ହାଟପଡ଼ିଆରୁ ଯୁବକଙ୍କ ମୃତଦେହ ଉଦ୍ଧାର

କେନ୍ଦୁଝର,୯।୯ (ସ୍ବ.ପ୍ର.): କେନ୍ଦୁଝର ଜିଲା ହରିଚନ୍ଦନପୁର ଥାନାଠାରୁ ପ୍ରାୟ ଶହେ ମିଟର ଦୂରରେ ଥିବା ହାଟପଡ଼ିଆରୁ ସୋମବାର ସକାଳେ ଯୁବକଙ୍କ ମୃତଦେହ ପୋଲିସ ଉଦ୍ଧାର କରିଛି। ସେ ହେଲେ ଶରତ ମୁଣ୍ଡା(୩୦)। ତାଙ୍କ ଘର ଭଅଁରପୁର ପଞ୍ଚାୟତ ମଧ୍ୟପୁର ଗ୍ରାମରେ ବୋଲି ଜଣାପଡ଼ିଛି।
ଶରତ ରବିବାର କୌଣସି କାମରେ ହରିଚନ୍ଦନପୁର ଯାଇଥିଲେ। ତେବେ ଦେହ ଅସୁସ୍ଥ ହୋଇପଡ଼ିବାରୁ ସେ ହାଟପଡିଆରେ ବିଶ୍ରାମ ନେଇଥିଲେ। ସେଠାରେ ତାଙ୍କର ରକ୍ତବାନ୍ତି ହୋଇଥିଲା। ପରେ ହୃଦଘାତ୍‌ରେ ତାଙ୍କର ମୃତ୍ୟୁ ଘଟିଥିବା ଅନୁମାନ କରାଯାଉଛି । ହାଟପଡ଼ିଆରେ ଯୁବକଙ୍କ ମୃତଦେହ ପଡ଼ିଥିବା ସ୍ଥାନୀୟ ଲୋକେ ଦେଖି ପୋଲିସକୁ ଖବର ଦେଇଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତ ଯୁବକଙ୍କ ପକେଟରୁ ମୋବାଇଲ ଫୋନ୍‌ ବାହାରକରି ପରିବାର ଲୋକଙ୍କୁ ଜଣାଇଥିଲା। ପରିବାର ଲୋକଙ୍କ କହିବା ଅନୁସାରେ, ଗତ କିଛି ଦିନ ହେବ ତାଙ୍କ ଦେହ ଅସୁସ୍ଥ ଥିଲା। ପୋଲିସ ମୃତଦେହ ଜବତକରି ବ୍ୟବଚ୍ଛେଦ ନିମନ୍ତେ କେନ୍ଦୁଝର ଜିଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶା,ଇଣ୍ଡୋନେସିଆର ନାଁ ସୁବର୍ଣ୍ଣ ଅକ୍ଷରରେ ଲିପିବଦ୍ଧ

କଟକ ଅଫିସ,୭ା୫: ୨ ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି ଇଣ୍ଡୋନେସିଆ ରାଷ୍ଟ୍ରଦୂତ ଇନା.ଏଚ୍‌ କ୍ରିଷ୍ଣମୂର୍ତ୍ତି। ଓଡ଼ିଶା ଓ ଇଣ୍ଡୋନେସିଆ ସମ୍ପର୍କକୁ ଆହୁରି ମଜଭୁତ କରିବା ପାଇଁ...

ସ୍ବାମୀଙ୍କୁ ୪ବର୍ଷ ଜେଲ, ୪ ନିର୍ଦ୍ଦୋଷ

ବ୍ରହ୍ମପୁର ଅଫିସ,୨୮ା୩: ଗଞ୍ଜାମ ଜିଲା ଦୌରା ଜଜ ସୋମବାର ଏକ ଯୌତୁକ ଜନିତ ହତ୍ୟା ମାମଲାର ରାୟ ପ୍ରକାଶ କରି ଅଭିଯୁକ୍ତ ସ୍ବାମୀଙ୍କୁ ଦୋଷୀ ସାବ୍ୟସ୍ତ...

ପାନୀୟ ଜଳ ସଙ୍କଟରେ ଜାମ୍ବୁ ସାହି

ଖଜୁରିପଡ଼ା (ଡି.ଏନ.ଏ.)/ ବଲସକୁମ୍ପା,୧୬ା୧୨-ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରି ବିଭିନ୍ନ ଯୋଜନା ମାଧ୍ୟମରେ ପାନୀୟ ଜଳ ପ୍ରକଳ୍ପ ନିର୍ମାଣ କରୁଛନ୍ତି। ଏଥିସହ କେତେକ ଅଞ୍ଚଳରେ...

୭୫ ଲକ୍ଷ ବ୍ୟୟରେ ବଡବିଲରେ ନିର୍ମାଣ ହେବ ବିଶାଳ ଘଣ୍ଟାସ୍ତମ୍ଭ

ବଡବିଲ,୧୧।୯(ସ୍ବ.ପ୍ର.): କେନ୍ଦୁଝର ଜିଲା ବଡବିଲ ସହର ମଧ୍ୟଭାଗରେ ଥିବା ପୂର୍ତ୍ତ ଓ ଗୃହ ବିଭାଗ ଡାକବଙ୍ଗଳା ପରିସରରେ ସୁଦୂର ଦୃଶ୍ୟମାନ ଲାଗି ଏକ ଘଣ୍ଟାସ୍ତମ୍ଭର ନିର୍ମାଣ...

ବ୍ଲକସ୍ତରୀୟ ପଞ୍ଚାୟତିରାଜ ଦିବସ ପାଳିତ

କେସିଙ୍ଗା, ୫।୩(ଡି.ଏନ୍‌.ଏ.):କଳାହାଣ୍ଡି ଜିଲା କେସିଙ୍ଗା ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସରରେ ଗୁରୁବାର ପଞ୍ଚାୟତିରାଜ ଦିବସ ପାଳିତ ହୋଇଯାଇଛି। ଚେୟାରମ୍ୟାନ ସୁକାନ୍ତି ବେହେରାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି...

ସ୍ତ୍ରୀଙ୍କ ସହ ଝଗଡ଼ା କରି ପୋଖରୀକୁ ଡେଇଁଲେ ସ୍ବାମୀ

କେନ୍ଦୁଝର,୧ା୯(ସ୍ବ.ପ୍ର.): କେନ୍ଦୁଝର ପୌରାଞ୍ଚଳର ଶିରିପୁର ପୋଖରୀକୁ ଡେଇଁ ଜଣେ ବ୍ୟକ୍ତି ନିଖୋଜ ହୋଇଥିବା ବେଳେ ଦମକଳ ବାହିନୀ ଖୋଜାଖୋଜି କରୁଛି। ତାଙ୍କ ନାମ କୁନୁ ମୁଖୀ...

ଲକ୍‌ଡାଉନ୍‌ ଶେଷ ପରେ ପୁରୁଷୋତ୍ତମପୁରକୁ ଫେରିବେ ୧୫,୩୦୦ ଲୋକ: ୧୨୩ କ୍ୱାରାଣ୍ଟାଇନ୍‌ ସେଣ୍ଟର ପ୍ରସ୍ତୁତ: ତଦାରଖ କଲେ ଉପଜିଲାପାଳ

ପୁରୁଷୋତ୍ତମପୁର,୨୬ା୪(ଡି.ଏନ୍‌.ଏ.) : ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ବ୍ଲକ ଏବଂ ଏନ୍‌ଏସିକୁ ରାଜ୍ୟ ଓ ଜିଲା ବାହାରୁ ଆସିବାକୁ ଥିବା ଲୋକଙ୍କ ଆକଳନକୁ ଲକ୍ଷ୍ୟ ରଖି ପ୍ରଶାସନ...

ଡାକ୍ତରଙ୍କୁ ମାଡ ମାରି ଯୁବକ ଗିରଫ

ତାଳଚେର, ୪ା୪(ନି.ପ୍ର.)- ତାଳଚେର ଉପଖଣ୍ଡ ଡାକ୍ତରଖାନାର କାର୍ଯ୍ୟରତ ଜଣେ ଡାକ୍ତରଙ୍କୁ ମାଡ ମାରିବା ଅଭିଯୋଗରେ ତାଳଚେର ପୋଲିସ ଜଣେ ଯୁବକଙ୍କୁ ଗିରଫ କରିଛି । ସେ...

Advertisement
Archives

Model This Week