ହାତୀ ଅସୁସ୍ଥ, ଚିନ୍ତାରେ ପରିବେଶବିତ୍‌

କେନ୍ଦୁଝର,୨୯।୯(ସ୍ବ.ପ୍ର.) : କେନ୍ଦୁଝର ଜିଲା ଭୂୟାଁ ଓ ଜୁଆଙ୍ଗ ପୀଢ଼ ରେଞ୍ଜ ଅନ୍ତର୍ଗତ ଉପର ସୁମଠ ଗ୍ରାମ ଜଙ୍ଗଲରେ ଏକ ହାତୀ ଅସୁସ୍ଥ ହୋଇପଡ଼ିଛି। ହାତୀର ବୟସ ପ୍ରାୟ ୨୫ ହେବ ବୋଲି ବନ ବିଭାଗ ପକ୍ଷରୁ କୁହାଯାଇଛି। ଅସୁସ୍ଥତାର କାରଣ ଜଣାପଡ଼ିନାହିଁ। ଶନିବାର ସ୍ଥାନୀୟ ପ୍ରାଣୀ ଚିକିତ୍ସକ ଏହାର ପରୀକ୍ଷା କରିବା ପରେ ରବିବାର ମୟୂରଭଞ୍ଜ ଜିଲା ଶିମିଳିପାଳରୁ ଏକ ବିଶେଷଜ୍ଞ ଦଳ ଆସି ଅସୁସ୍ଥତାର କାରଣ ଯାଞ୍ଚ କରିବା ସହ ରକ୍ତ ନମୁନା ପରୀକ୍ଷା ପାଇଁ ନେବେ ବୋଲି ସ୍ଥାନୀୟ ରେଞ୍ଜ ଅଧିକାରୀ ମୁକ୍ତିକାନ୍ତ ପରିଡ଼ା ସୂଚନା ଦେଇଛନ୍ତି। ପାହାଡ଼ ଘେରରେ ଥିବା ଉକ୍ତ ଅଞ୍ଚଳରେ ଏବେ ୫ଟି ହାତୀ ବୁଲୁଥିବା ବେଳେ କୌଣସି ସଂକ୍ରମଣ କାରଣରୁ ଅସୁସ୍ଥ ହୋଇଥିବା ଆଶଙ୍କା କରି ପରିବେଶବିତ୍‌ ଚିନ୍ତା ପ୍ରକଟ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରେଲରରୁ ୬୦ରୁ ଊର୍ଦ୍ଧ୍ୱ ଶ୍ରମିକ ଉଦ୍ଧାର, ୧୦ ହଜାର ଜରିମାନା

ଭଦ୍ରକ ଅଫିସ, ୩୧ା୩- ୧୬ ନଂ. ଜାତୀୟ ରାଜପଥ ନିକଟରେ ଏକ ଶ୍ରମିକ ବୋଝେଇ ଟ୍ରେଲରକୁ ସୋମବାର ସନ୍ଧ୍ୟାରେ ପରିବହନ ବିଭାଗ ଜବତ କରିଛି। ଉକ୍ତ...

୫ ଜଣିଆ ଡକାୟତ ଦଳ ଗିରଫ

ତାଳଚେର,୧୩ା୩(ନି.ପ୍ର.) – ତାଳଚେର ବ୍ଲକ ଡେରା ନିକଟସ୍ଥ ସୁଭଦ୍ରା ପେଟ୍ରୋଲ ପମ୍ପରୁ ଲୁଟ୍‌ ଯୋଜନା କରୁଥିବାବେଳେ ଏକ ୫ ଜଣିଆ ଡକାୟତ ଦଳକୁ ମଙ୍ଗଳବାର ସନ୍ଧ୍ୟାରେ...

ଘୁମୁସର ବନଖଣ୍ଡରେ ରୋପଣ ହେବ ୨୫ ଲକ୍ଷ ଚାରା

ଭଞ୍ଜନଗର,୨୨।୪(ଡି.ଏନ.ଏ.)-କରୋନା ଲାଗି ଲକ୍‌ଡାଉନ୍‌ ଜାରି ରହିଥିଲେ ମଧ୍ୟ ଭଞ୍ଜନଗରସ୍ଥିତ ଉତ୍ତର ଘୁମୁସର ବନଖଣ୍ଡ ଓ ଦକ୍ଷିଣ ଘୁମୁସର ବନଖଣ୍ଡ କର୍ମଚାରୀମାନେ ଚାରା ଉପତ୍ାଦନ ପ୍ରତି ଧ୍ୟାନ...

ସରଳିଆ ହୋଣ୍ଡା ଶୋ’ରୁମ ଉଦ୍‌ଘାଟିତ

ଛେଣ୍ଡିପଦା,୧।୧୦(ସ୍ବ.ପ୍ର.) ଅନୁଗୋଳ ଜିଲା ଛେଣ୍ଡିପଦା ବ୍ଲକ ଗୋପୀନାଥପୁର ଠାରେ ଅନୁଗୋଳ ଲକ୍ଷ୍ମୀ ହୋଣ୍ଡା ପକ୍ଷରୁ ଦଶହରା ଉପଲକ୍ଷେ ସରଳିଆ ହୋଣ୍ଡା ଶୋ’ରୁମ ସୋମବାର ଉଦ୍‌ଘାଟିତ ହୋଇଯାଇଛି।...

ମହିଳାଙ୍କ ମୃତଦେହ ଉଦ୍ଧାର

ବଇଣ୍ଡା,୮।୯(ଡି.ଏନ.ଏ.)-ଆଠମଲ୍ଲିକ ବ୍ଲକ ଠାକୁରଗଡ଼ ଥାନା ପୋକଣ୍ଡା ଗ୍ରାମର ଏକ ପଣଷ ଗଛରୁ ଝୁଲନ୍ତା ଅବସ୍ଥାରେ ସେହି ଗ୍ରାମର ଶୁଭଦ୍ରା ନାୟକ(୨୭)ଙ୍କ ମୃତଦେହ ରବିବାର ସକାଳେ ଠାକୁରଗଡ଼...

ଦର୍ଶକ ଦେଖିବେ ମଥୁରାର ମୟୂରୀ ନୃତ୍ୟ

ଅନୁଗୋଳ ଅଫିସ୍‌, ୬।୨ – ଆସନ୍ତା ୭ ତାରିଖରେ ଅନୁଗୋଳ ଷ୍ଟାଡିୟମରେ ଆରମ୍ଭ ହେବ ଅଷ୍ଟମ ଅନୁଗୋଳ ଜିଲା ମହୋତ୍ସବ। ତିନି ଦିନ ଧରି ହେବାକୁ...

ବରାହ, ନୃସିଂହ ବେଶରେ ଶ୍ରୀଜୀଉ

ନୀଳଗିରି, ୯।୭(ଡି.ଏନ.ଏ.)-ନୀଳଗିରିସ୍ଥିତ ମାଉସୀମା’ ମନ୍ଦିରରେ ବିଜେ ଶ୍ରୀଜୀଉ ମଙ୍ଗଳବାର ବରାହ ଓ ନୃସିଂହ ବେଶରେ ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି। ଶ୍ରୀଗୁଣ୍ଡିଚା ଯାତ୍ରାରେ ଭକ୍ତଙ୍କ ଗହଳରେ ରଥରେ...

ଗ୍ରାହକ ସେବା କେନ୍ଦ୍ରରେ କୋଟିଏ ଟଙ୍କା ଆତ୍ମସାତ: ହିତାଧିକାରୀମାନେ ଥାନାର ଦ୍ୱାରସ୍ଥ

ନୂଆପଡା ଅଫିସ,୧୪ା୭ – ଗ୍ରାହକମାନଙ୍କୁ ଦ୍ୱାର ମୁହଁରେ ବ୍ୟାଙ୍କ ସେବା ଯୋଗାଇ ଦେବାକୁ ଗ୍ରାମାଞ୍ଚଳରେ ଷ୍ଟେଟ ବ୍ୟାଙ୍କ ତରଫରୁ ଗ୍ରାହକ ସେବା କେନ୍ଦ୍ରଗୁଡିକ ସ୍ଥାପନ କରାଯାଇଛି...

Play 250+ Trending Games
Archives

Model This Week

Why Dharitri