘଟିଚି। ଘରେ ଶୋଇଥିବା ଅବସ୍ଥାରେ ହଠାତ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri